• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ସ୍ୱାମୀ ବିବେକାନନ୍ଦଙ୍କ ସାର୍ଦ୍ଧ

ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲାସ୍ତରୀୟ ବିଚାର ବର୍ଗ

September 26, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦ୍ରାପଡା,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) – ସ୍ଥାନୀୟ ଭାରତୀ ବିଦ୍ୟା ମନ୍ଦିର ପରିସରରେ ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ସ୍ତରୀୟ ବିଚାର ବର୍ଗ ଅନୁଷ୍ଠିତ ହୋଇଯାଇଛି ।

ସ୍ୱାମୀ ବିବେକାନନ୍ଦ ସାର୍ଦ୍ଧ ଶତୀ ସମାରୋହ ସମିତିର ଜିଲ୍ଲା ସହସଂଯୋଜକ କିଶୋର କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଅଭିମନ୍ୟୁ ଗୋଚ୍ଛାୟତ ଉଦ୍ଘାଟନ କରି ଆଜି ଦେଶକୁ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଠାରୁ ରକ୍ଷା କରିବା ପାଇଁ ସମସ୍ତଙ୍କଠାରେ ଗାନ୍ଧିଜୀଙ୍କ ସ୍ୱଦେଶୀ ଚିନ୍ତାଧାରାକୁ ଜାଗ୍ରତ କରାଇବା ଦରକାର ବୋଲି କହିଥିଲେ ।

ମଞ୍ଚର କ୍ଷେତ୍ରୀୟ ସଙ୍ଗଠନ ମନ୍ତ୍ରୀ ଅନ୍ନଦା ଶଙ୍କର ପାଣିଗ୍ରାହୀ ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ସମ୍ବନ୍ଧରେ ଆଲୋଚନା କରି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ହେଉଥିବା କେନ୍ଦ୍ର ସରକାରଙ୍କର କୋଇଲା, ଟୁଜି ସ୍ପେକ୍ଟ୍ରମ୍, ଆଦର୍ଶ ହାଉସିଂ, ରାଜ୍ୟ ଗୋଷ୍ଠୀ କ୍ରୀଡା ଆଦି ଲକ୍ଷ ଲକ୍ଷ କୋଟି ଟଙ୍କାର ମହାଦୁର୍ନୀତି ଯୋଗୁଁ ଆଜି ଦେଶର ଅର୍ଥନୀତି ଦୁର୍ବଳ ହୋଇପଡିଛି ବୋଲି କହି ସରକାରଙ୍କୁ ଦୃଢ ନିନ୍ଦା କରିଥିଲେ ।

ମଞ୍ଚର ପ୍ରାନ୍ତ ବିଚାର ପ୍ରମୁଖ ଡକ୍ଟର ଧିରେନ୍ଦ୍ର ନନ୍ଦ ଯୋଗଦେଇ ଆମ୍ ଆଦମୀଙ୍କ କଥା କହୁଥିବା କେନ୍ଦ୍ରର କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଡିଜେଲ ଦର ୫ଟଙ୍କା ବଢାଇବା ଏବଂ ଏଲପିଜି ସିଲିଣ୍ଡର ଉପରେ ସବସିଡି ବର୍ଷକୁ ୬ଟିରେ ସିମୀତ ରଖିବା ଦୁର୍ଭାଗ୍ୟ ଜନକ ବୋଲି କହି ଏହାଦ୍ୱାରାସରକାର ଦେଶର ସାଧାରଣ ଜନତାଙ୍କୁ ଧୋକା ଦେଇଛନ୍ତି ବୋଲି ଦର୍ଶାଇଥିଲେ ।

ସ୍ଥାନୀୟ ସମାଜସେବୀ ପ୍ରଦୀପ୍ତ କୁମାର ମହାପାତ୍ର ଯୋଗ ଦେଇ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶକୁ ଦୃଢଭାବରେ ସମାଲୋଚନା କରି କହିଲେ ରିଟେଲ ମାର୍କେଟ ଭଳି ଏକ ଷ୍ପର୍ଶକାତର କ୍ଷେତ୍ରକୁ ବିଦେଶୀ ହାତକୁ ଟେକିଦେବା ଦ୍ୱାରାସ୍ଥାନୀୟ କୃଷକମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେବେ ଏବଂ ସେମାନଙ୍କର ଚାଷ ଅଧିକାର ଲୋପ ପାଇବ ।

ଫାର୍ମ ଚାଷ ପ୍ରତି ବିଦେଶୀମାନଙ୍କର ଆଗ୍ରହ ଥିବା ଯୋଗୁଁ ବହୁ ପରିମାଣର ଚାଷ ଜମି ସେମାନଙ୍କ ହାତକୁ ଚାଲିଯିବ । ସେମାନେ ଏକକାଳୀନ ସମସ୍ତ ସାମଗ୍ରୀ କିଣିନେବା ଯୋଗୁଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୁଜୁରାଣ ମେଣ୍ଟାଉଥିବା ଦେଶର ଚାରି କୋଟି ଛୋଟ ଛୋଟ ଓ ନାମକୁ ମାତ୍ର କ୍ଷୁଦ୍ର ବ୍ୟବସାୟୀମାନେ ନିଜର ଜୀବିକା ହରାଇବେ ।

ମଞ୍ଚର ପ୍ରାନ୍ତ ସମ୍ପର୍କ ପ୍ରମୁଖ ନିର୍ମଳ ଚନ୍ଦ୍ର ସଡଙ୍ଗୀ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମଞ୍ଚର ସାଙ୍ଗଠନିକ କାର୍ଯ୍ୟ କିପରି ବୃଦ୍ଧି କରାଯାଇପାରିବ ଆଲୋଚନା କରିଥିଲେ । ଏହି ବିଚାର ବର୍ଗରେ କଳାଧନ ଓ ଭ୍ରଷ୍ଟାଚାର, କୃଷି ଓ କୃଷକ ସମସ୍ୟା, ଶିକ୍ଷା ଓ ବେରୋଜଗାର ସମସ୍ୟା, ଦରଦାମ୍ ବୃଦ୍ଧି, କୃଷି ଅର୍ଥନୀତି ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ବସନ୍ତ କୁମାର ନାୟକ ସଂଯୋଜନା କରିଥିଲେ ଏବଂ ଶେଷରେ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ବିଷ୍ଣୁ ପ୍ରସାଦ ଦାସ, ସୋନାଶିଷ ପ୍ରିୟଦର୍ଶିନୀ ଜେନା, ବୈଲୋଚନ ଦାସ, ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

admin
admin

Filed Under: ଅର୍ଥ-ବ୍ୟବସାୟ Tagged With: କେନ୍ଦ୍ରାପଡ଼ା, ସ୍ୱାମୀ ବିବେକାନନ୍ଦଙ୍କ ସାର୍ଦ୍ଧ

Primary Sidebar

RSS LATEST

  • MO school to promote scientific learning
  • ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ
  • ଡ଼ମ୍ପିଂ ରୁ ଅଳିଆ ଉଠୁ ନ ଥିବାରୁ ଅସନ୍ତୋଷ
  • ମହିଳା ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ତାଳିମ୍ ଅନୁଷ୍ଠିତ
  • ସନ୍ତୋଷୀ ମାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ୧୦୮ କଳସ ଯାତ୍ରା
  • ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଲିକମାନଙ୍କ ମଧ୍ୟରେ ସମନ୍ଵୟ ବୈଠକ
  • ନାବାଳିକା ନିର୍ଯାତନା ମାମଲାରେ କନଷ୍ଟେବଳ ଗିରଫ
  • ଖୋର୍ଦ୍ଧାରେ ଆଜିକାର ତାପମାତ୍ରା ୩୫ ଡିଗ୍ରୀ
  • ଗୋପାଳପୁରରେ ଆଜିକାର ତାପମାତ୍ରା ୩୩.୨ ଡିଗ୍ରୀ
  • ପାରାଦୀପରେ ଆଜିକାର ତାପମାତ୍ରା ୩୪.୪ ଡିଗ୍ରୀ