ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ବର୍ତମାନ କୌଣସି ପ୍ରସ୍ତାବ ନାହିଁ ବୋଲି ଶୁକ୍ରବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଯୋଜନା କମିଶନ ଉପାଧ୍ୟକ୍ଷ ମଂଟେକ ସିଂ ଆହ୍ଲୁୱାଲିଆ କହିଛନ୍ତି ।
“”ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଯୋଜନା କମିଶନଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ” ସେ ସାମ୍ବାଦିକଙ୍କୁ କହିଛନ୍ତି ।
ଗତ ୩ ତାରିଖରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଓଡ଼ିଶା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦ।ବି କରିବାର ତିନିଦିନ ପରେ କମିଶନ ଉପାଧ୍ୟକ୍ଷ ଏହି ମନ୍ତବ୍ୟ ଦେଇଛନ୍ତି ।
“”ଆମେ ବିଭିନ୍ନ ରାଜ୍ୟରୁ ଏଭଳି ଅନୁରୋଧ ପାଇଛୁ । ପ୍ରତି ରାଜ୍ୟରୁ ଆସୁଥିବା ଏଭଳି ଅନୁରୋଧ ବିଷୟରେ ମୁଁ କହିପାରିବି ନାହିଁ” ମଂଟେକ୍ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍