• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସୂଚନା ଅଧିକାର

୨୦୧୨ ଚନ୍ଦନେଶ୍ୱର ଲାଠିମାଡ ତଦନ୍ତ ରିପୋର୍ଟ, କିଏ ଠିକ ?

May 4, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୪ (ଓଡିଶା ଡଟ କମ) ୨୦୧୨ ରେ ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱରରେ ଅନୁଷ୍ଠିତ ଚଡକ ଯାତ୍ରାରେ ଭକ୍ତ ଓ କିଛି ସାମ୍ବାଦିକଙ୍କ ଉପରେ ଲାଠିମାଡ ହୋଇଥିବା ଅଭିଯୋଗର ତଦନ୍ତକରି କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଓ ଜିଲ୍ଲା ପୁଲିସ୍ ଏସପି ଦେଇଥିବା ରିପୋର୍ଟରେ ତାଳମେଳ ରହୁନଥିବାରୁ ଘଟଣାରେ ପୀଡିତଙ୍କୁ ଯେ ନ୍ୟାୟ ମିଳିବ ତାହାଉପରେ ସନ୍ଦେହ ସ୍ତୃଷ୍ଟି ହୋଇଛି ।

ଜାତୀୟ ମାନବାଧିକାର କମିସନ(ଏନଏଚଆରସି)ଙ୍କ ନିକଟରେ ଉଭୟ ଦାଖଲ କରିଥିବା ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।

ଉକ୍ତ ବର୍ଷ ଅପ୍ରେଲ ୧୨ ତାରିଖରେ ଚଡକଯାତ୍ରା ବେଳେ ପୋଲିସ୍ ଆଖିବୁଜା ଲାଠିମାଡ କରିଥିବା ଅଭିଯୋଗ ହୋଇଥିଲା । ନିରୀହ ଭକ୍ତମାନଙ୍କୁ ପୋଲିସ୍ ଗୋଡାଇ ଗୋଡାଇ ପିଟି ଥିବା ବେଳେ ସେଠାରେ କର୍ତ୍ତବ୍ୟରତ କେତେକ ସାମ୍ବାଦିକ ଏଥିରୁ ବାଦ୍ ପଡିନଥିଲେ । ଛଅ ଜଣ ସାମ୍ବାଦିକଙ୍କ ସମେତ ବହୁ ଲୋକ ପୁଲିସ୍ ଲାଠିମାଡରେ ଆହତ ହୋଇଥିବା ଅଭିଯୋଗ ହୋଇଥିଲା ।

ଏହି ଘଟଣାର ସ୍ଥାନୀୟ ପୁଲିସ ଓ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ତଦନ୍ତ କରିଥିଲେ । ଏ ସମ୍ପର୍କରେ ମାନବାଧିକାର କର୍ମୀ ଅଖଣ୍ଡ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଏକ ପିଟିସନ ଦାୟର କରିଥିଲେ । ମାନ୍ୟବର କମିସନ ଏହି ଘଟଣାର ବିଚାର କରି ରାଜ୍ୟ ପୋଲିସ୍ ଡି.ଜି.ଙ୍କୁ ଚାରିସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନୋଟିସ୍ ଜାରି କରିଥିଲେ ।

କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ବାଲେଶ୍ୱର ଏସପି ପୁଲିସ୍ ରିପୋର୍ଟ ଓ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆରଡିସି ତଦନ୍ତ ରିପୋର୍ଟକୁ ଏନଏଚଆରସିରେ ଦାଖଲ କରିଛନ୍ତି । ଘଟଣାର ତିନି ବର୍ଷ ପରେ ମଧ୍ୟ ଏହି ଦୁଇ ଅଧିକାରୀଙ୍କ କମିଶନଙ୍କ ନିକଟରେ ଦାଖଲ କରୁଥିବା ରିପୋର୍ଟରେ ସାମଂଜସ୍ୟ ନଥିବା ଜଣାପଡିଥିବା ଅଖଣ୍ଡ ଓଡିଶା ଡଟ କମ କୁ କହିଛନ୍ତି ।

ଆରଡିସିଙ୍କ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟରେ ଘଟଣାରେ ପୁଲିସର କେତେକ ତ୍ରୁଟି ଥିବା ସ୍ୱୀକାର କରାଯାଇଥିବା ବେଳେ ତଦନ୍ତକାରୀ ଅଫିସରଙ୍କ ଅନୁସନ୍ଧାନକୁ ଆଧାର କରି ରାଜ୍ୟ ଗୃହ ବିଭାଗ ଦେଇଥିବା ରିପୋର୍ଟରେ ଏହାକୁ ଖଣ୍ଡନ କରାଯାଇଛି । ତାହେଲେ ଆରଡିସିଙ୍କ ରିପୋର୍ଟ ସତ, ନାଁ ପୁଲିସ୍ ମିଛ କହୁଛି ? ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ସେ କହିଛନ୍ତି ।

ଆରଡିସି ତାଙ୍କ ରିପୋର୍ଟରେ ପୁଲିସ୍ ବନ୍ଦୋବସ୍ତରେ କୌଣସି ସ୍ଥଳରେ ତ୍ରୁଟି ଥିବା ଜାଣିବାକୁ ପାଇବା ସହ କିଛି ପୁଲିସ୍ ଅଧିକାରୀ ନିଜ ଡ୍ରେସ୍ ବଦଳାଇ ଭିଡ ଭିତରୁ ଜୀବନ ନେଇ ଚାଲି ଯାଇଥିଲେ ବୋଲି ଦର୍ଶାଇଥିଲେ । କିନ୍ତୁ ତଦନ୍ତକାରୀ ଅଫିସର ଏଭଳି କିଛି ପାଇନଥିବା କହିଛନ୍ତି ।

ଦ୍ୱିତୀୟରେ ଆରଡିସି ତାଙ୍କ ରିପୋର୍ଟରେ କହିଥିଲେ – “ଦୁର୍ଭାଗ୍ୟଜନକ ଭାବେ କିଛି ସାମ୍ବାଦିକଙ୍କୁ ପୁଲିସ୍ ବାହାନୀ ଆକ୍ରମଣ କରିଥିଲା”କିନ୍ତୁ ତଦନ୍ତକାରୀ ଅଧିକାରୀ ଏ କଥାକୁ ଅସ୍ୱୀକାର ନ କରି କହିଛନ୍ତି ଯେ, ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ପାସ୍ ଥିଲା ।

ଆରଡିସି ରିପୋର୍ଟରେ କୁହାଯାଇଛି – “ଗଣ୍ଡଗୋଳକୁ ପ୍ରଥମେ ସମାଧାନ କରିବାକୁ ଆସିଥିବା ବାଲେଶ୍ୱରର ଜଣେ ପୂର୍ବତନ ସାଂସଦ ଭକ୍ତମାନଙ୍କୁ କହିଥିଲେ ଯେ ଦୋଷୀ ପୁଲିସ୍ ଅଧିକାରୀଙ୍କୁ ଚିହ୍ନଟ କରି ଧରିବାକୁ କହିବା ପରେ ପରିସ୍ଥିତି ବିଗିଡି ଯାଇଥିଲା ।

ତିନିକୋଣିଆ ଛକରେ କେତେକ ଭକ୍ତ ପୁଲିସକୁ ଆକ୍ରମଣ କରିବାକୁ ପ୍ରୋତ୍ସାହନ ପାଇଥିଲେ କିନ୍ତୁ ଏହାକୁ ନେଇ ତଦନ୍ତକାରୀ ଅଫିସର ସଂପୃକ୍ତ ସାଂସଦଙ୍କ ବିରୋଧରେ କିଛି ତଥ୍ୟ ପାଇନାହାନ୍ତି କିମ୍ବା କାର୍ଯାନୁଷ୍ଠାନ କରିବାକୁ ସୁପାରିଶ କରିନଥିବା ଗୃହ ବିଭାଗ ମାନବାଧିକାର କମିଶନଙ୍କୁ ଜଣାଇଛନ୍ତି ।

ଜଣେ ରିକ୍ସା ଚାଳକ ପରେଶ ଜେନା ଏହି ଘଟଣାରେ ଗୁରୁତର ଆହତ ହୋଇ ଅକର୍ମଣ୍ୟ ହୋଇଥିଲେ । ସ୍ତ୍ରୀ, ତିନିଟି ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ବହୁ କଷ୍ଟରେ ସେ ଜୀବନ ବିତାଉଛନ୍ତି ବୋଲି ଆରଡିସି ତାଙ୍କ ରିପୋର୍ଟରେ କହିଥିଲେ ।

କିନ୍ତୁ ସରକାର ମାତ୍ର ୩୦ ହଜାର ଟଙ୍କା ଦେଇ ତାଙ୍କ କାମ ସାରିଛନ୍ତି ବୋଲି ଗୃହ ବିଭାଗ ଏନଏଚଆରସିଙ୍କୁ ଜଣାଇଛି । ଆବେଦନକାରୀ ଅଖଣ୍ଡ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆରଡିସିଙ୍କ ରିପୋର୍ଟକୁ ମାନିବାକୁ ପୁଲିସ୍ ନାରାଜ୍ ।

ଆରଡିସିଙ୍କ ସୁପାରିଶକୁ କାର୍ଯ୍ୟ କରିବାକୁ ତଳିଆ ତଦନ୍ତକାରୀ ଅଫିସରମାନେ ଇଛୁକ ନୁହନ୍ତି । ପୁଣି ଗୃହ ବିଭାଗ ମଧ୍ୟ ତଦନ୍ତକାରୀ ଅଫିସରଙ୍କ ରିପୋର୍ଟକୁ ନେଇ ଆରଡିସିଙ୍କ ରିପୋର୍ଟକୁ ମିଛ ପ୍ରମାଣିତ କରିବାକୁ ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଏହା ଦ୍ୱାରା ଆରଡିସି ତଦନ୍ତ ଏକ ପ୍ରହସନରେ ପରିଣତ ହେବ ବୋଲି ସେ ଅଭିଯୋଗ କରିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ବିଶେଷ ଖବର, ମାନବାଧିକାର Tagged With: ଅଖଣ୍ଡ, ମାନବାଧିକାର, ସୂଚନା ଅଧିକାର

“ଧାରା ୪” ସୂଚନା ଅଧିକାର ଆଇନର ଆତ୍ମା: ସୂଚନା କମିଶନର

January 9, 2012 by ଓଡିଶା ଡଟ କମ Leave a Comment

ଖୁଟୁରାମ ସୁନାନୀ

ନୂଆପଡ଼ା, ଜାନୁୟାରୀ ୯(ଓଡ଼ିଶା ଡ଼ଟ୍ କମ୍ )ସୂଚନା ଅଧିକାର ଆଇନ-୨୦୦୫ ର ଅଧ୍ୟାୟ ୨ ସ୍ଥିତ ଧାରା ୪(୧) (ଖ) ଆଇନର ଆତ୍ମା/ହୃତପିଣ୍ଡ ବୋଲି ସୂଚନା କମିଶନର ଜଗାନନ୍ଦ ନୂଆପଡା ଠାରେ ଏକ ବୈଠକରେ କହିଛନ୍ତି ।

ସହଭାଗୀ ବିକାଶ ଅଭିଯାନ ଦ୍ୱାରାରବିବାର ଆୟୋଜିତ ସୂଚନା ଅଧିକାର ଆଇନ ଏବଂ ଗ୍ରାମାଂଚଳ ବିକାଶ କ୍ଷେତ୍ରରେ ଏହାର ଉପଯୋଗ ଶୀର୍ଷକ ଏକ ଦିବସୀୟ ସମାବେଶର ଆୟୋଜନ କରାଯାଇଥିଲା ।

ଏଥିରେ କମିଶନର ଜଗାନନ୍ଦଙ୍କ ସମେତ ଜଗଦିଶ ପ୍ରଧାନ, ଏ.ଭି.ସ୍ୱାମୀ, ନୂଆପଡା ଜିଲ୍ଲା ଉପ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ ଓ ଜିଲ୍ଲାପାଳ କାର୍ଯ୍ୟାଲୟର ଜନ ସୂଚନା ଅଧିକାରୀ ଚିତ୍ତରଂଜନ ସାହୁ ଯୋଗ ଦେଇଥିଲେ ।

ସମାବେଶରେ ଜିଲ୍ଲାର ସାମ୍ବାଦିକ, ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ସୂଚନା ଅଧିକାର କର୍ମୀ ଉପସ୍ଥିତ ରହି ଭୂ-ସଂଲଗ୍ନ ବାସ୍ତବତା ଉପରେ ମତବ୍ୟକ୍ତ କରିଥିଲେ ।

୪(୧)(ଖ)କୁ ଆଇନର ଆତ୍ମା ବୋଲି ପ୍ରକାଶକରି ଏହାର ପ୍ରୟୋଗ ପାଇଁ ସେ ଗୁରୁତ୍ୱ ଦେଉଛନ୍ତି ଓ ଆଗକୁ ଆହୁରି ଦେବେ ବୋଲି କମିଶନର କହିଥିଲେ ।

ଏହି ଅବସରରେ ନୂଆପଡା ଜିଲ୍ଲାରେ ଉନ୍ନୟନ ମୂଳକ କାମର ବିଭିନ୍ନ ଦୁର୍ନୀତିକୁ ସାହସର ସହ ସୂଚନା ଅଧିକାର ଆଇନ ବଳରେ ଲୋକଲୋଚନକୁ ଆଣିଥିବା କ୍ଷୀରସିନ୍ଧୁ ଶଗରିଆ, ଇତନ ମାଝି ଏବଂ ଶ୍ରୀ ରାକେଶ ଶର୍ମାଙ୍କୁ ସମ୍ମାନିତ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ସୂଚନା ଅଧିକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ