ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ସୋନପୁର, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) ସୋନୁପର ଜିଲ୍ଲା ବୀରମହାରାଜପୁର ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ସୋମବାର ଭୟାବହ ଅଗ୍ନିକାଣ୍ଡରେ ୨୦୦ ପରିବାରର ୪୫୦ ବଖରା ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି ।
ଅପରାହ୍ନରେ ଉକ୍ତ ଗ୍ରାମର ମନ ସାହୁଙ୍କ ପାଉଁଶ ଗଦା ଭିତରୁ ନିଆଁ ଲାଗି ପାଖରେ ଥିବା ପାଳଗଦାରେ ଲଗିଯାଇଥିଲା ଏବଂ ଚାହୁଁ ଚାହୁଁ ସାରା ଗାଁକୁ ଏହା ବ୍ୟାପୀଯାଇଥିଲା ।
ଅଗ୍ନିକାଣ୍ଡରେ ମାଟିଘର ସମେତ ଅନେକ ପକ୍କାଘର ମଧ୍ୟ ଫାଟିଯାଇଛି । ଖବର ପାଇଦୁଇଟି ଦମକଳ ଗାଡି ପହଂଚି ନିଅାଁକୁ ଲିଭାଇବାକୁ ଚେଷ୍ଟା କରିଥିଲା କିନ୍ତୁ ସମ୍ଭବ ନହେବାରୁ ସୋନପୁର, ଉଲୁଣ୍ଡା ଏବଂ ବୌଦ୍ଧରୁ ଦମକଳ ଗାଡି ଆସି ଦୀର୍ଘ ସମୟ ପରେ ନିଅାଁକୁ ଆୟତ୍ତ କରିଥିଲେ ।
ଗ୍ରାମର ସମସ୍ତ ଅଗ୍ନି ବିପନ୍ନ ପରିବାର ସବୁକିଛି ହରାଇ ଖୋଲା ଆକାଶ ତଳେ ପଡି ରହିଛନ୍ତି । ଖବର ପାଇ ବୀରମହାରାଜପୁର ତହସିଲଦାର, ଉପଜିଲ୍ଲାପାଳ, ବିଡିଓ, ବ୍ଲକ ଅଧ୍ୟକ୍ଷ ଗାଁକୁ ଯାଇ ବିପନ୍ନପରିବାରଙ୍କୁ ଭେଟି ପଲିଥିନ ଓ ରନ୍ଧା ଖା୍ଦ୍ୟର ବ୍ୟବସ୍ଥା କରିଛନ୍ତି ।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । କ୍ଷୟକ୍ଷତିର ଆକଳନ ପରେ ବିପନ୍ନ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍