• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ

ରାଷ୍ଟ୍ର ନିର୍ମାଣ ପାଇଁ ଫେବୃୟାରୀ ୧୮ରେ ସାମୁହିକ ସୂର୍ଯ୍ୟ ନମସ୍କାର

February 5, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରି ୫(ଓଡିଶା ଡଟ୍ କମ୍ )-ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍ୱାମୀ ବିବେକାନନ୍ଦ ସାର୍ଦ୍ଧଶତୀ ସମାରୋହ ଆନୁକୁଲ୍ୟରେ ଏକ ବର୍ଷ ଧରି ହେବାକୁଥିବା କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବପରେ ଦ୍ୱିତୀୟ ପର୍ଯ୍ୟାୟରେ ଫେବୃୟାରୀ ୧ ରୁ ୧୫ ମଧ୍ୟରେ ଗୃହ ସଂପର୍କ ଅଭିଯାନ ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପରିବାର ସହିତ ସଂପର୍କ କରାଯାଇ ସେମାନଙ୍କୁ ସ୍ୱାମୀଜୀଙ୍କ ଫଟୋ, ସଂକ୍ଷିପ୍ତ ଜୀବନୀ ତଥା ବାଣୀଥିବା ବହି, କରପତ୍ର, ଷ୍ଟିକର ଆଦି ଦେବା ଆରମ୍ଭ ହୋଇଯାଇଛି ।

ସମାଜର ପ୍ରତ୍ୟେକ ବ୍ୟକ୍ତି ସ୍ୱାମୀଜୀଙ୍କ ଅନୁଚିନ୍ତାକୁ ହୃଦୟଙ୍ଗମ କରିବାପାଇଁ ସାରାଦେଶରେ ଏଭଳି ପ୍ରୟାସ ଆରମ୍ଭ ହୋଇଛି ବୋଲି ଏହି ସାର୍ଦ୍ଧଶତୀ ସମାରୋହର ରାଜ୍ୟ ସଂପାଦକ ଶିକ୍ଷାବିତ୍ ଡ଼କ୍ଟର ଧିରେନ୍ଦ୍ର ନନ୍ଦ କହିଛନ୍ତି ।

ଏହି ସମାରୋହର ତୃତୀୟ ପର୍ଯ୍ୟାୟରେ ଫେବୃୟାରୀ ୧୮ ତାରିଖରେ ସାରାଭାରତବର୍ଷରେ ଅଷ୍ଟମରୁ ଦ୍ୱାଦଶ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତ୍ୟେକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ସାମୁହିକ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ସ୍ୱାମୀଜୀଙ୍କ ଭାଷାରେ ‘ମୁଁ ଚାହେଁ ଲୌହର ମାଂସପେଶୀ ଏବଂ ଇସ୍ପାତର ସ୍ନାୟୁ, ଯାହା ଭିତରେ ବଜ୍ର ତିଆରି ହେଉଥିବା ପଦାର୍ଥର ମନ ନିବାସ କରେ । ଶକ୍ତି, ପୌରୁଷ, କ୍ଷାତ୍ରବୀର୍ଯ୍ୟ, ବ୍ରହ୍ମତେଜ, ବଳ ହିଁ ଜୀବନ, ଦୁର୍ବଳତା ହିଁ ମୃତ୍ୟୁ’ ।

ତେଣୁ ସ୍ୱାମୀଜୀଙ୍କ ପରିକଳ୍ପିତ ଆଦର୍ଶ ଯୁବକ ଯୁବତୀ ନିର୍ମାଣ ନିମନ୍ତେ ବ୍ୟାୟାମ, ଆସନ ଓ ପ୍ରାଣାୟମର ସମିଶ୍ରଣ ଅମୂଲ୍ୟ ସୂର୍ଯ୍ୟ ନମସ୍କାରର ଆବଶ୍ୟକତା ରହିଛି । ଏହା ମଧ୍ୟରେ ଥିବା ଭିନ୍ନ ଭିନ୍ନ ସାତଟି ଆସନ ଶରୀରରେ ଶ୍ୱସନ, ରକ୍ତ ସଞ୍ଚାଳନ ଓ ପାଚନ ସଂସ୍ଥାନ ଗୁଡ଼ିକୁ ପ୍ରଭାବିତ ଏବଂ ଉଜ୍ଜୀବିତ କରିବା ସହିତ ଶରୀରକୁ ସକ୍ରିୟ, ସକ୍ଷମ, ସଂଯମ ତଥା ସୁସ୍ଥ ରଖି ଶରୀରର ସନ୍ତୁଳନ ରକ୍ଷାକରେ ।

ଏହାଦ୍ୱାରା ଏକ କାର୍ଯ୍ୟଦକ୍ଷ ଓ ସନ୍ତୁଳିତ ମସ୍ତିଷ୍କରେ ମନର ଏକାଗ୍ରତା, ସ୍ମୃତିଶକ୍ତି, ନମନୀୟତା, ଆତ୍ମବିଶ୍ୱାସ ସହିତ ଶ୍ରଦ୍ଧା ବୃଦ୍ଧିପାଏ । ସୂର୍ଯ୍ୟ ନମସ୍କାରର ସାମୁହିକ ଅଭ୍ୟାସ ମାଧ୍ୟମରେ ଏକ ଅନୁଶାସିତ ସଙ୍ଗଠିତ ସମାଜ ତଥା ରାଷ୍ଟ୍ରର ନିର୍ମାଣ ସମ୍ଭବ ହୋଇପାରିବ ।

ଏହି କାର୍ଯ୍ୟକ୍ରମ ସମସ୍ତ ଉଚ୍ଚବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ହେବା ସହିତ ପ୍ରତ୍ୟେକ ଜିଲ୍ଲା, ନଗର ଏବଂ ବ୍ଲକ କେନ୍ଦ୍ରମାନଙ୍କରେ ମଧ୍ୟ ସାମୁହିକ ଭାବରେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ମଧ୍ୟରେ ଶେଷ ହେବ ।

ଏଥିରେ ସଂପୂର୍ଣ୍ଣ ମନ୍ତ୍ର ସହ ୭ଟି ସୂର୍ଯ୍ୟ ନମସ୍କାର ସମଗ୍ର ଦେଶର ପ୍ରତ୍ୟେକ ସ୍ଥାନରେ ଠିକ୍ ସକାଳ ୧୦ଟାରେ କରାଯିବ । ସେଥିପାଇଁ ପ୍ରତ୍ୟେକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପିଟି(ଖେଳ) ଶିକ୍ଷକଙ୍କ ସହ ସମାରୋହର କାର୍ଯ୍ୟକର୍ତ୍ତାମାନେ ଯୋଗାଯୋଗ କରି ତା’ର ପୂର୍ବ ପ୍ରସ୍ତୁତି ଓ ଅଭ୍ୟାସ କରାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସଂପାଦକ ଡ଼କ୍ଟର ନନ୍ଦ ପ୍ରକାଶ କରିଛନ୍ତି ।

ରାଷ୍ଟ୍ର ନିର୍ମାଣର ଏହି ପ୍ରକାର ଗୃହ ସଂପର୍କ ଅଭିଯାନ ଏବଂ ସାମୁହିକ ସୂର୍ଯ୍ୟ ନମସ୍କାର ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସାରା ରାଜ୍ୟର ସମସ୍ତ ବ୍ୟକ୍ତି ସହଯୋଗ କରିବା ପାଇଁ ଆହ୍ୱାନ ଦିଆଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଛାତ୍ରଛାତ୍ରୀ, ମହାବିଦ୍ୟାଳୟ, ସୂର୍ଯ୍ୟ ନମସ୍କାର, ସ୍ୱାମୀ ବିବେକାନନ୍ଦ ଜୟନ୍ତୀ

ସ୍ୱାମୀ ବିବେକାନନ୍ଦ ଜୟନ୍ତୀରେ ସମାବେଶ, ସାଧାରଣ ସଭା

January 8, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୮(ଓଡିଶା ଡଟ୍ କମ୍)-ଜାନୁଆରୀ ୧୨ତାରିଖରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରାଯାଉ ଅଛି । ଏଥି ପାଇଁ ସମଗ୍ର ଦେଶରେ ବିବେକାନନ୍ଦ ସାର୍ଦ୍ଧ ସମିତି ସମାରୋହ ସମିତି ଗଠନ କରାଯାଇଛି ।

କେରଳ ପ୍ରଦେଶର ମାତା ଅମୃତାମୟୀ ଏଥିରେ ଅଧ୍ୟକ୍ଷତା କରୁଛନ୍ତି । ଓଡିଶାରେ ଏହି ସମିତିର ଅଧ୍ୟକ୍ଷତା କରୁଛନ୍ତି କର୍ଣ୍ଣେଲ ଶରତ ମହାପାତ୍ର । ଆସନ୍ତା ଜାନୁଆରୀ ୧୨ତାରିଖରେ ଓଡିଶା ତଥା ସମଗ୍ର ଦେଶରେ ଏହି ସମିତି ଦ୍ୱାରାସମାବେଶ ଓ ସାଧାରଣ ସଭାର ଆୟୋଜନ କରାଯାଉଛି ।

ଭୁବନେଶ୍ୱରରେ ମଧ୍ୟ ଏହି ଦିନ ୟୁନିଟ୍-୩ କ୍ୟାପିଟାଲ୍ ହାଇସ୍କୁଲ ପଡିଆରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବ । ପ୍ରଥମେ ଅପରାହ୍ନ ୨ଟା ୩୦ରେ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ସମାଜର ସମସ୍ତ ଜାତି ସନ୍ଥର ନାଗରିକ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କ୍ୟାପିଟାଲ୍ ହାଇସ୍କୁଲରୁ ବାହାରି ରାମ ମନ୍ଦିର ପଛ ଦେଇ ଲୋୟର ପିଏମଜିରେ ପହଞ୍ଚିବ ।

ସେଠାରୁ ମାଷ୍ଟର କ୍ୟାଣ୍ଟିନ ଦେଇ ରାମ ମନ୍ଦିର ସାମନା ପଟରୁ କ୍ୟାପିଟାଲ୍ ହାଇସ୍କୁଲରେ ପୁଣି ଥରେ ପହଞ୍ଚିବ । ସେଠାରେ ଅପରାହ୍ନ ୩ଟା ୩୦ରେ ଏକ ସାଧାରଣ ସଭା ହେବ । ଏହି ସଭାରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଓ ଗବେଷକ ଡକ୍ଟର କବି ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା, ଚିନ୍ମୟ ମିଶନର ଆଞ୍ଚଳିକ ସଂଯୋଜକ ଶ୍ରୀ ସଦାନନ୍ଦଜୀ ମହାରାଜ ସମ୍ମାନୀତ ଅତିଥି ଭାବେ ଯୋଗଦେବେ । ସଭାରେ ଅଧ୍ୟକ୍ଷତା କରିବେ ବିଶିଷ୍ଟ ସ୍ତମ୍ଭକାର କର୍ଣ୍ଣେଲ ଶରତ ମହାପାତ୍ର ।

ଶୋଭାଯାତ୍ରାରେ ଭୁବନେଶ୍ୱରର ଅନେକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାମୀ ବିବେକାନନ୍ଦଙ୍କ ବେଶରେ ସଜ୍ଜିତ ହୋଇ ତଥା ସ୍ୱାମୀଜୀଙ୍କ ବାଣୀର ପ୍ଲାକାର୍ଜ ଧରି ନଗର ପରିକ୍ରମା କରିବେ । ସ୍ୱାମୀ ବିବେକାନନ୍ଦଙ୍କ ସୁନ୍ଦର ବେଶ ପ୍ରତିଯୋଗିତାରେ କୃତି ବିଦ୍ୟାଳୟ ମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯିବ ।

ଏହି ସଭାରେ ଭୁବନେଶ୍ୱର ମହାନଗରର ସମସ୍ତ ଆଧ୍ୟାତ୍ମିକ ସଙ୍ଗଠନର କର୍ମକର୍ତା ଓ ଭକ୍ତଗଣ ବହୁ ସଂଖ୍ୟାରେ ଯୋଗଦେବେ । ଜନସାଧାରଣ ଏଥିରେ ବହୁସଂଖ୍ୟାରେ ଯୋଗଦେବା ପାଇଁ ସମାରୋହ ସମିତି ତରଫରୁ ଅନୁରୋଧ କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କ୍ୟାପିଟାଲ୍ ହାଇସ୍କୁଲ, ଛାତ୍ରଛାତ୍ରୀ, ରାମ ମନ୍ଦିର, ସ୍ୱାମୀ ବିବେକାନନ୍ଦ ଜୟନ୍ତୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ