• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ୱାଧୀନତା ସଂଗ୍ରାମୀ

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମନୁଭାଇ ପଟେଲଙ୍କ ପରଲୋକ

March 28, 2015 by ଓଡିଶା ଡଟ କମ Leave a Comment

ବରୋଦା, ୨୭ ମାର୍ଚ (ଓଡିଶା ଡଟ କମ) ବିଶିଷ୍ଟ ଗାନ୍ଧୀବାଦୀ, ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ପୂର୍ବତନ ସାଂସଦ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଡକ୍ଟର ମନୁଭାଇ ପଟେଲଙ୍କର ଶୁକ୍ରବାର ରାତି ୧୦ଟା ୧୭ ମିନିଟରେ ଦେହାନ୍ତ ହୋଇଯାଇଛି ।

ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଗତ ୭ ଦିନ ଧରି ସେ ଗୁଜୁରାଟର ବରୋଦାସ୍ଥିତ ଏକ ଘରୋଇ ହସ୍‍ିଟାଲରେ ଚିକିତ୍ସିତ ହେଉଥିଲେ । ମୂତ୍ରାଶୟରେ ସଂକ୍ରମଣ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୯୨୦ ମସିହା ନଭେମ୍ବର ୧୧ ତାରିଖରେ ଗୁଜୁରାଟର ବରୋଦାରେ ଜନ୍ମଗ୍ରହଣ କରିଥିଲେ ।

ଛାତ୍ରଜୀବନରୁ ସେ ବିନୋବା ଭାବେଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇ ୧୯୪୨ ମସିହା ଭାରତ ଛାଡ଼ ଆନେ୍ଦାଳନରେ ଯୋଗ ଦେଇଥିଲେ । ପ୍ରଥମ ଛଅ ମାସ ସେ ଆତ୍ମଗୋପନ
କରିଥିବାବେଳେ ପରେ ତାଙ୍କୁ ଇଂରେଜ ବିରୋଧରେ ସ୍ୱାଧୀନତା ସଂଗ୍ରାମ ପାଇଁ ୧୯୪୦ରୁ ୧୯୪୨ ପର୍ଯ୍ୟନ୍ତ ଜେଲ୍‍ରେ ରହିବାକୁ ପଡ଼ିଥିଲା । ୧୯୪୫ ମସିହାରେ ସେ ସୁରଟର ଆଇନ କଲେଜରେ ଯୋଗ ଦେଇଥିଲେ ।

୧୯୪୬ ମସିହାରେ ପାଠପଢ଼ା ଛାଡ଼ି ୧୦ ବର୍ଷ ପାଇଁ ଗୁଜୁରାଟ ରାଜ୍ୟ ସେବା ଦଳର ପୂର୍ଣ୍ଣକାଳୀନ କର୍ମୀ ଭାବେ କାର୍ଯ୍ୟ କରିଥିଲେ । ୧୯୫୬ ମସିହାରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ମହା ଗୁଜୁରାଟ ଆନେ୍ଦାଳନରେ ସେ ପିଏଚ୍‍ଡି ପାଠ୍ୟକ୍ରମ ଛାଡ଼ି ଯୋଗ ଦେଇଥିଲେ ।

୧୯୫୬ରୁ ୧୯୬୦ ମଧ୍ୟରେ ସେ ଅହମ୍ମଦାବାଦ ସହର କଂଗ୍ରେସର ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ୧୯୬୨ରେ ସଞ୍ଜୀବ ରେଡ୍ଡୀଙ୍କ ସଭାପତିତ୍ୱରେ ଗଠିତ ଅଖିଳ ଭାରତୀୟ କଂଗ୍ରେସ ଅଧିବେଶନର ଅଭ୍ୟର୍ଥନା କମିଟିର ସମ୍ପାଦକ କାର୍ଯ୍ୟ ତୁଲାଇଥିଲେ । ୧୯୬୨ ମସିହାରେ ସେ ଗୁଜରାଟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ତକ୍ରାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଡ. ଜୀବରାୟ ମେହେଟ୍ଟାଙ୍କ ନେତୃତ୍ୱାଧୀନ ସରକାରରେ ଉପଶିକ୍ଷାମନ୍ତ୍ରୀ ଭାବେ ପଦଭାର ସମ୍ଭାଳିଥିଲେ । ତାଙ୍କ ସମୟରେ ଗୁଜୁରାଟ ଶିକ୍ଷା ବ୍ୟବସ୍ଥାରେ ବେଶ୍‍ ପରିବର୍ତ୍ତନ ଘଟିଥିଲା । ଏହାବ୍ୟତୀତ ପରିବହନ, ସାମାଜିକ କଲ୍ୟାଣ ଓ ପୁର୍ନବାସ ଓ ଥଇଥାନ ବିଭାଗର ଦାୟିତ୍ୱ ତୁଲାଇଥିଲେ ।

୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ ଅବିଭାଜ୍ୟ କଂଗ୍ରେସର ଲୋକସଭା ସାଂସଦ ଭାବେ କାର୍ଯ୍ୟ କରିଥିଲେ । ୧୯୭୦ ମସିହାରୁ ୧୯୭୮ ମସିହା ପର୍ଯ୍ୟନ୍ତ ସେ ସେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଓ)ର ମହାସଚିବ ଭାବେ କାର୍ଯ୍ୟ କରିଥିଲେ ।

ପରେ ବରୋଦା ଜନତା ଦଳର ସଭାପତି ଭାବେ ପଦଭାର ସମ୍ଭାଳିଥିଲେ । ୧୯୫୬ ମସିହାରେ ଲୋକସେବକ ମଣ୍ଡଳର ତକ୍ରାଳୀନ ସଭାପତି ବଲବନ୍ତ ରାୟ ମେହେଟ୍ଟାଙ୍କ ସୁାରିଶ କ୍ରମେ ସେ ଲୋକସେବକ ମଣ୍ଡଳରେ ଯୋଗ ଦେଇଥିଲେ ।

ଲୋକସେବକ ମଣ୍ଡଳର ବିକାଶ ପାଇଁ ସେତେବେଳେ ଅହମ୍ମଦାବାଦରେ କାର୍ଯ୍ୟରତ ଏହି କେନ୍ଦ୍ରକୁ ବରୋଦାକୁ ସ୍ଥାନାନ୍ତର କରିବାରେ ତାଙ୍କର ଗୁରୁତ୍ୱୂର୍ଣ୍ଣ ଭୂମିକା ଥିଲା । ୧୯୬୮ ମସିହାରେ ସୋସାଇଟିର ଏକ ଛୋଟିଆ କୁଟୀରରେ ସେ ଅତ୍ୟନ୍ତ ନିରାଡ଼ମ୍ବର ଜୀବନଯାପନ କରିବା ସହ ଅନୁଷ୍ଠାନର ବିକାଶ ଦିଗରେ କାର୍ଯ୍ୟ କରୁଥିଲେ ।

୧୯୮୧ ମସିହାରେ ସେଠାରେ ସେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଏକ ନର୍ସରୀ ସ୍କୁଲ ଆରମ୍ଭ କରିଥିଲେ । ୧୯୬୫ ମସିହାରେ ସେ ବରୋଦାର ଏକ ୭୦ ଏକର ଜମି ଉପରେ ଶ୍ରୀ ପଟେଲ ପ୍ରତିଷ୍ଠା କରିଥିଲେ ନେଚର କୁ୍ୟଅର (ଆୟୁର୍ବେଦିକ ପ୍ରତିଷ୍ଠାନ) ଓ ଯୋଗ କେନ୍ଦ୍ର ।

ଶିକ୍ଷା, ଚିକିତ୍ସା ଓ ଯୋଗ କ୍ଷେତ୍ରରେ ମନୁଭାଇଙ୍କର କାର୍ଯ୍ୟ ଲୋକସେବକ ମଣ୍ଡଳ ପାଇଁ ଥିଲା ଅତ୍ୟନ୍ତ ପ୍ରଶଂସନୀୟ । ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍‍ପିଟାଲଟି ପ୍ରବାସୀ ଭାରତୀୟଙ୍କ ପାଇଁ ସେତେବେଳେ ଅତ୍ୟନ୍ତ ଲୋକପି୍ରୟ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ପଛରେ ଥିଲା ମନୁଭାଇଙ୍କ ନିରଳସ ସାଧନା ।

ପରେ ଏହା ଗୁଜୁରାଟ ଆୟୁର୍ବେଦିକ ବିଶ୍ୱବିଦ୍ୟାଳୟ ଅନୁବନ୍ଧନରେ ମୋରାରଜୀ ଦେଶାଇ ଡିଗ୍ରୀ ଯୋଗ କଲେଜ ଭାବେ କାର୍ଯ୍ୟ କରିଥିଲା । ୨୦୦୨ ଜୁଲାଇ ୨୭ ତାରିଖରେ ସେ ସର୍ବସମ୍ମତିକ୍ରମେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ ଲୋକସଭା ସାଂସଦ ରହିଥିବାବେଳେ ୧୯୭୮ରୁ ୧୯୮୪ ପର୍ଯ୍ୟନ୍ତ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ରାଜ୍ୟସଭାରେ ବିରୋଧୀଦଳ ଜନତାପାର୍ଟିର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ ତୁଲାଇଥିଲେ । ଜରୁରୀକାଳୀନ ପରିସ୍ଥିତିରେ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ସେ ଜେଲ୍‍ ଯାଇଥିଲେ ।

ଅନେକ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଛାତ୍ରଜୀବନରୁ ମନୁଭାଇଙ୍କ ସମ୍ପୃକ୍ତି ରହିଆସିଥିଲା । ଏତଦ୍‍ଭିନ୍ନ ବରୋଦା ବରିଷ୍ଠ ନାଗରିକ ସଙ୍ଗଠନର ପ୍ରତିଷ୍ଠାତା ସଭାପତି ଭାବେ ମନୁଭାଇଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ । ୨୦୧୩ ମାର୍ଚ୍ଚ ୬ ତାରିଖରେ ତାଙ୍କୁ ତିରୁତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ତରଫରୁ ଡିଲିଟ୍‍ ଉପାଧି ପ୍ରଦାନ କରାଯାଇଥିଲା ।

କିଛି ବର୍ଷ ତଳୁ ମନୁଭାଇଙ୍କ ପତ୍ନୀଙ୍କ ବିୟୋଗ ଘଟିଥିବାବେଳେ ଏବେ ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ପୁଅ ଓ ଜଣେ ଝିଅ ଆମେରିକାରେ ଥିବାବେଳେ ଅନ୍ୟତମ ଝିଅ ନିମିଷାବେନ୍‍ ପଟେଲ ସମ୍ପ୍ରତି ମଣ୍ଡଳର ଆଜୀବନ ସଭ୍ୟ ଭାବେ କାର୍ଯ୍ୟରତ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ବରୋଦା, ସ୍ୱାଧୀନତା ସଂଗ୍ରାମୀ

ସଂଗ୍ରାମୀ ଗ୍ରାମ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଅବହେଳା ଅଭିଯୋଗ

July 27, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁଲାଇ ୨୭(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ସଂଗ୍ରାମୀ ଗ୍ରାମ ପାଣିମୋରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାଂଶ ସମୟରେ ବନ୍ଦ ରହୁଥିବା ବେଳେ ଏଠାରେ ନିଯୁକ୍ତ ଡ଼ାକ୍ତର ସପ୍ତାହକୁ କେବଳ ତିନିଦିନ ଆସନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହି ଅଭିଯୋଗ ପରେ ଶୁକ୍ରବାର ଗ୍ରାମର ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାଏକ ଓ ଜିତେନ୍ଦ୍ର ପ୍ରଧାନଙ୍କୁ ଧରି କିଛି ବ୍ୟକ୍ତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରିଥିଲେ ।

ଫଳରେ ଦୁଇ ସ୍ୱାଧିନତା ସଂଗ୍ରାମୀ ଗ୍ରାମର ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରିବାକୁ ଆସିଥିବା ବେଳେ ଚିକିତ୍ସାଳୟରେ ଡାକ୍ତରମାନେ ଏହି ସୁଯୋଗକୁ ହାତଛଡ଼ା ନକରି ଦୁଇ ସଂଗ୍ରାମୀଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ ।

ସ୍ୱାସ୍ଥ୍ୟ ପରୀକ୍ଷା ପରେ ଚିକିତ୍ସାଳୟ ପକ୍ଷରୁ ସେମାନଙ୍କୁ ସମସ୍ତ ଔଷଧ ପତ୍ର ଯୋଗାଇ ଦିଆଯାଇଥିଲା ଏବଂ କର୍ଣ୍ଣ ପରୀକ୍ଷା ପରେ ଉଭୟଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା ।

ଆଗାମୀ ସ୍ୱାଧିନତା ଦିବସ ପାଳନ ପୂର୍ବରୁ ରାଜ୍ୟରେ ଜୀବିତ ଥିବା ସମସ୍ତ ସ୍ୱାଧିନତା ସଂଗ୍ରାମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମାହାତ୍ମା ଗାନ୍ଧୀଙ୍କ ଦ୍ୱାରାଅନୁପ୍ରାଣିତ ହୋଇ ପାଣିମୋରା ଗ୍ରାମରୁ ୩୨ଜଣ ଭାରତର ସ୍ୱାଧିନତା ସଂଗ୍ରାମରେ ଅଂଶଗ୍ରହଣ କରି କାରାବରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଆଜି କେବଳଦୁଇଜଣ ଜୀବିତ ଅଛନ୍ତି ।

ଏହିପରି ଏକ ସଂଗ୍ରାମୀ ଗ୍ରାମର ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ସ୍ୱାସ୍ଥ୍ୟ ବିଭାଗର ଏଭଳି ଅବହେଳା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ସ୍ୱାଧୀନତା ସଂଗ୍ରାମୀ

ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ

July 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୭(ଓଡ଼ିଶା ଡ଼ଟ୍ କମ୍) ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ଓ ଜାତିର ପୂଜ୍ୟ ଏବଂ ସେମାନଙ୍କ ତ୍ୟାଗ,ବଳିଦାନ ଆଗରେ ଦେଶ କୃତଜ୍ଞ ତେଣୁ ସେମାନଙ୍କୁ ସମ୍ମାନର ସହ ମୁକ୍ତ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଦେଶକୁ ସ୍ୱାଧୀନ କରିବା ପାଇଁ ସେମାନେ ଜୀବନର ସବୁକିଛି ହରାଇଛନ୍ତି । ଏବେ ବାର୍ଦ୍ଧକ୍ୟରେ ସେମାନଙ୍କୁ ଚିକିତ୍ସା ସୁବିଧା ଓ ସମ୍ମାନ ପ୍ରଦର୍ଶନରେ କୌଣସି ପ୍ରକାର ଅବହେଳାକୁ ବରାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି ।

ପୂଜ୍ୟ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନର ସହିତ ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ଦେବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ ମଧ୍ୟ ଏହାକୁ ବହୁ ସ୍ଥାନରେ ପାଳନ କରାଯାଉନଥିବା ଅଭିଯୋଗ ହେଉଛି ବୋଲି ମଙ୍ଗଳବାର ଦୁଇଦିନିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ଜଣେ ସ୍ୱାଧୀନତା ସଂଗ୍ରାମୀ ଯେତେବେଳେ ଅସୁସ୍ଥ ହୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଛନ୍ତି ସେତେବେଳେ ତାଙ୍କୁ ସମ୍ମାନର ସହ ଚିକିତ୍ସା କରାଯିବା ଦରକାର । ଅନେକ ସ୍ୱାଧୀନତା ସଂଗ୍ରାମୀ ଆଉ ଇହଧାମରେ ନାହାଁନ୍ତି । ଯେଉଁମାନେ ଅଛନ୍ତି ସମସ୍ତେ ପ୍ରାୟତଃ ଜୀବନର ସାୟାହ୍ନରେ ପହଞ୍ଚିଛନ୍ତି । ତେଣୁ ତାଙ୍କ ପ୍ରତି ଅସମ୍ମାନ କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ସରକାରୀ ନିର୍ଦ୍ଦେଶନାମା ସତ୍ୱେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଡାକ୍ତରଖାନାରେ ମୁକ୍ତ ଚିକିତ୍ସା ଯୋଗଦେଇ ଦେବାକୁ ପ୍ରତ୍ୟାଖ୍ୟାନ କରାଯାଉଥିବା ସଂପର୍କରେ ଅଭିଯୋଗ ମିଳୁଛି । ତେବେ ଏହି ନିର୍ଦ୍ଦେଶନାମାକୁ ଏଣିକି କଡାକଡି ପାଳନ କରିବାକୁ ପଡିବ ।

ସ୍ୱାଧୀନତା ସଂଗ୍ରାମୀ କୌଣସି ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଲେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଡାକ୍ତରଖାନା କର୍ତୃପକ୍ଷ ବହନ କରିବେ । ଡାକ୍ତରଖାନାରେ ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ସହ ଆସିଥିବା ସହଯୋଗୀଙ୍କ ରହଣି ବ୍ୟବସ୍ଥା , ଔଷଧ ଖର୍ଚ୍ଚ ଏବଂ ସେମାନଙ୍କ ବାଟଖର୍ଚ୍ଚ ମଧ୍ୟ ଡାକ୍ତରଖାନା ପକ୍ଷରୁ ବହନ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ସ୍ୱାଧୀନତା ସଂଗ୍ରାମୀ, ସ୍ୱାସ୍ଥ୍ୟ ବିଭାଗ

ପେନ୍ସନ୍ ବିନା ୯୧ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମୀ

February 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଜଗତସିଂହପୁର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ସରକାରୀ ପେନ୍ସନ୍ ଗ୍ରହଣ ନକରି ୯୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଜଗତସିଂହପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ବୃନ୍ଦାବନ ଦାସ ।

ତେବେ ଅଧିକ ବୟସ ଯୋଗୁଁ ବର୍ତମାନ କେତେକ ଗ୍ରାମବାସୀ ଏବଂ ପିଲାମାନେ ତାଙ୍କର ଯତ୍ନ
ନେଉଥିବା ଏହି ସ୍ୱାଧୀନତା ସଂଗ୍ରାମୀ କହିଛନ୍ତି ।

୯୧ ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ବର୍ତମାନ ସେ ସ୍ୱାଧୀନତା ସଂଗ୍ରାମ କଥା ମନେପକାଉଛନ୍ତି । ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ସୁରେନ୍ଦ୍ର ଦ୍ଵିବେଦୀ ଏବଂ ନିତ୍ୟାନନ୍ଦ କାନୁନ୍ଗୋଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ଏକତ୍ରିତ ହେଉଥିଲେ ।

“ମୁଁ ସ୍ୱାଧୀନତା ସଂଗ୍ରାମୀ ହୋଇ ମଧ୍ୟ ପେନ୍ସନ୍ ଗ୍ରହଣ କରୁନାହିଁ । ଅଧିକ ବୟସ ଯୋଗୁଁ ବର୍ତମାନ କେତେକ ଗ୍ରାମବାସୀ ଏବଂ ପିଲାମାନେ ମୋର ଯତ୍ନ ନେଉଛନ୍ତି” ବୃନ୍ଦାବନ କହିଛନ୍ତି ।

ଜେଲ୍ ରୁ ବାହାରିବା ପରେ ୧୯୪୦ରେ ଗୁଜୁରାଟର ସାବରମତି ଆଶ୍ରମକୁ ଯାଇ ସେଠାରେ ଦୀର୍ଘ ଦୁଇ ବର୍ଷ ରହିଥିଲି ଏବଂ ଓଡ଼ିଶାର ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ଭାବେ ଗାନ୍ଧୀଜୀଙ୍କ ସହ କାମ କରିଥିଲି, ସେ କହିଛନ୍ତି ।

୧୯୪୨ରେ ଗାନ୍ଧୀଜୀ ଭାରତ ଛାଡ଼ ଆନ୍ଦୋଳନ ଡ଼ାକରା ଦେଇଥିଲେ ଏବଂ ଓଡ଼ିଶାରେ କାମ କରିବାକୁ ମତେ କହିଥିଲେ । ଏହାପରେ ମୁଁ ଆଶ୍ରମ ଛାଡ଼ି ଓଡ଼ିଶା ଆସିଥିଲି, ସେ କହିଛନ୍ତି ।

ମୃତ୍ୟୁ ପୂର୍ବରୁ ଆଉ ଥରେ ସାବରମତି ଆଶ୍ରମ ଯିବାକୁ ଇଚ୍ଛା ରହିଛି କିନ୍ତୁ ଆର୍ଥିକ ଅବସ୍ଥା ଏବଂ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ଏହା ସମ୍ଭବ ହୋଇପାରୁ ନାହିଁ ବୋଲି କହନ୍ତି ବୃନ୍ଦାବନ ।

“ମୁଁ ପେନ୍ସନ୍ ପାଇଁ କେବେ ଦାବି କରି ନାହିଁ । ନିଃସ୍ୱାର୍ଥପରତା ଉପରେ ବିଶ୍ୱାସ କରେ । ଗାନ୍ଧୀଜୀଙ୍କ ଆଦର୍ଶ ମାର୍ଗରେ ଚାଲିଛି ଓ ବର୍ତମାନ ମଧ୍ୟ ଖଦି ପିନ୍ଧୁଛି” ସେ କହିଛନ୍ତି ।

ଏହି ସଂଗ୍ରାମର କୌଣସି ମୂଲ୍ୟ ନାହିଁ କିମ୍ବା ଏହା ବଳରେ କିଛି ପାଇବାକୁ ଆଶା ନାହିଁ । ଦେଶରୁ ବିଦେଶୀଙ୍କୁ ହଟାଇବା ପାଇଁ ସେମାନଙ୍କ ସହ ଲଢେଇ କରି ୧୯୩୯ ଏବଂ ୧୯୪୨ରେ କାରାବରଣ କରିଛି, ସେ କହିଛନ୍ତି ।

ଓଡ଼ିଶାରେ ପ୍ରାୟ ପାଞ୍ଚ ଶହ ନକଲି ସ୍ୱାଧୀନତା ସଂଗ୍ରାମୀ ପେନ୍ସନ୍ ପାଉଛନ୍ତି । ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି ।

୬୫ ବର୍ଷ ତଳେ ସଂଗ୍ରାମ କରି ବ୍ରିଟିଶ ମାନଙ୍କୁ ଦେଶରୁ ତଡ଼ିବାରେ ସଫଳ ହୋଇଥିବା ବୃନ୍ଦାବନ ସ୍ୱାଧୀନ ଭାରତରେ ବର୍ତମାନର ପ୍ରଶାସନିକ ବାବୁ ଏବଂ ଅଧିକାରୀଙ୍କ କାର୍ଯ୍ୟକଳାପ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

ଗାଁ ରାସ୍ତା ମରାମତି ଏବଂ ପିଇବା ପାଣି ପାଇଁ ବାରମ୍ବାର ଅଧିକାରୀ ମାନଙ୍କୁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ କହିଛନ୍ତି ।

ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ପାଇଁ ନିକଟରେ ଏକ କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ବୃନ୍ଦାବନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜଗତସିଂହପୁର, ସ୍ୱାଧୀନତା ସଂଗ୍ରାମୀ

କିରଣଚନ୍ଦ୍ର ଦେଓସିଂଙ୍କ ପରଲୋକ

December 4, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେସିଙ୍ଗା,ଡ଼ିସେମ୍ବର୪(ଓଡ଼ିଶା ଡ଼ଟ୍ କମ୍)ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ କିରଣଚନ୍ଦ୍ର ଦେଓସିଂଙ୍କର ଶନିବାର ପୁରୁଲିଆଠାରେ ପରଲୋକ ହୋଇଯାଇଛି ।

ସେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପତ୍ନୀ ସୁଶିଲା ଦେଓସିଂପୁତ୍ର ବୁଦେ୍ଧନ୍ଦ୍ର ପ୍ରତାପ ଦେଓସିଂଙ୍କ ସହିତ ପୁରୁଲିଆ ଯାଇଥିଲେ । ସେଠାରେ ଭୋଜି ଚାଲିଥିବା ବେଳେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା ।

ନିକଟସ୍ଥ ଡ଼ାକ୍ତରଖାନାରେ ତାଙ୍କୁ ଭର୍ତି କରାଯାଇଥିଲେ ସୁଦ୍ଧା ରାତି ସାଢେ ଆଠଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମରଶରୀରକୁ କଳାହାଣ୍ଡିର ମନପୁର-ରାମପୁରସ୍ଥିତ ବାସଭବନକୁ ଅଣାଯାଉଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । ଦେଓସିଂ ୧୯୩୦ମସିହା ମାର୍ଚ୩୦ତାରିଖରେ ମନପୁର-ରାମପୁର ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ବଲାଙ୍ଗିର ପି.ଆର୍.ହାଇସ୍କୁଲରେ ଶିକ୍ଷାଗ୍ରହଣ କରିଥିଲେ ।

ରାଜନୀତିରେ ଯୋଗ ଦେଇ ସେ କେସିଙ୍ଗା ବିଧାୟକ ରୂପେ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଜେଲ ବିଭାଗ,ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କର ତିନି ପୁଅ ଓ ଦୁଇ ଝିଅ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୂର୍ବତନ ମନ୍ତ୍ରୀ କିରଣଚନ୍ଦ୍ର ଦେଓସିଂ, ସ୍ୱାଧୀନତା ସଂଗ୍ରାମୀ

ଚାରି ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଦିଲ୍ଲୀ ଯାତ୍ରା

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ଅଗଷ୍ଟକ୍ରାନ୍ତି ଦିବସ ଉପଲକ୍ଷେ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଆମନ୍ତ୍ରଣ କ୍ରମେ ଆସନ୍ତା ୮ ତାରିଖରେ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ ହେବା ପାଇଁ ଶନିବାର ଚାରି ଜଣ ସ୍ୱାଧୀନତା ସଂଗ୍ରାମୀ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି, ପର୍ଯ୍ୟଟନ ଓ ସମବାୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଭୁବନେଶ୍ୱର ରେଳ ଷ୍ଟେସନରେ ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

ଏହି ସ୍ୱାଧିନତା ସଂଗ୍ରାମୀମାନେ ହେଲେ ଭଦ୍ରକ ଜିଲ୍ଲାର ବ୍ରଜକିଶୋର ରାଉତ, ନୟାଗଡ଼ ଜିଲ୍ଲାର କୃପାସିନ୍ଧୁ ବରାଡ଼, ପୁରୀ ଜିଲ୍ଲାର ବାମନଚରଣ ସ୍ୱାଇଁ ଓ ଜଗତସିଂହପୁର ଜିଲ୍ଲାର ଗନ୍ଧର୍ବ ଆଚାର୍ଯ୍ୟ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନୂଆଦିଲ୍ଲୀ, ମୁଖ୍ୟ ଖବର, ରାଷ୍ଟ୍ରପତି, ସ୍ୱାଧୀନତା ସଂଗ୍ରାମୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ