• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ୱାସ୍ଥ୍ୟ ବୀମା

ସ୍ୱାସ୍ଥ୍ୟବୀମା ହିତାଧିକାରୀଙ୍କୁ ହଇରାଣ କଲେ ଫୌଜଦାରୀ ମାମଲା

May 13, 2015 by News Bureau Leave a Comment

ଭୁବନେଶ୍ୱର, ମଇ୧୩ (ଓଡିଶା ଡ଼ଟ୍ କମ୍)ସ୍ୱାସ୍ଥ୍ୟବୀମା ଯୋଜନାର ହିତାଧିକାରୀମାନଙ୍କୁ ହଇରାଣ ହରକତ କରୁଥିବା ଡ଼ାକ୍ତରଖାନା ମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା  ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ମଙ୍ଗଳବାର ଚେତାବନୀ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଚିବାଳୟଠାରେ ବିଜୁ କୃଷକ କଲ୍ୟାଣ ଯୋଜନା ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟବୀମା ଯୋଜନାର ହିତାଧିକାରୀମାନେ ବିଭିନ୍ନ ସମୟରେ ବିଭିନ୍ନ ଡାକ୍ତରଖାନାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ସ୍ଵାସ୍ଥ୍ୟବୀମା ହିତାଧିକାରୀ ମାନଙ୍କର ସ୍ଵାର୍ଥର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ଵ ଦେଇଥିଲେ ।

ବୀମା ବ୍ୟବସ୍ଥା ଅନୁଯାୟୀ ଠିକ୍ ଭାବରେ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇ ଦେଉ ନଥିବା ଡାକ୍ତରଖାନା ମାନଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ପରବର୍ତ୍ତୀ ସମୟରେ ଆବଶ୍ୟକ ସ୍ଥଳେ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ସ୍ଵାସ୍ଥ୍ୟସେବା ରାଜ୍ୟ ସରକାରଙ୍କର ପ୍ରାଥମିକତା । ଗରିବ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ବୀମା ଯୋଜନା ଆରମ୍ଭ କରିଛନ୍ତି । ଏହାକୁ ଦ୍ରୁଷ୍ଟିରେ ରଖି ସ୍ଵାସ୍ଥ୍ୟ ବିଭାଗ ଏହା ଉପରେ ଉପଯୁକ୍ତ ଗୁରୁତ୍ଵ ଦେବା ସହିତ ବିଭିନ୍ନ ଡାକ୍ତରଖାନାରେ ଥିବା ହେଲପ ଡେସ୍କ ମାନଙ୍କର କାର୍ଯ୍ୟ ସମ୍ପର୍କରେ ନିୟମିତ ସମୀକ୍ଷା କରାଯିବ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସ୍ଵାସ୍ଥ୍ୟବୀମା ଯୋଜନାର ଅଗ୍ରଗତି ସମ୍ପର୍କରେ ପ୍ରତି ଦୁଇ ମାସରେ ଥରେ ସମୀକ୍ଷା କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ସ୍ଵାସ୍ଥ୍ୟବୀମା ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଏକ ସ୍ଵତନ୍ତ୍ର ନିର୍ଦ୍ଦେଶାଳୟ ଗଠନର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରଯାଇଥିଲା । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରୁ ଜଣାଯାଇଛି ଯେ ବିଜୁ କୃଷକ କଲ୍ୟାଣ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷରୁ ଅଧିକ ଚାଷୀ ପରିବାର ସାମିଲ ହୋଇଥିବା ବେଳେ ୨୬ କୋଟିରୁ ଅଧିକ ଟଙ୍କା ବୀମାଧାରୀ ଚିକିତ୍ସା ପାଇଁ ଖର୍ଚ କରାଯାଇଛି ।

ସେହିପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୪୪ ଲକ୍ଷରୁ ଅଧିକ ପରିବାର ପଞ୍ଜିକୃତ ହୋଇଥିବା ବେଳେସହାୟତା ବାବଦରେ ୧୦୮ କୋଟି ୪୬ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ବୈଠକରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ, କୃଷି ବିଭାଗର ପ୍ରମୁଖ ସଚିବ ଓ ଶ୍ରମ କମିଶନର ପ୍ରମୁଖ ଯୋଗ ଦେଇଥିଲେ।

ଓଡିଶା ଡ଼ଟ୍ କମ୍

News Bureau
News Bureau

Filed Under: ସ୍ୱାସ୍ଥ୍ୟ Tagged With: ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟ ବୀମା, ହିତାଧିକାରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ