• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ହାଇକୋର୍ଟ

ମହିଳା କମିଶନଙ୍କ ରିପୋର୍ଟ ରଦ୍ଧ ପାଇଁ ମାମଲା

February 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୯(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ମାମଲାରେ ରାଜ୍ୟ ମହିଳା କମିଶନ ଦେଇଥିବା ରିପୋର୍ଟକୁ ରଦ୍ଧ କରିବା ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି ।

ଘଟଣାର ବିଚାର ବିଭାଗୀୟ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ଏଭଳି ରିପୋର୍ଟ ପ୍ରକାଶ କରିଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ନ୍ୟାସନାଲ ଲୟର୍ସ ଫୋରମ ପକ୍ଷରୁ ବୁଧବାର କୋର୍ଟରେ ନିବେନ କରାଯାଇଛି ।

ଘଟଣା ଉପରେ ହାଇକୋର୍ଟଙ୍କ ପକ୍ଷରୁ ମନିଟରିଂ କରାଯାଉଥିବା ବେଳେ କମିଶନ ଅଧ୍ୟକ୍ଷା ପୀଡ଼ିତାଙ୍କୁ ବଳାତ୍କାର କରାଯାଇନଥିବା ରିପୋର୍ଟରେ ଦର୍ଶାଇଛନ୍ତି ବୋଲି କୁହାଯାଇଛି ।

ପୀଡ଼ିତାଙ୍କ ଚିକିତ୍ସା ସମୟରେ ଡ଼ାକ୍ତର ବଳାତ୍କାର ସଂପର୍କରେ କୌଣସି ବିଷୟ ଉଲ୍ଲେଖ କରିନଥିବାରୁ ତାଙ୍କର କୌଣସି ଚିକିତ୍ସା ମଧ୍ୟ କରାଯାଇ ନାହିଁ ଏବଂ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ ମଧ୍ୟ ବଳାତ୍କାର ବିଷୟରେ କୁହାଯାଇ ନାହିଁ ବୋଲି କମିଶନ ରିପୋର୍ଟରେ ଦର୍ଶାଇଥିଲେ ।

ତେଣୁ ଉକ୍ତ ରିପୋର୍ଟକୁ ରଦ୍ଧ କରିବା ପାଇଁ ଫୋରମର ସଂପାଦକ ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ମାମଲା ରୁଜୁ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମହିଳା କମିଶନ, ହାଇକୋର୍ଟ

ନିର୍ବାଚନ କମିଶନଙ୍କ ନିଷ୍ପତି ହାଇକୋର୍ଟରେ କାଏମ

February 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ନେଇ ହୋଇଥିବା ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ଶୁକ୍ରବାର ନିର୍ବାଚନ କମିଶନଙ୍କ ନିଷ୍ପତିକୁ କାଏମ ରଖିଛନ୍ତି ।

କମିଶନଙ୍କ ବିଜ୍ଞପ୍ତିରେ କୌଣସି ତୃଟି ନାହିଁ ଏବଂ ନିଷ୍ପତିଦ୍ୱାରା ପ୍ରାର୍ଥୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉନାହିଁ । ଏହା ଓଡ଼ିଶା ଗ୍ରାମପଞ୍ଚାୟତ ଆଇନର ଉଲଂଘନ କରିନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ଜିଲ୍ଲାପରିଷଦ ପ୍ରାର୍ଥୀ ବ୍ୟତୀତ ଅନ୍ୟମାନେ ଦଳୀୟ ସଂକେତ କିମ୍ବା ଦଳର ନେତାଙ୍କ ଫଟୋ ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ବାଲେଶ୍ୱର ଜିଲ୍ଲାର ଜଣେ ସରପଞ୍ଚ ପ୍ରାର୍ଥୀନୀ କମିଶନଙ୍କ ଏଭଳି ନିଷ୍ପତି ଦ୍ୱାରାପ୍ରାର୍ଥୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

ପୂର୍ବରୁ ଗତ ବୁଧବାର ହାଇକୋର୍ଟ ଏହି ମାମଲାର ବିଚାର କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ
ହୋଇଯାଇଥିବାରୁ କମିଶନଙ୍କ ନିଷ୍ପତି କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ଏହା ଉପରେ ରହିତାଦେଶ ଜାରି କରିଥିଲେ ।

ଆସନ୍ତା ୧୧ରୁ ପାଞ୍ଚଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ କମିଶନ, ହାଇକୋର୍ଟ

ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ ଉପରେ ରହିତାଦେଶ

February 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) “ଅଚିହ୍ନା ବାସଭୂମି” ଉପନ୍ୟାସକୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।

୨୦୧୧ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ନିମନ୍ତେ କୋଲକାତା ନିବାସୀ ଓଡ଼ିଆ ସାହିତ୍ୟିକା କଳ୍ପନା କୁମାରୀ ବେୀଙ୍କ ଦ୍ୱାରା ଲିଖିତ ଏହି ଉପନ୍ୟାସ ମନୋନୀତ ହୋଇଥିଲା ।

ଚଳିତମାସ ୧୨ ତାରିଖଦିନ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଅଚିହ୍ନା ବାସଭୂମିକୁ ପୁରସ୍କାର ପାଇଁ ମନୋନୀତ କରିବା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ପ୍ରକାଶକ ତଥା ଲେଖକ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି ।

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ମୋଟ୍୧୬ଟି ଓଡ଼ିଆ ପୁସ୍ତକ ତାଲିକାଭୁକ୍ତ ହୋଇଥିଲା ଏବଂ ଏଥିମଧ୍ୟରୁ କେବଳ କଲ୍ୟାଣୀନଗରର କାହାଣୀ/ଅକ୍ଷର ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ ୧୧ଟି ପୁସ୍ତକ ସ୍ଥାନ ପାଇଥିଲା ବୋଲି ସେ ଏଥିରେ ଦର୍ଶାଇଛନ୍ତି ।

ଏହି ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରହିତାଦେଶ ଜାରି କରିବା ସହ ଏ ସଂପର୍କରେ ଜବାବ ଦାଖଲ କରିବାକୁ ଲେଖିକା କଳ୍ପନା କୁମାରୀ ଦେବୀ, କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତିବିଭାଗର ଶାସନ ସଚିବ,ସାହିତ୍ୟ ଏକାଡ଼େମୀର ଆବାହକ ବିଭୂତି ପଟ୍ଟନାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ସାହିତ୍ୟ ଏକାଡେମୀ ପୁରସ୍କାର, ହାଇକୋର୍ଟ

ନିର୍ବାଚନ କମିଶନଙ୍କ ନିଷ୍ପତି ଉପରେ ହାଇକୋର୍ଟଙ୍କ ରହିତାଦେଶ

February 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କୁ ଦଳୀୟ ସମର୍ଥନ ନେଇ ନିର୍ବାଚନ କମିଶନ ନେଇଥିବା ନିଷ୍ପତି ଉପରେ ବୁଧବାର ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ କମିଶନଙ୍କ ନିଷ୍ପତି କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି କୋର୍ଟ ଦର୍ଶାଇଛନ୍ତି ।

ଜିଲ୍ଲାପରିଷଦ ପ୍ରାର୍ଥୀ ବ୍ୟତୀତ ଅନ୍ୟମାନେ ଦଳୀୟ ସଂକେତ କିମ୍ବା ଦଳର ନେତାଙ୍କ ଫଟୋ ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ବାଲେଶ୍ୱର ଜିଲ୍ଲାର ଜଣେ ସରପଞ୍ଚ ପ୍ରାର୍ଥୀନୀ କମିଶନଙ୍କ ଏଭଳି ନିଷ୍ପତି ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହି ମାମଲାର ପରବର୍ତୀ ଶୁଣାଣି ୩ ତାରିଖରେ ହେବ । ଆସନ୍ତା ୧୧ରୁ ପାଞ୍ଚଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ କମିଶନଙ୍କ, ହାଇକୋର୍ଟ

ସମବାୟ ପରିଚାଳନା: ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ

January 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଜାନୁୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ସମବାୟ ସଂସ୍ଥା ତଥା ବ୍ୟାଙ୍କ ପରିଚାଳନା ନେଇ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି ।

କଟକ ସମବାୟ ବ୍ୟାଙ୍କ ସହ ୨୪ଟି ସମବାୟ ସଂସ୍ଥାରେ ଥିବା ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ପରିଷଦକୁ ହାଇକୋର୍ଟ ନିକଟରେ ଅସିଦ୍ଧ ଘୋଷଣା କରିଥିଲେ ।

ମନୋନୀତ ପରିଷଦକୁ ହଟାଇ ନିର୍ବାଚିତ ପ୍ରତିନିଧି ଏହାର ଦାୟୀତ୍ୱ ତୁଲାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଛଅ ମାସ ମଧ୍ୟରେ ସମବାୟ ସଂସ୍ଥା ଗୁଡ଼ିକରେ ନିର୍ବାଚନ କରିବାକୁ କହିଥିଲେ ।

ତେବେ ଏହି ରାୟକୁ ଚ୍ୟାଲେଞ୍ଜ କରି କଟକ ସମବାୟ ବ୍ୟାଙ୍କ ଏବଂ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ
ଦ୍ଵାରସ୍ଥ ହୋଇଥିଲେ ।

ଏହି ସ୍ଥଗିତାଦେଶ ଫଳରେ ପୂର୍ବଭଳି ସରକାରଙ୍କ ଦ୍ୱାରା ମନୋନୀତ ପରିଷଦ ସମବାୟ ସଂସ୍ଥା ଗୁଡ଼ିକର କାର୍ଯ୍ୟ ତୁଲାଇବେ ବୋଲି ଜଣେ ଆଇନଜୀବୀ କହିଛନ୍ତି

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ସମବାୟ ସଂସ୍ଥା, ସୁପ୍ରିମକୋର୍ଟ, ହାଇକୋର୍ଟ

ଭଦ୍ରକ :ମଧ୍ୟାହ୍ନ ଭୋଜନ ଯୋଗାଣ ନେଇ ବିବାଦ

January 21, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଯୋଗାଣକୁ ନେଇ ଭଦ୍ରକ ଜିଲ୍ଲାରେ ବିବାଦ ଦେଖାଦେଇଛି ।

ହାଇକୋର୍ଟଙ୍କ ରାୟ,ପିଆଇଏ ସଂସ୍ଥା ଓ ସ୍ଥାନୀୟ ଗ୍ରାମବାସୀଙ୍କ ଜିଦ ଯୋଗୁ ତିନୋଟି ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଛନ୍ତି ।

ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଣ ପାଇଁ ପିଆଇଏ ସଂସ୍ଥାକୁ ଦାୟୀତ୍ୱ ପ୍ରଦାନ ନେଇ ବିଭଗୀୟ ନିଷ୍ପତି ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ରନ୍ଧାଖାଦ୍ୟ ଯୋଗାଣ ଦାବୀରେ ଗ୍ରାମବାସୀମାନେ ଅନଶନ ଚଲାଇଛନ୍ତି ।

ଫଳରେ ହରିନାରାୟଣ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସତ୍ୟସାଇ ବିଷ୍ଣୁ ମୋହନ ହାଇସ୍କୁଲ ଦୁର୍ଗାପୁର ଏବଂ ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଓ ଛାତ୍ରୀ ମାନେ ଗତ ସେପ୍ଟେମ୍ବର ମାସରୁ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇ ରହିଛନ୍ତି ।

ଭଦ୍ରକ ପୌରାଞ୍ଚଳର ଏକ ସଂସ୍ଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ପତ୍ର ଓ ହାଇକୋର୍ଟଙ୍କ ଆଦେଶ ବଦଳରେ ଏହି ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇବାର ପ୍ରୟାସ କରୁଥିବାବେଳେ ଉକ୍ତ ସଂସ୍ଥା ଓ ସ୍କୁଲ ପରିଚାଳନା କମିଟି ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସଂପୃକ୍ତ ସଂସ୍ଥା । ମୋର ଜୀଉ ସେବାୟତନର ନାମ ଉଲ୍ଲେଖ ନାହିଁ, ତେଣୁ ଏହି ସଂସ୍ଥା ଠାରୁ ରନ୍ଧାଖାଦ୍ୟ ଗ୍ରହଣ କରାଯିବ ନାହିଁ ବୋଲି ଅନଶନରେ ବସିଥିବା ଅନଶନକାରୀଙ୍କ ଯୁକ୍ତି ବାଢିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ମଧ୍ୟାହ୍ନ ଭୋଜନ, ହାଇକୋର୍ଟ

କ୍ଷୀର ଅପମିଶ୍ରଣ: ଓମ୍ଫେଡ଼୍, ସରକାରଙ୍କୁ ଜବାବ୍ ତଲବ

January 19, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମିଳୁଥିବା କ୍ଷୀର ଅପମିଶ୍ରଣ ବୋଲି ଜଣାପଡ଼ିବା ପରେ ଏନେଇ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାର ଓ ଓମ୍ଫେଡ଼୍ କୁ ଜବାବ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତୀୟ ଖାଦ୍ୟ ନିରାପତ୍ତା ମାନକ କର୍ତୃପକ୍ଷ ରାଜ୍ୟରେ ମିଳୁଥିବା କ୍ଷୀର ଅପମିଶ୍ରିତ ବୋଲି ରିପୋର୍ଟ ଦେବା ପରେ ଉକ୍ତ କ୍ଷୀର ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଦର୍ଶାଇ “ତ୍ରିଧାରା” ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା ।

ଗୁରୁବାର ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଏବଂ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସଂକ୍ରାନ୍ତାର ୧୫ଦିନ ମଧ୍ୟରେ ଜବାବ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଓମ୍ଫେଡ଼କୁ, ହାଇକୋର୍ଟ

ପିପିଲି ଗଣବଳାତ୍କାର ମାମଲାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ

January 13, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପି.କେ.ମହାନ୍ତି ଘଟଣାର ତଦନ୍ତ କରିବେ ଏବଂ ଆସନ୍ତା ତିନି ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।

ପିପିଲି ଥାନା ଅର୍ଜୁନଗା ଗାଁର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ଗଣବଳାତ୍କାର ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା ।

ରାଜ୍ୟ ସରକାର ପୂର୍ବରୁ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପୋଲିସ ଚାରି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରିଛି ।

ଅନ୍ୟପକ୍ଷରେ ତତ୍କାଳୀନ ପିପିଲି ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସଂପୃକ୍ତ ଯୁବତୀ ବର୍ତମାନ କଟକରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗଣବଳାତ୍କାର, ପିପିଲି, ହାଇକୋର୍ଟ

କଟକଣା ସତ୍ୱେ ଶୁଳିଆ ଯାତ୍ରାରେ ବଳି

December 27, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଡ଼ିସେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ପ୍ରଶାସନ ତଥା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ମଙ୍ଗଳବାର ବଲାଙ୍ଗୀର ଜିଲ୍ଲା ଖଇରଗୁଡ଼ା ଠାରେ ଅନୁଷ୍ଠିତ ଶୁଳିଆ ଯାତ୍ରାରେ ପଶୁ ବଳି ଦିଆଯାଇଛି ।

ଯାତ୍ରାରେ ବଳି ପଡିବା ନେଇ ପ୍ରଶାସନ ଓ ବଳି ସପକ୍ଷବାଦୀଙ୍କ ମଧ୍ୟରେ ଟଣାଓଟରା ପରେ ପରମ୍ପରା ଭଙ୍ଗ କରାଯାଇ ପାରିବ ନାହିଁ ବୋଲି ଆଦିବାସୀମାନେ କହିବା ସହ ଏକ ନୂତନ ଖଳା ସୃଷ୍ଟି କରି ୧୪୪ ଧାରା ଜାରି କରାଯାଇଥିବା ସ୍ଥାନରୁ କିଛି ଦୂରରେ ବଳି ଦେଇଛନ୍ତି ।

ବଳି ସଂପୂର୍ଣ୍ଣ ଭାବେ ବନ୍ଦ କରିବା ସହ ପ୍ରାଣୀ ସୁରକ୍ଷା ଆଇନ ପାଳନ କରିବାକୁ ପ୍ରଶାସନକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ େଇଥିଲେ । ବଳି ବନ୍ଦ ପାଇଁ ଖଇରଗୁଡାର ବଡଖଳା, ନୂଆଁ ଖଳା ଓ ସାନ ଖଳାରେ ୧୪୪ ଧାରା ଜାରି କରାଯାଇଥିଲା ।

୩ ଜଣ ଡିଏସ୍ପି, ୪ଜଣ ଇନ୍ସପେକ୍ଟର, ୮ଜଣ ଏସଆଇ,୧୭ ଏଏସ୍ଆଇ, ୫ ପ୍ଲାଟୁନ ଫୋର୍ସ ଓ ୧୨୦ ହୋମଗାର୍ଡ଼ଙ୍କୁ ମୁତୟନକରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଶୁଳିଆ ଯାତ୍ରା, ହାଇକୋର୍ଟ

ବିଜ୍ଞାନକଂଗ୍ରେସ ସଂପର୍କିତ ମାମଲା ହାଇକୋର୍ଟରେ ଖାରଜ

December 23, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) କିଟ୍ ରେ ଆୟୋଜିତ ହେବାକୁ ଥିବା ୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ବନ୍ଦ ଓ ସ୍ଥାନାନ୍ତରିତ କରିବା ପାଇଁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ବିଚାରପତି ବି. ପି. ଦାସ ଏବଂ ବିଚାରପତି ବି. କେ. ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ଆବେଦନକୁ ଖାରଜ କରିଛନ୍ତି ।

ଏହାକୁ ଭିତିହୀନ କପୋଳ କଳ୍ପିତ ଓ ଉଦ୍ଦେଶ୍ୟମୂଳକ ବୋଲି ଦର୍ଶାଇ ଏଭଳି ମୂଲ୍ୟହୀନ ଓ ଜନବିରୋଧୀ ମାମଲା ଅଦାଲତକୁ ଆଣୁଥିବା ବ୍ୟକ୍ତିଙ୍କୁ ବାରଣ କରିବା ପାଇଁ ଆବେନକାରୀଙ୍କ ଓକିଲ ଅଶୋକ ମହାପାତ୍ରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ଏକ ଉଦ୍ଦେଶ୍ୟମୂଳକ ମାମଲା ହୋଇଥିବାରୁ ସରକାରୀ ଓକିଲ ଜେ. ପି. ପଟ୍ଟନାୟକ ଏହାବିରୋଧରେ ଉପଯୁକ୍ତ ଜରିମାନା ଲାଗୁ କରିବା ପାଇଁ ଅଦାଲତଙ୍କୁ ନିବେଦନ କରିଥିଲେ । ପରେ  ଆବେଦନକାରୀଙ୍କ ଓକିଲଙ୍କ ଅନୁରୋଧ କ୍ରମେ ଅଦାଲତ ଜରିମାନା ଛାଡ଼ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଲୋକମାନେ ଓଡ଼ିଶାରେ ହେଉଥିବା ଏକ ସମ୍ମାନଜନକ କାର୍ଯ୍ୟକ୍ରମକୁଉତ୍ସାହିତ କରିବା ପରିବର୍ତେ ହୀନ ଉଦ୍ୟମ କରି ବିରୋଧ କରିବା ଏକ ଦୁଃଖ ଦାୟକ ଘଟଣା ବୋଲି ଅଦାଲତ କହିଛନ୍ତି ।

ଆସନ୍ତା ଜାନୁୟାରୀ ୩ ରୁ ୭ ପର୍ଯ୍ୟନ୍ତ କିଟ୍ ରେ ୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କିଟ୍, ବିଜ୍ଞାନ କଂଗ୍ରେସ, ହାଇକୋର୍ଟ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ