• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଡ଼େନ୍ମାର୍କ

ବାଲୁକା କଳା ଚାମ୍ପିୟନସିପ୍ ରେ ସୁଦର୍ଶନଙ୍କୁ ପ୍ରଥମ ପୁରସ୍କାର

May 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମଇ ୩୧(ଓଡ଼ିଶା ଡ଼ଟ୍ କମ୍),ଡ଼େନ୍ମାର୍କ ରାଜଧାନୀ କୋପେନ୍ହାଗେନ୍ ଠାରେ ହୋଇଥିବା ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ ରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଥମ ପୁରସ୍କାର ହାସଲ କରିଛନ୍ତି ।

ଗୁରୁବାର ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସେଠାକାର କଲ୍ଚରାଲ ମେୟର ସୁଦର୍ଶନଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ ରୁଷିଆ ରେ ଦ୍ୱିତୀୟ ଏବଂ ଆୟାଲ୍ୟାଣ୍ଡ ରେ ତୃତୀୟ ପୁରସ୍କାର ହାସଲ କରିଛି ।

ଗତ ୨୪ରୁ ୩୧ ତାରିଖ ପର୍ଯ୍ୟନ୍ତ ଆଠଦିନ ବ୍ୟାପୀ ହୋଇଥିବା ଏହି ଚାମ୍ପିୟନସିପ୍ ରେ ସୁଦର୍ଶନଙ୍କ ବ୍ୟତୀତ ଅନ୍ୟ ନଅଟି ସହରର ପ୍ରତିଯୋଗୀ ଭାଗ ନେଇଥିଲେ । ପଟ୍ଟନାୟକ ୨୦ ଫୁଟ୍ ଉଚ୍ଚତା ବିଶିଷ୍ଟ କଳାକୃତି ତିଆରି କରିଥିଲେ ।

ସବୁବେଳେ ମୋ କଳା ଜରିଆରେ କିଛି ବାର୍ତା ଦେବାକୁ ଚେଷ୍ଟା କରିଥାଏ ଏବଂ ଏହି ପୁରସ୍କାର ପାଇ ବହୁତ ଖୁସି ବୋଲି ସୁଦର୍ଶନ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଡ଼େନ୍ମାର୍କ, ବାଲୁକା କଳା, ସୁଦର୍ଶନ

ବାଲୁକା କଳା ଚାମ୍ପିୟନସିପ ପାଇଁ ସୁଦର୍ଶନ ମନୋନୀତ

May 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୪(ଓଡ଼ିଶା ଡ଼ଟ୍ କମ୍) ଡ଼େନ୍ମାର୍କ ରାଜଧାନୀ କୋପେନ୍ହାଗେନ୍ ଠାରେ ହେବାକୁ ଥିବା ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ ରେ ଅଂଶଗ୍ରହଣ କରିବାକୁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମନୋନୀତ ହୋଇଛନ୍ତି ।

ଆସନ୍ତା ୨୪ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆଠଦିନ ବ୍ୟାପୀ ହେବାକୁ ଥିବା ଏହି ଚାମ୍ପିୟନସିପ୍ ରେ ସୁଦର୍ଶନଙ୍କ ବ୍ୟତୀତ ଅନ୍ୟ ନଅଟି ଦେଶର ପ୍ରତିଯୋଗୀ ଭାଗ ନେବେ ।

ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ ନିର୍ଦ୍ଧେଶକ ପିଟର ରୋଜ୍ଙ୍ଠାରୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ନିମନ୍ତ୍ରଣ ପାଇଥିବାରୁ ସେ ବହୁତ ଖୁସି ବୋଲି ସୁଦର୍ଶନ କହିଛନ୍ତି ।

ବାଲୁକା କଳାର ଉଚ୍ଚତା ୨.୫ ମିଟର ହେବ ।”ଏହା ମାଧ୍ୟମରେ ମୁଁ ଏକ ସାମାଜିକ ବାର୍ତ୍ତା ଦେବାକୁ ଚେଷ୍ଟା କରିବି” ସେ କହିଛନ୍ତି ।

ପଟ୍ଟନାୟକ ବିଶ୍ୱର ବିଭିନ୍ନ ସ୍ଥାନରେ ୫୦ରୁ ଉଦ୍ଧ୍ୱର୍ ବାଲୁକା କଳା ଚାମ୍ପିୟନସିପ୍ ରେ ଅଂଶ ଗ୍ରହଣ କରି ଅନେକ ପୁରସ୍କାର ହାସଲ କରିଛନ୍ତି । ନିକଟରେ ତାଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡ଼କ୍ଟରେଟ୍ ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଡ଼େନ୍ମାର୍କ, ବାଲୁକା କଳା ଚାମ୍ପିୟନସିପ୍

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ