• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍କୁଲ

ଆବଶ୍ୟକ ଭିତ୍ତିଭୂମି ନଥିବା ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ

May 24, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୪ (ଓଡିଶା ଡଟ କମ) ଶିକ୍ଷା ଅଧିକାର ଆଇନ ଅନୁସାରେ ଯେଉଁ ସରକାରୀ ବା ବେସରକାରୀ ସ୍କୁଲଗୁଡିକରେ ଆବଶ୍ୟକ ଭିତ୍ତିଭୂମି ଓ ଶିକ୍ଷକ ନାହାନ୍ତି ସେହି ସବୁ ସ୍କୁଲଗୁଡିକ ନଭେମ୍ବର ମାସ ସୁଦ୍ଧା ବନ୍ଦ କରିବାପାଇଁ କେନ୍ଦ୍ର ତରଫରୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁ ସରକାରୀ ବା ବେସରକାରୀ ସ୍କୁଲ ଗୁଡିକରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପ୍ରର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି ସେହି ସବୁ ସ୍କୁଲ ଗୁଡିକ ଶିକ୍ଷା ଅଧିକାର ଆଇନର ପରିସର ଅନ୍ତ୍ରର୍ଭୁକ୍ତ ।

ଏହି ଆଇନ ଅନୁସାରେ ଯେଉଁ ସ୍କୁଲ ଗୁଡିକରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ପାଠ ପଢୁଛନ୍ତି ଏବଂ ପଢୁଥିବା ପିଲାଙ୍କ ସଂଖ୍ୟା ଯଦି ଷାଠିଏ ହୋଇଥାଏ ତେବେ ସେହି ସ୍କୁଲ ରେ ଦୁଇ ଜଣ ଶିକ୍ଷକ ରହିବା ବାଧ୍ୟତା ମୂଳକ ଅଟେ ।

ପିଲାଙ୍କ ସଂଖ୍ୟା ଯଦି ନବେ, ଶହେ କୋଡିଏ ଓ ଦେଢଶହ ହୋଇଥିବ ସେଇ ଅନୁସାରେ ଶିକ୍ଷଙ୍କ ସଂଖ୍ୟା ଯଥାକ୍ରମେ ୩, ୪, ୫ କୁ ବୃଦ୍ଧି ପାଇବା ଆବଶ୍ୟକ । ଯଦି ପିଲାଙ୍କ ସଂଖ୍ୟା ଦୁଇ ଶହ ହୋଇଥିବ ଶିକ୍ଷଙ୍କ ସଂଖ୍ୟା ୪୦ ହେବା ଜରୁରୀ ।

ସେହିପରି ଯେଉଁ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ପିଲା ପାଠ ପଢୁଛନ୍ତି ସେହି ସ୍କୁଲରେ ପ୍ରତି ଶ୍ରେଣୀରେ ଜଣେ ଶିକ୍ଷକ ରହିବା ଆବଶ୍ୟକ । ଭିନ୍ନଭିନ୍ନ ବିଷୟ କୁ ଭିନ୍ନଭିନ୍ନ ଶିକ୍ଷକ ପଢାଇବା ଦରକାର ।

ଏହା ବ୍ୟତୀତ ପ୍ରତି ଶ୍ରେଣୀ ପାଇଁ ଅଲଗା ଶ୍ରେଣୀ ଗୃହ ରହିବା ସହ ପ୍ରଧାନ ଶିକ୍ଷକଙ୍କ ପାଇଁ ପ୍ରକୋଷ୍ଠ ଓ ପିଲାମାନଙ୍କ ପାଇଁ ପୃଥକ ଶୌଚାଳୟ ଓ ଖେଳ ପଡିଆ ଆଦି ରହିବା ଉଚିତ ।

ଶିକ୍ଷା ଅଧିକାର ଆଇନ ଅନୁସାରେ ଯେଉଁ ସ୍କୁଲରେ ଏହିସବୁ ଭିତ୍ତିଭୂମି ନଥିବ ଉକ୍ତ ସ୍କୁଲ ଗୁଡିକୁ ରାଜ୍ୟ ସରକାର ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଶିକ୍ଷା Tagged With: ଶିକ୍ଷା ଅଧିକାର ଆଇନ, ସ୍କୁଲ

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଯୋଗୁଁ କାର୍ଯ୍ୟାନୁଷ୍ଠାନ

November 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ସ୍କୁଲ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ନପାରିବା ତଥା କର୍ତବ୍ୟରେ ଅବହେଳା ଯୋଗୁଁ ଦଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ସାତ ଜଣଙ୍କ ଦରମା ବନ୍ଦ ଏବଂ
ଜଣେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଶନିବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ମୟୁରଭଞ୍ଜ ଜିଲ୍ଲା ସଦରକଣା ୟୁଜିଏମ୍ଇ ସ୍କୁଲ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟ ମହନ୍ତ ଏବଂ କଟକ ବଡ଼ସାମନ୍ତପୁର ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନମିତା ସେନଙ୍କର ଅକ୍ଟୋବର ମାସର ଦରମା ବନ୍ଦ କରାଯାଇଛି ।

ସେହିପରି ଗଞ୍ଜାମ ଜିଲ୍ଲା ବଡ଼ଖରିଡ଼ା ବୀର ଜଗନ୍ନାଥପୁର ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ପାତ୍ର, କନକା ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ କେ.ଭାସ୍କର ପାତ୍ର, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ କପିଳ ଭଟ୍ଟ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ମହାଦେବ ମିଶ୍ର ଓ ଶିକ୍ଷକ ହର ମାଝୀଙ୍କର ସେପ୍ଟେମ୍ବର ମାସର ଦରମା ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା କୋରଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ନାୟକଙ୍କ ନଭେମ୍ବର ମାସରୁ ଦରମା ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

ଏହାବ୍ୟତୀତ ଯାଜପୁର ଜିଲ୍ଲା ବରୀ ବ୍ଲକ କୃପାସିନ୍ଧୁ ବିଦ୍ୟାଭବନ ପ୍ରଧାନ ଶିକ୍ଷକ ବିଷ୍ଣୁଚରଣ ସାମଲ ଓ ବାଲେଶ୍ୱର ଜିଲ୍ଲା ଇଞ୍ଚୁଡ଼ି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ମହାନ୍ତିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ସେହିପରି କର୍ତବ୍ୟରେ ଅବହେଳା ଯୋଗୁଁ ଜଗତସିଂହପୁର ଜିଲ୍ଲା ପଞ୍ଚପଲ୍ଲୀ ବଳରାମପୁର ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସେ କହିଛନ୍ତି ।

ପୂର୍ବରୁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ଥିବା ମଧ୍ୟାହ୍ନ ଭୋଜନ ଯୋଜନା, ଡ଼ାଲି ଦୁର୍ନୀତି ଅଭିଯୋଗ ପରେ ଗତ ଅଗଷ୍ଟ ମାସରୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଏହାର ଦାୟିତ୍ୱ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ମଧ୍ୟାହ୍ନ ଭୋଜନ, ସ୍କୁଲ

ଖରାପ ଡ଼ାଲି ଯୋଗାଉଥିବା ସଂସ୍ଥାକୁ କଳାତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ

February 12, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ଯେଉଁ ଯୋଗାଣକାରୀ ସଂସ୍ଥା ଗୁଡ଼ିକ ପୋକରା କିମ୍ବା ଅନୁପଯୋଗୀ ଡ଼ାଲି ଯୋଗାଉଛନ୍ତି ସେଗୁଡ଼ିକୁ କଳାତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ଯେଉଁ ସ୍କୁଲ ଗୁଡ଼ିକରେ ନିମ୍ନ ମାନର ଡ଼ାଲି ଯୋଗାଇ ଦିଆଯାଇଥିବା ଅଭିଯୋଗ ହେଉଛି ସେଗୁଡ଼ିକୁ ଯାଞ୍ଚ କରି ତୁରନ୍ତ ବନ୍ଦ କରିବାକୁ ମଳିହା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା ସ୍ତରରେ ଡ଼ାଲି ସଂଗ୍ରହ ପାଇଁ କେଉଁ ପ୍ରକ୍ରିୟାରେ ଟେଣ୍ଡର ହେବ ଓ ଡ଼ାଲିର ମାନ କିଭଳି ନିର୍ଦ୍ଧାରଣ ହେବ ସେ ସଂପର୍କରେ ସରକାର ଜିଲ୍ଲାପାଳ ମାନଙ୍କୁ ଗାଇଡ଼ଲାଇନ ଦେଇଥିଲେ । କିନ୍ତୁ ଜିଲ୍ଲା ସ୍ତରରେ ଏହାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ସାମଲ କହିଛନ୍ତି ।

ଡ଼ାଲି ଯାଞ୍ଚ ପ୍ରକ୍ରିୟାକୁ ଜିଲ୍ଲା ସ୍ତରରେ ନକରି ଏହାକୁ ଅଧିକ ବିକେନ୍ଦ୍ରୀକରଣ କରାଯିବାର ଆବଶ୍ୟକତା ଥିଲା ଓ ବିଶେଷ କରି ତୃଣମୂଳ ସ୍ତରରେ କରିବାର ଥିଲା, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡ଼ାଲି, ତୃଣମୂଳ, ମୁଖ୍ୟ ଖବର, ସ୍କୁଲ

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମାଗଣାରେ ସାଇକେଲ

January 4, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣାରେ ସାଇକେଲ ଯୋଗାଇ ବୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର   ଘୋଷଣା କରିଛନ୍ତି ।

ରାଜ୍ୟରେ ମହିଳା ସାକ୍ଷରତା ହାର ବଢାଇବା ଦିଗରେ ଏହି ପଦକ୍ଷେପ ସହାୟକ ହେବ । ଏହା୍ଦ୍ୱାରା ୧ ଲକ୍ଷ ୭୭ ହଜାର ଛାତ୍ରୀ ଉପକୃତ ହେବେ, ସେ କହିଛନ୍ତି ।

ଅନୁସୂଚିତ ଅଞ୍ଚଳର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବ୍ୟିାଳୟ ମାନଙ୍କରେ ଦଶମ ଶ୍ରେଣୀରେ ପଢୁଥିବା ତଫସିଲଭୁକ୍ତ ଜାତି/ଉପଜାତି ଛାତ୍ର ମାନଙ୍କୁ ମଧ୍ୟ ସାଇକେଲ ଯୋଗାଇ ଦିଆଯିବ ।

ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରୀ ମାନଙ୍କୁ ବର୍ତ୍ତମାନ ମାଗଣାରେ ସ୍କୁଲ ପୋଷାକ ଦିଆଯାଉଥିବା ବେଳେ   ଅନୁସୂଚିତ ଅଞ୍ଚଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଙ୍କୁ ମଧ୍ୟ ସ୍କୁଲ ପୋଷାକ ଯୋଗାଇ ଦିଆଯିବ । ଏହା  ଆଗାମୀ ଶିକ୍ଷାବର୍ଷ ଠାରୁ କାର୍ଯ୍ୟକାରୀ କରାଯିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ସରକାରୀ, ସ୍କୁଲ

ସ୍କୁଲରେ ବୋମା ବିସ୍ଫୋରଣ, ଚାରି ଛାତ୍ରଛାତ୍ରୀ ଗୁରୁତର

December 18, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଅନୁଗୁଳ, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଅନୁଗୁଳ ଜିଲ୍ଲାର ଏକ ସ୍କୁଲରେ ଶନିବାର ବୋମା ବିସ୍ଫୋରଣ ଘଟି ଚାରି ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିବା ପୋଲିସ କହିଛି ।

କରଡ଼ାପାଳ ପଞ୍ଚାୟତ ଅନ୍ତର୍ଗତ ବନ୍ଧକାନି ଠାରେ ଥିବା ଏମ୍.ଇ ସ୍କୁଲରେ ସକାଳୁ ଛାତ୍ରଛାତ୍ରୀମାନେ ସଫେଇ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣେ ଅଧିକାରୀ କହିଛନ୍ତି ।

ଗୁରୁତର ଆହତଙ୍କ ମଧ୍ୟରେ ଦୁଇ ଜଣ ଛାତ୍ର ଓ ଦୁଇ ଜଣ ଛାତ୍ରୀ ଅଛନ୍ତି । ସେମାନଙ୍କୁ ଅନୁଗୁଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅନୁଗୁଳ, ଅନୁଗୁଳ ଜିଲ୍ଲା, ବିସ୍ଫୋରଣ, ମୁଖ୍ୟ ଖବର, ସ୍କୁଲ

ବିନା ପ୍ରଶ୍ନପତ୍ରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

December 6, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ସମସ୍ତ ଶିଶୁଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷାନୁଷ୍ଠାନ ପାଇଁ ସର୍ବ ଶିକ୍ଷା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ବିନା ପ୍ରଶ୍ନପତ୍ରରେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବାରୁ ଏ ନେଇ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ପରୀକ୍ଷା ଫି ଆଦାୟ ନକରିବାକୁ ସରକାର ନେଇଥିବା ନିଷ୍ପତ୍ତି ଯୋଗୁଁ ସ୍କୁଲ ଗୁଡ଼ିକରେ ପରୀକ୍ଷା କରିବା ନେଇ ଅସୁବିଧା ଦେଖାଦେଇଛି |

ତେବେ ପଇସା ଅଭାବରୁ କେତେକ ସ୍କୁଲରେ ଏହି ପରୀକ୍ଷା କରାଯାଉନାହିଁ ଓ ଅନ୍ୟ କେତେକ ସ୍କୁଲରେ ବ୍ଲାକବୋର୍ଡ଼ରେ ପ୍ରଶ୍ନ ଲେଖାଯାଇ ପରୀକ୍ଷା ପରିଚାଳନା କରାଯାଉଛି । ବଜାରରୁ ଉତ୍ତରଖାତା କିଣି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଉଛି ।

ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ପରୀକ୍ଷା ଫି ଅ।ଦାୟ ନକରିବାକୁ ଶିକ୍ଷା ବିଭାଗ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପରୀକ୍ଷା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇନଥିବାରୁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରୁ ପାଞ୍ଚରୁ ଦଶ ଟଙ୍କା ଲେଖାଏଁ ପରୀକ୍ଷା ଫି ଅ।ଦାୟ କରାଯାଉଥିଲା । ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯୋଗାଇବା ପାଇଁ ଏହି ଟଙ୍କା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ନିକଟରେ ଜମା ରହୁଥିଲା ।

ଉଲ୍ଲେଖଯୋଗ୍ୟ ଯେ ସ୍କୁଲ ଗୁଡ଼ିକରେ ପ୍ରତ୍ୟେକ ବର୍ଷ ୟୁନିଟ୍ ପରୀକ୍ଷା ସହ ଛଅ ମାସିକିଆ ପରୀକ୍ଷା ଓ ବାର୍ଷିକ ପରୀକ୍ଷା କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ୟୁନିଟ୍ ପରୀକ୍ଷା ଓ ଛଅ ମାସିକିଆ ପରୀକ୍ଷା ପାଇଁ ହେଉଥିବା ଖର୍ଚ୍ଚ ଛାତ୍ରଛାତ୍ରୀ ବହନ କରିବାକୁ ଥିବା ବେଳେ ବାର୍ଷିକ ପରୀକ୍ଷା ଖର୍ଚ୍ଚ ସର୍ବଶିକ୍ଷା ଅଭିଯାନ ବହନ କରିବ ।

ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ସେମାନଙ୍କ ଶିଶୁଙ୍କୁ ଅନ୍ୟତ୍ର ଘରୋଇ ସ୍କୁଲରେ ପାଠ ପଢାଇବାକୁଅବିଭାବକମାନେ ଇଚ୍ଛା ପ୍ରକାଶ କରିଛନ୍ତି ।

ପରୀକ୍ଷା ପାଇଁ ଆବଶ୍ୟକ ପ୍ରଶ୍ନପତ୍ର ଛପାଇବା ଓ ଉତ୍ତର ପତ୍ର ପାଇଁ ସ୍କୁଲ ଉନ୍ନୟନ ପାଣ୍ଠିରୁ ଖର୍ଚ୍ଚ କରିବା ନିମନ୍ତେ କୌଣସି ନିୟମ ନାହିଁ । ତେବେ ଅଧିକାଂଶ ସ୍କୁଲ ଶିକ୍ଷକ ପରୀକ୍ଷା ପାଇଁ ବ୍ଲାକବୋର୍ଡ଼ରେ ପ୍ରଶ୍ନ ଲେଖୁଛନ୍ତି ବୋଲି ସର୍ବଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକ ନିର୍ମଳ ଚନ୍ଦ୍ର ଦ।ସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ଶିକ୍ଷା, ସର୍ବ ଶିକ୍ଷା ଅଭିଯାନ, ସ୍କୁଲ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ