• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ହାଇକୋର୍ଟ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି

November 18, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ନେଇ ହାଇକୋର୍ଟ ଦେଇଥିବା ରାୟକୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ରାଜ୍ୟ କଂଗ୍ରେସ ନିଷ୍ପତ୍ତି ନେଇଛି ।

ଏହି ଐତିହାସିକ ରାୟ ବେଦାନ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ଚକ୍ରାନ୍ତକୁ ଧୂଳିସାତ କରିଦେଇଛି । ବିଜେଡ଼ି ଭଳି ଦୁର୍ନୀତିଗ୍ରସ୍ତ ସରକାରଙ୍କ କବଳରୁ ଓଡ଼ିଶାକୁ ରକ୍ଷା କରିବା ପାଇଁ ଦଳ ଆନ୍ଦୋଳନ ଡ଼ାକରା ଦେଇଛି ବୋଲି ଗୁରୁବାର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ବିଜେଡ଼ି, ବେଦାନ୍ତ ବିଶ୍ୱବିଦ୍ୟାଳୟ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜନୀତି, ହାଇକୋର୍ଟ

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ନିଆଯାଇଥିବା ଜମି ଫେରାଇବାକୁ ନିର୍ଦ୍ଦେଶ

November 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ହୋଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବେଆଇନ ଦର୍ଶାଇ ଓଡ଼ିଶା ହାଇକୋର୍ଟ ଜମି ମାଲିକଙ୍କୁ ସେମାନଙ୍କ ଜମି ଫେରାଇ ଦେବାକୁ ସରକାରଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ।

ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡ଼ ଏବଂ ବିଚାରପତି ବି.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଥିବା ଆବେଦନକାରୀଙ୍କ ଓକିଲ ସୁବୀର ପାଲିତ କହିଛନ୍ତି ।

ପ୍ରକଳ୍ପ ପାଇଁ ହୋଇଥିବା ଜମି ଅଧିଗ୍ରହଣ ବେଆଇନ ଏବଂ ଏହା ବୈଧ ନୁହେଁ ବୋଲି ହାଇକୋର୍ଟ ଦର୍ଶାଇବା ସହ ସଂପୃକ୍ତ ଜମିମାଲିକମାନଙ୍କୁ ଜମି ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ସେ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ପ୍ରବାସୀ ଭାରତୀୟ ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପୁରୀ କୋଣାର୍କ ନିକଟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଯାଉଛି ।

ଏହି ବିଶ୍ୱବିଦ୍ୟାଳୟ ପାଇଁ ଛଅ ହଜାର ଏକରରୁ ଉର୍ଦ୍ଧ୍ଵ ଜମି କମ୍ପାନୀ ଚାହିଁଥିବା ବେଳେ ଏଥିପାଇଁ ୧୫ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ କମ୍ପାନୀ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖିନ ହୋଇଛି । ଜମି ହରାଇଥିବା କେତେକ ଲୋକ ଏହି ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ ।

“ଜମି ଅଧିଗ୍ରହଣ ବେଆଇନ ହୋଇଥିବାରୁ ଆରମ୍ଭରୁ ଆମେ ଏହାକୁ ବିରୋଧ କରିଆସୁଛୁ । ଏହା ହାଇକୋର୍ଟଙ୍କ ଐତିହାସିକ ରାୟ” ଜଣେ ଆବେଦନକାରୀ ଉମାବଲ୍ଲଭ ରଥ କହିଛନ୍ତି । ଏ ସଂପର୍କରେ ରାଜ୍ୟ ସରକାର କିମ୍ବା କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ମତାମତ ମିଳିପାରି ନାହିଁ ।

ଓଡ଼ିଶା ଡ଼ଟ୍ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆସ୍କା, କଟକ, ପୁରୀଢ ଅନୀଲ ଅଗ୍ରୱାଲ, ମୁଖ୍ୟ ଖବର, ହାଇକୋର୍ଟ

  • « Go to Previous Page
  • Page 1
  • Interim pages omitted …
  • Page 3
  • Page 4
  • Page 5

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ