• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସୁପ୍ରିମକୋର୍ଟ

ବର୍ଦ୍ଧିତ ଫି ଦେଉନଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିପାରିବ ନାହିଁ ଡ଼ିଏଭି

February 12, 2013 by ଓଡିଶା ଡଟ କମ 1 Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ,୧୨ ଫେବୃଆରୀ,(ଓଡ଼ିଶା ଡ଼ଟ୍ କମ୍)-ଯେଉଁ ଛାତ୍ରଛାତ୍ରୀମାନେ ବର୍ଦ୍ଧିତ ଫି ଦେଉନାହାନ୍ତି ସେମାନଙ୍କ ବିରୋଧରେ ଡ଼ିଏଭି କର୍ତୃପକ୍ଷ ଏହି ମାମଲାର ବିଚାର ନ ସରିବା ପର୍ଯ୍ୟନ୍ତ କୌଣସି ପ୍ରକାରର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଡ଼ିଏଭି କର୍ତ୍ତୃପକ୍ଷ ଅସ୍ୱାଭାବିକ ଫି ବୃଦ୍ଧି କରିଥିବା ଅଭିଯୋଗ କରି ଅଭିଭାବକ ସଂଘ କୋର୍ଟର ହସ୍ତକ୍ଷେପ ଲୋଡ଼ିଥିଲେ । ବିଚାରପତି ଜଷ୍ଟିସ୍ ଆର୍.ଏମ୍.ଲୋଧା ଓ ଜଷ୍ଟିସ୍ ଜେ.ଚେଲେମେଶ୍ୱର ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସୋମବାର ଏହି ନିର୍ଦ୍ଦେଶ ଦେଇ ମାମଲାର ଶୁଣାଣି ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି ।

ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ଅଭିଭାବକ ସଂଘ ସ୍ୱାଗତ କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଛାତ୍ରଛାତ୍ରୀ, ଡ଼ିଏଭି ସ୍କୁଲ ଫି ବୃଦ୍ଧି, ସୁପ୍ରିମକୋର୍ଟ

ଶପଥ ନେଲେ ସୁପ୍ରିମକୋର୍ଟ ବିଚାରପତି ରୂପେ ଜଷ୍ଟିସ ଗୋପାଳଗୌଡ଼

December 25, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,ଡିସେମ୍ବର ୨୫(ଓଡିଶା ଡଟ୍ କମ୍ )-ସୋମବାର ଦିନ ଜଷ୍ଟିସ ଭି.ଗୋପାଳଗୌଡ଼ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଏକ ନିରାଡ଼ମ୍ବର ଉତ୍ସବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନବିଚାରପତି ଅଲତମାସ କବୀର ତାଙ୍କୁ ଶପଥ ପାଠ କରାଇଥିଲେ ।

ପୂର୍ବରୁ ଓଡ଼ିଶା ହାଇକୋର୍ଟରୁ ଯାଇଥିବା ମୁଖ୍ୟ ବିଚାରପତି ବି.ଏସ. ଚୌହାନ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଉଛନ୍ତି । ସେହିପରି ଏବେ ସୁପ୍ରିମକୋର୍ଟରେ ଓଡ଼ିଆ ବିଚାରପତି ଭାବେ ଅନଙ୍ଗକୁମାର ପଟ୍ଟନାୟକ ଓ ଜଷ୍ଟିସ ଦୀପକ ମିଶ୍ର କାର୍ଯ୍ୟରତ ଅଛନ୍ତି । ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏହି ଉତ୍ସବରେ ଉପସ୍ଥିତ ଥିଲେ ।

ସୁପ୍ରିମକୋର୍ଟର କଲିଜିୟମ ପକ୍ଷରୁ ଜଷ୍ଟିସ ଗୋପାଳଗୌଡ଼ଙ୍କ ସମେତ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଏମ.ୱାଇ. ଇକବଲ ଓ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ବିକ୍ରମଜିତ ସେନଙ୍କ ନାମ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ ସୁପାରିସ କରାଯାଇଥିଲା ।

କର୍ଣ୍ଣାଟକର କୋଲାର ଜିଲ୍ଲା ଅନ୍ତର୍ଗତ ପେଦୁରଠାରେ ୬ ଅକ୍ଟୋବର ୧୯୫୧ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଭି.ଗୋପାଳଗୌଡ ଫାଷ୍ଟ୍ ଗ୍ରେଡ୍ କଲେଜରୁ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ୧୯୭୫ରେ ଏଲ ଏଲ୍ ବି ଡିଗ୍ରି ହାସଲ କରିଥିଲେ । ୧୯୯୭ ମସିହାରେ ଜଷ୍ଟିସ ଗୌଡ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

୧୯୯୯ରେ ସେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୦ ମାର୍ଚ୍ଚ ୨୫ ତାରିଖରେ ଜଷ୍ଟିସ ଗୌଡ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ସୁପ୍ରିମକୋର୍ଟ, ହାଇକୋର୍ଟ

ଜଷ୍ଟିସ ଗୋପାଳଗୌଡ଼ ସୁପ୍ରିମକୋର୍ଟ ବିଚାରପତି ହେବେ

December 22, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,ଡିସେମ୍ବର ୨୨(ଓଡିଶା ଡଟ୍ କମ୍)-ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ସୁପ୍ରିମକୋର୍ଟର ବିଚାରପତି ଭାବେ ଯୋଗଦେବେ । ଏ ସଂକ୍ରାନ୍ତରେ ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆସନ୍ତା ୨୪ ତାରିଖ ପୂର୍ବାହ୍ଣ ୧୧ଟା ବେଳେ ଜଷ୍ଟିସ ଗୋପାଳଗୌଡ଼ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ହାଇକୋର୍ଟର ସର୍ବବରିଷ୍ଠ ବିଚାରପତି ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ ଦଦାୟିତ୍ୱ ତୁଲାଇବେ ।

ଜଷ୍ଟିସ ଗୋପାଳଗୌଡ଼ ସର୍ବୋଚ୍ଚ ଅଦାଲତର ବିଚାରପତିରୂପେ ନିଯୁକ୍ତି ପାଇବାପରେ ତାଙ୍କ ସ୍ଥାନରେ ଜଷ୍ଟିସ ମହାନ୍ତି କାର୍ଯ୍ୟକରିବେ । ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୁପ୍ରିମକୋର୍ଟର କଲିଜିୟମ ପକ୍ଷରୁ ଜଷ୍ଟିସ ଗୋପାଳଗୌଡ଼ଙ୍କ ସମେତ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଏମ.ୱାଇ. ଇକବଲ ଓ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ବିକ୍ରମଜିତ ସେନଙ୍କ ନାମ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ ସୁପାରିସ କରାଯାଇଥିଲା ।

କର୍ଣ୍ଣାଟକର କୋଲାର ଜିଲ୍ଲା ଅନ୍ତର୍ଗତ ପେଦୁରଠାରେ ୬ ଅକ୍ଟୋବର ୧୯୫୧ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଭି.ଗୋପାଳଗୌଡ ଫାଷ୍ଟ୍ ଗ୍ରେଡ୍ କଲେଜରୁ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ୧୯୭୫ରେ ଏଲ ଏଲ୍ ବି ଡିଗ୍ରି ହାସଲ କରିଥିଲେ । ୧୯୯୭ ମସିହାରେ ଜଷ୍ଟିସ ଗୌଡ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

୧୯୯୯ରେ ସେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୦ ମାର୍ଚ୍ଚ ୨୫ ତାରିଖରେ ଜଷ୍ଟିସ ଗୌଡ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜଷ୍ଟିସ ଗୋପାଳଗୌଡ଼, ସୁପ୍ରିମକୋର୍ଟ, ହାଇକୋର୍ଟ

ବିଜେଡି ସଭାପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

December 13, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୩ (ଓଡିଶା ଡଟ୍ କମ୍)-ବିଜେଡ଼ିରୁ ବହିଷ୍କାର କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ପ୍ୟାରୀଙ୍କୁ ବହିଷ୍କାର ସମ୍ପର୍କରେ ଲିଖିତ ଆଦେଶ ମିଳିନଥିବାରୁ ସେ ଦାଖଲ କରିଥିବା ଆବେଦନକୁ ମାନ୍ୟବର ସୁପ୍ରିମକୋର୍ଟ ବୁଧବାର ଦିନ ଗ୍ରହଣ କରିଛନ୍ତି ।

ଏହାଛଡା ତାଙ୍କୁ ଦଳରୁ ବହିଷ୍କାର କରାଯିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ମଧ୍ୟ ବିଜେଡି ସଭାପତିଙ୍କୁ ସୁପ୍ରିମକୋଟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ପ୍ୟାରୀଙ୍କ କହିବା କଥାହେଲା ସୁପ୍ରୀମକୋର୍ଟ ତାଙ୍କର ଗୁହାରି ଶୁଣି ନ୍ୟାୟ ପ୍ରଦାନ କରିଛନ୍ତି । ରାଜ୍ୟ ସଭାରେ ଏଫଡ଼ିଆଇ ପ୍ରସଙ୍ଗରେ ଭୋଟ ଦାନ ଉପରେ ତାଙ୍କୁ ବିଜେଡ଼ି ପକ୍ଷରୁ ହ୍ୱିପ ଜାରି କରାଯାଇ ନଥିଲା । ତାଙ୍କୁ ବହିଷ୍କାର କରାଯାଇଥିବା ସଂକ୍ରାନ୍ତରେ ବାଚସ୍ପତିଙ୍କୁ ମଧ୍ୟ ଅବଗତ କରାଯାଇ ନାହିଁ ।

ରାଜ୍ୟସଭାରେ ତାଙ୍କର ସ୍ଥିତି ଅସ୍ପଷ୍ଟ ରଖିବା ପାଇଁ ଏଭଳି ଯୋଜନା ଚାଲିଥିବାରୁ ସେ ସୁପ୍ରିମକୋର୍ଟ ଯାଇଛନ୍ତି । ବିଜେଡ଼ିରୁ ନିଲମ୍ବନ ହେବା ପରେ ଚିଠି ମିଳି ନଥିଲା । ଦଳରୁ ବହିଷ୍କାର କରାଯିବା ପରେ ବି ଚିଠି ମିଳିଲା ନାହିଁ ।

ତାଙ୍କ ପକ୍ଷରୁ ଓକିଲ ସୁରେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି । ନିଲମ୍ବନର ୬ମାସ ବିତିଯାଇଥିଲେ ହେଁ ତାଙ୍କ ନିକଟକୁ ଏ ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ଆଦେଶନାମା ପଠାଯାଇ ନାହିଁ । ସେ ତ୍ରିଶଙ୍କୁ ଅବସ୍ଥାରେ ଥିଲେ ।

ପ୍ରଧାନ ବିଚାରପତି ଅଲତମସ କବିର,ବିଚାରପତି ସୁରେନ୍ଦ୍ର ସିଂହ ନିଜାର ଓ ବିଚାରପତି ଜେ ଚେଲମେଶ୍ୱରଙ୍କ ଖଣ୍ଡପୀଠରେ ଏହି ଶୁଣାଳୀ ହୋଇଥିଲା । ଶୁଣାଣି ବେଳେ କୋର୍ଟ କହିଥିଲେ ସ୍ୱାଧୀନ ସଦସ୍ୟ ଭାବେ ପ୍ୟାରୀ ଗୃହରେ ଆଲୋଚନା ଓ ବିତର୍କରେ ଭାଗ ନେଇ ପାରିବେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବାଚସ୍ପତି, ବିଜେଡ଼ି, ସୁପ୍ରିମକୋର୍ଟ

ଡିଏଭି ସ୍କୁଲରେ ଫି’ ବୃଦ୍ଧିର ପ୍ରତିବାଦ

December 12, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୨(ଓଡିଶା ଡଟ୍ କମ୍)- ଡିଏଭି ସ୍କୁଲ କର୍ତୃପକ୍ଷ ସ୍କୁଲ ଫି’ ବୃଦ୍ଧି କରିଥିବା ବେଳେ ଏହାକୁ ବିରୋଧକରି ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବୁଧବାର ଦିନକ ପାଇଁ ରାଜ୍ୟରେ ଥିବା ସମସ୍ତ ଡିଏଭି ସ୍କୁଲରେ ବନ୍ଦ ଡାକରା ଦିଆଯାଇଥିଲା । ଯାହାର ପ୍ରଭାବରେ ଆଜି ସକାଳୁ ସକାଳୁ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ଡିଏଭି ସ୍କୁଲ ସମ୍ମୁଖରେ ଅଭିଭାବକମାନେ ଧାରଣାରେ ବସିଥିଲେ ।

ରାଜଧାନୀର ୟୁନିଟ ୮,ପୋଖରୀପୁଟ,ଚନ୍ଦ୍ରଶେଖରପୁର,କଳିଙ୍ଗ ବିହାର ପରି ସମସ୍ତ ସ୍କୁଲରେ ଅଭିଭାବକମାନେ ଧାରଣା ଦେଇଥିଲେ । ଅଭିଭାବକ ସଂଘର ସାଧାରଣ ସଂପାଦକ ଅକ୍ଷୟ କୁମାର ମହାକୁଡ କହିଛନ୍ତି ଏ ସଂକ୍ରାନ୍ତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ସ୍କୁଲ କର୍ତୃପକ୍ଷ ବର୍ଦ୍ଧିତ ଫି’ ଦେବାକୁ ନୋଟିସ ଜାରି କରିଛିନ୍ତି ।

ବର୍ଦ୍ଧିତ ହାରରେ ମାସିକ ଟ୍ୟୁସନ ଫି’ ପୈଠ କରିବାକୁ ନୋଟିସ ଯାଇଥିଲା । ବର୍ଦ୍ଧିତ ଫି’ ପୁରୁଣା ଫି’ଠାରୁ ୨୦୦ ପ୍ରତିଶତ ଅଧିକ ଥିବାରୁ ଅଭିଭାବକମାନେ ହତଚକିତ ହୋଇ ଯାଇଛନ୍ତି ।

ସ୍କୁଲ ତରଫରୁ ଚାପ ପ୍ରୟୋଗ କରାଯାଉଛି ଫି ଦେବା ପାଇଁ । ସେମାନେ କହୁଛନ୍ତି ଯଦି ତମେ ଟଙ୍କା ଜମାକରି ରସିଦ ନଦେଖାନ୍ତି ତାହାଲେ ତମ ପିଲାଙ୍କୁ ପଢାଇବୁ ନାହିଁ । ବାହାରେ ଠିଆ କରିଦେବୁ । ସ୍କୁଲରୁ ଟିସି ଦେଇ ଦେବୁ ।

ଏହି ଘଟଣା ପିଲାଙ୍କ ମାନସିକ ଉପରେ ପ୍ରଭାବ ପ୍ରକାଉଛି । ଅଦାଲତଙ୍କ ନିର୍ଦ୍ଦେଶର ଓଲଟା ଅର୍ଥ ବାହାର କରି ସ୍କୁଲ କର୍ତୃପକ୍ଷ ଫି’ ବୃଦ୍ଧି କରିଛନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।

ରାଜ୍ୟର ସମସ୍ତ ୧୪ଟି ଡିଏଭି ସ୍କୁଲ ସମ୍ମୁଖରେ ଅଭିଭାବକମାନେ ଧାରଣା ଦେବା ସହ ଫାଟକରେ ତାଲା ପକାଇଛନ୍ତି ବୋଲି ଓଡିଶା ଡିଏଭି ସ୍କୁଲ ଅଭିଭାବକ ସମନ୍ୱୟ ସମିତି ତରଫରୁ ପ୍ରକାଶ । ଏ ଘଟଣା ନେଇ ସ୍କୁଲ କର୍ତୃପକ୍ଷ କିଛି କହିବାକୁ ମନା କରିଦେଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଡିଏଭି ସ୍କୁଲ, ସୁପ୍ରିମକୋର୍ଟ

ନିଜର ସ୍ଥିତି ଜାଣିବାକୁ ସୁପ୍ରିମକୋର୍ଟ ଗଲେ ପ୍ୟାରୀମୋହନ

December 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)- ବିଜେଡିରୁ ବହିଷ୍କାର ହେବାପରେ ରାଜ୍ୟ ସଭାରେ ତାଙ୍କର ସ୍ଥିତି କଣ ଜାଣିବା ପାଇଁ ସୋମବାର ସୁପ୍ରୀମ କୋର୍ଟର ଆଶ୍ରୟ ନେଇଛନ୍ତି ସାଂସଦ ପ୍ୟାରୀମୋହନ ମହାପାତ୍ର ।

ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ,୧୬ ନଭେମ୍ବର ୨୦୧୨ରେ ବିଜେଡି କାର୍ଯ୍ୟକାରିଣୀ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ହେଲେ ସେହି ବହିଷ୍କାର ଚିଠି ଏ ପର୍ଯ୍ୟନ୍ତ ପାଇନାହାଁନ୍ତି ।

ରାଜ୍ୟସଭାର ସଦସ୍ୟ ହୋଇଥିବାରୁ ଦଳରୁ ବହିଷ୍କୃତ ଖବର ତୁରନ୍ତ ରାଜ୍ୟସଭା ସେକ୍ରେଟେରୀଏଟ୍କୁ ଜଣାଇ ଦିଆଯିବା କଥା । ଯାହା ବର୍ତମାନ ସୁଦ୍ଧା ହୋଇନାହିଁ । ଏଭଳି ପରିସ୍ଥିତିରେ ରାଜ୍ୟ ସଭାରେ ତାଙ୍କର ସ୍ଥିତି କଣ ଜାଣିବା ପାଇଁ ସେ ନିବେଦନ କରିଛନ୍ତି ।

ଗତ ଶୁକ୍ରବାର ଦିନ ପ୍ୟାରୀମୋହନ ସୁପ୍ରୀମକୋର୍ଟ ଯିବେ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ ।

ଗତ ମେ ୨୯ ତାରିଖ ରାତିରେ ତଥାକଥିତ ମିଡ୍ନାଇଟ ଅପରେସନ ପରେ ତାଙ୍କୁ ଦଳରୁ ପ୍ରଥମେ ନିଲମ୍ବନ ଓ ପରେ ନଭେମ୍ବର ୧୬ ତାରିଖରେ ବହିଷ୍କାର କରାଯାଇଥିଲା । ଏହାପରେ ପ୍ୟାରୀ ଓଡିଶା ଜନମୋର୍ଚ୍ଚା ଗଠନ କରି ସଭ୍ୟ ସଂଗ୍ରହ କରିବାରେ ଲାଗିପଡିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡିଶା ଜନମୋର୍ଚ୍ଚା, ଗଣମାଧ୍ୟମ, ପ୍ୟାରୀମୋହନ, ବିଜେଡ଼ି, ରାଜ୍ୟସଭା, ସାମ୍ବାଦିକ ସମ୍ମିଳନୀ, ସୁପ୍ରିମକୋର୍ଟ

ବିଜେଡିରୁ ବହିଷ୍କାର ଆଦେଶ ଦାବୀ ନେଇ ପ୍ୟାରୀ ଯିବେ କୋର୍ଟ

December 9, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୯(ଓଡିଶା ଡଟ୍ କମ୍)-ବିଜେଡିରୁ ବହିଷ୍କାର ଲିଖିତ ଆଦେଶ ଦାବି କରି ସୋମବାର ଦିନ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ସାଂସଦ ପ୍ୟାରୀମୋହନ ମହାପାତ୍ର ।

ରବିବାର ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାପାତ୍ର କହିଲେ ଏମ୍ପି ହିସାବରେ ମୋର ଅଧିକାର କ୍ଷୁର୍ଣ୍ଣ ହେଉଛି । ବହିଷ୍କାର ଆଦେଶ ମୁଖ୍ୟମନ୍ତ୍ରୀ ରାଜ୍ୟ ସଭାକୁ ପଠାନ୍ତୁ । ସେଥିପାଇଁ ମୁଁ ସୁପ୍ରୀମକୋର୍ଟ ଯିବି ।

କାରଣ ତାଙ୍କର ଯେଉଁ ରୋଗ ସେ ନିଲମ୍ବନ କହିି ଛଅମାସ ହେଲା ଆଦେଶ ପଠାଇ ନାହିାଁନ୍ତି । କାଗଜ ଖଣ୍ଡେ କାହାକୁ ମିଳିଲାନି । ସେମିତି ବହିଷ୍କାର ଆଦେଶର କାଗଜ ଖଣ୍ଡେ କାହାକୁ ମିଳିବ ନାହିଁ ।

ମୋର ରାଜ୍ୟ ସଭାରେ ସ୍ଥିତିଟା ଅସ୍ପଷ୍ଟ ହୋଇ ରହିବ । କାହିଁକି ଅସ୍ପଷ୍ଟ ହୋଇ ସ୍ଥିତି ରହିଥିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆସନ୍ତା ତିନିମାସ ମଧ୍ୟରେ ଏକ ନୂଆ ରାଜନୈଦିକ ଦଳ ଗଠନ କରିବେ ପ୍ୟାରୀ ସୂଚନା ଦେଇଛନ୍ତି ।

ଦମନ ପ୍ରତିରୋଧ ମଞ୍ଚର ଆବାହକ ତଥା ମାଓବାଦୀ-ସରକାରଙ୍କ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତିଙ୍କ ପୁଅ ସଂଗ୍ରାମକେଶରୀ ମହାନ୍ତି ଓ ତାଙ୍କ ସାଥିଙ୍କ ଗିରଫଦାରି ପ୍ରୟୋଜିତ ଓ ତାଙ୍କର କୌଣସି ମାଓ ଲିଙ୍କ ନାହିଁ ବୋଲି ପ୍ୟାରୀ ଅଭିଯୋଗ କରିଛନ୍ତି । ଆଜି ଓଡିଶାର ବିଭିନ୍ନ ଅଞ୍ଚଳର ଲୋକମାନେ ପ୍ୟାରୀଙ୍କ ଜନମୋର୍ଚ୍ଚାରେ ଯୋଗଦେଇଥିଲେ ।

ଅର୍ଥମନ୍ତ୍ରୀ ପ୍ରଶନ୍ନ ଆଚାର୍ଯ୍ୟ ଏ ଘଟଣା ଉପରେ କହିଛନ୍ତି ଯେ,ଦଳର ସମ୍ବିଧାନ ଅନୁସାରେ କାମ ହୋଇଛି । ଦଳର ସମ୍ବିଧାନ ବାହାରକୁ ଯାଇ କିଛି କାମ ହୋଇନାହିଁ । ଦଳର ସର୍ବୋଚ୍ଚ ସମିତି ଏହାକୁ ସ୍ୱୀକୃତି ଦେଇଛି ।

ତେଣୁ ସେ କୋର୍ଟରେ ଯାହା କରିବା କଥା କରନ୍ତୁ । ଆମେତ କୋର୍ଟର ଆଦେଶକୁ କେବେ ବି ଅମାନ୍ୟ କରିନାହୁଁ । ମୁଁ ନିଜେ ବୁଝି ପାରୁନାହିଁ ସେ କାହିଁକି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପ୍ୟାରୀମୋହନ, ବିଜେଡ଼ି, ସମ୍ବିଧାନ, ସାମ୍ବାଦିକ ସମ୍ମିଳନୀ, ସୁପ୍ରିମକୋର୍ଟ

ଫୋନ୍ ଟ୍ୟାପିଂ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

December 6, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୬(ଓଡିଶା ଡଟ୍ କମ୍)-ରାଜନେତାଙ୍କ ଫୋନ ଟ୍ୟାପିଂ ନେଇ ଆଜି ବିଧାନସଭାରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । କିଏ ଅପରାଧୀ,କିଏ ଦେଶଦ୍ରୋହୀ,କାହାର ନକ୍ସଲଙ୍କ ସହ ସମ୍ପର୍କ ଅଛି ତାହା ମୁଖ୍ୟମନ୍ତ୍ରୀ କୁହନ୍ତୁ । ନଚେତ୍ ବ୍ୟକ୍ତିଗତ ଅଧିକାର କ୍ଷୁର୍ଣ୍ଣ କରୁଥିବାରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି ।

ଗୁରୁବାର ଦିନ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ ଯେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କୌଣସି ରାଜନେତାଙ୍କ ଫୋନ ଟ୍ୟାପିଂ କରାଯାଇ ପାରିବ ନାହିଁ ।

ମାତ୍ର ଓଡିଶାରେ ଚାରି ବର୍ଷ ମଧ୍ୟରେ ୪ ହଜାର ୬ଶହ ୨୦ ଲୋକଙ୍କ ଫୋନ ଟ୍ୟାପିଂ କରାଯାଇଛି । ସେମାନେ କିଏ ? ଏମାନଙ୍କ ମଧ୍ୟରୁ କିଏ ଅପରାଧୀ ତାହା ସ୍ପଷ୍ଟ ହେବା ଉଚିତ୍ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରାମକୃଷ୍ଣ ହେଗ୍ଡେ ଓ ୟେଦୁରାପ୍ପା ମଧ୍ୟ ଫୋନ ଟ୍ୟାପିଂ କରିଥିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ରାଜ୍ୟରେ କେଉଁ ଜରୁରୀ ପରିସ୍ଥିତି ସୃଷ୍ଟି ହେଲା ଯେ, ଏତେ ଲୋକଙ୍କ ଫୋନ ଟ୍ୟାପିଂ କରାଗଲା । ତାହା ଗୃହକୁ ଜଣାନ୍ତୁ ।

ଯଦି ମୁଖ୍ୟମନ୍ତ୍ରୀ ଏହାର ଉତର ନଦେବେ ତାହଲେ ରାଜନେତା ଫୋନଟ୍ୟାପିଂ ସତବୋଲି ଜଣାପଡିବ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ସିଂ କହିଥିଲେ ।

ଏହି ପ୍ରସଙ୍ଗକୁ ସମର୍ଥନ କରି ବିଜେପି ବିଧାୟକ କନକ ବର୍ଦ୍ଧନ ସିଂଦେଓ କହିଲେ ଯେ, ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଗୃହରେ ବିବୃତି ଦେବା ଆବଶ୍ୟକ । ଏହା ଅତ୍ୟନ୍ତ ଗୁରୁତର ବିଷୟ । ରାଜ୍ୟ ସରକାର ଏହି ଫୋନ ଟ୍ୟାପିଂକୁ ଜଣେ ଘରୋଇ ଅପରେଟର ଦ୍ୱାରାଆଉଟ୍ସୋର୍ସିଂ କରିଛନ୍ତି କି ନାହିଁ ତା ସ୍ପଷ୍ଟ କରନ୍ତୁ ।

କେଉଁ ଲୋକମାନଙ୍କ ଫୋନ୍ଟ୍ୟାପିଂ କରାଗଲା ସେହି ଫୋନ ନମ୍ବର ଗୃହକୁ ଦିଅନ୍ତୁ । କାହାର ନା ଦେବା ଦରକାର ନାହିଁ । କେଉ୍ଁମାନେ ଅପରାଧୀ,ଦେଶଦ୍ରୋହୀ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ସିଂଦେଓ କହିଥିଲେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କଳ୍ପତରୁ ଦାସ ଏହି ସବୁ ଅଭିଯୋଗକୁ ଖଣ୍ଡନକରି କହିଲେ କୌଣସି ରାଜନେତାଙ୍କ ଫୋନ ଟ୍ୟାପିଂ ହୋଇନାହିଁ । ଅପରାଧ ରୋକିବା ପାଇଁ ଫୋନ ଟ୍ୟାପିଂ କରାଯାଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏ ପ୍ରସଙ୍ଗରେ ତାଙ୍କ ମତ ରଖିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଇସ୍ତଫା, ଫୋନ୍ ଟ୍ୟାପିଂ, ବିଧାନସଭା, ବିରୋଧୀ, ମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟ

କନ୍ଧମାଳ ଦଙ୍ଗା ମାମଲା:ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟର ଜବାବ ତଲବ

October 20, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୦(ଓଡ଼ିଶା ଡ଼ଟ୍ କମ୍) –୨୦୦୮ କନ୍ଧମାଳ ଦଙ୍ଗା ମାମଲାରେ ଉଚ୍ଚହାରରେ ଅଭିଯୁକ୍ତ ଛାଡ ପାଉଥିବାରୁ ଏହା ବିରୋଧରେ ଆଗତ ଏକ ଜନସ୍ୱାର୍ଥମାମଲାରେ ସୁପ୍ରିମକୋର୍ଟ ଓଡିଶା ସରକାରଙ୍କୁ ୮ ସପ୍ତାହ ମଧ୍ୟରେ ଜବାବ ଦେବାକୁ ତଲବ କରିଛନ୍ତି ।

ଜନସ୍ୱାର୍ଥମାମଲାରେ ଆବେଦନକାରୀ ଦର୍ଶାଇଥିଲେ ଯେ କନ୍ଧମାଳ ଦଙ୍ଗା ଘଟଣାରେ ଦାୟର ୧୮୫ଟି ଅପରାଧ ମାମଲାରୁ ୯ ଡିସେମ୍ବର ୨୦୧୧ ସୁଦ୍ଧା ୧୨୧ଟି ମାମଲାରେ ଅଭିଯୁକ୍ତମାନେ ଛାଡ ପାଇଛନ୍ତି ।

ଅଭିଯୁକ୍ତଙ୍କ ବିରୋଧରେ ଶକ୍ତ ପ୍ରମାଣ ଯୋଗାଡରେ ବିଫଳତା, ପ୍ରତ୍ୟକ୍ଷଦର୍ଶୀ ବୟାନ ବଦଳାଇବା ଭଳି କାରଣରୁ ଏଭଳି ଘଟୁଛି ଏବଂ ଏତେ ସଂଖ୍ୟକ ଅଭିଯୁକ୍ତ ପ୍ରମାଣ ଅଭାବରୁ ଛାଡ ପାଇଯିବା ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଥିବା ଆବେଦନକାରୀ ଅଭିଯୋଗ କରିଥିଲେ ।

ତେବେ କୋର୍ଟ ଏହିସବୁ ଅଭିଯୋଗ ଉପରେ ୮ ସପ୍ତାହ ମଧ୍ୟରେ ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଏନେଇ ରାଜ୍ୟ ସରକାରଙ୍କ ନିକଟରୁ ପ୍ରତିକ୍ରୀୟା ମିଳିପାରିନାହିଁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କନ୍ଧମାଳ ଦଙ୍ଗା, ରାଜ୍ୟ ସରକାର, ସୁପ୍ରିମକୋର୍ଟ

ଓଏମ୍ସି-ସୈନିକ ଖଣି ମାମଲାରେ ସରକାରଙ୍କୁ ନୋଟିସ୍

October 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୧୫(ଓଡ଼ିଶା ଡ଼ଟ୍ କମ୍) –ଓଡିଶା ଖଣି ନିଗମ ଓ ଘରୋଇ ସୈନିକ କଂପାନୀ ମଧ୍ୟରେ ହୋଇଥିବା ବୁଝାମଣା ଉପରେ ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ସୋମବାର ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କ ସମେତ ସଂପୃକ୍ତ ପକ୍ଷମାନଙ୍କୁ ନୋଟିସ ଜାରି କରିଛନ୍ତି ।

୪ ସପ୍ତାହ ମଧ୍ୟରେ ସେମାନଙ୍କୁ ନିଜର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତାଳଚେରର ପୂର୍ଣ୍ଣଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଏହି ବୁଝାମଣାକୁ ବାତିଲ କରିବା ଏବଂ ଘଟଣାର ସିବିଆଇ ତଦନ୍ତ ଦାବିକରି ସୁପ୍ରିମକୋର୍ଟ ରେ ମାମଲା ଦାୟର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖଣି ମାମଲା, ସରକାର, ସୁପ୍ରିମକୋର୍ଟ

  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ