• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଡ଼କାୟତି

ପୂର୍ବତନ ଜଜଙ୍କ ଘର ଡକାୟତିରେ ଛଅ ଗିରଫ, ଟଙ୍କା, ସୁନା ଜବତ

June 8, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜୁନ ୯ (ଓଡିଶା ଡଟ୍ କମ୍) ପୂର୍ବତନ ଜଜ ପି.କେ ମହାନ୍ତିଙ୍କର କଟକର ସିଡ଼ିଏରେ ଥିବା ବାସଗୃହରେ ଦଶ ଦିନ ତଳେ ହୋଇଥିବା ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଛଅ ଜଣ ଗିରଫ ହୋଇଥିବା ଓ ତାଙ୍କ ଠାରୁ ଲକ୍ଷାଧିକ ନଗଦ ଟଙ୍କା, ସୁନା ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିବା ପୁଲିସ ସୋମବାର କହିଛି ।

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୦ ରୁ ୩୦ ମଧ୍ୟରେ ଓ ସେମାନେ ମୁଖ୍ୟତଃ କଟକ ଓ କେନ୍ଦ୍ରାପଡା ଜିଲ୍ଲାର । ୪୨ ବର୍ଷ ବୟସ୍କ ରମାକାନ୍ତ ପରିଡା ହେଉଛି ଏହି ଦଳର ମୁଖ୍ୟ ଓ ସେ ୧୭ରୁ ଊର୍ଦ୍ଧ୍ଵ ଡକାୟତି ମାମଲାରେ ଜଡିତ ଥିବା ସୂଚନା ମିଳିଛି ।

ସେମାନଙ୍କଠାରୁ ନଗଦ ୩ ଲକ୍ଷ ୫୫ ହଜାର ଟଙ୍କା, ୨୩୦ ଓ ୭୦ ଗ୍ରାମର ଦୁଇଟି ସୁନା ଖଣ୍ଡ, ଏକ ବନ୍ଧୁକ, ଗୋଟିଏ ବାଇକ୍, ଓ ଅନ୍ୟାନ୍ୟ ସାମଗ୍ରୀ ଯଥା ଛୁରୀ, ଲୁହା ରଡ୍, ମୋବାଇଲ୍ ଫୋନ, ଏଟିଏମ୍ କାର୍ଡ ଆଦି ଜବତ କରାଯାଇଥିବା ପୁଲିସ କମିଶନର ଡଃ ଆର.ପି ଶର୍ମା ସୂଚନା ଦେଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ କେତେ ଜଣଙ୍କୁ ଧରିବା ପାଇଁ ପୁଲିସ ତାର ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି ।

ମଇ ୩୦ ପ୍ରାୟ ୩ ଟାରୁ ୪:୩୦ ମଧ୍ୟରେ ସମ୍ପୃକ୍ତ ଡକାୟତ ଦଳ ଶ୍ରୀ ମହାନ୍ତିଙ୍କ ଘରର ମେନ୍ ଫାଟକ ଭାଙ୍ଗି ତାଙ୍କ ଶୋଇବା ଘରେ ପଶିଯାଇଥିଲେ । ମହାନ୍ତି ଓ ତାଙ୍କ ସ୍ତ୍ରୀଙ୍କ ପାଟିକୁ ସେମାନେ କପଡାରେ ବାନ୍ଧିବା ସହ ଦଉଡିରେ ଉଭୟଙ୍କ ହାତକୁ ଖଟରେ ବାନ୍ଧି ଦେଇଥିଲେ ।

ତା’ପରେ ସେମାନେ ମହାନ୍ତିଙ୍କ ସ୍ତ୍ରୀଙ୍କ ଠାରୁ ଚାବି ଆଣି ଲକ୍ଷାଧିକ ଟଙ୍କା ଓ ଚାରୋଟି ସୁନା ଚୂଡି, କାନ ଫୁଲ, ସୁନା ମୁଦି, ଓ ପାଞ୍ଚ ଟି ସୁନା ହାର ଆଦି ଲୁଟି ସାରି ଗଲାବେଳେ ତାଙ୍କ କାର କାରର ଚାବି ନେଇ ସେଥିରେ ଫେରାର ହୋଇ ଯାଇଥିଲେ ।

ଶନିବାର ପୁଲିସ ଉକ୍ତ ଗାଡିକୁ ଭୁବନେଶ୍ଵରର ରସୁଲଗଡ ନିକଟରେ ପାଇ ଉଦ୍ଧାର କରିଥିଲେ । ଶ୍ରୀ ମହାନ୍ତି ହେଉଛନ୍ତି ଓଡିଶା ହାଇ କୋର୍ଟର ଜଣେ ପୂର୍ବତନ ବିଚାରପତି । ସେ ପିପିଲି ଗଣ ଦୁଷ୍କର୍ମ ଘଟଣା ଓ କଳିଙ୍ଗ ନଗର ହାତ ପାପୁଲି ଘଟଣାର ତଦନ୍ତ କରୁଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: police, କଟକ, ଜଜ, ଡ଼କାୟତି

ବିଚାରପତିଙ୍କ ଘର ଲୁଟ ଘଟଣାରେ ଜଣେ ଅଟକ

May 31, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,ମଇ ୩୧(ଓଡିଶା ଡଟ୍ କମ୍): ଶନିବାର ପ୍ରାତଃ ସମୟରେ ପୂର୍ବତନ ଜଜ ପି.କେ ମହାନ୍ତିଙ୍କର କଟକର ସିଡ଼ିଏରେ ଥିବା ବାସଗୃହରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିକୁ ଅଟକ ରଖି ପଚରା ଉଚରା କରୁଥିବା ରବିବାର କହିଛି ।

ପ୍ରାୟ ୩ ଟାରୁ ୪:୩୦ ମଧ୍ୟରେ ହୋଇଥିବା ଏହି ଘଟଣାରେ ଶ୍ରୀ ମହାନ୍ତିଙ୍କ ଘରର ମେନ୍ ଫାଟକ ଭାଙ୍ଗି କିଛି ଦୁର୍ବୁତ୍ତ ତାଙ୍କ ଶୋଇବା ଘରେ ପଶିଯାଇଥିଲେ । ମହାନ୍ତି ଓ ତାଙ୍କ ସ୍ତ୍ରୀଙ୍କ ପାଟିକୁ ସେମାନେ କପଡାରେ ବାନ୍ଧିବା ସହ ଦଉଡିରେ ଉଭୟଙ୍କ ହାତକୁ ଖଟରେ ବାନ୍ଧି ଦେଇଥିଲେ ।

ତା’ପରେ ସେମାନେ ମହାନ୍ତିଙ୍କ ସ୍ତ୍ରୀଙ୍କ ଠାରୁ ଚାବି ଆଣି ଲକ୍ଷାଧିକ ଟଙ୍କା ଓ ଚାରୋଟି ସୁନା ଚୂଡି, କାନ ଫୁଲ, ସୁନା ମୁଦି, ଓ ପାଞ୍ଚ ଟି ସୁନା ହାର ଆଦି ଲୁଟି ସାରି ଗଲାବେଳେ ତାଙ୍କ କାର କାରର ଚାବି ନେଇ ସେଥିରେ ଫେରାର ହୋଇ ଯାଇଥିଲେ ।

ଶନିବାର ପୁଲିସ ଉକ୍ତ ଗାଡିକୁ ଭୁବନେଶ୍ଵରର ରସୁଲଗଡ ନିକଟରେ ପାଇ ଉଦ୍ଧାର କରିଥିଲେ । ଶ୍ରୀ ମହାନ୍ତି ହେଉଛନ୍ତି ଓଡିଶା ହାଇ କୋର୍ଟର ଜଣେ ପୂର୍ବତନ ବିଚାରପତି । ସେ ପିପିଲି ଗଣ ଦୁଷ୍କର୍ମ ଘଟଣା ଓ କଳିଙ୍ଗ ନଗର ହାତ ପାପୁଲି ଘଟଣାର ତଦନ୍ତ କରୁଛନ୍ତି ।

ସେ ବିଚାରପତି ଥିବା ସମୟରେ ଦେଇଥିବା ଫଇସଲା ସହ ଏହି ଡକାୟତି ଘଟନାର  କୌଣସି ସମ୍ପର୍କ ଅଛିକି ନାହିଁ  ତାହା ମଧ୍ୟ ପୁଲିସ ତଦନ୍ତ ବେଳେ ଅନୁଧ୍ୟାନ କରୁଥିବା ଜଣେ ପୋଲିସ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଅପରାଧ Tagged With: କଟକ, ଜଷ୍ଟିସ ପି.କେ ମହାନ୍ତି, ଡ଼କାୟତି

ଡ଼କାୟତି ମାମଲାରେ ୫ ଇଞ୍ଜିନିୟରିଂ ଛାତ୍ର ଗିରଫ

March 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୪(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ ଏକ ବସ୍ଷ୍ଟାଣ୍ଡ ପରିସରରୁ ବସ୍ରୁ ଡ଼କାୟତି କରିଥିବା ଅଭିଯୋଗରେ ପୋଲିସ ରବିବାର ପାଂଚ ଜଣ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି ।

ଗତ ମାସ ୨୬ ତାରିଖ ରାତିରେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ‘ନୀଳମାଧବ’ ନାମକ ବସ୍ରୁ ସଶସ୍ତ୍ର ଡକାୟତି ହୋଇଥିଲା । ଏହି ଘଟଣାର ତଦନ୍ତ କରି ଖଣ୍ଡଗିରି ଥାନା ପୋଲିସ ଏମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ଟି ମୋବାଇଲ, ଲ୍ୟାପଟପ୍, ୪ଟି ଛୁରୀ ଏବଂ ନଗ ୬ହଜାର ଟଙ୍କା ଜବତ କରିଛି ।

ଗିରଫ ଛାତ୍ରମାନେ ବାରଙ୍ଗ ସ୍ଥିତ ଏକ ଇଂଜିନିୟରିଂ କଲେଜର ବୋଲି ପୋଲିସ କହିଛି । ଘଟଣାଦିନ ଏହି ଛାତ୍ରମାନେଦୁଇଟି ଗାଡ଼ିରେ ଆସି ବନ୍ଧୁକ ଓ ଛୁରା ଖୋଇ କଣ୍ଡକ୍ଟରଙ୍କ ଠାରୁ ଟଙ୍କା ଛଡ଼ାଇ ନେବା ସହ ଅନ୍ୟ ଯାତ୍ରୀଙ୍କଠାରୁ ମୋବାଇଲ୍ ଓ ସୁନା ଅଳଙ୍କାର ଛଡ଼ାଇ ନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

admin
admin

Filed Under: ମୁଖ୍ୟ ଖବର Tagged With: ଇଂଜିନିୟରିଂ ଛାତ୍ର, ଡ଼କାୟତି, ବସ୍ଷ୍ଟାଣ୍ଡ

ଗହଣା ଦୋକାନରେ ଡ଼କାୟତି,ଗୁଳିମାଡ଼

December 16, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍:ଶାନ୍ତନୁ ବିଶ୍ୱାଳ

ବରଗଡ଼,ଡ଼ିସେମ୍ବର୧୬(ଓଡ଼ିଶା ଡ଼ଟ୍ କମ୍) ପାଇକମାଳ ଥାନାଠାରୁ ମାତ୍ର ୩୦୦ମିଟର ଦୂରରେ ଥିବା ସାଗର ଜୁଏଲାରୀ ରେ ଶୁକ୍ରବାର ସଶସ୍ତ୍ର ଡ଼କାୟତି ହୋଇଥିବା ପୋଲିସ କହିଛି ।

ରାତି ୭ଟା୩୦ରେ ପ୍ରାୟ ସାତଜଣ ପିସ୍ତଲଧାରୀ, ମୁଖାପିନ୍ଧା ଡ଼କାୟତ ଗହଣା ଦୋକାନ ଭିତରେ ପଶି ଦୋକାନ ମାଲିକଙ୍କ କାନରେ ପିସ୍ତଲ ରଖି ସମସ୍ତ ସୁନା ରୁପା ଗହଣା ଲୁଟି ଥିଲେ । ।

ଡ଼କାୟତମାନେ ୩ଟି ମୋଟର ସାଇକେଲରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ଦୋକାନ ଭିତରକୁ ପଶିଥିବାବେଳେ ଅନ୍ୟଦୁଇଜଣ ଦୋକାନ ବାହାରେ ସଟର ବନ୍ଦ କରି ଜଗି ରହିଥିଲେ ।

ଘଟଣାସ୍ଥଳରେ ତିନିଟି ଫୁଟା ପିସ୍ତଲ ଗୁଳିର ଖାଲି ଖୋଳ ପଡ଼ିଥିବା ଗ୍ରାମବାସୀମାନେ କହିଛନ୍ତି । ପାଇକମାଳ ଥାନା ଅଞ୍ଚଳ ଏବେ ମାଓବାଦୀ ପ୍ରବଣ ଇଲାକା ହୋଇଥିବା ଯୋଗୁଁ ସଶସ୍ତ୍ର ପୋଲିସ ବ୍ୟାପକ ସଂଖ୍ୟାରେ ରହିଛନ୍ତି ।

ପୋଲିସ ପକ୍ଷରୁ ଚବିଶି ଘଣ୍ଟିଆ ସତର୍କତା ସତ୍ୱେ ଡ଼କାୟତି ହେବା ନେଇ ପୋଲିସର କାର୍ଯ୍ୟ ପ୍ରଣାଳୀ ନେଇ ସନ୍ଦେହ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଡ଼କାୟତି, ପାଇକମାଳ, ପୋଲିସ, ବରଗଡ଼

ମାଓବାଦୀଙ୍କ ନାଁରେ ଡ଼କାୟତି କରୁଥିବା ୧୧ ଜଣ ଗିରଫ

November 12, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଝାରସୁଗୁଡ଼ା, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ନାଁରେ ଡ଼କାୟତି କରୁଥିବା ଏକ ଆନ୍ତଃରାଜ୍ୟ ଡ଼କାୟତ ଦଳକୁ ପୋଲିସ ଶନିବାର ଝାରସୁଗୁଡ଼ା ଜିଲ୍ଲାରୁ ଗିରଫ କରିଛି ।

ଗତ କିଛିଦିନ ମଧ୍ୟରେ ଏହି ଦଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ଼କାୟତି କରିବା ପରେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରି ଏହି ଳର ୧୧ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଗିରଫ ବ୍ୟକ୍ତି ମାନଙ୍କ ଠାରୁ ମାରଣାସ୍ତ୍ର ଓ ଏଥିରେ ବ୍ୟବହାର କରୁଥିବା ଏକ ଗାଡ଼ି ଜବତ କରାଯାଇଥିବା ବେଳେ ଏମାନଙ୍କ ଠାରୁ ଚୋରି ସାମଗ୍ରୀ କିଣିଥିବା ରାଜଗାଙ୍ଗପୁରର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଥିବା ପୋଲିସ କହିଛି ।

ସଂପୃକ୍ତ ବ୍ୟକ୍ତିମାନେ ମାଓବାଦୀଙ୍କ ନାଁରେ ଲୋକଙ୍କୁ ଭୟଭୀତ କରି ଡ଼କାୟତି କରୁଥିଲେ ବୋଲି ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡ଼କାୟତି, ମାଓବାଦୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ