• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ହୋଲି

ହୋଲି ଜନିତ ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ

March 29, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୨୯ମାର୍ଚ (ଓଡ଼ିଶା ଡ଼ଟ୍ କମ୍)-ହୋଲି ପର୍ବ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ୧୪ଜଣଙ୍କ ମୃୃତ୍ୟୁ ହୋଇଥିବା ପୋଲିସ ଶୁକ୍ରବାର କହିଛି ।

ଭୁବନେଶ୍ୱର ଏବଂ ଏହାର ଆଖପାଖରେ ସର୍ବାଧିକ୧୦ଜଣଙ୍କ ମୁତ୍ୟୁ ଘଟିଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳରେ ଅନ୍ୟମାନେ ମୁତ୍ୟୁବରଣ କରିଛନ୍ତି ।

ଭୁବନେଶ୍ୱର ଉପକଣ୍ଠ ବାଳକାଟୀ ନିକଟ ଭାର୍ଗବୀ ନଦୀର ଏକ ଗଭୀର ପାଣିଥିବା ସ୍ଥାନକୁ ପ୍ରାୟ ୧୮-୨୦ବର୍ଷ ବୟସର କେତେଜଣ ରଙ୍ଗ ଖେଳିସାରି ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡ଼ିଯାଇଥିଲେ ।

ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଶବ ଗୁରୁବାର ଉଦ୍ଧାର କରାଯାଇଥିବା ବେଳେ ଶୁକ୍ରବାର ଆଉ ୨ଜଣଙ୍କ ଶବ ପୋଲିସ ଠାବ କରିଛି ।

ଓଡ଼ିଶା ଡ଼ଟ୍ କମ୍

 

Filed Under: ଓଡିଶା ଖବର Tagged With: ବାଳକାଟୀ, ଭାର୍ଗବୀ ନଦୀ, ହୋଲି

ଚଳଚ୍ଚିତ୍ର କଳାକାରଙ୍କ ଗହଣରେ କିସ୍ ଛାତ୍ରଛାତ୍ରୀଙ୍କ ହୋଲି

March 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୦(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ କିସ୍ ପରିସରରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକଙ୍କ ଉପସ୍ଥିତିରେ ରଙ୍ଗର ପର୍ବ ହୋଲି ଧୁମ୍ଧାମ୍ରେ ପାଳିତ ହୋଇଯାଇଛି ।

ଗତ ଗୁରୁବାର ଅପରାହ୍ନରେ ଶ୍ରାବଣୀ କ୍ଷେତ୍ରରେ ଶ୍ରୀଜୀଉଙ୍କ ଠାରେ ଅବିର ଲାଗିବା ପରେ ଏହି ରଙ୍ଗ ସମସ୍ତଙ୍କୁ ବୋଳାଯାଇଥିଲା । ଛାତ୍ରଛାତ୍ରୀମାନେ ରଙ୍ଗଖେଳି ହୋଲିର ମଜା ନେଇଥିଲେ ।

ପାରମ୍ପରିକ ଭାବେ ସଜ୍ଜିତ ରାଧାକୃଷ୍ଣଙ୍କ ବେଶରେ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅଭିନେତା ଓ କଳାକାରମାନେ ରଙ୍ଗ ବୋଳିଥିଲେ ।

ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଗୀତିକାର ପ୍ରଫୁଲ୍ଲ କର, ମହାପ୍ରସା କର, ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ୍ ଓ ବିଦ୍ୟୁତ ପ୍ରଭା ପାଲିତ୍, ବେୁ ବୋଷ, କୁନା ତ୍ରିପାଠୀ, ଶ୍ରୀତମ ।ସ, ସବ୍ୟସାଚୀ ମିଶ୍ର ପ୍ରମୁଖ ଯୋଗ େଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଗୀତା ଗୋସାଇଁ, ଶ୍ରୀକାନ୍ତ ଗୌତମ, ପୁନମ୍ ମିଶ୍ର, ଚଣ୍ଡି ପରିଜା, ଅନୁ ଚୌଧୁରୀ, ଆକାଶ, ବନମାଳି ଦ।ଣ୍ଡିଆ, ରଜନୀ ରଞ୍ଜନ, ଚଳଚ୍ଚିତ୍ର ସମୀକ୍ଷକ ଦିଲ୍ଲୀପ ହାଲି,ଦିଲ୍ଲୀପ ଶ୍ରୀଚନ୍ଦନ, ଜୀବନକୃଷ୍ଣ ପାଢୀ, ଦେବୁ ବ୍ରହ୍ମା, ହାଡୁ, ଗୁଡୁ, ନିକି, ଆକାଂକ୍ଷା କବି, ଆରୟନ୍, ପ୍ରିୟାଂଶୀ, ଅଙ୍କିତ୍, ସ୍ୱରାଜ, ଶ୍ରେୟାମାଳିନୀ ପ୍ରମୁଖ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡ଼ିଆ ଚଳଚ୍ଚିତ୍ର, ମନୋରଞ୍ଜନ, ହୋଲି

ରାଜ୍ୟବ୍ୟାପୀ ରଙ୍ଗର ପର୍ବ ହୋଲି ପାଳିତ

March 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୯(ଓଡ଼ିଶା ଡ଼ଟ୍ କମ୍) ଶୁକ୍ରବାର ସମଗ୍ର ଦେଶରେ ରଙ୍ଗର ପର୍ବ ହୋଲି ବେଶ୍ ଉତ୍ସାହର ସହ ପାଳିତ ହୋଇଥିବା ବେଳେ ଓଡ଼ିଶାର ପୁରପଲ୍ଲୀ ଓ ସହରାଂଚଳରେ ଆବାଳ ବୃଦ୍ଧବନିତା ମହା ଆଡ଼ମ୍ବରରେ ଏହାକୁ ପାଳନ କରିଛନ୍ତି ।

ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇବ ପରସ୍ପରକୁ ରଙ୍ଗ ବୋଳି ଆନନ୍ଦ ଉଲ୍ଲାସରେ ଏହା ପାଳନ କରିଥିବା ବେଳେ ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ/କୀର୍ତନ ତଥା ଆଧୁନିକ ଗୀତରେ ନିଜକୁ ହଜାଇ ଦେଇଛନ୍ତି ।

ଲୋକମାନେ ପରସ୍ପରକୁ ରଙ୍ଗ ବୋଳିବା ସହ ମିଷ୍ଟାନ୍ନ ଖାଇବାକୁ ଦେଇଥିବା ବେଳେ ଯୁବଗୋଷ୍ଠୀ ନାଚଗୀତ ସହ ରାସ୍ତା ପରିକ୍ରମା କରି ଏହି ପର୍ବର ମଜା ଉଠାଇଛନ୍ତି ।

କେବଳ ସାଧାରଣ ଜନତା ନୁହେଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଦଳୀୟ କର୍ମୀମାନଙ୍କ ସହ ରଙ୍ଗ ଖେଳି ନିଜକୁ ବିଭିନ୍ନ ରଂଙ୍ଗରେ ରଙ୍ଗେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ହୋଲି

ଶୁଣିବାକୁ ମିଳୁନି ଲୋକଗୀତ ହୋ..ହୋ..ହୁଲେରେ!

March 8, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମାର୍ଚ୍ଚ ୮(ଓଡ଼ିଶା ଡ଼ଟ୍ କମ୍) କାହିଁ କେଉଁ ଅନାଦି କାଳରୁ ଭାରତୀୟମାନେ ପାଳନ କରିଆସୁଛନ୍ତି ରଙ୍ଗ ଓ ମୈତ୍ରୀର ପର୍ବ ହୋଲି କିନ୍ତୁ ଆଉ ଶୁଣିବାକୁ ମିଳୁ ନାହିଁ ହୋ…ହୋ…ହୁଲେରେ ଲୋକ ଗୀତ ।

ତେବେ ହୋଲି ପାଳନ ଅବସରରେ ଲୋକମାନେ ପରସ୍ପରକୁ ରଙ୍ଗ ତଥା ଅବିର ଲଗାଇବା ସହ ଅଭିନନ୍ଦନ ଜଣାଇବା ପରମ୍ପରା ରହିଆସିଛି । ଆଉ ଏହି ରଙ୍ଗ ଖେଳ ସମ୍ପର୍କରେ ବହୁଗୁଡ଼ିଏ ପୌରାଣିକ କିମ୍ବଦନ୍ତୀ ମଧ୍ୟ ରହିଛି ।

ରଙ୍ଗ ଖେଳକୁ ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିଲେ ଏହାର କେତେକ ହିତକାରୀ ଉପାୟେତା ରହିଥିବା ଜଣାଯାଏ । ଏହି ହୋଲି ସହ ଜଡ଼ିତ ଥିବା ଆଉ ଏକ ଐତିହ୍ୟ ତଥା ପରମ୍ପରା ହେଉଛି ହୋଲିକା ଦହନ ।

ହୋଲିକା ଦହନ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ପାଳନ କରାଯାଉଥିଲେ ମଧ୍ୟ ବରଗଡ଼ ଜିଲ୍ଲାରେ ଏହାର ସ୍ୱାତନ୍ତ୍ରତା ଅନ୍ୟତମ । ତେବେ କେତେକ କାରଣ ବଶତଃ ହୋଲିକା ଦହନ ଏବେ ତାର ସ୍ୱାତନ୍ତ୍ରତା ହରାଇ ବସିବା ସହ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ।

ଦୋଳ ପୂର୍ଣ୍ଣିମାର ପୂର୍ବଦିନ ସନ୍ଧ୍ୟାରେ ସହରର ବିଭିନ୍ନ ପଡ଼ା ତଥା ସାହିରେ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ପ୍ରାୟ ସାତଦିନ ପୂର୍ବରୁ ପଡ଼ାର ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସଭିଏଁ ଘରଘର ବୁଲି ହୋଲିକା ଦହନ ପାଇଁ କାଠ, ଫଟା କୁଲା, ଝାଡ଼ୁ, ପୁରଣା ଭୁଗା, ଟୁପୁଲି, କୁଟା କାଠି ଜାଳ ଆଦି ସଂଗ୍ରହ କରିଥାନ୍ତି ।

ଘରଘର ବୁଲି କାଠ ମାଗିଲାବେଳେ ସମ୍ପୃକ୍ତ ପିଲା ତଥା ଯୁବକମାନେ ଲୋକ ପରମ୍ପରା ସହ ଜଡ଼ିତ ଲୋକଗୀତ ଗାଇ ଗାଇ ପଡ଼ା ବା ସାହିରେ ବୁଲୁଥିଲେ ।

ଲୋକଙ୍କ ମୁହଁରୁ ଶୁଣାଯାଉଥିବା ଏହି ପାରମ୍ପରୀକ ଲୋକଗୀତା ବା ଲୋକ କଥା ଗୁଡ଼ିକ ଆଉ ଶୁଣିବାକୁ ମିଳୁନାହିଁ । ଏହାର ମୁଖ୍ୟ କାରଣ ହେଉଛି ହୋଲିକା ଦହନ କାର୍ଯ୍ୟକ୍ରମ ଲାଗି ସ୍ଥାନ ଓ କାଠର ଅଭାବ ।

ପ୍ରାୟ ଘରମାନଙ୍କରେ ଷ୍ଟୋଭ୍, ଗ୍ୟାସଚୁହ୍ଲା, ହିଟର ଆଦି କାଠର ସ୍ଥାନ ନେଇସାରିଥିବା ବେଳେ ଜନସଂଖ୍ୟା ବୃଦ୍ଧି କାରଣରୁ ସବୁଆଡ଼େ କଂକ୍ରିଟ ଜଙ୍ଗଲ ଖେିବାକୁ ମିଳୁଛି ।

ହୋଲିକା ଦହନ ବା ହୋଲ ପୋଡ଼ି ସହ ଜଡ଼ିତ ପୌରାଣିକ କିମ୍ବନ୍ତୀ ହେଉଛି ଭଗବାନ ବିଷ୍ଣୁଙ୍କ ଠାରୁ ଅଭିଶାପ ପାଇ ବୈକୁଣ୍ଠପୁରର ଉଭୟ ଦ୍ବାରପାଳ ଜୟ ଓ ବିଜୟ ମର୍ତ୍ୟରେ ରାକ୍ଷସ ହିରଣ୍ୟକଶ୍ୟପୁ ଓ ହିରଣାକ୍ଷ ରୂପରେ ଜନ୍ମ ଗ୍ରହଣ କରିବା ପରେ ସେମାନଙ୍କ ଅତ୍ୟାଚର ବଢ଼ିଚାଲିଲା ।

ନୃସିଂହ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ପ୍ରହଲ୍ଲାଦ ହିରଣ୍ୟକଶ୍ୟପୁର ପୁତ୍ର ରୂପେ
ଜନ୍ମଗ୍ରହଣ କରିଥିଲେ । ପ୍ରହଲ୍ଲାଦ ସର୍ବଦା ହରିନାମ ଜପ କରିବାରୁ ରାକ୍ଷସ ରାଜ ହିରଣ୍ୟକଶ୍ୟପୁ ତାକୁ ମାରିବାକୁ ଚାହିଁଲେ ।

ହିରଣ୍ୟକଶ୍ୟପୁର ଭଉଣୀ ହେଉଛି ହୋଲିକା । ହୋଲିକା କଠୋର ତପସ୍ୟା କରି ବରପ୍ରାପ୍ତ ହୋଇଥିଲେ ଯେ, ସେ ନିଆଁରେ କେବେ ପୋଡ଼ିବେ ନାହିଁ, ମତ୍ର ସେ ଯାହାକୁ ସାଥିରେ ଧରି ଅଗ୍ନିରେ ପ୍ରବେଶ କରିବେ ସେ ଜଳିପୋଡ଼ି ପାଉଁଶ ହୋଇଯିବ ।

ତେଣୁ ହିରଣ୍ୟକଶ୍ୟପୁ ର ନେର୍ଦ୍ଦେଶରେ ହୋଲିକା ଭାତୃପୁତ୍ର ପ୍ରହଲ୍ଲାଦକୁ ମାରିବା ଉଦ୍ଦେଶ୍ୟରେ ତାଙ୍କୁ ସଙ୍ଗରେ ନେଇ ଅଗ୍ନିରେ ପ୍ରବେଶ କରିଥିଲେ । ମାତ୍ର ଏହି ସମୟରେ ଏକ ବିଚିତ୍ର ଘଟଣା ଘଟିଥିଲା । ଅଗ୍ନିର ପ୍ରକୋପ ବାଳକ ପ୍ରହଲ୍ଲାଦର ସାମନ୍ୟତମ କ୍ଷତି ଘଟାଇପାରିନଥିବା ବେଳେ ବରପ୍ରାପ୍ତ ହୋଲିକା ନିଆଁରେ ପୋଡ଼ି ଭଷ୍ମୀଭୂତ ହୋଇଯାଇଥିଲା ।

ଫଳରେ ଆସୁରିକ ଶକ୍ତିର ଏହି ବିନାଶ ଲୀଳାକୁ ଏବେ ମଧ୍ୟ ହୋଲିକା ଦହନ କରି ପାରମ୍ପରୀକ ରିତୀରେ ପାଳନ କରାଯାଉଛି । ଏହିଦିନ ଲୋକେ ଗୃହର ଆସୁରିକ ପରିବେଶ ତଥା ରୋଗବ୍ୟାଧିରୁ ମୁକ୍ତି ପାଇବା ନିମନ୍ତେ ଘରର ଜାବତୀୟ ପୁରୁଣା ସାମଗ୍ରୀ ଦେଇଥାଆନ୍ତି ।

ସେ ସବୁ ସଂଗ୍ରହ କରାଗଲା ପରେ ଗୋଟିଏ ସ୍ଥାନରେ ଜମା କରାଯାଇ ନିଶାର୍ଦ୍ଧରେ ପ୍ରଥମେ ସହରର ଅଧିଷ୍ଠାତ୍ରୀ ଦେବୀ ସମଲେଇ ଗୁଡ଼ିରେ ଝାଙ୍କର ଦ୍ୱାରାପୂଜାର୍ଚ୍ଚନା କରାଯାଇ ହୋଲିକାରେ ଅଗ୍ନି ସଂଯୋଗ କରାଯିବା ପରେ ସହରର ଅନ୍ୟ ପଡ଼ାର ହୋଲିକା ଦହନ ହୋଇଥାଏ ।

ବିଶେଷକରି ପଡ଼ାର ଉଦ୍ଭ୍ରାନ୍ତ ଯୁବକ ମାନେ ମଧ୍ୟରାତ୍ରୀରେ ଲୋକଗୀତ ଆଳରେ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିବା, ଘରମାନଙ୍କର କବାଟ ବାଡ଼େଇ ଗୃହକର୍ତାଙ୍କ ଠାରୁ ଚାନ୍ଦା ଆଦାୟ କରିବା, ହୋଲ ମାଗିବା ଆଳରେ ଲୋକଙ୍କ ଘର ପାଚେରୀ ଡେଇଁ କାଠ ବ୍ୟତିରକେ ମୂଲ୍ୟବାନ ସାମଗ୍ରୀ ଚୋରୀ କରିବା ଆଦି ଘଟଣା ଯୋଗୁଁ ହୋଲିକା ପୋଡ଼ି ଉତ୍ସବ ଖୁସି ଆଣିବା ପରିବର୍ତେ ଭୟ ଓ ବିଶାଦ ସୃଷ୍ଟି କରୁଛି ।

ବରଗଡ଼ରେ କେବଳ ମାରୱାଡ଼ି ସମ୍ପ୍ରଦାୟ ହୋଲିକା ଦହନ କାର୍ଯ୍ୟକ୍ରମକୁ ଦୀର୍ଘବର୍ଷ ହେବ ଆନନ୍ଦର ସହ ପାଳନ କରି ଆସୁଛନ୍ତି । ଏହି ଲୋକ ପରମ୍ପରାକୁ ବଜାୟ ରଖିବାକୁ ହେଲେ ପଡ଼ାର ମୁରବୀମାନେ ହୋଲପୋଡ଼ି ଉତ୍ସବର ନେତୃତ୍ୱ ନେବାକୁ ଆଗେଇ ଆସିବା ସହ ଉଚ୍ଛୃଙ୍ଖଳିତ ଯୁବକଙ୍କୁ ଏଥିରୁ ଦୁରେଇ ରଖାଯିବା ଉଚିତ୍ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ହୋଲି

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ