• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସୁବର୍ଣ୍ଣ ଜୟନ୍ତୀ

୨୫ରୁ ଭୁବନେଶ୍ୱରରେ ଅତିଥି ଦେବୋ ଭବଃ

September 23, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୨୩ (ଓଡିଶା ଡଟ କମ) ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଫ୍ଏଚ୍ଆର୍ଏଆଇ)ର ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହ ଅତିଥିଦେବୋ ଭବଃ ଭୁବନେଶ୍ୱରସ୍ଥିତ ମେଫେୟାର୍ ଲାଗୁନ୍ ଏବଂ କନ୍ଭେନ୍ସନଠାରେ ଚଳିତ ମାସ ୨୫, ୨୬ ଏବଂ ୨୭ ତାରିଖ ଦିନ ଆୟୋଜିତ ହେବ।

atithiଭାରତର ହସ୍ପିଟାଲିଟି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସର୍ବବୃହତ କାର୍ଯ୍ୟକ୍ରମ ଭାବେ ବିବେଚନା କରାଯାଉଥିବା ଏହି ଭବ୍ୟ ସମ୍ମିଳନୀ ବେଦ ନିସୃତ ସଂସ୍କୃତ ବାଣୀ “ଅତିଥିଦେବା ଭବଃ”- ଅର୍ଥାତ୍ ଅତିଥି ହିଁ ଇଶ୍ୱର ସଦୃଶ, ଶୀର୍ଷକ ବିଷୟ ବସ୍ତୁ ଆଧାରରେ ପର୍ଯ୍ୟବେସିତ । ଏହି ସମ୍ମିଳନୀ ନିମନ୍ତେ ଓଡିଶା ପର୍ଯ୍ୟଟନ ବିଭାଗ ଏଫ୍ଏଚ୍ଆର୍ଏଆଇ ସହିତ ସହଯୋଗୀ ଭାବରେ ସାମିଲ ହୋଇଛି ।

ଏଫ୍ଏଚ୍ଆର୍ଏଆଇ ହେଉଛି ଭାରତୀୟ ହସ୍ପିଟାଲିଟି ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ୪ଟି ଆଞ୍ଚଳିକ ସଂଗଠନର ସର୍ବୋଚ୍ଚ ସଂସ୍ଥା । ଏହି ସମ୍ଭ୍ରାନ୍ତ ଏବଂ ଭବ୍ୟ ସମ୍ମିଳନୀରେ ଭାରତର ପର୍ଯ୍ୟଟନ ଏବଂ ହସ୍ପିଟାଲିଟି କ୍ଷେତ୍ରର ପ୍ରସିଦ୍ଧିଲାଭ ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ଅଗ୍ରଣୀ ହୋଟେଲ୍ ବ୍ୟବସାୟୀ ଏବଂ ହୋଟେଲ ଶିଳ୍ପ ସହିତ ଜଡିତ ନିବେଶକମାନଙ୍କର ୮୦୦ରୁ ଉଦ୍ଧ୍ୱର୍ ପ୍ରତିନିଧ ଯୋଗଦେବେ ।

ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଓଡିଶାର ୩ଊ ମାନଚିତ୍ର ଲୋକାର୍ପଣ ସହିତ ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଫ୍ଏଚ୍ଆର୍ଏଆଇ)ର ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହର ଶୁଭାରମ୍ଭ କରାଯିବ । ଓଡିଶାର ଏହି ୩ଊ ମାନଚିତ୍ରକୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିବେ ।

ସୁବର୍ଣ୍ଣ ଜୟନ୍ତୀ ସମୋରାହ ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବୈଷୟିକ ଅଧିବେଶନ “ଅତିଥିଦେବା ଭବଃ – ପରମ୍ପରା ବଜାୟ ରହିଛି”କୁ ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ଉଦ୍ଘାଟନ କରିବେ । ଏହି ବୈଷୟିକ ଅଧିବେଶନ ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହର ଉଦ୍ଘାଟନୀ ଦିବସରେ ଅନୁଷ୍ଠିତ ହେବ ।

ପ୍ରଥମ ଦିବସର ଦ୍ୱିତୀୟ ଅଧିବେଶନରେ ‘ଭାରତୀୟ ହସ୍ପିଟାଲିଟି କ୍ଷେତ୍ରରେ ଟ୍ୟାକ୍ସ ସମ୍ବନ୍ଧୀୟ ବିଭିନ୍ନ ବିଷୟକୁ ନେଇ ଥିବା ଆହ୍ୱାନ ଏବଂ ଏହାର ସମାଧାନ’ ଶୀର୍ଷକ ଏକ ମହତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ତ୍ରିଦିବସୀୟ ସମାରୋହକୁ ଶୁକ୍ରବାର ଅପରାହ୍ନରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ମହେଶ୍ ଶର୍ମା, ରାଜ୍ୟ ଶିଳ୍ପ, ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ, କର୍ଣ୍ଣାଟକ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଆର୍ ଭି ଦେଶ୍ପାଣ୍ଡେ ପ୍ରମୁଖ ଉପସ୍ଥିତ ରହିବେ ।

ଏହି ସମାରୋହର ମୁଖ୍ୟ ପୃଷ୍ଠପୋଷକ ତଥା ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଏହି ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ରହିବେ ।

ଏହି ଅବସରରେ ଓଡିଶାର ପ୍ରସିଦ୍ଧ ହସ୍ତଶିଳ୍ପ ଉତ୍ପାଦ ଗୁଡିକର ଏକ ପ୍ରଦର୍ଶନୀ “ପିପିଲି ବଜାର”କୁ ମୁଖ୍ୟଅତିଥି ଉଦଘାଟନ କରିବେ । ସମାରୋହର ଦ୍ୱିତୀୟ ଦିବସରେ “ଓଡିଶା ପର୍ଯ୍ୟଟନ- ଅସିମୀତ ସୁଯୋଗ”, “ହସ୍ପିଟାଲିଟି କ୍ଷେତ୍ରରେ ଦକ୍ଷତା ବିକାଶ”, ଶୀର୍ଷରୁ ସ୍ୱର, “ହୋଟେଲ ଡିଜାଇନ୍ – ଫ୍ୟୁଚରିଷ୍ଟିକ ହୋଟେଲ୍ସ” ସମ୍ବନ୍ଧୀୟ ବୈଷୟିକ ଅଧିବେସନମାନ ଅନୁଷ୍ଠିତ ହେବ ।

କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ରାଜିଭ ପ୍ରତାପ ରୁଡ୍ଡି ଦକ୍ଷତା ବିକାଶ ଉପରେ ଆଧାରିତ ବୈଷୟିକ ଅଧିବେସନରେ ମୁଖ୍ୟବକ୍ତା ଭାବେ ଯୋଗଦେବେ । ଏହି ଅବସରରେ ଓଡିଶାର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ଲେକାନୃତ୍ୟ ଏବଂ ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ କରାଯିବ ।

ଓଡିଶା ପର୍ଯ୍ୟଟନ ବିଭାଗ ତରଫରୁ ନିବେଶକମାନଙ୍କ ସମ୍ମୁଖରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଉତ୍ତମ ଅତିଥି ସେବା ଯୋଗାଇଦେବାରେ ଓଡିଶାର କ୍ଷମତାକୁ ତଥା ଏହି କ୍ଷେତ୍ରରେ ଏଠାରେ ପୁଞ୍ଜିନିବେଶ କରିବାରେ ରହିଥିବା ସୁଯୋଗ ସମ୍ବନ୍ଧରେ ସୂଚନା ଦେବା  ନିମନ୍ତେ ଏକ ବିଶେଷ ଉପସ୍ଥାପନା ପ୍ରଦର୍ଶିତ ହେବ ।

ଯେହେତୁ ଏହି ବିଶେଷ ସମ୍ମିଳନୀରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଏହି ଶିଳ୍ପ ସହିତ ଜଡିତ ଅନେକ ଅଗ୍ରଣୀ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ, ତେଣୁ ଓଡିଶା ପର୍ଯ୍ୟଟନ ବିଭାଗ ତରଫରୁ ଏହି ବିଶେଷ ଉପସ୍ଥାପନା ରାଜ୍ୟରେ ପୁଞ୍ଜିନିବେଶ ନିମନ୍ତେ ସୁଯୋଗ ସୃଷ୍ଟି କରିବ । ଓଡିଶାରେ ରହିଥିବା ନିବେଶର ସୁଯୋଗ ଆଧାରିତ ଏକ ଅଧିବେଶନକୁ ଇପିକଲ୍ର ସିଏମ୍ଡି ସମ୍ବୋଧନ କରିବେ ।

ସମ୍ମିଳନୀ ଆୟୋଜନ କମିଟିର ଅଧ୍ୟକ୍ଷ ଶ୍ରୀ ଦିଲୀପ ରାୟ ଏହି ସମ୍ମିଳନୀ ଓଡିଶାର ଉଚ୍ଚ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରାଜ୍ୟର ଅପୂର୍ବ ଶୋଭାରାଜି ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ବିଶିଷ୍ଟ ହୋଟେଲ ବ୍ୟବସାୟୀ ତଥା ନିବେଶକମାନଙ୍କୁ ଆକୃଷ୍ଟ କରିବା ସହିତ ରାଜ୍ୟରେ ନିବେଶ ନିମନ୍ତେ ସହାୟକ ହେବ ସହ ରାଜ୍ୟର ହୋଟେଲ ଶିଳ୍ପକୁ ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ସହିତ ନିବେଶର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ Tagged With: ଏଫ୍ଏଚ୍ଆର୍ଏଆଇ, ସୁବର୍ଣ୍ଣ ଜୟନ୍ତୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ