• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ହତ୍ୟା

ଚାରିଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ହତ୍ୟା, ୭୦ ଅଟକ

April 9, 2015 by ନିଉଜ ଡେସ୍କ Leave a Comment

କୋରାପୁଟ, ଏପ୍ରିଲ ୯ (ଓଡିଶା ଡଟ କମ) କୋରାପୁଟ ଜିଲାରେ ଗୁରୁବାର ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ ଆକ୍ରମଣ କରି ଚାରିଜଣଙ୍କୁ ଗ୍ରାମବାସୀ ହତ୍ୟା କରିଥିବା ଏବଂ ପରେ ସେମାନଙ୍କ ଗାଡିରେ ନିଆଁ ଲଗାଇ ଦେଇଥିବା ପୁଲିସ କହିଛି ।

ମଧ୍ୟରାତ୍ରି ପରେ ଜୟପୁର ସଦର ଥାନା ଅଞ୍ଚଳର ବାଲିଆ ଗ୍ରାମ ନିକଟରେ ହୋଇଥିବା ଏହି ନୃଶଂସ ମାମଲାରେ ପୋଲିସ ପ୍ରାୟ ୭୦ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଥିବା ଆଇଜି ଯଶୱନ୍ତ ଜେଠ୍ୱା ଓଡିଶା ଡଟ କମକୁ କହିଛନ୍ତି ।

ତାଙ୍କ କହିବା ଅନୁସାରେ ଶତାଧିକ ଗ୍ରାମବାସୀ କେତେକ ଗାଡିରେ ଗଞ୍ଜେଇ ନେଇ ଯାଉଥିବା ଛତିଶଗଡର ଦଶଜଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ସେମାନେ ପିଟି ପିଟି ହତ୍ୟା କରିଥିବା ବେଳେ ଅନ୍ୟମାନେ ସୌଭାଗ୍ୟକ୍ରମେ ବଞ୍ଚି ଯାଇଥିଲେ ।

ପୋଲିସ ବର୍ତି ଯାଇଥିବା ଚୋରାବେପାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ରାସ୍ତାରେ ପଡିଥିବା ଚାରି ଗଞ୍ଜେଇ ଚୋରା ଚାଲାଣ କାରୀଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଏହି ମାମଲାରେ ପ୍ରାୟ ୭୦ ଜଣ ସ୍ଥାନୀୟ ଲୋକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଥିବା ସେ କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: କୋରାପୁଟ, ଗଞ୍ଜେଇ, ଗ୍ରାମବାସୀ, ଚୋରା ଚାଲାଣକାରୀ, ହତ୍ୟା

ମେଟାଲିକ୍ସ ସ୍ପଞ୍ଜ ଲୁହା କାରଖାନା ମାଲିକଙ୍କୁ ହତ୍ୟା

January 23, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଯୋଡା, ଜାନୁଆରୀ ୨୨(ଓଡିଶା ଡଟ୍ କମ୍)- ଠାକୁରାଣୀ ମଧ୍ୟସ୍ଥଳୀ ସେଡିଂ ବସ୍ତିସ୍ଥିତ ରାଜୀବ ବିହାର କଲୋନୀଠାରେ ସୁମ୍ରିତ୍ ମେଟାଲିକ୍ସ ସ୍ପଞ୍ଜ ଲୁହା କାରଖାନା ନିର୍ଦେଶକ ତଥା ମାଲିକଙ୍କ ବାଦ କୁଳଭୂଷଣ କୁମାର ଚୁଙ୍ଗ୍ ଙ୍କୁ ରାଜୀବ ବିହାର କଲୋନୀରୁ ବାହାରୁଥିବା ସମୟରେ ଗୁଳିକରି ହତ୍ୟା କରାଯାଇଛି ।

ଗୁରୁତର ଆହତ ବାଦ କୁଳଭୂଷଣଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଯୋଡା ଟାଟା ଷ୍ଟିଲ ଚିକିତ୍ସାଳୟର ଆଇସିୟୁ ରେ ଭର୍ତି କରାଯାଇଥିଲା । ଗୁଳିଗୁଡ଼ିକୁ ଶରୀରରୁ ବାହାର କରାଯିବା ପୂର୍ବରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କୁଳଭୂଷଣଙ୍କ ଡାହାଣ ପଟ ଛାତିରେ ଗୋଟିଏ ଗୁଳି ଓ ତଳି ପେଟରେ ଦୁଇଟି ଗୁଳି ବିଦ୍ଧ ହୋଇଥିଲା ।

ଏକ କଳା ରଙ୍ଗର ମୋଟର ସାଇକେଲ ଯୋଗେ ଦୁଇ ଜଣ ଅଜଣା ଦୁର୍ବୃତ ସାଧା ପୋଷାକରେ ଆସି ତାଙ୍କ ସହ କଥାବାର୍ତା କରିଥିଲେ । ଦାଦା ଚାନ୍ଦା ବା କମିଶନିଂ ବାବଦକୁ ବକେୟା ଅର୍ଥକୁ କେନ୍ଦ୍ର କରି ଏହି ଅଜଣା ଦୁର୍ବୃତ ଦ୍ୱୟ କୁଳଭୂଷଣଙ୍କ ସାଙ୍ଗରେ ଯୁକ୍ତିତର୍କ କରିଥିଲେ ।

ଏମାନଙ୍କ ମଧ୍ୟରୁ ଜଣେ ପକେଟ୍ ରୁ ରିଭଲଭର କାଢି ହଠାତ୍ କୁଳଭୂଷଣଙ୍କ ଉପରକୁ ତିନି ରାଉଣ୍ଡ ଗୁଳି କରିଥିଲେ । ନିକଟରେ ପହରା ଦେଉଥିବା ସୁରକ୍ଷା କର୍ମୀ ଓ କଲୋନୀର ଅନ୍ୟ ବାସିନ୍ଦାମାନେ ଘଟଣା ସ୍ଥଳକୁ ଆସିବା ପୂର୍ବରୁ ଆତତାୟୀ ଦ୍ୱୟ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ ।

ଖବର ପାଇ ବଡବିଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ନିମନ୍ତେ ପ୍ରତ୍ୟକ୍ଷଦର୍ଶୀ ସୁରକ୍ଷା କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛନ୍ତି । ଆତତାୟୀଦ୍ୱୟଙ୍କୁ ପୁନର୍ବାର ଦେଖିଲେ ସହଜରେ ଚିହ୍ନଟ କରି ପାରିବେ ବୋଲି ସୁରକ୍ଷା କର୍ମଚାରୀ ପୁଲିସ ନିକଟରେ ପ୍ରକାଶ କରିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଚିକିତ୍ସାଳୟ, ଯୋଡା, ହତ୍ୟା

ରାଉରକେଲା: ବିଜେଡି ନେତାଙ୍କୁ ଗୁଳିକରି ହତ୍ୟା

July 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଜୁଲାଇ ୮(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀମନେ ରାଉରକେଲା ଅଞ୍ଚଳର ଜଣେ ଜଣାଶୁଣା ବିଜେଡ଼ି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ରବିବାର କହିଛି ।

ବିଜେଡ଼ି ନେତା ତଥା ରାଜଗାଙ୍ଗପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ହରୀପଦ ସିଂଙ୍କୁ ସେମାନେ ଗୁଳିକରି ହତ୍ୟା କରିଥିବା ବେଳେ ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

ହରୀପଦ ନିଜ ବନ୍ଧୁଙ୍କ ସହିତ କଥା ହେଉଥିବା ବେଳେ ତାଙ୍କ ନିକଟକୁ ଏକ ଫୋନ୍ ଆସିଥିଲା । ଏହି ଫୋନ୍ ଆସିବା ପରେ ହରୀପଦ ମନ୍ଦିର ଡ୍ୟାମ ଆଡ଼କୁ ଯାଇଥିଲେ ।

ସେଠାରେ ପିଏଲ୍ଏଫଆଇର ୪ଜଣ ସଦସ୍ୟ ତାଙ୍କ ହାତକୁ ବାନ୍ଧି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଗୋଟିଏ ଗୁଳି ତାଙ୍କ ଛାତିରେ ଏବଂ ଅନ୍ୟଟି କାନ୍ଧରେ ବାଜିଛି । ଏଥିରେ ହରୀପଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ତାଙ୍କୁ ସେମାନେ ବିଲେଇଗଡ଼ ନିକଟ ଗୋଶାଳପଡ଼ା ରାସ୍ତାରେ ଫିଙ୍ଗିଦେଇ ଚାଲିଯାଇଥିଲେ । ରବିବାର ସକାଳେ ସ୍ଥାନୀୟ ଲୋକେ ହରୀପଦଙ୍କ ଶବ ଦେଖି ଏ ସଂପର୍କରେ ପୋଲିସକୁ ଖବର ଦେଇଥିଲେ ।

ହରୀପଦଙ୍କ ଶବ ଉପରେ ପଡ଼ିଥିବା ଏକ ପିଏଲ୍ଏଫଆଇ ପୋଷ୍ଟର ମଧ୍ୟ ଜବତ କରାଯାଇଛି । ଏହି ପୋଷ୍ଟରରେ‘ସଂଗଠନ ବିରୋଧି କାମକଲେ ମୃତ୍ୟୁଦଣ୍ଡ, ମୁନାଫାଖୋର ଜମି ଲାଲ ହୁସିଆର’ଲେଖା ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: eûCeùKfû, jZýû, ବିଜେଡ଼ି, ରାଉରକେଲା, ହତ୍ୟା

ଆସିକା ସାଂସଦ ପ୍ରତିନିଧିଙ୍କୁ ହତ୍ୟା

February 5, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସୋରଡ଼ା,ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ପଂଚାୟତ ନିର୍ବାଚନ ପୂର୍ବରୁ ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଆସିକା ସାଂସଦଙ୍କ ପ୍ରତିନିଧିଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି ।

ରବିବାର ଅପରାହ୍ନରେ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ପ୍ରତିନିଧି କଂଗ୍ରେସ ନାୟକ ଗ୍ରାମବେତୀ ମନ୍ଦିର ନିକଟରେ ଯାଉଥିବା ବେଳେ କେତେକ ଦୁର୍ବୃତ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପରେ ସଂପୃକ୍ତ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଶତାଧିକ ଲୋକ ଶମଇଲି ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ଘଟଣା ସଂପର୍କରେ ଖବର ପାଇ ସାଂସଦ ପ୍ରଧାନ, ଧରାକୋଟ ରାଜମାତା ନନ୍ଦିନୀ ଦେବୀ ପ୍ରମୁଖ ଗାଁରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏସ୍ପି ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ମଧ୍ୟ ସେଠାରେ ପହଂଚିଛନ୍ତି ।

ରାଜନୈତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ହତ୍ୟାକାରୀକୁ ତୁରନ୍ତ ଗିରଫ କରାନଗଲେ ପରିସ୍ଥିତି ଜଟିଳ ହେବ ବୋଲି ନାୟକଙ୍କ ସମର୍ଥକମାନେ ଚେତାବନୀ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ ଜିଲ୍ଲା, ହତ୍ୟା

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

December 22, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଡ଼ବିଲ,ଡ଼ିସେମ୍ବର୨୨(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ବରପଦା ମୁଣ୍ଡା ସାହିରେ ଗୁଣିଗାରେଡ଼ି ସନ୍ଦେହରେ ଦଂ ପତିଙ୍କୁ ହତ୍ୟା କରାଯାଇଥିବା ପୋଲିସ ଗୁରୁବାର କହିଛି ।

ଗତ ସୋମାବର ଏହି ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ବେଳେ ଗୁରୁବାର ଏମାନଙ୍କ ମୃତ ଦେହ ଉଦ୍ଧାର
କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ତେବେ ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସେ କହିଛନ୍ତି ।

ଗିରଫ ଦୁଇ ଅଭିଯୁକ୍ତଙ୍କ କନ୍ୟା ଓ ପାଂଚବର୍ଷର ପୁଅର ଗତ କିଛିି ଦିନ ତଳେ ମୃତ୍ୟୁ ହୋଇଥିଲା । ତେବେ ପଡ଼ୋଶୀ ଦମ୍ପତି ଜୁମାଲ ମୁଣ୍ଡା ଓ ନମିକା ମୁଣ୍ଡା ଗୁଣିଗାରେଡ଼ି କରି ଏମାନଙ୍କୁ ହତ୍ୟା କରିଥିବା ସେମାନେ ସନ୍ଦେହ କରି ଘରୁ ଡ଼ାକି ନେଇ ହତ୍ୟା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର ଜିଲ୍ଲା, ହତ୍ୟା

ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା

December 7, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

ଯାଜପୁର, ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଜିଲ୍ଲାରେ ଜଣେ ଯୁବକ ତାଙ୍କ ପରିବାରର ତିନି ଜଣଙ୍କୁ ହତ୍ୟା କରିଥିବା ପୋଲିସ ବୁଧବାର କହିଛି ।

ମଙ୍ଗଳପୁର ଥାନା ଅର୍ନ୍ତଗତ କାଟିକଟା ଗ୍ରାମର ସୌଭାଗ୍ୟ ରଂଜନ ପାଢୀ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ମା, ଭାଇ ଓ ଭଉଣୀଙ୍କୁ ହତ୍ୟା କରିଥିବା ମଙ୍ଗଳପୁର ଥାନା ଅଧିକାରୀ ଗୌରହରି ସାହୁ କହିଛନ୍ତି ।

ଜଣେ ଗ୍ରାମବାସୀ ଅଭିଯୁକ୍ତଙ୍କ ଘରକୁ ବୁଧବାର ସକାଳୁ କ୍ଷୀର ଆଣିବାକୁ ଯିବାପରେ ଏହି ଘଟଣା ଲୋକଲୋଚନକୁ ଆସିଥିବା ସେ କହିଛନ୍ତି ।

ମୃତକମାନେ ହେଲେ ୫୩ ବର୍ଷ ବୟସ୍କ ଉଷାରାଣୀ ପାଢୀ, ତାଙ୍କ ଝିଅ ମଧୁସ୍ମିତା ଏବଂ ପୁଅ ଦୀପ୍ତୀ ରଂଜନ ପାଢୀ । ଅଭିଯୁକ୍ତର ଆକ୍ରମଣରେ ଗୋଟିଏ ଗାଈର ମଧ୍ୟ ମୃତ୍ୟୁ ହୋଇଛି ଏବଂ ଅନ୍ୟ ତିନୋଟି ଗାଈ ଗୁରୁତର ଆହତ ହୋଇଥିବା ସେ କହିଛନ୍ତି ।

ତେବେ ଘଟଣା ପରେ ସଂପୃକ୍ତ ଯୁବକ ଫେରାର ହୋଇଯାଇଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ପୋଲିସ ଜବତ କରିଛି ।

ଓଡ଼ିଶା ଡ଼ଟ୍ କମ୍
ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଯାଜପୁର, ହତ୍ୟା

ଲକ୍ଷ୍ମଣାନନ୍ଦ ହତ୍ୟା: ସାତ ଜଣଙ୍କ ବିରୋଧରେ ଚାର୍ଜସିଟ୍

May 11, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

କଟକ, ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱହିନ୍ଦୁପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ସାତ ଜଣଙ୍କ ବିରୋଧରେ ଚାର୍ଜିଟ୍ ଦ।ଖଲ କରିଥିବା ମଙ୍ଗଳବାର ଜଣେ ଅଧିକାରୀ କହିଛନ୍ତି ।

ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସମେତ ଉଦୟ, ସୋମନାଥ ଦଣ୍ଡସେନା, ଆଜା, ଶରୁ, ଲାଲୁ ଓ ମନ ବିରୋଧରେ ସୋମବାର କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦ।ଖଲ କରିଛି ।

ଏହି ସାତ ଜଣ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ପ୍ରାଥମିକ ତନ୍ତରୁ ଜଣାପଡ଼ିଥିଲା ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ଏହି ମାମଲାରେ ପୂର୍ବରୁ ୨୦୦୯ରେ ସାତ ଜଣଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ଦ।ଖଲ କରାଯାଇଥିଲା । ୨୦୦୮ ଅଗଷ୍ଟ ୨୩ରେ କନ୍ଧମାଳ ଜିଲ୍ଲା ଜଲେଶପଟା ଆଶ୍ରମରେ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରିଜଣ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ଲକ୍ଷ୍ମଣାନନ୍ଦ, ହତ୍ୟା

କ୍ରସର ୟୁନିଟ୍ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

May 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ବ୍ରହ୍ମପୁର, ମଇ ୬(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଶେରଗଡ଼ ନିକଟରେ ଥିବା କ୍ରସର ୟୁନିଟ୍ ପୋଡ଼ି ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଶୁକ୍ରବାର କହିଛି ।

ଅଭିଯୁକ୍ତ ସୁବାସ ସାହୁକୁ ପୋଲିସର ସ୍ୱତନ୍ତ୍ର ଦଳ ଚଢାଉ କରି ହିଞ୍ଜିଳିକାଟୁ ନିକଟସ୍ଥ କରଞ୍ଜେଇ ଠାରୁ ଗିରଫ କରିଛି । ତାକୁ ଅଟକ ରଖି ପଚରାଉଚରା କରୁଥିବା ଜଣେ ଅଧିକାରୀ କହିଛନ୍ତି । ପୂର୍ବରୁ ଏହି ଘଟଣାରେ ୮୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଧରାକୋଟ ଥାନା ଅନ୍ତର୍ଗତ ବାଗଡ଼ ଗ୍ରାମରେ ଥିବା କ୍ରସର ୟୁନିଟର କ୍ୟାମ୍ପରେ ଗତ ଶୁକ୍ରବାର ରାତିରେ ଉତ୍ତ୍ୟକ୍ତ ଗ୍ରାମାବସୀମାନେ ପେଟ୍ରୋଲ ଓ କିରୋସିନ ଢାଳି ନିଅାଁ ଲଗାଇେଇଥିଲେ । ଏଥିରେ କ୍ୟାମ୍ପରେ ଥିବା ଆଠ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଉକ୍ତ କ୍ରସର ୟୁନିଟ୍କୁ ଗ୍ରାମାବସୀମାନେ ବହୁ ଦିନରୁ ବିରୋଧକରିଆସୁଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ମୁଖ୍ୟ ଖବର, ହତ୍ୟା

ବିଭିନ୍ନ ଅପରାଧରେ ସଂପୃକ୍ତ ତିନି ମାଓବାଦୀଙ୍କ ଆତ୍ମସମର୍ପଣ

April 23, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଯାଜପୁର, ଅପ୍ରେଲ ୨୩(ଓଡ଼ିଶା ଡ଼ଟ୍ କମ୍) ହତ୍ୟା, ଅପହରଣ, ଲୁଟ୍ ଭଳି ବିଭିନ୍ନ ଅପରାଧରେ ସଂପୃକ୍ତ ଜଣେ ନାବାଳକସମେତ ତିନି ଜଣ ମାଓବାଦୀ ଶନିବାର ଯାଜପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ଅଧିକାରୀ କହିଛନ୍ତିା

ବନମାଳୀ ଜେନା ୫୦, ହରିଶ ବରା ୨୩ ଏବଂ ତାର ଭାଇ ଲବ ବରା ୧୫ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାୀମାନେ ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ସକ୍ରିୟ ଥିଲେ ।

ଏମାନେ ସମସ୍ତେ ମାଓବାଦୀ କ୍ୟାଡ଼ରର । ମାଓବାଦୀ କ୍ୟାମ୍ପରେ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ସେମାନେ ପ୍ରକାଶ କରିଛନ୍ତି ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଡ଼ି.ଏସ୍.କୁଟ୍ଟେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ମୁଖ୍ୟ ଖବର, ଯାଜପୁର, ହତ୍ୟା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ