• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ଵେଚ୍ଛାସେବୀ

ପରିବେଶର ସୁରକ୍ଷା ପାଇଁ ସ୍ଵେଚ୍ଛାସେବୀଙ୍କ କାର୍ଯ୍ୟକ୍ରମ

April 23, 2015 by admin Leave a Comment

ଭୁବନେଶ୍ୱର, ଏପ୍ରିଲ ୨୩ (ଓଡିଶା ଡଟ କମ) ହଜାରେରୁ ଊର୍ଦ୍ଧ୍ଵ ସ୍ଵେଚ୍ଛାସେବୀ ବୁଧବାର ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରି ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି ।

???????????????????????????????ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ପ୍ରୋତ୍ସାହନରେ ଗଠିତ ଇକୋସେଭରସ ୟୁଥ ନେଟୱର୍କର ଭୁବନେଶ୍ୱର, ବାଲିଅନ୍ତା ଏବଂ କେନ୍ଦୁଝର ଶାଖାର ୧୦୦୦ ରୁ ଉଦ୍ଧ୍ୱର୍ ସଭ୍ୟ ଏବଂ ସଭ୍ୟା ଏକାଠି ହୋଇ ଏସ୍.ଓ.ଏସ୍. ଭିଲେଜ ଖଣ୍ଡଗିରି ଠାରେ ବିଭିନ୍ନ ଗଛ ଲଗାଇବା, ବାଲିଅନ୍ତାର ଏରକଣ୍ଟାଠାରେ ଗାଁ ସଫେଇ, ଗଛଲଗାଇବା, ବର୍ଯ୍ୟବସ୍ତୁକୁ ଉଠାଇ ତାକୁ ଡଷ୍ଟବିନରେ ପକାଇବା ଏବଂ କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣା ବ୍ଲକ୍ ର ୧୦ ଟି ରୁ ଊର୍ଦ୍ଧ୍ଵ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ଏପ୍ରିଲ ବିଶ୍ୱ ଧରିତ୍ରୀ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଇକୋସେଭ୍ରସ ୟୁଥ ନେଟୱର୍କର ଭୁବନେଶ୍ୱର ଶାଖାର ଏସ୍.ଓ.ଏସ୍. ର ଭିଲେଜର ଜାନଭି ଧଳ, ଦିପାଞ୍ଜଳୀ ମାଝି, ବାଲିଅନ୍ତା ଶାଖାର ଲିପା ପଟ୍ଟନାୟକ, କେନ୍ଦୁଝରର ମାନସ ମହନ୍ତ, ହିମାଂସୁ ମହନ୍ତ ଓ ଟିକି ମହନ୍ତ ଆଦି ଅଶଂଗ୍ରହଣ କରି ଥିଲେ ।

ସେମାନେ କହିଥିଲେ ପୃଥିବୀକୁ ସୁରକ୍ଷା ଦେବାକୁ ହେଲେ ନିଜେ ଛୋଟ ଛୋଟ ଅନେକ ପଦକ୍ଷେପ ନେବାକୁ ପଡିବ ଯଥା ଗଛ ଲଗାଇବା, ବର୍ଜ୍ୟବସ୍ତୁ କମାଇବା, ଜୈବ ପଦାର୍ଥ ବ୍ୟବହାର କରିବା ଓ ପ୍ରୟୋଗ କରିବା, ବିଦ୍ୟୁତ କମ ବ୍ୟବହାର କରିବା, ପ୍ଲାଷ୍ଟିକ ବ୍ୟବହାର କମ କରିବା ।

ମାଟି ଓ ପାଣି ଦୂଷିତ ନକରିବା, ପାର୍କ, ରାସ୍ତା ଇତ୍ୟାଦି ସ୍ଥାନରୁ ବର୍ଯ୍ୟବସ୍ତୁକୁ ଉଠାଇ ତାକୁ ଡଷ୍ଟବିନରେ ପକାଇବା, ଗାଡିର କମ ବ୍ୟବହାର କରିବା ଇତ୍ୟାଦି ଅନେକ ପଦକ୍ଷେପ ଆମେ ନେଇପାରିବା ସେମାନେ କହିଥିଲେ । ଶେଷରେ ଭାଗ ନେଇଥିବା ସମସ୍ତ ସଭ୍ୟ ଓ ସଭ୍ୟା ମାନେ ପ୍ରକୃତି ବନ୍ଧୁ ହେବା ପାଇଁ ଶପଥ ନେଇଥିଲେ ।

ଓଡିଶା ଡଟ କମ

admin
admin

Filed Under: ସଭା ସମିତି Tagged With: କେନ୍ଦୁଝର, ଖୋର୍ଦ୍ଧା, ପରିବେଶ, ପିକକ୍, ସ୍ଵେଚ୍ଛାସେବୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ