• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସୁପ୍ରିମକୋର୍ଟ

ଖଣି ଲିଜ ନବୀକରଣ ପାଇଁ ରାଜ୍ୟ ସରକାର ନୂଆ ପ୍ରସ୍ତାବ

October 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୫ (ଓଡ଼ିଶା ଡ଼ଟ୍ କମ୍) – ଏଣକି ଖଣି ଲିଜକୁ ନିର୍ଦ୍ଧିଷ୍ଟ ଭାବେ ବା ମୁହଁଦେଖା କାହାକୁ ପ୍ରଦାନ କରାଯିବ ନାହିଁ । ଏ କ୍ଷେତ୍ରରେ ସମସ୍ତଙ୍କୁ ସାମିଲ କରାଯିବ ଓ ସମବଣ୍ଟନ ବ୍ୟବସ୍ଥା କରାଯିବ ।

ଲିଜ ପ୍ରଦାନ ସମୟରେ ସମ୍ପୃକ୍ତ ଶିଳ୍ପର ଅବସ୍ଥିତି ଯାଞ୍ଚ ହେବ । ଆବଶ୍ୟକତାଠାରୁ ଅଧିକ ଖଣି କାହାକୁ ପ୍ରଦାନ କରାଯିବ ନାହିଁ । ଖଣିଜ ପଦାର୍ଥର ମହଜୁଦ ପରିମାଣ ମଧ୍ୟ ବିଚାରକୁ ନିଆଯିବ ।

ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଦଦ୍ୱାରାପ୍ରସ୍ତୁତ ଏହି ନିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କଲାପରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ନିୟମ ରାଜ୍ୟର ଖଣି କାରବାର ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ବିଚାର କରାଯାଉଛି ।

ଖଣି ଲିଜ ନବୀକରଣ ପାଇଁ ରାଜ୍ୟ ସରକାର ନୂଆ ପ୍ରସ୍ତାବ ଅନୁଯାୟୀ ଦ୍ୱିତୀୟ ବା ପରବର୍ତୀ ଖଣି ଲିଜ ନବୀକରଣକୁ କୌଣସି ଖଣି ଲିଜଧାରୀ ନିଜର ଅଧିକାର ବୋଲି ମନେକରିବେ ନାହିଁ ।

ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ, ବକ୍ସାଇଟ ଖଣିଗୁଡ଼ିକ ଲିଜ ପ୍ରଦାନ କ୍ଷେତ୍ରରେ ଆଇନର ସଂଶୋଧନକରି ସରକାର ପ୍ରଣୟନ କରିଥିବା ଏହି ନୂଆ ଆଇନ ୧୯୯୬ ମସିହାରେ ପ୍ରଦତ ସୁପ୍ରିମ କୋର୍ଟ ରାୟ ଆଧାରରେ ପ୍ରସ୍ତୁତ କରାଯାଇଛି ।

ତେବେ ଏହି ନବୀକରଣ ନିୟମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ କମ୍ପାନୀ ଅଥବା ନିଗମ କ୍ଷେତ୍ରରେ ପ୍ରଯୁଜ୍ୟ ହେବନାହିଁ ।

ଏ ସମ୍ପର୍କରେ ବିଭାଗୀୟ ସଚିବ ରାଜେଶ ବର୍ମା ପ୍ରଦାନ କରିଥିବା ସୂଚନାନୁଯାୟୀ, ଲିଜଧାରୀ ଉତୋଳିତ ଖଣିଜ ପଦାର୍ଥକୁ ରାଜ୍ୟରେ ଉପଯୋଗ କରୁଛନ୍ତିି କି ନାହିଁ ତାହା ମଧ୍ୟ ଲକ୍ଷ୍ୟ କରାଯିବ ।

ପୁନଶ୍ଚ ଲିଜଧାରୀ ନବୀକରଣ ସମୟରେ ଜଙ୍ଗଲ ଓ ପରିବେଶ ଆଇନ, ଜଳ ଓ ବାୟୁ ନୀତି ଇତ୍ୟାଦି ପରିପୂରଣ କରୁଛନ୍ତି କି ନାହିଁ ତାହା ବିଚାରକୁ ନିଆଯିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜ୍ୟ ସରକାର, ସୁପ୍ରିମକୋର୍ଟ

କୋଇଲା ଦୁର୍ନୀତି: ଅଡୁଆରେ ସରକାର !

October 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୨ (ଓଡ଼ିଶା ଡ଼ଟ୍ କମ୍) – ସୈନିକ କଂପାନୀର ଚୁକ୍ତିକୁ ରାଜ୍ୟ ସରକାର ବାତିଲ କରିସାରିଥିଲେ ମଧ୍ୟ ତଥାକଥିତ କୋଇଲା ଦୁର୍ନୀତି ଉପରେ ସରକାରଙ୍କ ବିରୋଧରେ ଅଭିଯୋଗ ସରିନାହିଁ ।

ସରକାରଙ୍କ ସହ ଅନ୍ୟ କମ୍ପାନି ମାନେ କରିଥିବା ଚୁକ୍ତି ଗୁଡିକ ବାତିଲ କରି ସିବିଆଇ ତଦନ୍ତ କରିବାକୁ ବିଜେପି ଓ କଂଗ୍ରେସ ଦାବିକରିଛି ।

ସୈନିକ କଂପାନୀର ଚୁକ୍ତିକୁ ବାତିଲ କରି ସରକାର ଏହା ବେଆଇନ ଥିଲା ବୋଲି ସ୍ୱୀକାର କରିଥିବା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି । ବେଦାନ୍ତ ସହ ବକ୍ସାଇଟ ପାଇଁ ସରକାର ଅନୁରୁପ ଚୁକ୍ତି କରିଥିବାରୁ ତାକୁ ମଧ୍ୟ ବାତିଲ କରିବାକୁ ସେ ଦାବି କରିଛନ୍ତି ।

ଭାରତୀୟ ଜନତା ପାର୍ଟିର ବରିଷ୍ଠନେତା ବିଜୟ ମହାପାତ୍ର କହିଛନ୍ତି କେବଳ ଚୁକ୍ତି ବାତିଲ କରିଦେଲେ ଦୁର୍ନୀତି ହଟି ଯିବ ନାହିଁ ତେବେ ଏ ଘଟଣାର ସିବିଆଇ ତଦନ୍ତ କରାଯାଉ ।

ଏସବୁ ଅଭିଯୋଗକୁ ଭିତିହୀନ ଓ ମିଥ୍ୟା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଡାଇ ଚାଲିଥିଲେ । ମାତ୍ର ଏଥର ଖାଲରେ ପଡି ଯାଇଛନ୍ତି ସରକାର । ଯେଉଁ ଅଭିଯୋଗକୁ ଦୁଇରୁ ତିନି ଦିନତଳେ ମିଥ୍ୟା କହି ଏଡାଇ ଯାଇଥିଲେ ସେହ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନିଜ ଛୋପ ନିଜେ ଢୋକିଥିବା କଂଗ୍ରେସ ନେତାମାନେ କହିଛନ୍ତି ।

୨୦୦୩ ଡିସେମ୍ବର ୧୯ରେ ଓଏମ୍ସିକୁ ମିଳିଥିବା ଉତ୍କଳ ଡି କୋଲବ୍ଲକକୁ ରାଜ୍ୟସରକାର ୨୮ ଡିସେମ୍ବର ୨୦୦୩ରେ ନୂଆଦିଲ୍ଲୀର ଏକ ଘରୋଇ କଂପାନୀ ସୈନିକ ସହ ଚୁକ୍ତିକରି ଏହି ଖଣି ପ୍ରଦାନ କରିଥିଲେ ।

ଏଥିରେ ସୈନିକ କଂପାନୀର ଶତକଡା ୭୪ ଭାଗ ଅଂଶଧନ ରହିଥିବା ବେଳେ ୨୬ ଭାଗ ଅଂଶଧନ ଥିଲା ଓଏମ୍ସିର । ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାର ଏହି ଚୁକ୍ତିକୁ ବାତିଲ କରିବାପାଇଁ ବାରମ୍ବାର କହିଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରିନଥିଲେ ।

ସିବିଆଇ ତଦନ୍ତ ଆରମ୍ଭ ହେଲା ପରେ ରାଜ୍ୟ ସରକାର ଅଡୁଆରେ ପଡିଯାଇ ନିଜକୁ ବଞ୍ଛାଇବାକୁ ଏହି ଚୁକ୍ତିକୁ ବାତିଲ କରିଥିବା ଜେନା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏବେ ଏହି ଦୁର୍ନୀତିରୁ ମୁକୁଳିବା ପାଇଁ ବାଟ ଖୋଜୁଛନ୍ତି । ପ୍ରତ୍ୟେକ କଥାରେ ଆଇନ ତା ବାଟରେ ଯିବ ବୋଲି କହି ନିଜେ କରିଥିବା ସମସ୍ତ ବେଆଇନ କାର୍ଯ୍ୟକୁ ବାତିଲ କରିବାରେ ଲାଗିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: କୋଇଲା ଦୁର୍ନୀତି, ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସୁପ୍ରିମକୋର୍ଟ

ପୋଲାଭରମ ପ୍ରକଳ୍ପକୁ ବିରୋଧକରି ବିଜେଡିର ସମାବେଶ

August 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନାଗିରି,ଅଗଷ୍ଟ ୨୭ (ଓଡ଼ିଶା ଡ଼ଟ୍ କମ୍)- ଓଡିଶାର ଶାସକ ବିଜୁ ଜନତା ଦଳ ଦ୍ୱାରା ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ମାଲକାନଗିରି ଜିଲା ମୋଟୁଠାରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇ ଯାଇଛିି ।

ଓଡିଶା ସରକାରଙ୍କ ବିରୋଧ ତଥା ସୁପ୍ରିମକୋର୍ଟରେ ଦୁଇଟି ମାମଲା ବିଚାରାଧୀନ ରହିଥିବା ସତ୍ତ୍ୱେ ଆନ୍ଧ୍ର ସରକାରଙ୍କ ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ପାଇଁ ଘୋଷଣା ପରିପ୍ରେକ୍ଷୀରେ ଶାସକ ବିଜେଡି ତରଫରୁ ଏହି ଚେତାବନୀ ସମାବେଶର ଆୟୋଜନ କରାଯାଇଥିଲା ।

ଏହି ପ୍ରକଳ୍ପ ଫଳରେ ମାଲକାନଗିରି ଜିଲାର ୨୧୨୦ ହେକ୍ଟର ଜମି ସହ ବହୁ ଗ୍ରାମ ଜଳାର୍ଣ୍ଣବ ହୋଇଯିବା ଆଶଙ୍କା ରହିଛି । ମାଲକାନଗିରି ଜିଲ୍ଲାରେ ରହୁଥିବା ବହୁ ଆଦିମ ଅଧିବାସୀ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ।

ପୂର୍ବରୁ ବହୁ ସଂଗଠନ ଏହି ପ୍ରକଳ୍ପକୁ ବିରୋଧ କରି ଦାବି, ବିକ୍ଷୋଭ କରିଥିବାବେଳେ ଉଭୟ ଓଡିଶା ଓ ଛତିଶଗଡ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ବିରୋଧରେ ମାମଲା ଦାଏର କରାଯାଇଛି । ଗତ ମାର୍ଚ୍ଚ ୨୦୧୨ରେ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇ ନାହିଁ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟନ୍ତୀ ନଟରାଜନ କହିଥିଲେ ।

ଏହି ସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରବି ନାରାୟଣ ନନ୍ଦ,ଜୟରାମ ପାଙ୍ଗୀଙ୍କ ସମେତ ଅଭିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବିଜେଡି ନେତାମାନେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୋଲାଭରମ ପ୍ରକଳ୍ପ, ବିଜୁ ଜନତା ଦଳ, ମାଲକାନଗିରି ଜିଲା, ସୁପ୍ରିମକୋର୍ଟ

ପୋଲାଭରମ୍: ଆନ୍ଧ୍ର ଠାରୁ ସ୍ପଷ୍ଟିକରଣ ଲୋଡ଼ିଲେ ଓଡ଼ିଶା ସରକାର

August 13, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୩(ଓଡ଼ିଶା ଡ଼ଟ୍ କମ୍) ପୋଲାଭରମ୍ ପ୍ରକଳ୍ପ ସଂପର୍କରେ ରାଜ୍ୟ ଜଳସଂପଦ ବିଭାଗ ଆନ୍ଧ୍ର ପ୍ରଦେଶ ସରକାରଙ୍କଠାରୁ କେତେକ ପ୍ରସଙ୍ଗ ଉପରେ ସ୍ପଷ୍ଟିକରଣ ଲୋଡ଼ିଛି ।

ଏହାର ଉତ୍ତର ମିଳିବା ପରେ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା ହେବକି ନାହିଁ ସ୍ଥିର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପୋଲାଭରମ ପ୍ରକଳ୍ପ ନିଶ୍ଚୟ ହେବ ବୋଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିବା ପରେ ପ୍ରକଳ୍ପକୁ ନେଇ ବିବାଦ ଦେଖାଦେଇଛି ।

ପୋଲାଭରମ୍ ମାମଲା ସୁପ୍ରିମକୋର୍ଟଙ୍କ ବିଚାରଧିନ ରହିଛି ଓ ଓଡ଼ିଶା ସରକାର ଏ ସଂପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଠାରୁ କେତେକ ସ୍ପଷ୍ଟିକରଣ ଲୋଡିଛନ୍ତି ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ପୋଲାଭରମ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଗତମାସ ୨୬ ତାରିଖରେ ଆନ୍ଧ୍ର ପ୍ରଦେଶର ମୁଖ୍ୟ ଯନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଏକ ଚିଠି ଲେଖିଥିଲେ । ତେଣୁ ଓଡ଼ିଶା ଜଳ ସଂପଦ ବିଭାଗ ଏ ସଂପର୍କରେ ଆନ୍ଧ୍ର ସରକାରଙ୍କୁ ଏକ ଚିଠି ଲେଖି କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ଜାଣିବାକୁ ଚାହିଁଛନ୍ତି ବୋଲି ବିଭାଗୀୟ ସଚିବ କହିଛନ୍ତି ।

ତେବେ ପୋଲାଭରମ ବିବାଦ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଜରିଆରେ ବିଚାର କରିବାକୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ପୂର୍ବରୁ ବଂଶଧାରା ମାମଲାରେ ସୁପ୍ରିମ କୋର୍ଟ ହୃୟଙ୍ଗମ କରି ଏକ ଟ୍ରିବ୍ୟୁନାଲ ଗଠନ ପାଇଁ ନିଦେ୍ର୍ଧଶ ଦେଇଥିଲେ ।

ସେହିପରି ପୋଲାଭରମ୍ ବିବା ମଧ୍ୟ ଏକ ଟ୍ରିବ୍ୟୁନାଲରେ ବିଚାର ହେବା ଆବଶ୍ୟକ ବୋଲି ସରକାର ଦର୍ଶାଇଛନ୍ତି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆନ୍ଧ୍ର ସରକାର, ଓଡ଼ିଶା ସରକାର, ପୋଲାଭରମ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସୁପ୍ରିମକୋର୍ଟ

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନିଜସ୍ୱ ଗୃହ ଉ୍ଘାଟିତ

August 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) କଟକ ମର୍କତନଗର ନିକଟସ୍ଥ ବ୍ରଜବିହାରୀପୁର କାଠଯୋଡ଼ି କ୍ୟାମ୍ପସ୍ ରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ନିଜସ୍ୱ ଗୃହ ଶନିବାର ଉ୍ଘାଟିତ ହୋଇଛି ।

ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଶୋକ କୁମାର ଗାଙ୍ଗୁଲି, ସୁପ୍ରିମକୋର୍ଟ ବିଚାରପତି ଅନଙ୍ଗ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସୁପ୍ରିମକୋର୍ଟର ବିଚାରପତି ଅଲତମାସ୍ କବୀର ଏହାକୁ ଉ୍ଘାଟନ କରିଛନ୍ତି ।

ଏହି ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ଭବିଷ୍ୟତରେ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବି୍ୟାଳୟ ଭାବେ ତା’ର ସୁନାମ ବଜାୟ ରଖିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉକ୍ତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରମାନେ ଜନସାଧାରଣଙ୍କୁ ଆଇନ୍ ସଚେତନତା ସୃଷ୍ଟି କରିବା ଦିଗରେ ଆଗେଇ ଆସିବା ସହ ଗରିବ ଲୋକଙ୍କୁ ଆଇନ୍ ସହାୟତା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଦେଶର ଏକ ଆଦର୍ଶ ବିଶ୍ୱବିଦ୍ୟାଳୟ ଭାବେ ଏହି ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ପରିଚିତ ହୋଇପାରିବ ବୋଲି କବୀର ତାଙ୍କ ଉ୍ବୋଧନରେ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଇନ ବିଶ୍ୱବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟ

ମାମଲା ପରିଚାଳନାରେ ଅବ୍ୟବସ୍ଥା, ସୁପ୍ରିମକୋର୍ଟଙ୍କ ଭର୍ସନା

July 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧(ଓଡ଼ିଶା ଡ଼ଟ୍ କମ୍) ମାମଲା ପରିଚାଳନାରେ ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ରାଜ୍ୟ ଆଇନ ସଚିବଙ୍କ ଆନ୍ତରିକତା ପ୍ରତି ସନ୍ଦେହ ପ୍ରକାଶ କରି ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ସେ ଜଣେ ଯୋଗ୍ୟ ବ୍ୟକ୍ତି ନୁହନ୍ତି ବୋଲି କହିଛନ୍ତି ।

ଭବିଷ୍ୟତରେ କୋର୍ଟ ମାମଲା ପରିଚାଳନାରେ ଯେପରି କୌଣସି ଅବ୍ୟବସ୍ଥା ଦେଖାନଯିବ, ସେଥିପ୍ରତି ଆବଶ୍ୟକ ଧ୍ୟାନ ଦେବାକୁ କୋର୍ଟ ରାଜ୍ୟ ଆଇନ ସଚିବଙ୍କୁ କହିଛନ୍ତି ।

ମାମଲା ବାବଦକୁ ବରିଷ୍ଠ ଓକିଲଙ୍କ ଫି’ ଆଇନ ସଚିବଙ୍କ ଦରମାରୁ କାହିଁକି ଦିଆନଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ମଙ୍ଗଳବାର ମେସ୍କୋ ଷ୍ଟିଲ୍ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଟି.ଏସ୍. ଠାକୁର ଓ ବିଚାରପତି ଜ୍ଞାନସୁଧା ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରାଜ୍ୟ ଆଇନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିଥିଲେ ।

ମାମଲାର ଶୁଣାଣି ଆରମ୍ଭ ହେବା ମାତ୍ରେ ସୁପ୍ରିମକୋର୍ଟର ମାମଲା ଗୁଡ଼ିକରେ କାହିଁକି ରାଜ୍ୟ ସରକାରଙ୍କ ଓକିଲ ଅନୁପସ୍ଥିତ ରହୁଛନ୍ତି ବୋଲି ଅଦାଲତ କ୍ଷୁବ୍ଧ ହେବା ସହ ଏହାର କାରଣ ଜାଣିବାକୁ ଚାହିଁଥିଲେ ।

ସୁପ୍ରିମକୋର୍ଟରେ କିଭଳି ମାମଲା ପରିଚାଳନା କରିବାକୁ ପଡ଼େ ସେନେଇ ରାଜ୍ୟ ଆଇନ ସଚିବ ଅନଭିଜ୍ଞ । ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏଭଳି ଅବ୍ୟବସ୍ଥା ଜାରି ରହିଥିବା ବେଳେ ତଳକୋର୍ଟର ସ୍ଥିତି ନେଇ କୋର୍ଟ ଆଶଙ୍କା ପ୍ରକାଶ କରିଛନ୍ତି । ଆବଶ୍ୟକ ପଡ଼ିଲେ ଆଇନ ସଚିବଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି ।

ପୂର୍ବରୁ କାର୍ଯ୍ୟରତ ଷ୍ଟାଣ୍ଡିଂ କାଉନ୍ସେଲ୍ ଫାଇଲ୍ ଫେରାଇ ନଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି ବୋଲି ରାଜ୍ୟ ଆଇନ ସଚିବଙ୍କ ପକ୍ଷରୁ ବରିଷ୍ଠ ଓକିଲ ପି.ପି. ରାଓ ପକ୍ଷ ରଖିଥିବା ବେଳେ ରାଜ୍ୟ ସରକାରଙ୍କ ଓକିଲ ସିଧାସଳଖ ପୂର୍ବତନ ଷ୍ଟାଣ୍ଡିଂ କାଉନ୍ସେଲ୍ଙ୍କ ଠାରୁ ଫାଇଲ୍ ସଂଗ୍ରହ କରିପାରିଥାନ୍ତେ ବୋଲି ଖଣ୍ଡପୀଠ କହିଥିଲେ ।

ଏଭଳି ବ୍ୟବସ୍ଥା ଜାରି ରହିଲେ ମାମଲାର ପରବର୍ତୀ ଓକିଲ ନିଯୁକ୍ତିରେଦୁଇବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ, ତେଣୁ ଅଦାଲତର ସମୟ ନଷ୍ଟନକରି କିପରି ମାମଲାର ଶୁଣାଣି ଠିକ୍ ସମୟରେ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଆଇନ ସଚିବଙ୍କୁ କୋର୍ଟ ତାଗିଦ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରାଜ୍ୟ ସରକାର, ସୁପ୍ରିମକୋର୍ଟ

କିଟ୍ ଆଇନ ସ୍କୁଲରେ ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବକ୍ତୃତା

July 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୮(ଓଡ଼ିଶା ଡ଼ଟ୍ କମ୍) କିଟ୍ ଆଇନ ସ୍କୁଲ ପକ୍ଷରୁ ଶନିବାର ଆୟୋଜିତ “ସୋସିଆଲ ଜଷ୍ଟିସ୍, ଜୁଡସିଆଲ୍ ଆକ୍ଟିଭିଜମ୍ ଆଣ୍ଡ ରୋଲ୍ ଅଫ୍ ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ’ ଶୀର୍ଷକ ବକ୍ତୃତା ସଭାରେ ସୁପି୍ରମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ସୁପ୍ରିମକୋର୍ଟର ଭୂମିକା ସଂପର୍କରେ ବକ୍ତବ୍ୟ ରଖିଛନ୍ତି ।

କୋର୍ଟ ନିଷ୍ପତି ସାମାଜିକ ଅଧିକାର ଉପରେ ପର୍ଯ୍ୟବେଶିତ ହୋଇଥାଏ ଏବଂ ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷାଗତ ମୌଳିକ ଅଧିକାର ବା ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାମାଜିକ ନ୍ୟାୟିକ ବ୍ୟବସ୍ଥା ପ୍ରକ୍ରିୟାକୁ କୋର୍ଟ ତ୍ୱରାନ୍ୱିତ କରିଥାଏ ବୋଲି ସେ କହିଛନ୍ତି ।

ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଡ. ବି.ଆର ଆମ୍ବେଦକର ପ୍ରମୁଖଙ୍କ ଉକ୍ତିକୁ ଆଧାର କରି ସାଧାରଣ ବଣ୍ଟନ ବ୍ୟବସ୍ଥା, ସ୍ୱାସ୍ଥ୍ୟଗତ ଅଧିକାର, ଲିଙ୍ଗଗତ ନ୍ୟାୟ ଓ ମଧ୍ୟାହ୍ନ ଭୋଜନ ଭଳି ବ୍ୟବସ୍ଥାରେ ସାମାଜିକ ନ୍ୟାୟର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଛନ୍ତି ।

ସାମାଜିକ ନ୍ୟାୟ ବ୍ୟବସ୍ଥା ସଂକୀର୍ଣ୍ଣ ବା ପକ୍ଷପାତ କରେ ନାହିଁ କିମ୍ବା ଏହା ଔଦ୍ୟୋଗିକ ନ୍ୟାୟ ଅଧିକାରରେ ସୀମିତ ନୁହେଁ । ଏହା ମୌଳିକ ଆଦର୍ଶ ଓ ଅର୍ଥନୈତିକ ସମାନତା ଉପରେ ପର୍ଯ୍ୟବେଶିତ ହୋଇଥାଏ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର Tagged With: ଔଦ୍ୟୋଗିକ ନ୍ୟାୟ, ସୁପ୍ରିମକୋର୍ଟ

ମାଓବାଦୀଙ୍କୁ ଖଲାସ ନେଇ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

April 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଅପ୍ରେଲ ୧୯(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକ ଝିନ୍ନ ହିକ୍କାଙ୍କ ମୁକ୍ତି ବଦଳରେ ସରକାର ମାଓବାଦୀଙ୍କୁ ଜେଲ୍ ରୁ ଖଲାସ କରିବା ଘଟଣାରେ ଜବାବ ଦାଖଲ ପାଇଁ ଗୁରୁବାର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅବସରପ୍ରାପ୍ତ ସେନାଧିକାରୀ ମେଜର ଜେନେରାଲ ଗଙ୍ଗୁରୀପ୍ ସିଂ ବକ୍ସିଙ୍କ ଦ୍ୱାରାଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଛନ୍ତି ।

ବିଧାୟକଙ୍କ ମୁକ୍ତି ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ କୋର୍ଟ କହିଛନ୍ତି ।

ସରକାରଙ୍କ ଏଭଳି ପଦକ୍ଷେପକୁ ଦୃଢ଼ ବିରୋଧ କରି ବକ୍ସି ବୁଧବାର କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ମାଓବାଦୀଙ୍କୁ ଖଲାସ ଦ୍ୱାରାସୁରକ୍ଷା ବାହୀନୀର ମନୋବଳ ଉପରେ ପ୍ରଭାବ ପଡ଼ିବ । ସେମାନେ ତାଙ୍କର ଜୀବନକୁ ବାଜି ଲଗାଇ ମାଓବାଦୀ ମାନଙ୍କୁ ଧରିଛନ୍ତି ବୋଲି ସେ ଏଥିରେ ଦର୍ଶାଇଥିଲେ ।

ପୂର୍ବରୁ ମାଓବାଦୀମାନେ ୩୦ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଆସୁଥିବା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ୨୯ ଜଣଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।

ତେବେ ୨୭ ଜଣଙ୍କ ଖଲାସ ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ବୁଧବାର ୧୩ ଜଣଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷ ବୟସ୍କ ବିଧାୟକ ଝିନ୍ନ ହିକକାଙ୍କୁ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଅପହରଣ କରିନେଇଥିଲା ।

ତେବେ ବନ୍ଦୀଙ୍କ ଜାମିନ ପ୍ରକ୍ରିୟା ନେଇ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିନାହାନ୍ତି । ବନ୍ଦୀଙ୍କ ମୁକ୍ତି ପ୍ରକ୍ରିୟାରେ ସରକାର ସହଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ଝିନ୍ନ ହିକକା, ବିଧାୟକ, ମାଓବାଦୀ, ମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟ

ମିଲି ପଣ୍ଡା ଗିରଫ ମାମଲାରେ ସରକାରଙ୍କୁ ନୋଟିସ୍

March 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ମାର୍ଚ୍ଚ ୨୩(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ମିଲି ପଣ୍ଡାଙ୍କ ଗିରଫ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଓଡ଼ିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା ସତ୍ୱେ ପୋଲିସ ବେଆଇନ ଭାବେ ଅଟକରଖିଥିବାରୁ କ୍ଷତିପୂରଣ ଦେବାକୁ ମିଲି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ ପିଟିସନ୍ ଦାଖଲ କରିଥିଲେ ।

ଏହାର ଶୁଣାଣି କରି ଦୁଇ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଠ ସପ୍ତାହ ମଧ୍ୟରେ ଜବାବ୍ ଦାଖଲକରିବାକୁ ନୋଟିସ ଜାରି କରିଛନ୍ତି । ଗତ ୨୦୧୦ ଜାନୁୟାରୀ ୧୪ରେ ଭୁବନେଶ୍ୱର ନିକଟସ୍ଥ ଏକଗ୍ରାମରୁ ପୋଲିସ ମିଲିଙ୍କୁ ଗିରଫ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ସୁପ୍ରିମକୋର୍ଟ

ସମବାୟ ପରିଚାଳନା: ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ

January 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଜାନୁୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ସମବାୟ ସଂସ୍ଥା ତଥା ବ୍ୟାଙ୍କ ପରିଚାଳନା ନେଇ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି ।

କଟକ ସମବାୟ ବ୍ୟାଙ୍କ ସହ ୨୪ଟି ସମବାୟ ସଂସ୍ଥାରେ ଥିବା ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ପରିଷଦକୁ ହାଇକୋର୍ଟ ନିକଟରେ ଅସିଦ୍ଧ ଘୋଷଣା କରିଥିଲେ ।

ମନୋନୀତ ପରିଷଦକୁ ହଟାଇ ନିର୍ବାଚିତ ପ୍ରତିନିଧି ଏହାର ଦାୟୀତ୍ୱ ତୁଲାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଛଅ ମାସ ମଧ୍ୟରେ ସମବାୟ ସଂସ୍ଥା ଗୁଡ଼ିକରେ ନିର୍ବାଚନ କରିବାକୁ କହିଥିଲେ ।

ତେବେ ଏହି ରାୟକୁ ଚ୍ୟାଲେଞ୍ଜ କରି କଟକ ସମବାୟ ବ୍ୟାଙ୍କ ଏବଂ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ
ଦ୍ଵାରସ୍ଥ ହୋଇଥିଲେ ।

ଏହି ସ୍ଥଗିତାଦେଶ ଫଳରେ ପୂର୍ବଭଳି ସରକାରଙ୍କ ଦ୍ୱାରା ମନୋନୀତ ପରିଷଦ ସମବାୟ ସଂସ୍ଥା ଗୁଡ଼ିକର କାର୍ଯ୍ୟ ତୁଲାଇବେ ବୋଲି ଜଣେ ଆଇନଜୀବୀ କହିଛନ୍ତି

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ସମବାୟ ସଂସ୍ଥା, ସୁପ୍ରିମକୋର୍ଟ, ହାଇକୋର୍ଟ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ