• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

କନ୍ଧମାଳ ଦଙ୍ଗା ମାମଲାରେ ୫୫ ଜଣଙ୍କୁ କମିଶନଙ୍କ ନୋଟିସ

October 21, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୧(ଓଡ଼ିଶା ଡ଼ଟ୍ କମ୍) –କନ୍ଧମାଳ ହିସାଂ ମାମଲାରେ ବିଶ୍ୱହିନ୍ଦୁ ପରିଷଦ ନେତା ଅଶୋକ ସିଂହଲଙ୍କ ସମେତ ୫୫ ଜଣଙ୍କୁ ଧାରା ୮-ବି ଅନୁସାରେ ନୋଟିସ ଜାରି କରିଛନ୍ତି ଜଷ୍ଟିସ ଏ ଏସ୍ ନାଇଜୁ ।

ସମସ୍ତେ ବ୍ୟକ୍ତିଗତ ଭାବେ କିମ୍ବା ଓକିଲଙ୍କ ଜରିଆରେ ଆସି କମିଶନରଙ୍କ ଆଗରେ ଆସନ୍ତା ମାସ ୧୯ ତାରିଖ ସୁଦ୍ଧା ସେମାନଙ୍କ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସାଢେ ତିନିବର୍ଷଧରି ଚାଲିଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଓ ପରବର୍ତୀ ହିଂସା କାଣ୍ଡର ଏହି ତଦନ୍ତରେ ଏପର୍ଯ୍ୟନ୍ତ ୧୬୫ ଜଣ ସାକ୍ଷ ଦେଇଛନ୍ତି । ସାକ୍ଷମାନେ ଯେଉଁ ଯେଉଁ ବ୍ୟକ୍ତିଙ୍କ ନାମ ନେଇଛନ୍ତି ସେମାନଙ୍କର ଭୂମିକା ସଂପର୍କରେ ଜାଣିବାକୁ କମିଶନର ସେମାନଙ୍କୁ ନୋଟିସ ଜାରିକରିଛନ୍ତି ।

ଏମାମଲାରେ ଗୃହ ବିଭାଗର ଭୁମିକା ଆଗକୁ ଆସିପାରେ ଏବଂ ମୁଖ୍ୟମନ୍ତ୍ରୀ ନିଜ ପକ୍ଷ ରଖିପାରନ୍ତି ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ ସୁରେଶ ପୁଜାରୀ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ମୁଖ୍ୟମନ୍ତ୍ରୀ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

ସରକାର କନ୍ଧମାଳ ହତ୍ୟାକାଣ୍ଡ ରହସ୍ୟ ଖୋଲିବାକୁ ଚାହୁଁନାହିଁ : ବିଜେପି

September 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ଓ ଏହା ପରବର୍ତ୍ତି ହିଂସା କାଣ୍ଡ ତଦନ୍ତ ପାଇଁ ଜଷ୍ଟିସ ଏ.ଏସ ନାଇଡ଼ୁଙ୍କୁ କମିଶନ ଅଧ୍ୟକ୍ଷ ପରେ ସରକାର ଅବସ୍ଥାପିତ କରିଛନ୍ତି ।

ଏଘଟଣା ନେଇ ଭାରତୀୟ ଜନତା ପାଟି ନିଜର ପ୍ରତିକ୍ରୀୟା ପ୍ରକାଶ କରିଛି । ବିଜେପିର ବରିଷ୍ଠନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଯେ ସରକାର କନ୍ଧମାଳ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଖୋଲିବାକୁ ଚାହୁଁନାହାଁନ୍ତି ।

ଆଗରୁ ନିଯୁକ୍ତି ପାଇଥିବା କମିଶନଙ୍କ ଅବଧି ଆସନ୍ତା ୧୭ ତାରିଖରେ ସରିଯିବ ତେଣୁ ସରକାର ତରବରିଆ ଭାବେ ଶ୍ରୀ ନାଇଡୁଙ୍କୁ ତଦନ୍ତ ଭାର ଦେଇଛନ୍ତି । ସେ ଆଉଦୁଇଟି ଘଟଣାର ତଦନ୍ତ କରୁଛନ୍ତି ।

ଗ୍ରିନ ଟ୍ରିବ୍ୟୁନାଲର ଦାୟିତ୍ୱରେ ଅଛନ୍ତି । ଜଷ୍ଟିସ ନାଇଡୁ ସମ୍ପ୍ରତି ରାଉରକେଲା ମାଜିଷ୍ଟ୍ରେଟ ମାଡ଼ ଘଟଣାର ତଦନ୍ତ କରୁଛନ୍ତି । ଏଥିପାଇଁ ତାଙ୍କ ଉପରେ ଅଧିକ ଚାପ ପଡିବ । ତେଣୁ ତଦନ୍ତ ପ୍ରକ୍ରୀୟା ସମୟ ସାପେକ୍ଷ ହେବ ।

ଜଷ୍ଟିସ ମହାପାତ୍ରଙ୍କର ଗତ ମେ ୧୨ତାରିଖରେ ପରଲୋକ ହୋଇଯିବାରୁ ତଦନ୍ତ ପ୍ରକ୍ରିୟା ମଝିରେ ଅଟକି ରହିଛି । ସରକାର ଚାହିଁଥିଲେ ଜଷ୍ଟିସ ମହାପାତ୍ରଙ୍କ ମୃତ୍ୟୁର ଏକମାସପରେ ଜଷ୍ଟିସ ନାଇଡୁଙ୍କୁ ନିଯୁକ୍ତି ଦେଇପାରିଥାନ୍ତେ କିନ୍ତୁ ଏଥିରେ ସରକାର ଜାଣିଶୁଣି ଅବହେଳା କରିଛନ୍ତି ବୋଲି ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଜଷ୍ଟିସ ମହାପାତ୍ରଙ୍କର କମିଶନଙ୍କୁ ୫୫୭ଟି ସତ୍ୟପାଠ ମିଳିଥିବାବେଳେ ୬୫ଜଣ ସରକାରୀ ସାକ୍ଷୀଙ୍କ ସହ ୯୯ଜଣ ବେସରକାରୀ ସାକ୍ଷୀ ସେମାନଙ୍କର ସାକ୍ଷ ପ୍ରଦାନ କରିସାରିଛନ୍ତି । ଆଉ ୪୦ଜଣଙ୍କ ସାକ୍ଷ ପ୍ରଦାନ ବାକି ରହିଛି ।

ସୂଚାନା ଯୋଗ୍ୟ କି ୨୦୦୮ ମସିହାରେ କନ୍ଧମାଳର ଜଲେଶପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହିତ ବାବା ଅମୃତାନନ୍ଦ, ମାତା ଭକ୍ତିମୟୀ, କିଶୋର ବାବା ଓ ପୁରଞ୍ଜନ ଗାଣ୍ଠିଙ୍କୁ ହତ୍ୟା କରାଯାଇଥିଲା ।

ଏହା ପରେ ପରେ ସେଠାରେ ଦଙ୍ଗା ସୃଷ୍ଟି ହୋଇଥିଲା । ରାଜ୍ୟ ସରକାର ଉଭୟ ଘଟଣାର ତଦନ୍ତ ପାଇଁ ସେହିବର୍ଷ ସେପ୍ଟେମ୍ବର ୩ ତାରିଖରେ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ନେଇ ଜଣିକିଆ ତଦନ୍ତ କମିଶନ ଗଠନ କରିଥିଲେ ।

ଜଷ୍ଟିସ ମହାପାତ୍ର ଅକ୍ଟୋବର ୩୦ରେ ତଦନ୍ତ ଆରମ୍ଭ କରିଥିଲେ । କମିଶନ ୨୧୩ଟି ସିଟିଂ କରିଥିଲେ ଓ ୨୦୦୯ ଜୁନ ୩୦ତାରିଖରେ ସରକାରଙ୍କୁ ତାଙ୍କର ମଧ୍ୟବର୍ତ୍ତି କାଳୀନ ରିପୋର୍ଟ ପ୍ରଦାନ କରିଥିଲେ । ଇତିମଧ୍ୟରେ ଏହି କମିଶନଙ୍କ କାର୍ଯ୍ୟକାଳ ୮ଥର ବୃଦ୍ଧି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ହତ୍ୟାକାଣ୍ଡ

କନ୍ଧମାଳ ଦଙ୍ଗା ତଦନ୍ତ ସରିବ କେବେ ?

August 28, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍:ଗୋଲଖ ଚନ୍ଦ୍ର ଦାସ

ଫୁଲବାଣୀ, ଅଗଷ୍ଟ ୨୮ (ଓଡ଼ିଶା ଡ଼ଟ୍ କମ୍)-୨୦୦୭ କନ୍ଧମାଳ ଦଙ୍ଗା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆକ୍ରମଣ ଘଟଣାର ତଦନ୍ତ କରୁଥିବା ତଦନ୍ତ କିମିଶନ ଜଷ୍ଟିସ ବାସୁଦେବ ପାଣିଗ୍ରାହୀ କମିଶନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୩୧ରେ ସରିବ । ଏବେ ତଦନ୍ତ କାର୍ଯ୍ୟ ଅଧାରେ ରହିଛି ।

କେବେ ସରିବ ଜଣା ପଡୁନାହିଁ । ଅପର ପକ୍ଷରେ କମିଶନଙ୍କ କାର୍ଯ୍ୟକାଳ ପୁର୍ନବାର ବୃଦ୍ଧି କରିବା ପାଇଁ ସରକାରଙ୍କୁ ସୁପାରିଶ କରାଯାଇଛି । ଆହୁରି ୫୦ରୁ ଉର୍ଦ୍ଧ୍ୱ ସରକାରୀ ଓ ବେସରକାରୀ ସାକ୍ଷାଙ୍କ ଶୁଣାଣି ବାକି ରହିଛି ।

ବର୍ତମାନ ୪ ବର୍ଷ ବିତିଗଲାଣି । ୨୦୦୮ ଜାନୁୟାରାରେ ନିଯୁକ୍ତି ପାଇଥିଲେ ଏହି କମିଶନର । ବର୍ତ୍ତମାନ ୪୧୪ ଜଣ ବ୍ୟକ୍ତି କମିଶନଙ୍କ ନିକଟରେ ହାଜର ହୋଇ ସାକ୍ଷ୍ୟ ଦେଇ ସାରିଲେଣି ।

ଫୁଲବାଣି, ଜି ଉଦୟଗିରି, ବାଲିଗୁଡା ଓ କଟକରେ ୫୭ ଥର ଶୁଣାଣି କରିଛନ୍ତି । ସରକାରୀ ପଦସ୍ଥ ଅଫିସର, ସାଂସଦ, ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷ୍ୟ ଗ୍ରହଣ ସରିଲାଣି ।

ଏହି ମାମଲାରେ ୪୩ ଜଣ ସରକାରୀ ଅଫିସର ଓ ୪୮୧ ଜଣ ସାଧାରଣ ଲୋକ ସତ୍ୟପାଠ ଦାଖଲ କରିଛନ୍ତି । ତେବେ ଆଗେର ନିର୍ବାଚନ ଥିବାରୁ ସରକାର ନିଶ୍ଚିତ ଭାବେ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିବେ ।

ନଚେତ ନିର୍ବାଚନ ପୂବରୁ ରିପୋର୍ଟ ପ୍ରକାଶ ପାଇଲେ ତଦନ୍ତ ରିପୋର୍ଟକୁ ନେଇ ବିରୋଧୀ ସରକାରଙ୍କୁ ଘେରି ପାରନ୍ତି ଓ ସରକାର କାଳେ ଅଡୁଆରେ ପଡି ଯିବେ ସେଥିପାଇଁ ସରକାର ଥରେ ନୁହେଁ ଆଉ କେତେଥର ମଧ୍ୟ ସମୟ ସୀମା ବୃଦ୍ଧି କରି ପାରନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶୋଭା ଯାତ୍ରା, ସଭା

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)-ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରିଜଣ ସହଯୋଗୀଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଶ୍ୱହିନ୍ଦୁ ପରିଷ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଶ୍ରଦ୍ଧାଜଂଳୀ ସମିତି ପକ୍ଷରୁ ଦୁଇଦିନିଆ ବିଭିନ୍ନ କାଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଯାଇଛି ।

ବୁଧବାରଦିନ ସନ୍ଥଚିନ୍ତନ ବର୍ଗ ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିବା ବେଳେ ଆଜିଶୋଭା ଯାତ୍ରା ଓ ଶ୍ରଦ୍ଧାଜଂଳି ସଭା ଅନୁଷ୍ଠିତ ହୋଇଛି । ବିଶ୍ୱହିନ୍ଦୁ ପରିଷର ଧର୍ମ ପ୍ରସାର ବିଭାଗ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଜଂଳୀ ସଭାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଉପସ୍ଥିତ ଥିବା ସାଧୁସନ୍ଥମାନେ ମୌନ ପ୍ରତିବାଦ କରିଛନ୍ତି ।

ଏଥିସହ ଏକ ବିଶାଳ ଶୋଭା ଯାତ୍ରା ସହର ପରିକ୍ରମା କରିବା ପରେ ସ୍ଥାନୀୟ ଗୋପବନ୍ଧୁ ଛକଠାରେ ଥିବା କରୋନେସନ ପଡିଆଠାରେ ଏକ ଶ୍ରଦ୍ଧାଜଂଳି ସଭାର ଆୟୋଜନ କରାଯାଇଥିଲା । ଶୋଭା ଯାତ୍ରାକାରୀମାନେ ସ୍ୱାମିଜୀଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ସ୍ଲୋଗାନମାନ ଦେଇଥିଲେ । ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କୁ ସରକାର ଜାଣିଶୁଣି ଗିରଫ କରୁନଥିବା ଯୋଗୁଁ ସଭାରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା ।

ଗୁରୁବାରଦିନ ଅନୁଷ୍ଠିତ ଏହି ଶ୍ରଦ୍ଧାଜଂଳି ସଭାରେ ବିଶ୍ୱହିନ୍ଦୁ ପରିଷର କେନ୍ଦ୍ରୀୟ ସଂହସଂପାଦକ ଯୁଗଳ କିଶୋର ରାଜି, ସହସଂପାକ ଡ.ବସନ୍ତ ରଥ, ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ ସୁବାଷ ଚୌହାନ, ଶ୍ରଦ୍ଧାଜଂଳି ସମିତିର ସଂଯୋଜକ ଅଜିତ ପଟ୍ଟନାୟକ, ଓଡିଶା ବଜରଙ୍ଗଳ ପ୍ରମୁଖ ରମାକାନ୍ତ ରଥ, ବିଶ୍ୱ ହିନ୍ଦୁ ପରିଷର ରାଜ୍ୟ ସାଧାରଣ ସଂପାଦକ ଗୌରୀ ପ୍ରସାଦ ରଥ, ବିଶ୍ୱହନ୍ଦୁ ପରିଷଦର ପୂର୍ବପ୍ରାନ୍ତ ସହସଂପାଦକ ପ୍ରିୟନାଥ ଶର୍ମା,ଜିଲ୍ଲା ସଂଗଠନ ସଂପାଦକ ପ୍ରଦୀପ ପଣ୍ଡା ପ୍ରମୁଖଙ୍କ ସମେତ ବହୁ କର୍ମୀ ଓ ନେତା ଓ ସାଧୁସନ୍ଥଗଣ ଯୋଗଦେଇଥିଲେ ।

ସୂଚନାଯୋଗ୍ୟ ଗତ ୨୦୦୮ ଅଗଷ୍ଟ ୨୩ ତାରିଖରେ ଜଳେଶପଟ୍ଟା ଆଶ୍ରମରେ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରିଜଣ ସହଯୋଗୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବିଶ୍ୱହିନ୍ଦୁ ପରିଷ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

ସ୍ୱାମୀ ଲକ୍ଷ୍ମଣାନନ୍ଦ ଶ୍ରାଦ୍ଧବାଷିକୀ: କନ୍ଧମାଳରେ କଡା ସୁରକ୍ଷା ବ୍ୟବସ୍ଥା

August 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)-ଅଗଷ୍ଟ ୨୩ ତାରିଖରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୪ ବର୍ଷ ପୂରିବ । ବିଶ୍ୱହିନ୍ଦୁ ପରିଷଦ ତରଫରୁ ଏହିଦିନଟିକୁ ଚତୁର୍ଥ ଶ୍ରାଦ୍ଧବାଷିକୀ ରୂପେ ପାଳନ କରାଯିବ । ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସମଗ୍ର କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜିଲ୍ଲାର ପ୍ରବେଶ ପଥକୁ ସିଲ କରାଯାଇଛି । ବିଭିନ୍ନ ଥାନା ଅଂଚଳରେ ପୋଲିସ ଓ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ପରେ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଯାନବାହାନ ଆଦି ଚେକିଂ କରା ଯାଉଛି । ଫୁଲବାଣୀ ସହରରେ ୬ ପ୍ଲାଟୁନ ଫୋର୍ସ ମୁତୟନ କରା ଯାଇଛି ।

ସହରର ବିଭିନ୍ନ ଛକ, ବସଷ୍ଟାଣ୍ଡ, ଚର୍ଚ୍ଚ ଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରେ ୧୯ ପ୍ଲାଟୁନ ସାଦା ପୋଷାକଧାରୀ ସୁରକ୍ଷା କର୍ମୀ, ୬ ପ୍ଲାଟୁନ ଓଏସ୍ପି, ୩ ୟୁନିଟ ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି ।

ସେହିପରି ବାଲିଗୁଡାଠାରେ ୧ ପ୍ଲାଟୁନ ଆଇଆରବି,୧ପ୍ଲାଟୁନ ଓ ଏସ୍ଏପି, ସ୍ଥାନୀୟ ପୋଲିସ ମୁତୟନ ଥିବାବେଳେ ସମ୍ବେନଶୀଳ ଅଂଚଳ ଦାରିଙ୍ଗବାଡି ଠାରେ ୧ ୟୁନିଟ ଏସ୍ଓଜି ଜବାନ,୧ ପ୍ଲାଟୁନ ଆଇଆରବି, କୋଟାଗଡଠାରେ ୨ ପ୍ଲାଟୁନ ସିଆରପିଏଫ,୧ ପ୍ଲାଟୁନ ଏସ୍ ପିଓଙ୍କୁ ମୁତୟନ କରାଯାଇଛି ।

ବାରଖମାରେ ଡିଏସ୍ପି ଅଜୁନ ବାରିକଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଆଇଆରବି ଫୋର୍ସ ମୁତୟନ କରାଯାଇଥିବା ବିଷୟ ଡିଏସ୍ ପି ଡିଆଇଜି ଗୁପ୍ତ ଚନ୍ଦ୍ର ବେହେରା ପ୍ରକାଶ କରିଚନ୍ତି ।

ଆଜି ଫୁଲବାଣୀ ସହରରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ସନ୍ଥ ଚିନ୍ତନ ବଗ ଅନୁଷ୍ଠିତ ହେଉଥିଲା ବେଳେ ଆସନ୍ତାକାଲି ଗୁରୁବାର ଫୁଲବାଣୀ କୋରୋନେସନ ପଡିଆଠାରେ ଶାନ୍ତି ପ୍ରତିବାଦ ସଭା ଅନୁଷ୍ଠିତ ହେବ । ଅପରାହ୍ନ ୧.୩୦ ସମୟରେ ନଗର ଭ୍ରମଣ ଓ ୨.୩୦ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ଫୁଲବାଣୀ, ବିଶ୍ୱହିନ୍ଦୁ ପରିଷଦ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସମସ୍ତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଉ:ସାଧୁସନ୍ଥ

August 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)-ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରିଜଣ ସହଯୋଗୀଙ୍କର ସମସ୍ତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଉ, ଫୁଲବାଣୀ ଠାରେ ବିଶ୍ୱହିନ୍ଦୁ ପରିଷଦର ଧର୍ମ ପ୍ରସାର ବିଭାଗ ପକ୍ଷରୁ ଆୟୋଜିତ ସାଧୁସନ୍ଥ ସମ୍ମିଳନୀରେ ବୁଧବାର ସାଧୁସନ୍ଥମାନେ ଦାବି କରିଛନ୍ତି ।

ସମସ୍ତ ହତ୍ୟାକାରୀଙ୍କର ବିଚାର ଏକା ସାଥିରେ କରାଯାଉ,ଯଥାଶୀଘ୍ର ହତ୍ୟାକାରୀମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଉ,ନିଜେ ଦୋଷ ସ୍ୱୀକାର କରିଥିବା ବ୍ୟକ୍ତିଙ୍କୁ ତଦନ୍ତ କାରୀ ସଂସ୍ଥା ଦୋଷୀ ବୋଲି ଗ୍ରହଣ କରି ଗିରଫ୍ ନକରିବା ସମସ୍ତଙ୍କୁ ବିସ୍ମିତ କରିଛି ବୋଲି ସାଧୁସନ୍ଥମାନେ ମତ ପ୍ରକାଶ କରିଥିଲେ ।

ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସାଧୁସନଙ୍କର ଚିନ୍ତନ ବୈଠକରେ ରାଜ୍ୟର ଶହଶହ ସାଧୁସନ୍ଥ ଯୋଗେଇ ରାଜ୍ୟ ସରକାରଙ୍କ ଭୋଟ ରାଜନୀତିକୁ ଧିକାର କରିଛନ୍ତି ।

୨୦୦୮ ଅଗଷ୍ଟ ୨୩ ତାରିଖରେ ଜଳେଶପଟ୍ଟା ଆଶ୍ରମରେ ଲକ୍ଷ୍ମଣାନନ୍ଦ ଓ ତାଙ୍କର ଚାରିଜଣ ସହଯୋଗୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ସରକାର ହତ୍ୟା ଆରୋପରେ କିଛି ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ।

କିନ୍ତୁ କ୍ଷୋଭର ବିଷୟ ଯେ,ମୁଖ୍ୟ ଆରୋପି ଓ ଷଡଯନ୍ତ୍ର କାରୀମାନଙ୍କୁ ଧରିବାପାଇଁ ସରକାରଙ୍କ ନିକଟରେ ସକ୍ରିୟତା କମ୍ ଅଛି । ଭୋଟ ବ୍ୟାଙ୍କକୁ ଆଖି ଆଗରେ ରଖି ସେମାନଙ୍କୁ ଗିରଫ କରା ଯାଉ ନାହିଁ ସ୍ୱାମୀଜୀଙ୍କ ଭଳି ଜଣେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ସମାଜ ସଂସ୍କାରକଙ୍କର ହତ୍ୟା ଘଟଣାରେ ତଦନ୍ତ ପ୍ରକ୍ରିୟାର ମନ୍ଥରତା ସମସ୍ତଙ୍କୁ ଦୁଃଖିତ କରିଛି ।

ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ତଦନ୍ତର ନିଷ୍କ୍ରିୟତା ଓ ପଦ୍ଧତି ଉପରେ ଅସନ୍ତୋଷ ପ୍ରକାଶ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିଦେ୍ର୍ଧଶ ଦେଇ ସାରିଛନ୍ତି ବୋଲି ସାଧୁସନ୍ଥମାନେ ମତ ପ୍ରକାଶ କରିଥିଲେ ।

ଓଡ଼ିଶା ଡ଼ଟ୍ କମ

admin
admin

Filed Under: ମୁଖ୍ୟ ଖବର Tagged With: ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ, ବିଶ୍ୱହିନ୍ଦୁ ପରିଷଦ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

କନ୍ଧମାଳ ଦଙ୍ଗା: ଗୃହଦାହ ମାମଲାରେ ୪ ଜଣଙ୍କୁ ଦଣ୍ଡାଦେଶ

November 26, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ସୀମାଞ୍ଚଳ ପଟ୍ଟନାୟକ

ଫୁଲବାଣୀ, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଦଙ୍ଗା ସମୟରେ ହୋଇଥିବା ଘରପୋଡ଼ି ମାମଲାର ବିଚାର କରି ସ୍ଥାନୀୟ ଅଦାଲତ ଶୁକ୍ରବାର ୪ ଜଣଙ୍କୁ ଚାରି ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଜି ଉଦୟଗିରି ଥାନା ଅର୍ନ୍ତଗତ ଖାରିଆପଡ଼ା ଗ୍ରାମରେ ୨୭ .୮.୨୦୦୮ରେ ହୋଇଥିବା ଘରପୋଡ଼ି ମାଲାରେ ଫୁଲବାଣୀ ଫାଷ୍ଟଟ୍ରାକ୍ କୋର୍ଟ-୧ ବିଚାରପତି ଶୋଭନ ଦାସ ଚାରି ଜଣ ଅଭିଯୁକ୍ତଙ୍କୁ ଚାରି ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଓ ୨୦୦୦ ଟଙ୍କା ଜରିମାନା ଆଦେଶ କରିଥିବା ଜଣେ ଆଇନଜୀବୀ କହିଛନ୍ତି ।

ଦଣ୍ଡାଦେଶ ପାଇଥିବା ବ୍ୟକ୍ତିମାନେ ହେଲେ ସୁନାମାଳି ପ୍ରଧାନ, ରବି ମଲ୍ଲିକ, ଟିକାଚନ୍ଦ୍ର ପ୍ରଧାନ ଓ ଲାଲାଜୀ ପ୍ରଧାନ । ୨୦୦୮ ଅଗଷ୍ଟ ୨୩ରେ ବିଶ୍ୱହିନ୍ଦୁ ପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରି ଜଣ ସହଯୋଗୀଙ୍କ ହତ୍ୟା ପରେ ସମଗ୍ର ଜିଲ୍ଲାରେ ହିଂସାକାଣ୍ଡ ଦେଖାଦେଇଥିଲା । ହିଂସାକାଣ୍ଡରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ ଦଙ୍ଗା, ଫୁଲବାଣୀ, ମୁଖ୍ୟ ଖବର, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

କନ୍ଧମାଳ ଦଙ୍ଗା: ଗୃହଦାହ ମାମଲାରେ ୧୪ ଜଣଙ୍କୁ ଦଣ୍ଡାଦେଶ

November 21, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ସୀମାଞ୍ଚଳ ପଟ୍ଟନାୟକ

ଫୁଲବାଣୀ, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ୨୦୦୮ କନ୍ଧମାଳ ଦଙ୍ଗା ସମୟରେ ହୋଇଥିବା ଘରପୋଡ଼ି ମାମଲାର ବିଚାର କରି ଶନିବାର ସ୍ଥାନୀୟ ଅଦାଲତ ୧୪ ଜଣଙ୍କୁ ତିନି ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ରାଇକିଆ ଥାନା ଅନ୍ତର୍ଗତ ବୁଦାମାହା ଗ୍ରାମର ଘରପୋଡ଼ି ମାଲାରେ ଫୁଲବାଣୀ ଫାଷ୍ଟଟ୍ରାକ୍ କୋର୍ଟ-୨ ବିଚାରପତି ସି.ଆର୍.ଦାସ ସାତ ଜଣ ଅଭିଯୁକ୍ତଙ୍କୁ ତିନି ବର୍ଷ ଲେଖାଏଁ କାରାଦଣ୍ଡାଦେ ଓ ୪୫୦୦ ଟଙ୍କା ଜରିମାନା ଆଦେଶ କରିଥିବା ଜଣେ ଆଇନଜୀବୀ କହିଛନ୍ତି ।

ସେହିପରି ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଧେରିଗାଁ ଘରପୋଡ଼ି ମାମଲାରେ ଅନ୍ୟ ସାତ ଜଣଙ୍କୁ ତିନି ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହ ୬୫୦୦ ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଥିବା ବେଳେ ଜି.ଉଦୟଗିରି ଥାନା ଅନ୍ତର୍ଗତ ସୁଲେଦି ଗ୍ରାମର ଘରପୋଡ଼ି ମାମଲାରେ ବିଚାରପତି ପ୍ରମାଣ ଅଭାବରୁ ଛଅ ଜଣଙ୍କୁ ନିଦେ୍ର୍ଧାଶରେ ଖଲାସ କରିଦେଇଛନ୍ତି ।

୨୦୦୮ ଅଗଷ୍ଟ ୨୩ରେ ବିଶ୍ୱହିନ୍ଦୁ ପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରି ଜଣ ସହଯୋଗୀଙ୍କ ହତ୍ୟା ପରେ ସମଗ୍ର ଜିଲ୍ଲାରେ ହିଂସାକାଣ୍ଡ ଦେଖାଦେଇଥିଲା । ହିଂସାକାଣ୍ଡରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ ଦଙ୍ଗା, ଫୁଲବାଣୀ, ବିଶ୍ୱହିନ୍ଦୁ ପରିଷଦ, ମୁଖ୍ୟ ଖବର, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ