• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସୁଦର୍ଶନ

ବାଲୁକା କଳା ଚାମ୍ପିୟନସିପ୍ ରେ ସୁଦର୍ଶନଙ୍କୁ ପ୍ରଥମ ପୁରସ୍କାର

May 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମଇ ୩୧(ଓଡ଼ିଶା ଡ଼ଟ୍ କମ୍),ଡ଼େନ୍ମାର୍କ ରାଜଧାନୀ କୋପେନ୍ହାଗେନ୍ ଠାରେ ହୋଇଥିବା ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ ରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଥମ ପୁରସ୍କାର ହାସଲ କରିଛନ୍ତି ।

ଗୁରୁବାର ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସେଠାକାର କଲ୍ଚରାଲ ମେୟର ସୁଦର୍ଶନଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ ରୁଷିଆ ରେ ଦ୍ୱିତୀୟ ଏବଂ ଆୟାଲ୍ୟାଣ୍ଡ ରେ ତୃତୀୟ ପୁରସ୍କାର ହାସଲ କରିଛି ।

ଗତ ୨୪ରୁ ୩୧ ତାରିଖ ପର୍ଯ୍ୟନ୍ତ ଆଠଦିନ ବ୍ୟାପୀ ହୋଇଥିବା ଏହି ଚାମ୍ପିୟନସିପ୍ ରେ ସୁଦର୍ଶନଙ୍କ ବ୍ୟତୀତ ଅନ୍ୟ ନଅଟି ସହରର ପ୍ରତିଯୋଗୀ ଭାଗ ନେଇଥିଲେ । ପଟ୍ଟନାୟକ ୨୦ ଫୁଟ୍ ଉଚ୍ଚତା ବିଶିଷ୍ଟ କଳାକୃତି ତିଆରି କରିଥିଲେ ।

ସବୁବେଳେ ମୋ କଳା ଜରିଆରେ କିଛି ବାର୍ତା ଦେବାକୁ ଚେଷ୍ଟା କରିଥାଏ ଏବଂ ଏହି ପୁରସ୍କାର ପାଇ ବହୁତ ଖୁସି ବୋଲି ସୁଦର୍ଶନ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଡ଼େନ୍ମାର୍କ, ବାଲୁକା କଳା, ସୁଦର୍ଶନ

ବାଳୁକା ଶିଳ୍ପୀ ସୁଦର୍ଶନଙ୍କୁ ମହ୍ଲାର ସମ୍ମାନ

November 6, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) କଟକରେ ଆୟୋଜିତ ୧୪ ତମ ମହ୍ଲାର ଫେଷ୍ଟରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଚଳିତ ବର୍ଷର ମର୍ଯ୍ୟ।ଦ।ଜନକ ‘ମହ୍ଲାର ସମ୍ମାନ’ ପ୍ରଦାନ କରାଯାଇଛି ।

ସ୍ୱଳ୍ପ ସମୟ ମଧ୍ୟରେ ସୁଦର୍ଶନ ବାଲୁକା କଳାକୁ ବିଶ୍ୱ ଦରବାରରେ ପହଂଚାଇବା ସହ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ଶନିବାର ଏହି ଉତ୍ସବରେ ଯୋଗେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ।

ଏହି ଉତ୍ସବରେ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ହର ପଟ୍ଟନାୟକ, ଅଭିନେତ୍ରୀ ଐଶ୍ୱଯ୍ୟା ପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

ରାଜ୍ୟସ୍ତରୀୟ ମହ୍ଲାର ପ୍ରତିଭା ଅନ୍ୱେଷଣରେ ସଫଳତା ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବାଲୁକାଶିଳ୍ପୀ, ସୁଦର୍ଶନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ