• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ହାଇକୋର୍ଟ

ଅଙ୍ଗନବାଡି କେନ୍ଦ୍ର କାନ୍ଥ ଭୁଷୁଡିବା ମାମଲାର ଶୁଣାଣି

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍)-ବହୁ ଚର୍ଚ୍ଚିତ ଅଙ୍ଗନବାଡି କେନ୍ଦ୍ରର କାନ୍ଥ ଭୁଷୁଡି ୭ ଶିଶୁଙ୍କ ମୃତ୍ୟୁ ମାମଲାରେ ନିଲମ୍ବିତ ପ୍ରଧାନ ଶିକ୍ଷୟତୀଙ୍କ ବିରୋଧରେ କାହିଁକି ଫୌଜଦାରୀ ମାମଲା ରୁଜୁ ନହେଲା ସେ ସଂପର୍କରେ କାରଣ ଦର୍ଶାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ନୟାଗଡ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତଗତ ସୁଆଁସିଆ ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ରର କାନ୍ଥ ଭୁଷୁଡି ୭ ଜଣ ଶିଶୁଙ୍କ ପ୍ରାଣହାନି ଘଟିବା ସର୍ମ୍ପକରେ ଆଗତ ଏକାଧିକ ଜନସ୍ୱାର୍ଥ ସମ୍ବଳିତ ମାମଲାର ଏକତ୍ର ଶୁଣାଣି ଅନୁଷ୍ଠିତ ହୋଇଥିଲାା

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏହି ଘଟଣାର ଅନ୍ୟତମ ଆବେନକାରୀ ମାନବିକ ଅଧିକାର ସଂଗଠନ କ୍ଲାପ୍ ପକ୍ଷରୁ ଯୁକ୍ତି କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଙ୍ଗନବାଡି କେନ୍ଦ୍ର, ନୟାଗଡ ଜିଲ୍ଲା, ରାଜ୍ୟ ସରକାର, ହାଇକୋର୍ଟ

ଶିକ୍ଷା ସହାୟକଙ୍କୁ ପ୍ରଥମେ ନିଯୁକ୍ତି, ପରେ ପରୀକ୍ଷା: ହାଇକୋର୍ଟ

August 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅଗଷ୍ଟ ୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଶିକ୍ଷା ସହାୟକ ନିଯୁକ୍ତି ବେଳେ ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ବାଧ୍ୟତାମୂଳକ କରୁଥିବା ମାମଲାର ବିଚାର କରି ବୁଧବାର ହାଇକୋର୍ଟ ଶିକ୍ଷା ସହାୟକ ମାନଙ୍କୁ ପ୍ରଥମେ ନିଯୁକ୍ତି ଦେବା ପରେ ସେମାନଙ୍କ ଯୋଗ୍ୟତା ପରୀକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଖାଲି ପଡିଥିବା ୧୭ହଜାର ୪୯୨ଟି ଶିକ୍ଷା ସହାୟକ ପଦବୀରେ ନିଯୁକ୍ତି ନିମନ୍ତେ ୨୦୧୧ ଡ଼ିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତି ପ୍ରକାଶନ ବେଳେ ଶିକ୍ଷକ ଯୋଗ୍ୟତା ପରୀକ୍ଷା ସଂପର୍କରେ କୌଣସି ସୂଚନା ଦିଆଯାଇ ନଥିଲା ।

କେନ୍ଦ୍ର ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାଠ ପଢାଉଥିବା ଶିକ୍ଷକମାନଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ବାଧ୍ୟତାମୂଳକ କରିବା ନିମନ୍ତେ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଓଡ଼ିଶା ସରକାର ଏହି ନିୟମକୁ କାର୍ଯ୍ୟକାରୀ କରୁଛନ୍ତି ।

ତେବେ ପ୍ରାର୍ଥୀ ଚୟନ ପରେ ରାଜ୍ୟ ସରକାର ଯୋଗ୍ୟତା ପରୀକ୍ଷାକୁ ବାଧ୍ୟତାମୂଳକ କରିଥିବାରୁ ମିଦର ଅକ୍ତାର ଓ ଅନ୍ୟ ୧୧ ଜଣ ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଚଳିତ ମାସ ୫ ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ହେବାକୁ ଥିବା ଏହି ପରୀକ୍ଷାରେ ସମସ୍ତ ମନୋନୀତ ପ୍ରାର୍ଥୀ ଅବତୀର୍ଣ୍ଣ ହେବା ପାଇଁ ସେମାନଙ୍କୁ ବାଧ୍ୟକରାଯାଇଥିଲା ବୋଲି ଆବେଦନକାରୀ ଉଲ୍ଲେଖ କରିଥିଲେ ।

ଏହି ମାମଲା ଗୁଡ଼ିକର ଶୁଣାଣି କରି ବିଚାରପତି ସଂଜୁ ପଣ୍ଡା ଗତ ୨ ତାରିଖରେ ସଂପୃକ୍ତ ପରୀକ୍ଷା ଉପରେ ରହିତାଦେଶ ଜାରି କରିଥିଲେ । ବିଚାରପତି ଆଜିର ଚୁଡ଼ାନ୍ତ ରାୟରେ ଏହି ମନୋନୀତ ପ୍ରାର୍ଥୀଙ୍କୁ ପ୍ରଥମେ ନିଯୁକ୍ତି ଦେଇ ଆସନ୍ତା ଜାନୁଆରୀ ମାସରେ ସେମାନଙ୍କର ପରୀକ୍ଷା କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମ ପରୀକ୍ଷାରେ କୌଣସି ପ୍ରାର୍ଥୀ କୃତକାର୍ଯ୍ୟ ନହେଲେ ତାଙ୍କୁ ଦ୍ୱିତୀୟ ଥର ପାଇଁ ପରୀକ୍ଷା ଦେବାର ସୁଯୋଗ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଶିକ୍ଷା ସହାୟକ, ହାଇକୋର୍ଟ

ନର୍ସଙ୍କ ଆନ୍ଦୋଳନକୁ ବେଆଇନ ଘୋଷଣା ପାଇଁ ମାମଲା

July 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଜୁଲାଇ ୨୦(ଓଡ଼ିଶା ଡ଼ଟ୍ କମ୍) ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ଠିକା ନର୍ସମାନେ ଚାକିରୀ ପାଇବା ବେଳେ କରିଥିବା ଚୁକ୍ତିକୁ ଖିଲାପ କରି ଆନ୍ଦୋଳନକୁ ଓହ୍ଲାଇଥିବାରୁ ଏହି ଆନ୍ଦୋଳନକୁ ବେଆଇନ୍ ଘୋଷଣା କରିବା ପାଇଁ ଶୁକ୍ରବାର ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି ।

କୌଣସି ଆନ୍ଦୋଳନକୁ ଯିବେ ନାହିଁ ବୋଲି ଏହି ଠିକା ନର୍ସମାନେ ନିଯୁକ୍ତି ସମୟରେ ସରକାରଙ୍କ ସହ ଚୁକ୍ତି କରିଥିଲେ । ଏହି ଚୁକ୍ତିକୁ ଖିଲାପ କରି ସେମାନେ ବିଭିନ୍ନ ।ବିରେ ଚଳିତ ମାସ ୧୫ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବାରୁ ରୋଗୀସେବା ବାଧାପାପ୍ତ ହୋଇଛି ବୋଲି ସଂଗଠନ ପକ୍ଷରୁ ଦର୍ଶାଯାଇଛି ।

ଏଣୁ ଏହି ଆନେ୍ଦାଳନକୁ ତୁରନ୍ତ ବେଆଇନ୍ ଘୋଷଣା କରି ସେମାନଙ୍କୁ କାର୍ଯ୍ୟରେ ଯୋଗ ବୋକୁ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରାଯାଇଛି ।

ତେବେ ଏହି ନର୍ସମାନେ ଆନ୍ଦୋଳନ ପୂର୍ବରୁ ସରକାରଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ସରକାର ଏଥିପାଇଁ ପଦକ୍ଷେପ ନନେବା କ୍ଷୋଭର ବିଷୟ ବୋଲି ଉଲ୍ଲେଖ କରାଯାଇଛି ।

ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ, କଟକ, ବୁର୍ଲା ଓ ବ୍ରହ୍ମପୁରସ୍ଥିତ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଅଧିକ୍ଷକ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନର୍ସଙ୍କ ଆନେ୍ଦାଳନ, ହାଇକୋର୍ଟ

ଅଙ୍ଗନବାଡ଼ି ଶିଶୁ ମୃତ୍ୟୁ ଘଟଣାରେ ସରକାରଙ୍କୁ ନୋଟିସ୍

July 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁଲାଇ ୧୮(ଓଡ଼ିଶା ଡ଼ଟ୍ କମ୍) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ସୁଅାଁସିଆ ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଅଙ୍ଗନବାଡ଼ି କେନ୍ଦ୍ରର କାନ୍ଥ ଭୁଷୁଡ଼ି ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ବୁଧବାର ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।

ମାନବାଧିକାର କର୍ମୀ ଆଡ଼୍ଭୋକେଟ୍ ପ୍ରବୀର ଦାସ ଓ ମାନବିକ ଅଧିକାର ସଂଗଠନ କ୍ଲାପ୍ ପକ୍ଷରୁ ଏ ସମ୍ପର୍କରେଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ସଂଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନୋଟିସ୍ ଜାରି କରିଛନ୍ତି ।

ଖଣ୍ଡପୀଠ ଏ ସମ୍ପର୍କରେ ଜବାବ ଦାଖଲ କରିବା ପାଇଁ ରଣପୁର ସିଡ଼ିପିଓ, ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ନୟାଗଡ଼ ଜିଲ୍ଲାପାଳ, ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା, ମୃତ ଶିଶୁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ, ବିପଦସଙ୍କୁଳ ଅବସ୍ଥାରେ ଚାଲିଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ତୁରନ୍ତ ମରାମତି ପାଇଁ ପଦକ୍ଷେପ ଗ୍ରହଣ କରିବା ସମ୍ପର୍କରେ ତଦନ୍ତ କରିବା ପାଇଁ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

କ୍ଲାପ୍ ସଂଗଠନ ପକ୍ଷରୁ ଆଡ଼୍ଭୋକେଟ୍ ବିକାସ ଦାସ ମଧ୍ୟ ଯୁକ୍ତି ଉପସ୍ଥାପନ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ବିକାଶ ଦିଗରେ ବିଭିନ୍ନ ବିଭାଗରେ ସମନ୍ୱୟ ରହୁନଥିବା ସମ୍ପର୍କରେ ଅଭିଯୋଗ କରିଥିଲେ ।

ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ସଠିକ୍ ପରିଚାଳନା, ଉକ୍ତ କେନ୍ଦ୍ରଗୁଡ଼ିକର ଭିତ୍ତିଭୂମିର ବିକାଶର ତାରଖ ନିମନ୍ତେ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଏକ ଟାସ୍କ ଫୋର୍ସ ଗଠନ କରିବା, ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଏକ ନିର୍ଦ୍ଧିଷ୍ଟ ନୀତି ପ୍ରଣୟନ ପାଇଁ ସେ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ଗତ ୯ ତାରିଖରେ ଶୁଅାଁସିଆ ସାହି ନେଳିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କାନ୍ଥ ଭୁଶୁଡ଼ି ସାତ ଜଣ ଶିଶୁଙ୍କ ମୃତ୍ୟୁ ହେବା ସହ ଆଠ ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଙ୍ଗନବାଡି, ହାଇକୋର୍ଟ

ପୂର୍ବତନ ଲୋକପାଳ ଶରତ ଚନ୍ଦ୍ର ମହାପାତ୍ରଙ୍କ ପରଲୋକ

May 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୨(ଓଡ଼ିଶା ଡ଼ଟ୍ କମ୍) ପୂର୍ବତନ ଲୋକପାଳ ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କ ଶନିବାର ପରଲୋକ ହୋଇଯାଇଛି ।

ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତାରଖାନାରେ ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ବେଳେ ସେ ଦୀର୍ଘଦିନଧରି ଅସୁସ୍ଥ ଥିଲେ ।

ମହାପାତ୍ର ଅପ୍ରେଲ ୧୯୮୪ ରୁ ଅପ୍ରେଲ ୧୯୯୪ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ପରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

ସେ ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଶାର ଲୋକପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୦୮ କନ୍ଧମାଳ ଦଙ୍ଗା ଘଟଣାର ତଦନ୍ତ ପାଇଁ ସରକାର ତାଙ୍କୁ କମିଶନ ନିଯୁକ୍ତ କରିଥିଲେ ।

ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼. ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ବହୁ ବିଶିଷ୍ଟ ଲୋକମାନେ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରାଜନୈତିକ ଦଳ, ଲୋକପାଳ, ହାଇକୋର୍ଟ

ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତିଙ୍କ ପରଲୋକ

April 30, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ଜଷ୍ଟିସ୍ ଅମିୟ କୁମାରୀ ପାଢ଼ୀଙ୍କ ସୋମବାର ପରଲୋକ ହୋଇଯାଇଛି ।

କଟକ ନିମଚଉଡ଼ି ଭାଷାକୋଷ ଲେନ୍ ରେ ଅପରାହ୍ନରେ ୭୯ ବର୍ଷ ବୟସର ତାଙ୍କର ପରଲୋକ ହୋଇଯାଇଥିବା ବେଳେ ସେ ବହୁଦିନ ଧରି ଅସୁସ୍ଥ ଥିଲେ ।

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଭି. ଗୋପାଳଗୌଡଙ୍କ ସମେତ ଅନ୍ୟ ବିଚାରପତି ଏବଂ ଆଇନଜୀବୀ, ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି ।

ସେ ୧୯୩୩ ସେପ୍ଟେମ୍ବର ୧୫ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଅମିୟ କୁମାରୀ ୧୯୪୯ରେ ହାଇସ୍କୁଲ୍ ଶିକ୍ଷା ସମାପ୍ତ କରି ୧୯୫୧ ମସିହାରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ୍ ରୁ ଆଇଏଏସ୍ସି ଏବଂ କଟକ ରେଭେନ୍ସା କଲେଜରୁ ୧୯୫୩ ମସିହାରେ ବିଏସ୍ସି ପାସ୍ କରିଥିଲେ ।

୧୯୬୧ ମସିହାରେ ସେ ଆଇନ୍ ଶିକ୍ଷା ଗ୍ରହଣ କରି ୧୯୬୪ରେ ବାର୍ କାଉନ୍ସିଲରେ ଯୋଗଦେଇ ଆଇନ୍ଜୀବୀ ଭାବେ କାର୍ଯ୍ୟ କରିଥିଲେ । ୧୯୮୮ ଏପ୍ରିଲ ୧୮ରେ ସେ ଓଡ଼ିଶା ହାଇକୋର୍ଟର ପ୍ରଥମମହିଳା ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରି ୧୯୯୫ ସେପ୍ଟେମ୍ବର ୧୪ରେ ଅବସର ଗ୍ରହଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରଥମ ମହିଳା ବିଚାରପତି, ହାଇକୋର୍ଟ

ପୋସ୍କୋ ବିରୋଧୀ ନେତା ଅଭୟଙ୍କୁ ଜାମିନ

March 13, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ଏକ ଯୌତୁକ ଜନିତ ହତ୍ୟା ଘଟଣାରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ ହୋଇଥିବା ପୋସ୍କୋ ବିରୋଧୀ ନେତା ଅଭୟ ସାହୁଙ୍କୁ ହାଇକୋର୍ଟ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି ।

ଦଳିତଙ୍କୁ ଦୁର୍ବ୍ୟବହାର ଏବଂ ପୋସ୍କୋ ହିଂସାକାଣ୍ଡ ଘଟଣାରେ ପୂର୍ବରୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ପୋଲିସ ତାଙ୍କ ବିରୁଦ୍ଧରେ ତଳିତଙ୍କୁ ଦୁର୍ବ୍ୟବହାର ଏବଂ ସେମାନଙ୍କୁ ଜରିମାନା କରିବା ଭଳି ମାମଲା ରୁଜୁ କରିଥିଲା ।

ଉପରୋକ୍ତ ତିନୋଟି ମାମଲାରେ ପୋଲିସ ତାଙ୍କୁ ଗିରଫ କରି କୁଜଙ୍ଗ ସବ୍ଜେଲକୁ ପଠାଇଥିଲା ଏବଂ ପରେ ସୁରକ୍ଷା ଦୃଷ୍ଟିରୁ ଚୌଦ୍ଵାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।

ଏହି ଜାମିନ ପରେ ସାହୁ ଆସନ୍ତାକାଲି ଚୌଦ୍ୱାର ଜେଲରୁ ଖଲାସ ହୋଇପାରନ୍ତି ବୋଲି ସଂଗ୍ରାମ
ସମିତିର ଜଣେ ନେତା କହିଛନ୍ତି । ଗତ ୨୫ ନଭେମ୍ବର ୨୦୧୧ରେ ଅଭୟ ଭୁବନେଶ୍ୱରରୁ ଢିଙ୍କିଆ
ଫେରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଜାମିନ ମିଳିବା ପରେ ପୋସ୍କୋ ବିରୋଧୀ ଗୋଷ୍ଠୀ ତଥା ପ୍ରତିରୋଧ ସଂଗ୍ରାମ ସମିତି କର୍ମକର୍ତାଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୋସ୍କୋ, ହାଇକୋର୍ଟ

ଔଷଧ ମଦ ମୃତ୍ୟୁ: ପୂର୍ଣ୍ଣାଙ୍ଗ ବିବରଣୀ ଦାଖଲ ନିର୍ଦ୍ଦେଶ

February 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ ଓ ମଦ ମୃତ୍ୟୁ ମାମଲାରେ ପୂର୍ଣ୍ଣାଙ୍ଗ ବିବରଣୀ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏବଂ କେତେ ଜଣ ମୃତ୍ୟୁ ବରଣ କରିଥିଲେ, କେତେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କୁ ଦିଆଯାଇଥିବା କ୍ଷତିପୂରଣ ସଂପର୍କରେ ଜଣାଇବାକୁ ସୋମବାର କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାକୁ ନେଇ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଏବଂ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି ।

ସେହିପରି ପୂର୍ବ ନିର୍ଦ୍ଦେଶ ମୁତାବକ ଖୋର୍ଦ୍ଧା ଜିଲ୍ଲାପାଳ କୋର୍ଟରେ ତାଙ୍କର ସତ୍ୟପାଠ ଦାଖଲ କରିଛନ୍ତି । ପୂର୍ବରୁ ଉପଜିଲ୍ଲାପାଳ ଦାଖଲ କରିଥିବା ସତ୍ୟପାଠକୁ କୋର୍ଟ ଅଗ୍ରାହ୍ୟ କରିେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଔଷଧ ମଦ ମୃତ୍ୟୁ, ହାଇକୋର୍ଟ

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମାମଲା ଖାରଜ

February 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) “ଅଚିହ୍ନା ବାସଭୂମି” ଉପନ୍ୟାସକୁ କେନ୍ଦ୍ର ସାହିତ୍ୟ
ଏକାଡ଼େମୀ ପୁରସ୍କାର ପ୍ରଦାନକୁ ବିରୋଧ କରି ହୋଇଥିବା ମାମଲାକୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ଖାରଜ କରିେଇଛନ୍ତି ।

୨୦୧୧ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ନିମନ୍ତେ କୋଲକାତା ନିବାସୀ ଓଡ଼ିଆ ସାହିତ୍ୟିକା କଳ୍ପନା କୁମାରୀ ଦେବୀଙ୍କ ଦ୍ୱାରାଲିଖିତ ଏହି ଉପନ୍ୟାସ ମନୋନୀତ ହୋଇଥିଲା ।

ତେବେ “ଅଚିହ୍ନା ବାସଭୂମି” କୁ ପୁରସ୍କାର ପାଇଁ ମନୋନୀତ କରିବା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ପ୍ରକାଶକ ତଥା ଲେଖକ କନିଷ୍କ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ।

ଗତ ୨ରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଉପନ୍ୟାସକୁ ପୁରସ୍କାର ପ୍ରଦାନ ଉପରେ ରହିତାଦେଶ ଜାରି କରିଥିଲେ । ତେବେ ଆଜି ଚୁଡ଼ାକ୍ତ ରାୟରେ ହାଇକୋର୍ଟ ରହିତା ଦେଶକୁ ଉଠାଇ ଦେବା ସହ ପୁରସ୍କାର ମନୋନୟନ ପ୍ରକ୍ରିୟା ସ୍ୱଚ୍ଛ ବୋଲି ଦର୍ଶାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ସାହିତ୍ୟ ଏକାଡ଼େମୀ, ହାଇକୋର୍ଟ

ଔଷଧ, ମଦ ମୃତ୍ୟୁ ନେଇ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

February 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ ଓ ମଦ ମୃତ୍ୟୁ ଘଟଣାର ସବିଶେଷ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଡ଼ାକ୍ତରଖାନାରେ
ଚିକିତ୍ସିତ ହେଉଥିବା ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ କହିଛନ୍ତି ।

ଏହି ଘଟଣାରେ ପୂର୍ବରୁ କୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି କି ନାହିଁ ସେ ସଂପର୍କରେ ମଧ୍ୟ ଜଣାଇବାକୁ କୁହାଯାଇଛି ।

କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଗରିବ ଶ୍ରେଣୀର ଲୋକମାନେ କାଶ, ଥଣ୍ଡା ଏବଂ ଖଣ୍ଡିଆ ସ୍ଥାନରେ ଲଗାଇବା ପାଇଁ ବ୍ୟବହାର କରାଯାଉଥିବା “ଇପିକାରମ୍” ଓ “ସିନେମନ୍” ନାମକ ଔଷଧ କିଣି ଖାଇବା ପରେ ମଙ୍ଗଳବାର ଅସୁସ୍ଥ ହୋଇପଡ଼ିଥିଲେ ।

ପରେ ଏହି ଘଟଣାରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ବର୍ତମାନ ମଧ୍ୟ ଚିକିତ୍ସାଧିନ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଔଷଧ, ମମୃତ୍ୟୁ, ହାଇକୋର୍ଟ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ