ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ୱର୍ଗଦ୍ୱାର ଜମି ଜବରଦଖଲ ନେଇ ବୁଧବାର ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦ।ଖଲ କରିଛନ୍ତି ।
୧୯୮୫ ଓ ୧୯୮୮ରେ ଦୁଇଟି ପର୍ଯ୍ୟାୟରେ ପୁରୀ ପୌରପରିଷଦକୁ ମୋଟ୍ ଏକ ହଜାର ଡ଼େସିମିଲ ଜମି ଦିଆଯାଇଥିଲା ଏବଂ ବର୍ତମାନ ଏଥିରୁ ୫୨୬ ଡ଼େସିମିଲ ଜବରଦଖଲକାରୀଙ୍କ କବ୍ଜାରେ ରହିଛି ବୋଲି ଏହି ସତ୍ୟପାଠରେ ଦର୍ଶାଯାଇଛି ।
ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତୀ ଶୁଣାଣି କରାଯିବ । ନ୍ୟାସନାଲ ଆଇନଜୀବୀ ଫୋରମ ପକ୍ଷରୁ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦ।ଏର ହୋଇଥିଲା ।
ଓଡ଼ିଶା ଡ଼ଟ୍ କମ୍