• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ୱାସ୍ଥ୍ୟସେବା

ବରିଷ୍ଠ ନାଗରିକଙ୍କ ନିମନ୍ତେ ଉଦ୍ଧିଷ୍ଟ ଚିଠାନୀତି ଚୂଡାନ୍ତ ପାଇଁ ଦାବି

March 31, 2015 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ମାର୍ଚ ୩୧ (ଓଡିଶା ଡଟ କମ) ବରିଷ୍ଠ ନାରଗିକ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ରାଜ୍ୟ ଚିଠାନୀତି ପ୍ରସ୍ତାବିତ ହେବାର ଦୀର୍ଘ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରି ନ ଥିବା ହେଲ୍ପଏଜ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ରାଜ୍ୟ ଓ ଏହାର ବରିଷ୍ଠ ନାଗରିକ ଶୀର୍ଷକ କର୍ମଶାଳାରେ ଉପସ୍ଥିତ ଅତିଥି ମାନେ ମତ ପୋଷଣ କରିଥିଲେ ।

photo 03ସୋମବାର ଆୟୋଜିତ ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ବରିଷ୍ଠ ନାଗରିକ ଆସୋସିଏସନରୁ ଆସିଥିବା ୭୦ରୁ ଅଧିକ ବ୍ୟକ୍ତି ଯୋଗଦାନ କରିଥିଲେ ।

ରାଜ୍ୟରେ ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା ଓ ରାଜ୍ୟ ସରକାରଙ୍କ ଏହାପ୍ରତି ଆଭିମୂଖ୍ୟ କୁ ନେଇ ଏହି ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯାଇଥିଲା । ଏଥିରେ ହେଲ୍ପଏଜ୍ ଇଣ୍ଡିଆର ରାଜ୍ୟ ଶାଖା ମୂଖ୍ୟ ଭାରତୀ ଚକ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହିତ ରାଜ୍ୟ ସରକାର ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏପ୍ରିଲ ପହିଲାରୁ ଏକ ସ୍ୱତନ୍ତ୍ର ବିଭାଗ ଘୋଷଣା କରିବାକୁ ଯାଉଥିବା ବିଷୟକୁ ସ୍ୱାଗତ ଯୋଗ୍ୟ ପଦେକ୍ଷପ ବୋଲି ମତ ରଖିଥିଲେ ।

ଏହି ଆଲୋଚନା ଚକ୍ରରେ ରାଜ୍ୟ ବରିଷ୍ଠ ନାଗରିକ ଫେଡେରେସନ୍ ର ସଭାପତି ଶ୍ରୀ କୃପାସିନ୍ଧୁ ସାହୁ ଓଡିଶା ବରିଷ୍ଠ ନାଗରିକ ଚିଠା ନୀତି ବାବଦରେ ସୂଚନା ପ୍ରଦାନ କରିଥିଲେ ଓ ଏହାର ପ୍ରସ୍ତୁତିରେ ହେଲ୍ପଏଜ୍ ଇଣ୍ଡିଆ ତଥା ରାଜ୍ୟ ବରିଷ୍ଠ ନାଗରିକ ଫେଡେରେସନ୍ ର ଭୂମିକା ବାବଦରେ ଆଲୋକପାତ କରିଥିଲେ ।

ଏହା ସହିତ ଏ ପର୍ଯ୍ୟନ୍ତ ଦୀର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଚିଠାନୀତି ଚୂଡାନ୍ତ ହୋଇପାରିନଥିବା କ୍ଷୋଭର ବିଷୟ ବୋଲି ପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ ସାର୍ବଜନୀନ ପେନସନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ତଥା ପ୍ରତି ଜିଲ୍ଲା ଠାରେ ମଡେଲ୍ ବୃଦ୍ଧାଶ୍ରମ ନିର୍ମାଣ ପାଇଁ ଦାବୀ ଉପସ୍ଥାପନା କରିଥିଲେ ।

ରାଜ୍ୟ ବରିଷ୍ଠ ନାଗରିକ ଫେଡେରେସନ୍ ର ସେକ୍ରେଟାରୀ ଯୁଗଳ କିଶୋର ସାହୁ ସାର୍ବଜନୀନ ପେନସନ୍ କୁ ଅତି କମ୍ ରେ ୧୦୦୦ ଟଙ୍କା, ଯାହାକି ଯେକୈାଣସି ମାନବିକ ମାନଦଂଡରେ ସର୍ବନିମ୍ନ ସ୍ତର, କରିବାକୁ ଦାବୀ ଜଣାଇଥିଲେ ।

ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସାର୍ବଜନୀନ ସ୍ୱାସ୍ଥ୍ୟ ବୀମା ପାଇଁ ମଧ୍ୟ ସେ ଦାବୀ ଉପସ୍ଥାପନ କରିଥିଲେ । କର୍ମଶାଳାରେ ଉପସ୍ଥିତ ଡାଃ. କେ.ପି.ବି. ପଟନାୟକ, ଯୁଗ୍ମ ନିଦେ୍ର୍ଧଶକ, ସ୍ୱାସ୍ଥ୍ୟ ସେବା, ଓଡିଶା ସରକାର ନିଜର ମତ ରଖି ଓଡିଶା ସରକାରଙ୍କର ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ବିଭିନ୍ନ ସୁବିଧା ବାବଦରେ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନରେ ସରକାର ଆହୁରି ଅନେକ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଜଣାଇ ଥିଲେ ।

ଏହି କର୍ମଶାଳାର ଅଧ୍ୟକ୍ଷତା କରି ଜଗଦାନନ୍ଦ ଆହ୍ୱାନ ଦେଇଥିଲେ ଯେ ଏହି ରାଜ୍ୟ ବରିଷ୍ଠ ନାଗରିକ ଚିଠା ନୀତି କୁ ସାମ୍ପ୍ରତିକ ପରିସ୍ଥିତିରେ ପୁଣି ଥରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ଏବଂ ସରକାରଙ୍କ ପାଖରେ ଏହାର ଯଥାଶିଘ୍ର ପ୍ରଣୟନ ପାଇଁ ଦାବୀ ଉପସ୍ଥାପନାର ଆବଶ୍ୟକତା ରହିଛି ।

ଆଗାମୀ ଉତ୍କଳ ଦିବସରେ ସରକାର ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ନୂତନ ବିଭାଗ ଖୋଲିବା ପରିପ୍ରେକ୍ଷୀ ରେ ଏହା ନିତାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ସେ ମଧ୍ୟ ସ୍ୱେଚ୍ଛାସେବୀ ହେବା ପାଇଁ ତଥା ନିଜକୁ ନିଜେ ସାହାଯ୍ୟ କରିବା ସହିତ ସଂଗଠିତ ହେବା ପାଇଁ ଆହ୍ୱାନ ଦେଇଥିଲେ ।

ଏହି ଆଲୋଚନା ଚକ୍ରରେ ଉପସ୍ଥିତ ଅଂଶଗ୍ରହଣକାରୀ ବରିଷ୍ଠ ନାଗରିକମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଯଥା ସ୍ୱାସ୍ଥ୍ୟସେବା, ଇନସୁରାନ୍ସ, ପରିବହନ, ଏକାକୀତ୍ୱ, ସୁରକ୍ଷା ଆଦି ବାବଦରେ ଆଲୋଚନା କରିବା ସହିତ ସରକାର ଏହାର ସମାଧାନ ଦିଗରେ କଣ ପଦକ୍ଷେପ ନେଉଛନ୍ତି ସେ ବାବଦରେ ପ୍ରଶ୍ନ କରିଥିଲେ ।

ଶେଷରେ ହେଲ୍ପଏଜ୍ ଇଣ୍ଡିଆ ତରଫରୁ ଶ୍ରୀ ରଂଜୟ ଦାସ, ପ୍ରୋଗ୍ରାମ ମାନେଜର ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସ୍ୱାସ୍ଥ୍ୟ Tagged With: ରାଜ୍ୟ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟସେବା, ସ୍ୱେଚ୍ଛାସେବୀ

ଜୁଲାଇରୁ ଏମ୍ଏସ୍ ରେ ରୋଗୀ ସେବା

January 30, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୩୦(ଓଡିଶା ଡ଼ଟ୍ କମ୍)-ଚଳିତବର୍ଷ ଜୁଲାଇ ଠାରୁ ଏମ୍ସରେ ରୋଗୀସେବା ଆରମ୍ଭ ହେବ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୋଲାମନବୀ ଆଜାଦ୍ ବୁଧବାରଏମ୍ସ ବୁଲି ଦେଖିବାପରେ ଏ ବିଷୟରେ ସୂଚନା ଦେଇଛନ୍ତି ।

AIIMS

ଭୁବନେଶ୍ୱର ଉପକଣ୍ଠ ସିଜୁଆ ଠାରେ ନିର୍ମାଣଧିନ ଅଖିଳ ଭାରତୀୟ ଆର୍ୟୁବେଦ ସଂସ୍ଥା ଏମ୍ସର ନିର୍ମାଣ କାର୍ଯ୍ୟ ସମୀକ୍ଷାକରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏମ୍ସର ନିର୍ମାଣ କାର୍ଯ୍ୟ ଆସନ୍ତା ମେ ସୁଦ୍ଧା ଶେଷ କରିବା ପାଇଁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏମ୍ସର ନିର୍ମାଣ କାର୍ଯ୍ୟରେ ତିନୋଟି ସଂସ୍ଥା ନିୟୋଜିତ ହୋଇଛନ୍ତି । ମେ ସୁଦ୍ଧା ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ କରିବା ସହ ଏମ୍ସରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ,ଗେଷ୍ଟେ ହାଉସ,ଷ୍ଟାପକ୍ୱାଟର ଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷା ବୈଠକରେ ତିନୋଟି ଯାକ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କୁ ଡାକି ଏ ବିଷୟରେ ତାଗିଦ୍ କରିଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଉଟଡୋର ସହ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଲକ୍ଷ ରଖି ଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆଜିର ଏ ଗସ୍ତ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀମାନେ ଏମ୍ସ ଆଖପାଖ ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାସହ ଡାକ୍ତରଙ୍କୁ ସାହାର୍ଯ୍ୟ କରିନ୍ତୁ ଓ ଅଭିଜ୍ଞତା ହାସଲ କରନ୍ତୁ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଓଡିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏମ୍ସ, ଗେଷ୍ଟ ହାଉସ, ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟସେବା, ହଷ୍ଟେଲ

ସ୍ୱାସ୍ଥ୍ୟସେବା: ମାନବସମ୍ବଳ ସଂପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

August 11, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କ୍ଷେତ୍ରରେ ଭିତ୍ତିଭୂମି ସମେତ ମାନବସମ୍ବଳ ବିଷୟରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ପ୍ରଦାନ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମାନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟ ଚିକିତ୍ସାଧିକାରୀମାନେ ସେମାନଙ୍କ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନ ସଂପର୍କରେ ଜଣାଇବାକୁ ବିଭାଗୀୟ ମନ୍ତ୍ରୀ ଦାମୋଦର ରାଉତ ନିର୍ଦ୍ଦେଶ ଦେଇଛନ୍ତି ।

କେଉଁ କେଉଁ ସ୍ଥାନରେ ଭିତ୍ତିଭୂମିର ଆବଶ୍ୟକ ରହିଛି, ନୂଆ ଘର କିମ୍ବା ମରାମତି, ଡାକ୍ତର, ନର୍ସ ବର୍ତମାନ କେଉଁଠି କେତେ ଅଛନ୍ତି , ଯନ୍ତ୍ରପାତି କଣ କଣ ଅଛି , ତାହା କାର୍ଯ୍ୟ କରୁଛି କି ନାହିଁ ଏବଂ ଯନ୍ତ୍ରପାତି ଆବଶ୍ୟକ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱାସ୍ଥ୍ୟସେବା

ଜଗତସିଂହପୁର: ଡ଼ାକ୍ତର ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

May 18, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମଇ ୧୮(ଓଡ଼ିଶା ଡ଼ଟ୍ କମ୍) ଆବଶ୍ୟକ ଡ଼ାକ୍ତାର ଓ ସରଞ୍ଜାମ ନଥିବାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ।

ଏହି ଅଞ୍ଚଳରେ ଜଣ୍ଡିସ ଓ ଅନ୍ୟାନ୍ୟ ରୋଗ ଦେଖା ଦେଇଥିବା ବେଳେ ସ୍ଥାନୀୟ ଲୋକମାନେ ଏନେଇ ଭୟଭୀତ ହୋଇପଡ଼ିଛନ୍ତି ।

ଜିଲ୍ଲାର ଆଠଟି ବ୍ଲକର ଲକ୍ଷାଧିକ ଲୋକ ଏହି ଡ଼ାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ
ରାଜନୈତିକ ଇଚ୍ଛାଶକ୍ତିର ଅଭାବ ତଥା ପ୍ରଶାସନିକ ଅବହେଳା ଯୋଗୁଁ ସେମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଲୋକମାନେ କହିଛନ୍ତି ।

ପ୍ରତିଦିନ ଗର୍ଭବତୀ ମହିଳାଙ୍କ ସମେତ ହଜାର ହଜାର ରୋଗୀ ଡ଼ାକ୍ତରଖାନାକୁ ଆସୁଥିବା ବେଳେ ଚିକିତ୍ସାଳୟରେ ବିଶେଷଜ୍ଞ ନଥିବାରୁ ରୋଗୀ ମାନଙ୍କୁ ଘରୋଇ କ୍ଲିନିକ୍, କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଦିଆଯାଉଛି।

ସେହିପରି ଆବଶ୍ୟକ ସରଞ୍ଜାମ ଅଭାବରୁ ମଧ୍ୟ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି । ଗତ ପାଞ୍ଚ ବର୍ଷ ତଳେ ଲଗାଯାଇଥିବା ଅଲଟ୍ରାସାଉଣ୍ଡ ମେସିନ୍ ମଧ୍ୟ ଖରାପ ହୋଇ ପଡ଼ିଛି । ଅଲଟ୍ରାସାଉଣ୍ଡ କରିବାକୁ ଲୋକ ମାନଙ୍କୁ କଟକ ଓ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ୁଛି ।

ଏହାସହ ଚିକିତ୍ସାଳୟକୁ ଡ଼ାକ୍ତରମାନେ ନିୟମିତ ନଆସୁଥିବାରୁ ଏହା ରୋଗୀମାନଙ୍କୁ ବହୁତ ଅସୁବିଧାରେ ପକାଇଛି ।

ଜିଲ୍ଲାରେ ୨୭ଟି ଡ଼ାକ୍ତର ଏବଂ ୨୭ଟି ଏଏନ୍ଏମ୍ ପଦବୀ ଖାଲି ପଡ଼ିଥିବା ବେଳେ ଏଗୁଡ଼ିକ ପୂରଣ ପାଇଁ ଉଚ୍ଚ କର୍ତୃପକ୍ଷଙ୍କୁ କୁହାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ ସାହୁ କହିଛନ୍ତି ।

ସ୍ଥାନୀୟ ଲୋକଙ୍କୁ ଠିକ୍ ଭାବେ ସ୍ଥାସ୍ଥ୍ୟସେବା ଯୋଗାଇବା ଦାବିରେ ଶୁକ୍ରବାର ଯୁବକ କଂଗ୍ରେସ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ସ୍ୱାସ୍ଥ୍ୟସେବା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ