• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଡ଼ାକ୍ତରଖାନା

ମହାପ୍ରୟାଣ ଯୋଜନା; ଦଶଟି ପ୍ରମୁଖ ତଥ୍ୟ

November 6, 2017 by ନିଉଜ ଡେସ୍କ Leave a Comment

mahaprayan
pic credit Twitter @DeoKalikesh

କେଦାର ମିଶ୍ର

ଦାନ ମାଝୀ ଅ।ଜି ଓଡିଶାରୁ ବାହାରି ଗୋଟେ କିମ୍ବଦନ୍ତୀ, ଅନେକ କବିତା ଓ କାହାଣୀର ନାୟକ, ଅନେକ ଖବରର କେନ୍ଦ୍ରବିନ୍ଦୁ, ଅନେକ ରାଜନୀତିର ବିଷୟ ବସ୍ତୁ ।

ଦାନ ମାଝୀ ଯେଉଁ ରାତିରେ ନିଜ ମୃତ ସ୍ତ୍ରୀକୁ କାନ୍ଧରେ ପକେଇ ରାସ୍ତା ଚାଲିବା ଅ।ରମ୍ଭ କରିଥିଲେ, ସେ ରାତି ତାଙ୍କ ଜୀବନରେ ଗୋଟେ ବଡ଼ ପରିବର୍ତ୍ତନର ସଂକେତ ଅ।ଣିଥିଲା ।

ଦାନ ମାଝୀ ଅ।ମକୁ ଯାହା ଜଣେଇବାକୁ ଚାହୁଁଥିଲେ, ତାକୁ ଅ।ମେ ଜାଣିବାକୁ ଚାହୁଁନଥିଲୁ । ତେବେ ଇତି ମଧ୍ୟରେ ଦାନ ମାଝିଂକ କାର୍ଯ୍ୟକୁ ବିଧାନସଭାରେ ନାପସନ୍ଦ କରିଥିବା ରାଜ୍ୟ ସରକାର କିନ୍ତୁ ଟିକେ ଅଧିକ ସଚେତନ ହେବାକୁ ବାଧ୍ୟ ହୋଇଛନ୍ତି ।

ଏ ପ୍ରସଂଗରେ ରାଜ୍ୟରେ କିଛି ନୁଆ ଯୋଜନା ତିଆରି ହୋଇଛି ଓ ଏହିପରି ଲଜ୍ଜାଜନକ ସ୍ଥିତି ଏଡାଇବାକୁ ଆଜି ରାଜ୍ୟ ସରକାର ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି । ସେ ସମ୍ପର୍କରେ କେତୋଟି ପ୍ରମୁଖ ବିନ୍ଦୁର ଆଲୋଚନା –

୧. ଦାନ ମାଝୀ ଘଟଣା ପରେ ରାଜ୍ୟ ସରକାରଂକ ଚେତା ପଶିଛି ଓ ସରକାର ରାଜ୍ୟର ସବୁ ଡାକ୍ତରଖାନା ଗୁଡିକୁ ଏକ ନିର୍ଦ୍ଦେଶାବଳୀ ପଠାଇଛନ୍ତି । ଏଥିରେ କୁହାଯାଇଛି ଯେ, କୌଣସି ପରିସ୍ଥିତିରେ ବି ମୃତଦେହ ପ୍ରତି ଅବହେଳା କରାଯିବନି । ସମ୍ପୂଣ୍ଣ ବିଧି ମୁତାବକ ମୃତଦେହର ଅନ୍ତିମ ସଂସ୍କାର ହେବ ।

୨.ଡାକ୍ତରଖାନା ର ମେଡିକାଲ୍ ଅଫିସର ମୃତ ରୋଗୀଙ୍କ ଅନ୍ତିମ ଚେକଅପ୍ ପରେ ରୋଗୀକୁ ମୃତ ଘୋଷଣା କରିବେ। ମୃତଦେହ ହସପିଟାଲରୁ ଯିବା ପୂର୍ବରୁ ଡେଥ୍ ରେଜିଷ୍ଟ୍ରାରରେ ନାଁ ଦରଜ କରିବେ । ଏଥିସହ ରୋଗୀ ମୃତ୍ୟୁ ସମ୍ପୃକ୍ତ ସହ କୌଣସି ଆଇନଗତ ଜଟିଲତା ଥିଲେ ସ୍ଥାନୀୟ ପୋଲିସ ଷ୍ଟେସନକୁ ଜଣାଇବେ।

୩. ମୃତଦେହ ପରିବହନ ପାଇଁ ପାଂଠି ସମସ୍ତ ଥାନାକୁ ଯୋଗାଇଦିଆଯିବ । ସହରାଂଚଳରେ ୧ ହଜାର, ଗ୍ରାମାଂଚଳରେ ୧୫ ଶହ ଏବଂ ବିଶେଷଘଟଣାରେ ୨ ହଜାର ଟଂକା ଯୋଗାଇଦିଆଯିବ । ଏପରିକି ଶବର ଅନ୍ତିମ ସଂସ୍କାର ପାଇଁ ପରିବାର ଟଂକା ମାଗିଲେ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ ତାହା ଯୋଗାଇଦେବେ। ଜିଲ୍ଲାପାଳ, ଏସପି, ସିଡିଏମଓ, ମେଡିକାଲ ଅଧିକ୍ଷକଙ୍କୁ ଏ କଥା ଜଣେଇ ଦିଆଯାଇଛି ।

୪.ଏସବୁ ସତ୍ତ୍ୱେ ମୃତ ଲୋକ ପ୍ରତି ଅ।ମର ସାମାଜିକ ଓ ପାରିବାରିକ ଅବଧାରଣା ବଦଳୁନାହିଁ। ଯିଏ ମଲା ସିଏ ଗଲା ବୋଲି ଏକ ଅ।ପ୍ତବଚନ ଓଡ଼ିଅ।ରେ ରହିଛି । ଶବକୁ ନେଇ ଅ।ମ ଭିତରେ ପ୍ରଚଣ୍ଡ ଘୃଣା ଓ ଅବଜ୍ଞାର ଭାବ । ଶବକୁ ନେଇ ଜାତି, ଧର୍ମ, ଗୋତ୍ର ଓ ପରିବାରର ଅନେକ ବନ୍ଧନ । ଶବ ସାଙ୍ଗେ ସାଙ୍ଗେ ଅସ୍ପୃଶ୍ୟ ହୋଇଯାଏ । ତାକୁ କେହି ଛୁଇଁବେ ନାହିଁ । ଯିଏ ଛୁଇଁବ, ସିଏ ମାରା ହୋଇଯିବ । ତେଣୁ ଅନେକାଂଶରେ ଶବକୁ ଉଠାଇବା ପାଇଁ ଲୋକ ମିଳନ୍ତି ନାହିଁ ।

୫. ଓଡ଼ିଶା ସରକାର ଏହା ପୂର୍ବରୁ ଶବ ସତ୍କାର ଓ ଶବ ପରିବହନ ପାଇଁ ଦୁଇଟି ବଡ଼ ଯୋଜନା କରିଛନ୍ତି । ଗୋଟିଏ “ହରିଶ୍ଚନ୍ଦ୍ର ଯୋଜନା’ ଓ ଅନ୍ୟଟି “ମହାପ୍ରୟାଣ’ ଯୋଜନା ।

ହରିଶ୍ଚନ୍ଦ୍ର ଯୋଜନାରେ ଗତ ଦୁଇବର୍ଷ ଭିତରେ ସରକାର ୧୪,୭୩,୦୧,୯୬୦ଟଙ୍କା ଖର୍ଚ୍ଚ କରି ସାରିଲେଣି । ଏହାଦ୍ୱାରା ୭୯,୮୦୬ ପରିବାର ଉପକୃତ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡୁଛି । ତେବେ ଏହି ଯୋଜନାର ସର୍ବାଧିକ ଲାଭ ପୁରୀ ସ୍ୱର୍ଗଦ୍ୱାରଠାରେ ଦିଅ।ଯାଇଛି ।

କଳାହାଣ୍ଡି, ନୂଅ।ପଡ଼ା, ବଲାଙ୍ଗିର, କୋରାପୁଟ, ମାଲକାନଗିରି ଇତ୍ୟାଦି ଜିଲ୍ଲାରେ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ।

୭. ପୁରୀରେ ଏହି ଯୋଜନା ଦ୍ୱାରା ସର୍ବାଧିକ ୧୬,୨୪୮ପରିବାର ଉପକୃତ ହୋଇଥିବାବେଳେ ମାଲକାନଗିରି ରେ ୬୫୪, ଝାରସୁଗୁଡ଼ାରେ ୧୬୯, ବଲାଙ୍ଗିରରେ ୧୪୬୩, କଳାହାଣ୍ଡିରେ ୪୬୬, ନୂଅ।ପଡ଼ାରେ ୭୧୫, କୋରାପୁଟରେ ୧୬୫୦ ଓ କନ୍ଧମାଳରେ ୧୩୦୦ ପରିବାର ଉପକୃତ ହୋଇଛନ୍ତି ।

ଏହି ତଥ୍ୟରୁ ଗୋଟିଏ କଥା ସ୍ପଷ୍ଟ ଯେ, ଯେଉଁମାନଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ, ସେମାନଙ୍କ ପାଖରେ ଏହା ପହଂଚୁ ନାହିଁ ।

ରାଜ୍ୟର ସବୁଠୁ ଗରିବ ଓ ଅବହେଳିତ ଜିଲ୍ଲାଗୁଡ଼ିକରେ ହରିଶ୍ଚନ୍ଦ୍ର ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଏତେ କମ୍ ହେବା ପଛରେ କାରଣ କ’ଣ ?

୮.ଦାନ ମାଝୀ ଘଟଣା ଘଟିବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ମହାପ୍ରୟାଣ ଯୋଜନାର ଶୁଭାରମ୍ଭ କଲେ । ୩୦ଟି ଜିଲ୍ଲା ସଦର ଡାକ୍ତରଖାନାରୁ ଶବ ବୋହିବା ପାଇଁ ମାଗଣା ପରିବହନ ସୁବିଧା ଯୋଗାଇ ଦିଅ।ଯିବ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଗଲା ।

ତେବେ ଏହା କ’ଣ ସତରେ ମାଗଣା ? ମହାପ୍ରୟାଣ ଯୋଜନା ପାଇଁ ଯେଉଁ ଗାଇଡ୍ ଲାଇନ୍ ଜିଲ୍ଳାମାନଙ୍କୁ ଦିଅ।ଯାଇଥିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ତେବେ ଆଜିର ଗାଇଡ ଲାଇନ ଏଥିରେ କିଛିଟା ଆଶା ସଂଚାର କରିଛି ।

୯. ସର୍ବନିମ୍ନ ୧୦ କିଲୋମିଟର ଶବ ପରିବହନ ପାଇଁ ମୃତକଙ୍କ ପରିବାରକୁ ୨୦୦ଟଙ୍କା ଓ ତା’ପରେ କିଲୋମିଟର ପିଛା ୮ଟଙ୍କା ପରିବହନ ବାବଦକୁ ଗଣିବାକୁ ପଡ଼ିବ । ତା’ହେଲେ ଏହି ଯୋଜନା ମାଗଣା ହେଲା କେମିତି ?

ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଲା ପରେ ସରକାର ଗରିବ ଓ ବଂଚିତ ଲୋକଙ୍କୁ ଏହା ଦେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି । ତେବେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାର ଅଧିକାର ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଅ।ଯାଇଛି । ରାଜ୍ୟର ସାଧାରଣ ଓ ଗରୀବ ଲୋକ ଯିଏ ଡାକ୍ତରଖାନାର ଚପରାସୀକୁ ଡରି ନିଜ ସ୍ତ୍ରୀର ଶବକୁ ବାନ୍ଧିବୁନ୍ଧି ଘରକୁ ଚାଲିଅ।ସନ୍ତି, ସିଏ ଜିଲ୍ଲାପାଳଙ୍କ ପାଖରେ ପହଂଚିବେ କେମିତି ?

୧୦. ଆଜିର ନିର୍ଦ୍ଦେଶାବଳୀ ରେ ସରକାରୀ ଡାକ୍ତରଖାନା ଗୁଡିକ ଉପରେ ଅଧିକ ଦାୟିତ୍ଵ ନ୍ୟସ୍ତ କରାଯାଇଛି । ତେବେ ଏଥିଲାଗି ଥାନା, ଡାକ୍ତରଖାନା ଓ ସ୍ଥାନୀୟ ପ୍ରଶାସନ ର ସମନ୍ଵୟ କେମିତି ରହିବ ସେ ସମ୍ପର୍କରେ ବିଶେଷ କିଛି ଉଲ୍ଲେଖ ନାହିଁ ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସ୍ୱାସ୍ଥ୍ୟ Tagged With: ଅନ୍ତିମ ସଂସ୍କାର, ଡ଼ାକ୍ତରଖାନା, ଦାନ ମାଝୀ, ବିଧାନସଭା, ମହାପ୍ରୟାଣ, ମୃତଦେହ, ଯୋଜନା

ରକ୍ତ ଟାଣିବା

April 10, 2017 by ଓଡିଶା ଡଟ କମ Leave a Comment

ଡାକ୍ତରମାନେ ନାଚାର; ରୋଗୀମାନେ ଅସନ୍ତୁଷ୍ଟ । ଏଭଳି କଥା ସରକାରୀ ଡାକ୍ତରଖାନାମାନଙ୍କରେ ଦେଖିବାକୁ ମିଳୁଛି ।

ଅତି ନିକଟରେ ଗତମାସ ମହାରାଷ୍ଟ୍ରର ସରକାରୀ ଡାକ୍ତରଖାନାମାନଙ୍କରେ ୫ଟି ଏଭଳି ଘଟଣା ଘଟିଛି ଯେଉଁଠି ରୋଗୀମାନଙ୍କର କ୍ରୋଧିତ ସମ୍ପର୍କୀୟମାନେ ଅବହେଳାର ଦ୍ୱାହି ଦେଇ ଡାକ୍ତରମାନଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଗତ ଦୁଇବର୍ଷ ଭିତରେ ଏଭଳି ଘଟଣା ସମ୍ପର୍କରେ ଦିଲ୍ଲୀ, ସୁରଟ, ଅହମ୍ମଦାବାଦ, ବୁଲନ୍ଦସର ଓ ଚେନ୍ନାଇରୁ ମଧ୍ୟ ଖବର ଆସି ପହଂଚିଛି । ଡାକ୍ତରମାନଙ୍କ ଉପରେ ହିଂସା କେବଳ ଭାରତରେ ଘଟୁନାହିଁ । ଲାନ୍ସେଟ୍ ଓ ବ୍ରିଟିଶ ମେଡ଼ିକାଲ ଜର୍ଣ୍ଣାଲ ରିପୋର୍ଟ ମୁତାବକ ଭାରତୀୟ ଉପମହାଦେଶ ଓ ଚୀନ୍ରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ଘଟଣା ବଢ଼ିଚାଲିଛି ।

ଯେଉଁ ସୂତାଟି ସବୁ ଘଟଣାଗୁଡ଼ିକୁ ଏକାଠି ଗୁନ୍ଥି ରଖିଛି ତାହା ହେଲା ଯେ ସବୁ ଘଟଣାଗୁଡ଼ିକ ସରକାରୀ ଡାକ୍ତରଖାନାମାନଙ୍କରେ ହିଁ ଘଟୁଛି ଯେଉଁଠି ଅତି କ୍ଷୀଣ ସମ୍ବଳକୁ ନେଇ ବହୁତ ଅଧିକ ରୋଗୀଙ୍କୁ ଚିକିତ୍ସା ସେବା ଦେବାକୁ ପଡ଼ୁଛି ଏବଂ ସାଧାରଣତଃ ଅକ୍ଳାନ୍ତ ପରିଶ୍ରମ କରୁଥିବା କନିଷ୍ଠ ଡାକ୍ତରମାନଙ୍କୁ ରୋଗୀଙ୍କ ଉଦବେଗ ଓ ଆଶଙ୍କା ଭିତରେ ଥିବା ସମ୍ପର୍କୀୟମାନଙ୍କୁ ସାମ୍ନା କରିବାକୁ ପଡ଼ୁଛି ।

ଭାରତୀୟ ମେଡ଼ିକାଲ ଆସୋସିଏସନ୍ ୨୦୧୫ରେ ୫୦୦ ଡାକ୍ତରଙ୍କୁ ନେଇ କରିଥିବା ଏକ ସର୍ବେକ୍ଷଣ କହୁଛି ଯେ ସେମାନଙ୍କ ଭିତରୁ ପାଖାପାଖି ଶତକଡ଼ା ୭୫ଭାଗ ଡାକ୍ତର ଆକ୍ରମଣ ବା ଧମକର ଶିକାର ହେଇଛନ୍ତି ।

ଯେତେବେଳେ ଡାକ୍ତରମାନେ ମାତ୍ରାଧିକ ପରିଶ୍ରମ କରୁଛନ୍ତି, ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ସେମାନଙ୍କ ଅସୌଜନ୍ୟ ବ୍ୟବହାର ଏବଂ ଡାକ୍ତରଖାନା କର୍ମଚାରୀଙ୍କ ଅସହଯୋଗକୁ ନେଇ ଅଧିକ ଅଭିଯୋଗ ଆଣୁଛନ୍ତି ।

ସେମାନେ ଏକଥା ମଧ୍ୟ ଅଭିଯୋଗ କରୁଛନ୍ତି ଯେ ସେଠି ଆବଶ୍ୟକୀୟ ଚିକିତ୍ସା ଉପକରଣ ନାହିଁ, ଜରୁରୀ ଔଷଧ ନାହିଁ ଏବଂ ରୋଗୀର ଅବସ୍ଥାକୁ ନେଇ ବା କ’ଣ ଚିକିତ୍ସା କରାଯାଉଛି; ସେ ବିଷୟରେ କିଛି ସୂଚନା ଦିଆଯାଉ ନାହିଁ । ସବୁ ମିଶି ସେମାନଙ୍କର ଉଦ୍ବେଗକୁ ବଢ଼ାଇ ଦେଉଛି ।

ହସ୍ପିଟାଲ ବାହାରୁ ଘରୋଇ ସଂସ୍ଥାମାନଙ୍କୁ ଔଷଧ ବା ସ୍ୱାସ୍ଥ୍ୟସେବା କିଣିବା ପାଇଁ ବାଧ୍ୟ କରିବା ଘଟଣା ତାଙ୍କୁ ବିବ୍ରତ କରୁଛି । ଡାକ୍ତରମାନଙ୍କ ଦୃଷ୍ଟିକୋଣରୁ ଦେଖିଲେ, ବିଶେଷକରି ସରକାରୀ ଡାକ୍ତରଖାନା ମାନଙ୍କର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଦେବା ପାଇଁ ପ୍ରବଳ ଚାପ । ରୋଗୀର ସହାୟକ ଓ ସମ୍ପର୍କୀୟମାନେ ଘେରି ରହିଥାନ୍ତି ଯେମିିତିକି ଡାକ୍ତର କିଛି ଯାଦୁ ଦେଖାଇବେ ।

ଅଧିକାଂଶ କ୍ଷେତ୍ରରେ ସ୍ଥାନୀୟ ନେତାମାନେ ଆକ୍ରମଣର ନେତୃତ୍ୱ ନେଇଥାନ୍ତି ଯେଉଁମାନେ ‘ତାଙ୍କର’ ରୋଗୀମାନଙ୍କୁ ଧ୍ୟାନ ଦେବାପାଇଁ ଦାବୀ କରିଥାନ୍ତି ।

ନିରବଚ୍ଛିନ୍ନ ଭାବେ ଦୁଃସ୍ଥ ସମ୍ବଳ ଥିବା ଅବସ୍ଥାରେ କାମ କରିବା ପରେ ଯେମିତି ନିକଟରେ ଆକ୍ରମଣ କରାଯାଇଥିବା ମୁମ୍ବାଇର ଡାକ୍ତରଜଣଙ୍କ ଅବିରତ ୩୬ଘଂଟା କାମ କରି ସାରିଥିଲେ, ସେମାନଙ୍କୁ ଯେଉଁ ହଷ୍ଟେଲରେ ‘ବିଶ୍ରାମ’ ନେବାକୁ ପଡ଼େ ସେଠିକାର ଅବ୍ୟବସ୍ଥା ଅନେକ, ନାମକୁ ମାତ୍ର ସୁବିଧା କିଛି ଥାଏ ।

‘ଜୀବନଦାତା’ ହିସାବରେ ଦେଖାଯାଉଥିବା ଡାକ୍ତରମାନଙ୍କୁ ନେଇ ଜନସାଧାରଣଙ୍କର ଭାବନାରେ ବ୍ୟାପକ ପରିବର୍ତନ ଆସିଛି । ବିଶେଷକରି ସ୍ୱାସ୍ଥ୍ୟ ସେବାର ଘରୋଇକରଣ ଓ ବ୍ୟବସାୟୀକରଣ ପରେ ଏବଂ ଉଚ୍ଚହାରରେ ଅର୍ଥ ଖର୍ଚ୍ଚ କରିବାର କ୍ଷମତା ନଥିବା ରୋଗୀମାନଙ୍କ ପ୍ରତି ଘରୋଇ ଡାକ୍ତରମାନଙ୍କର ସମ୍ବେଦନହୀନ ଆଚରଣ କାହାଣୀ ସାମ୍ନାକୁ ଆସିବା ପରେ ।

ଏହାଫଳରେ କଠିନ ସମୟରେ ନିଜର ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେଉଥିବା ଡାକ୍ତରମାନଙ୍କୁ ମଧ୍ୟ ଉଦାସୀନ ବୋଲି ଧରି ନିଆଯାଏ ।

ସରକାରୀ ଡାକ୍ତରଖାନାମାନଙ୍କୁ ଏଭଳି ଅବିଶ୍ୱାସର ଏକ ବୋଝକୁ ବହନ କରିବାକୁ ପଡ଼େ ଯେତେବେଳେ କି ରୋଗୀର ଅବସ୍ଥା ଘରୋଇ ଡାକ୍ତରଖାନାରେ ସଙ୍କଟାପନ୍ନ ହେବା ପରେ ଏବଂ ପରିବାରଟି ତା’ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କଲାପରେ ଠିକ୍ ସେବା ନପାଇ ପାରି କ୍ରୋଧିତ ଅବସ୍ଥାରେ ସରକାରୀ ଡାକ୍ତରଖାନା ଆସିଥାଏ ।

୧୪ଟି ରାଜ୍ୟ ଏଯାବତ୍ ଆଇନ ଆଣିସାରିଛନ୍ତି ଡାକ୍ତରମାନଙ୍କୁ ସୁରକ୍ଷା ଦେବା ତଥା ସେମାନଙ୍କ ଉପରେ ହିଂସାକୁ ରୋକିବା ପାଇଁ, କିନ୍ତୁ ତାକୁ କେଉଁଠି ବି ଠିକ୍ରେ କାର୍ଯ୍ୟକାରୀ କରାଯାଉ ନାହିଁ ।

ଉଦାହରଣସ୍ୱରୂପ ମହାରାଷ୍ଟ୍ରରେ ଏଭଳି ଏକ ନିୟମ ୨୦୧୦ ମସିହାରୁ ଅଛି ଯାହାର ନାଁ ହେଉଛି ‘ମହାରାଷ୍ଟ୍ର ମେଡ଼ିକାଲ ସର୍ଭିସ ପରସନସ୍ ଏଣ୍ଡ୍ ମେଡ଼ିକାଲ ସର୍ଭିସ ଇଷ୍ଟିଚ୍ୟୁସନ୍ (ପ୍ରିଭେନସନ ଅଫ୍ ଭାଓଲେନସ ଏଣ୍ଡ୍ ଡ୍ୟାମେଜ ଅର ଲସ୍ ଟୁ ପ୍ରୋପର୍ଟି) ଆକ୍ଟ ୨୦୧୦ ।

ଏହି ଆଇନ ଦ୍ୱାରା ଡାକ୍ତରମାନଙ୍କ ବିରୁଦ୍ଧରେ କରାଯାଉଥିବା ଅପରାଧ ପାଇଁ ଅଭିଯୁକ୍ତଙ୍କୁ ଜାମିନ ମିଳିବ ନାହିଁ, ତିନିବର୍ଷ ଜେଲଦଣ୍ଡ ଓ ୫୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଅଭିଯୁକ୍ତଙ୍କୁ କ୍ଷତି ପହଂଚାଇବା ସମ୍ପତିର ୨ଗୁଣା ପୈଠ କରିବା ପାଇଁ ମଧ୍ୟ କୁହାଯାଇପାରିବ । ଗତ ତିନିବର୍ଷ ଭିତରେ ଡାକ୍ତରମାନଙ୍କୁ ମାଡ଼ ମାରିଥିବା ୫୩ଟି ଘଟଣା ଘଟିଛି କିନ୍ତୁ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ ।

ଗଣମାଧ୍ୟମର ସୂଚନା ମୁତାବକ ନିକଟରେ ଯେଉଁ ଡାକ୍ତରଙ୍କ ଉପରେ ଆକ୍ରମଣ କରାଯାଇଥିଲା ତାହାର ସମସ୍ତ ଅଭିଯୁକ୍ତ ଜାମିନ ପାଇସାରିଛନ୍ତି ।
ଆଇନ ବ୍ୟତିରେକ ଅଧିକାଂଶ ହସ୍ପିଟାଲ ନିଜର ନିରାପତ୍ତା ବଢ଼ାଇ ଦିଅନ୍ତୁ ଘଟଣା ଘଟିବାର ତୁରନ୍ତ ପରେ ପରେ ।

ଉଦାହରଣସ୍ୱରୂପ ଦିଲ୍ଲୀର ସବୁଠାରୁ ବଡ଼ ସରକାର ହସ୍ପିଟାଲ ଦୀନ୍ଦୟାଲ ଉପାଧ୍ୟାୟ ହସ୍ପିଟାଲ୍ର ବାଉନ୍ସରସ୍ (ନିରାପତା ପାଇଁ) ଭଡ଼ାରେ ନିଯୁକ୍ତ କଲେ ଯେତେବେଳେ ଏଭଳି ଆକ୍ରମଣ ଘଟଣା ମାସକୁ ଗୋଟିଏ ଗୋଟିଏ ଘଟି ଚାଲିଲା ଏବଂ ଡାକ୍ତରଖାନା କର୍ମଚାରୀମାନେ ଗତ ୬ବର୍ଷ ଭିତରେ ୨୦ଥର କାର୍ଯ୍ୟ ବନ୍ଦ କରି ପ୍ରତିବାଦ କରିଥିଲେ ।

ତଥାପି ନିରାପତା ବଢ଼ାଇବାଟା ଏକ ଅଧପନ୍ତରା ବ୍ୟବସ୍ଥା । ଏହା ଓଲଟା କାମ କରିପାରେ ଏବଂ ଡାକ୍ତର ଏବଂ ଜନସମୁଦାୟ ଭିତରେ ଥିବା ସମ୍ପର୍କଟିକୁ ଅଧିକ ରିକ୍ତ କରାଇପାରେ ।

ବିଗିଡ଼ିଚାଲିଥିବା ପରିସ୍ଥିତିକୁ ଦେଖି ବରିଷ୍ଠ ଡାକ୍ତରମାନେ ରୋଗୀମାନଙ୍କ ସହ କେମିତି ଭଲରେ କଥାବାର୍ତା କରାଯିବ ସେ ଦିଗରେ କନିଷ୍ଠ ଡାକ୍ତରମାନଙ୍କୁ ବୁଝାଇବା ପାଇଁ ପଦକ୍ଷେପ ନେଉଛନ୍ତି । କେତୋଟି ସରକାରୀ ଡାକ୍ତରଖାନା ଏ ଦିଗରେ ଆଗୁଆ ଅଛନ୍ତି ।

ଡାକ୍ତରୀ ଶିକ୍ଷାରେ ଏଭଳି ଏକ ଦିଗପ୍ରତି ଧ୍ୟାନ ଦିଆଯାଉ ନାହିଁ । ଯାହାବି ଦିଆଯାଉଛି ରୋଗୀମାନଙ୍କର ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମି ଡାକ୍ତରମାନେ ବୁଝିନପାରିବା ଯୋଗୁଁ ଗୋଟିଏ ଖରାପ ପରିସ୍ଥିତିଟି ଅଧିକ ଖରାପ ଆଡ଼କୁ ଯାଉଛି ।

ଯଦିଓ ସହାନୁଭୂତିସମ୍ପନ୍ନ ଓ ଭଲରେ କଥା ହେଇପାରୁଥିବା ଡାକ୍ତରମାନଙ୍କର ଆବଶ୍ୟକତା ଅଛି, ତେବେ କେବଳ ସେତିକି ହେଲେ ଚଳିବ ନାହିଁ ।

ଯେଉଁ ବିରାଟ ସଂଖ୍ୟାରେ ରୋଗୀମାନେ ଦେଶର ସରକାରୀ ଡାକ୍ତରଖାନାରେ ପହଂଚୁଛନ୍ତି ତାହା ଗଭୀର ଢାଂଚାଗତ ପରିବର୍ତନ ଆଣିବାର ଆବଶ୍ୟକତାକୁ ସୂଚାଉଛି ।

ଭାରତର ସ୍ୱାସ୍ଥ୍ୟସେବା ପାଇଁ ବଜେଟର ଅର୍ଥ ଆବଂଟନ ଅତି ଦୁଃସ୍ଥ । ପୁଣି ପ୍ରତି ୭ଜଣ ରୋଗୀ ପାଇଁ ୧ଡାକ୍ତର ବ୍ୟବସ୍ଥା ଯଥେଷ୍ଟ ହେବାଠାରୁ ଅନେକ ଦୂରରେ ।

ମହାରାଷ୍ଟ୍ର ଓ ବିହାରରେ ଦେଶର ସବୁଠାରୁ ଖରାପ ଡାକ୍ତର-ରୋଗୀ ଅନୁପାତ ରହିଆସିଛି । ନିକଟରେ ମହାରାଷ୍ଟ୍ରରେ ଡାକ୍ତର ଓ ରୋଗୀମାନଙ୍କୁ ନେଇ ହୋଇଥିବା ସଂଘର୍ଷ ପରି ଯେତେବେଳେ ଗୋଟିଏ ସଙ୍କଟ ଆସେ ସେତେବେଳେ ଧିରେ କିଛି କିଛି ପଦକ୍ଷେପ ନିଆଯାଏ ।

ତେବେ, ଯଦି ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ ବୃଦ୍ଧି କରିବା ଏବଂ ସରକାରୀ ଡାକ୍ତରଖାନାରେ ଫଳପ୍ରଦ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କ୍ଷମତା ବୃଦ୍ଧି କରିବା ଭଳି ବୃହତର ପ୍ରଶ୍ନଗୁଡ଼ିକୁ ଧ୍ୟାନ ଦିଆ ନଯାଏ, ଡାକ୍ତର ଓ ରୋଗୀମାନେ ପରସ୍ପରକୁ ନିଜର ଶତ୍ରୁ ହିସାବରେ ଦେଖି ଚାଲିଥିବେ ।

 

April 1, 2017     VOL L 11  NO 13  (Drawing Blood )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି, ସ୍ୱାସ୍ଥ୍ୟ Tagged With: କ୍ରୋଧିତ, ଡ଼ାକ୍ତରଖାନା, ମହାରାଷ୍ଟ୍ର

ଅନଶନର ତୃତୀୟ ଦିନ : ଡାକ୍ତରଖାନାରେ ୬୪ ଜେଲ କର୍ମଚାରୀ

December 5, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୫(ଓଡିଶା ଡଟ୍ କମ୍)-ରାଜ୍ୟର ସମସ୍ତ ଜେଲର କର୍ମଚାରୀମାନଙ୍କ ଆମରଣ ଅନଶନ ବୁଧବାର ଦିନ ତୃତୀୟ ଦିନରେ ପହଁଚିଛି । ଏହି ଅନଶନରେ ରାଜ୍ୟର ସମସ୍ତ ୯୧ଟି କାରାଗାରର ୧୪୦୦ କର୍ମଚାରୀ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪ ଜଣ ଡାକ୍ତରଖାନାରେ ଭତି ହୋଇଛନ୍ତି ।

ପ୍ରାୟ ୪୦ ଜଣ ଅସୁସ୍ଥ କର୍ମଚାରୀଙ୍କୁ ଅନଶନସ୍ଥଳୀରେ ଜେଲ ଡାକ୍ତରଙ୍କ ଦ୍ୱାରାଚିକିତ୍ସା କରାଯାଉଛି । ଅଖିଆପିଆ ୩ଦିନ ଧରି ଶାନ୍ତିଶୃଙ୍ଖଳାର ସହ ଜେଲ କର୍ମଚାରୀମାନେ କଳାବ୍ୟାଚ ପିନ୍ଧି କାର୍ଯ୍ୟ ସମ୍ପାଦନା କରୁଥିଲେ ମଧ୍ୟ କତୃପକ୍ଷଙ୍କ ନିଦ ଭାଙ୍ଗି ନାହିଁ । ଏଥିପାଇଁ ୯୧ଟି ଜେଲରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।

ଭୁବନେଶ୍ୱରରେ ୬ଜଣ, ଚୌଦ୍ୱାରରେ ୨୩ଜଣ, ବଲାଙ୍ଗୀରରେ ୬ଜଣ, ଟିଟିଲାଗଡର ୩ ଜଣ, ସୋନପୁରରେ ୪ ଜଣ, ବୌଦ୍ଧରେ ୫ ଜଣ, ବ୍ରହ୍ମପୁରରେ ୬ ଜଣ, ପୁରୀରେ ୭ଜଣ , ୩ ଜଣ ଜେଲ କର୍ମଚାରୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି ।

ନିଖିଳ ଓଡ଼ିଶା ଜେଲ କର୍ମଚାରୀ ସଂଘ ପକ୍ଷରୁ ସେମାନଙ୍କ ନ୍ୟାଯ୍ୟ ଦାବି ନେଇ ଏକାଧିକବାର ସରକାରଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ବିଭିନ୍ନ ଆଳ ଦେଖାଇ ବରିଷ୍ଠ ଅଧିକାରୀମାନେ ଏହାକୁ ଏଡାଇ ଯାଉଥିଲେ ।

ବାରମ୍ବାର ପ୍ରତାରିତ ହେବା ପରେ ରାଜ୍ୟବ୍ୟାପୀ ଜେଲ କର୍ମଚାରୀମାନେ ୨୮ତାରିଖରୁ କଳାବ୍ୟାଚ ପରିଧାନ କରିଥିଲେ । ସରକାର ସେମାନଙ୍କ ଦାବି ପ୍ରତି କୌଣସି କର୍ଣ୍ଣପାତ ନ କରିବାରୁ ପୂୂର୍ବ ଘୋଷଣା ମୁତାବକ ସୋମବାର ଠାରୁ କର୍ମଚାରୀମାନେ ଆମରଣ ଅନଶନରେ ବସିଛନ୍ତି ବୋଲି ନିଖିଳ ଓଡିଶା ଜେଲ କର୍ମଚାରୀ ସଂଘ ସୂଚନା ଦେଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆମରଣ ଅନଶନ, କଳାବ୍ୟାଚ, ଚିକିତ୍ସା, ଜେଲ, ଡ଼ାକ୍ତରଖାନା

କାନ୍ଥ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

July 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୦(ଓଡ଼ିଶା ଡ଼ଟ୍ କମ୍) ନୟାଗଡ ଜିଲ୍ଲା ରଣପୁର ନିକଟସ୍ଥ ସୁଅାଁରିଆ ପ୍ରାଥମିକ ବିଦ୍ୟାଳୟ ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରର କାନ୍ଥ ଭୁଶୁଡିବା ଘଟଣାରେ ମଙ୍ଗଳବାର ମୃତ୍ୟୁ ସଂଖ୍ୟା ସାତକୁ ବୃଦ୍ଧି ପାଇଛି ।

ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ପ୍ରଦ୍ୟୁମ୍ନ ପ୍ରଧାନ ନାମକ ଜଣେ ତିନି ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ତେବେ ଏହି ଘଟଣା ପରେ ରାଜ୍ୟରେ ଥିବା ଅସୁରକ୍ଷିତ ଅଙ୍ଗନୱାଡ଼ି କେନ୍ଦ୍ର ସଂପର୍କରେ ଆସନ୍ତା ୧୩ ତାରିଖ ସୁଦ୍ଧା ଜଣାଇବାକୁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୋମବାର ନୟାଗଡ଼ ଜିଳ୍ଲା ରଣପୁର ଶୁଅାଁସିଆ ସାହି ନେଳିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ କାନ୍ଥ ଭୁଶୁଡ଼ି ଛଅ ଜଣ ଶିଶୁଙ୍କ ମୃତ୍ୟୁ ହେବା ସହ ଆଠ ଜଣ ଆହତ ହୋଇଥିଲେ ।

ଘଟଣାର ତଦନ୍ତ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଊଥିବା ବେଳେ ଏସଂପର୍କରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଗତକାଲି କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଡ଼ାକ୍ତରଖାନା, ନୟାଗଡ

ଦୁରାରୋଗ୍ୟରେ ପୀଡ଼ିତ ସମସ୍ତ ଗରିବଙ୍କୁ ସହାୟତା ପାଇଁ ନିଷ୍ପତି

July 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୫(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ଦୁରାରୋଗ୍ୟରେ ପୀଡ଼ିତ ସମସ୍ତ ଗରିବ ପରିବାରଙ୍କୁ ସରକାର ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ।

ଏହି ସୁବିଧା ଘରୋଇ ଓ ସରକାରୀ ଡ଼ାକ୍ତରଖାନାରେ ଉପଲବ୍ଧ ହେବ ବୋଲି ବୁଧବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁହାଯାଇଛି ।

ଚିକିତ୍ସା ପାଣ୍ଠି ବାବଦରେ ଦଶ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସମସ୍ତ ଜିଲ୍ଲା ସଦର ମହକୁମା ଡ଼ାକ୍ତରଖାନାକୁ ଦଶ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ଯେଉଁ ରୋଗୀମାନେ ଏହି ଯୋଜନାର ସର୍ତ ଅନୁସାରେ ଯୋଗ୍ୟ ବିବେଚିତ ହେବେ ସୋନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ବୈଠକ ପରେ କହିଛନ୍ତି ।

ରାଜ୍ୟ ଚିକିତ୍ସା ପାଣ୍ଠି ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ମିଳିତ ଭାବେ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି । ଏହାବ୍ୟତୀତ ଏହି ସୁବିଧା କେବଳ ସରକାରୀ ଡ଼ାକ୍ତରଖାନାରେ ଏହାକୁ ବ୍ୟାପକ କରି ଘରୋଇ ଡ଼ାକ୍ତରଖାନା ଗୁଡ଼ିକରେ ଉପଲବ୍ଧ କରିବାକୁ ସ୍ଥିର କରାଯାଇଛି ।

ସେଥିପାଇଁ ଆଠଟି ଡ଼ାକ୍ତରଖାନାକୁ ଚିହ୍ନଟ କରାଯାଇଛି । ଏହି ଡ଼ାକ୍ତରଖାନା ଗୁଡ଼ିକ ହେଲା କଳିଙ୍ଗ ହସ୍ପିଟାଲ, ହାଇଟେକ୍ ହସ୍ପିଟାଲ, ଆପୋଲୋ, ସମ୍, ଆୟୁଷ ଏବଂ ଆଇଏମ୍ଏସ୍, କଟକ ସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲ ଓ ନିଆଳି ସ୍ଥିତ ଚିତ୍ତରଞ୍ଜନ ସେବା ସନ ।

ଏହାବ୍ୟତୀତ ଭାଇଜାକ୍ ର ୫ଟି ହସ୍ପିଟାଲକୁ ଏହି ଯୋଜନାରେ ସାମିଲ କରିବାକୁ ନିଷ୍ପତି ହୋଇଛି । ଏହାଦ୍ୱାରା କଳାହାଣ୍ଡି, କୋରାପୁଟ ଜିଲ୍ଲାର ଲୋକମାନେ ସେଠାରେ ଚିକିତ୍ସିତ ହୋଇପାରିବେ । ଯୋଜନା ବାବଦରେ ଲୋକଙ୍କୁ ଅଧିକ ସୂଚନା ଦିଆଯିବା ସହ ସଚେତନ କରାଯିବ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଚିକିତ୍ସା, ଡ଼ାକ୍ତରଖାନା

୧୩ଟି ଆଇସିୟୁ, ୧୧ଟି ଏସ୍ଏନ୍ସିୟୁ ପ୍ରତିଷ୍ଠା ନିଷ୍ପତି

April 22, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୨(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ସରକାରୀ ଡାକ୍ତରଖାନାରେ ଉନ୍ନତ ମାନର ଚିକିତ୍ସା ସେବା ଉପଲବ୍ଧ କରାଇବା ସହିତ ସଂକଟଜନକ ଅବସ୍ଥାରେ ଆସୁଥିବା ରୋଗୀଙ୍କ ଚିକିତ୍ସା ନିମନ୍ତେ ୧୩ଟି ଆଇସିୟୁ ଓ ୧୧ଟି ଏସ୍ଏନ୍ସିୟୁ ପ୍ରତିଷ୍ଠା ପାଇଁ ସରକାର ସ୍ଥିର କରିଛନ୍ତି ।

ଗୁରୁତର ରୋଗୀଙ୍କର ଚିକିତ୍ସା କ୍ଷେତ୍ରରେ ଆଇ.ସି.ୟୁର ଆବଶ୍ୟକତା ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ୬ ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ ଖୋଲିବା ପାଇଁ ରବିବାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁହାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୧୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲାଯିବାକୁ ସ୍ଥିର ହୋଇଛି । କ୍ୟାପିଟାଲହସପିଟାଲର ଆଇ.ସି.ୟୁକୁ ୧୬ ଶଯ୍ୟା ବିଶିଷ୍ଟ କରିବା ପାଇଁ ଅର୍ଥ ମଞ୍ଜୁର ହୋଇ କାର୍ଯ୍ୟ ଚାଲିଛି ବୋଲି କୁହାଯାଇଛି ।

ସେହିପରି ନବଜାତ ଶିଶୁଙ୍କ ଚିକିତ୍ସା କ୍ଷେତ୍ରରେ ଏସ୍.ଏନ୍.ସି.ୟୁ ଗୁଡିକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବର୍ତମାନ ସୁଦ୍ଧା ୨୧ଟି ୧୨ ଶଯ୍ୟା ବିଶିଷ୍ଟଏସ୍.ଏନ୍.ସି.ୟୁ ପ୍ରତିଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ବାକି ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠା କରାଯିବାକୁ ଲକ୍ଷ୍ୟ ରଖା ଯାଇଛି ।

ଏସ୍.ଏନ୍.ସି,ୟୁ ଗୁଡିକରେ ଚିକିତ୍ସା ପାଇଁ ଭର୍ତି ହେଉଥିବା ନବଜାତ ଶିଶୁଙ୍କ ସଂଖ୍ୟାକୁ ବିଚାରକୁ ନେଇ କ୍ୟାପିଟାଲ ହସ୍ପିଟାଲ ସମେତ ତିନୋଟି ଯାକ ମେଡିକାଲ କଲେଜ ଓ ହସପିଟାଲରେ ଖୋଲା ଯାଇଥିବାଏସ୍ଏନ୍ସିୟୁକୁ ଲେଭଲ-୩ କୁ ଉନ୍ନୀତ କରାଯିବ ଓ ଶଯ୍ୟା ସଂଖ୍ୟା ୨୪କୁ ବୃଦ୍ଧି କରିବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଇସିୟୁ, ଡ଼ାକ୍ତରଖାନା

ଭଦ୍ରକ: କ୍ଷତାକ୍ତ ଅବସ୍ଥାରେ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର

February 18, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଶନିବାର ଏକ ସଦ୍ୟଜାତ ଶିଶୁକନ୍ୟାକୁ କୁକୁର ମୁହଁରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତି କରାଯାଇଛି ।

କୌଣସି ଘରୋଇ ନର୍ସିଂହୋମରେ ଜନ୍ମଗ୍ରହଣ କରିଥିବା ଶିଶୁକନ୍ୟାକୁ କେହି ଉକ୍ତ ସ୍ଥାନରେ ଜୀବନ୍ତ ଅବସ୍ଥାରେ ଫିଙ୍ଗି ଦେଇଥିବା ପୋଲିସ କହିଛି ।

ଶିଶୁଟିର ଚିକିତ୍ସାର ଶୁଣି ପାଖରେ ତମ୍ବୁ ମାରି ରହୁଥିବା ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲା କରିମପୁର କୃଷ୍ଣନଗରର ପୁରୁଷ ଓ ମହିଳା ମାନେ ତାକୁ ଉଦ୍ଧାର କରିଥିଲେ ।

କୁକୁର ମୁହଁରୁ ଶିଶୁକୁ ଉଦ୍ଧାର କରିବା ବେଳେ ତା’ର ଡ଼ାହାଣ ହାତ ହରାଇବା ସହ ଗୋଡ଼ର କିଛି ଅଂଶ କ୍ଷତାକ୍ତ ହୋଇସାରିଥିଲା । ଶିଶୁଟିକୁ ଉକ୍ତ ମହିଳାମାନେ କ୍ଷୀର ଦେଇ ସୁସ୍ଥ କରିବା ମଧ୍ୟରେ ଖବର ଯାଇ ଟାଉନ ଥାନା ପୋଲିସ ସେଠାରେ ପହଂଚି ତାକୁ ଡ଼ାକ୍ତରଖାନା ଆଣିଥିଲେ ।

ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଓ ଅନ୍ୟ ଡ଼ାକ୍ତରଙ୍କ ଦୀର୍ଘ ୨ଘଂଟାର ଅସ୍ତ୍ରୋପଚାର ପରେ ଶିଶୁଟିକୁ ଜୀବନଦାନ ଦିଆଯାଇ ପାରିଥିଲା । ଖବର ପାଇ ଅନାଥ ଶିଶୁ ମାନଙ୍କୁ ରଖୁଥିବା ‘ବାତ୍ସଲ୍ୟ’ର କର୍ମକର୍ତା ଡ଼ାକ୍ତରଖାନାରେ ପହଂଚି ଶିଶୁଟିର ଲାଳନପାଳନ ଦାୟିତ୍ୱ ନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଡ଼ାକ୍ତରଖାନା, ଭଦ୍ରକ, ଶିଶୁକନ୍ୟା

ଔଷଧ,ମଦ ମୃତ୍ୟୁ: ଅସୁସ୍ଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ

February 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଔଷଧ, ମଦ ଖାଇ
ଅସୁସ୍ଥ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରି ତାଙ୍କ ପରିବାର ବର୍ଗଙ୍କୁ ଆଶ୍ୱାସନା ଦେଇଛନ୍ତି ।

ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ଏହି ଘଟଣା ସଂପର୍କରେ ସମୀକ୍ଷା କରିଥିଲେ । କଟକ ଡ଼ାକ୍ତରଖାନା ସମେତ ବିଭିନ୍ନ ସ୍ଥାନରେ ୪୭ ଜଣ ପୀଡ଼ିତ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସମୀକ୍ଷା ବୈଠକରେ କୁହାଯାଇଛି ।

କମିଶନରେଟ ପୋଲିସ ପକ୍ଷରୁ ଏହି ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଘଟଣାର ମୁଖ୍ୟ ଅପରାଧି ତିନି ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ସୂଚନା ଅନୁଯାୟୀ ବରମୁଣ୍ଡା ଅଞ୍ଚଳର ଏକ ଗୋଦାମ ଘରେ ଚଢାଉ କରାଯାଇ ଅନେକ ଇପିକାର୍ମ ବୋତଲ ଜବତ କରାଯାଇଥିବା କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଡ଼ାକ୍ତରଖାନା, ମୁଖ୍ୟମନ୍ତ୍ରୀ

ମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ପ୍ରଧାନଶିକ୍ଷକ ଗିରଫ

January 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଜଣେ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି ।

ଆକ୍ରମଣ କରିଥିବା ଅଭିଯୁକ୍ତ ବଳଭଦ୍ର ଭୋଇର ବୟାନକୁ ଭିତ୍ତି କରି ମଙ୍ଗଳବାର ପ୍ରତାପ ପୁରୁଷୋତ୍ତମପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବଳଭଦ୍ର ଷଡ଼ଙ୍ଗୀଙ୍କୁ ଗିରଫ କରିଥିବା ଜଣେ ପୋଲିସ ଅଧିକାରୀ ବୁଧବାର କହିଛନ୍ତି ।

ଗତ ସୋମବାର ପ୍ରତାପପୁରୁଷୋତ୍ତମପୁରରେ ଦଳୀୟ କର୍ମୀଙ୍କ ଏକ ବୈଠକରେ ଯୋଗେଇଥିବା ମହାନ୍ତିଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ପୋଲିସ ବଳଭଦ୍ରଙ୍କୁ ଗିରଫ କରିଥିଲା ।

ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଯିବାରୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇିଆଯାଇଛି ।

ଆକ୍ରମଣରେ ଆହତ ହୋଇ ମନ୍ତ୍ରୀ ବର୍ତମାନ ଭୁବନେଶ୍ୱର ସ୍ଥିତ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆକ୍ରମଣ, ଡ଼ାକ୍ତରଖାନା, ପ୍ରଧାନଶିକ୍ଷକ, ଭୁବନେଶ୍ୱର

ଗିରଫ ମାଓବାଦୀଙ୍କ ପୁତ୍ର ସନ୍ତାନ ଜନ୍ମ

October 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ଗତ ତିନି ମାସ ତଳେ ଗିରଫ ହୋଇ ବିଚାରଧିନ ବନ୍ଦୀ ଭାବେ ନାରୀବନ୍ଦୀ ନିକେତନରେ ଥିବା ଜଣେ ମହିଳା ମାଓବାଦୀ ଡ଼ାକ୍ତରଖାନାରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।

କ୍ୟାଡ଼ର ମାଓବାଦୀ ରାମବତୀ ଉଦେଷୀ ରବିବାର ସମ୍ବଲପୁର ଜିଲ୍ଲା ସଦର ଡ଼ାକ୍ତରଖାନାରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଉଭୟ ମା ଓ ଛୁଆକୁ ସୁରକ୍ଷା ମଧ୍ୟରେ ରଖାଯାଇଛି ।

ନୂଆପଡ଼ା ଜିଲ୍ଲାରେ ସକ୍ରୀୟ ମାଓବାଦୀ ସଂଗଠନର ଶ୍ୟାମାବତୀ ଓ ତାଙ୍କର ସହଯୋଗୀମାନଙ୍କୁ ବରଗଡ଼ ପୋଲିସ ଗତ ଜୁଲାଇ ୨୪ରେ ଗିରଫ କରିଥିଲା ।

ପରେ ଡ଼ାକ୍ତରୀ ପରୀକ୍ଷା ପରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା ଓ ସମ୍ବଲପୁର ସ୍ଥିତ ନାରୀ ନିକେତନରେ ତାଙ୍କୁ ରଖାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡ଼ାକ୍ତରଖାନା, ବରଗଡ଼ ପୋଲିସ, ମାଓବାଦୀ, ସମ୍ବଲପୁର ଜିଲ୍ଲା

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ