• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ୱେବ ହୋଷ୍ଟିଂ

ସୂର୍ଯ୍ୟନନ୍ଦନକୁ ‘ବେଷ୍ଟ ହୋଷ୍ଟିଂ’ ପାର୍ଟନର ପୁରସ୍କାର

November 6, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ଵର , ନଭେମ୍ବର ୬ (ଓଡିଶା ଡଟ କମ)  ଭୁବନେଶ୍ବର ସ୍ଥିତ ୱେବ ହୋଷ୍ଟିଂ ସେବା ପ୍ରଦାନକାରୀ ସୁର୍ଯ୍ୟନନ୍ଦନ ଡଟ ନେଟକୁ ଏକ୍ଷେତ୍ରରେ ସେବା ପ୍ରଦାନ କରୁଥିବା ବିଶ୍ୱର ଅଗ୍ରଣୀ କମ୍ପାନୀ ଗୋଡାଡି ପୂର୍ବ ଭାରତରେ ନିଜର ଶ୍ରେଷ୍ଠ ପାର୍ଟନର ପୁରସ୍କାରରେ ସମ୍ମାନିତ କରିଥିବା ସୁର୍ଯ୍ୟନନ୍ଦନ ଡଟ ନେଟର ପ୍ରତିଷ୍ଠତା ପ୍ରଶାନ୍ତ ସାହୁ ଶୁକ୍ରବାର କହିଛନ୍ତି ।

suryanandan-netବିଶ୍ଵ ୱେବ ହୋଷ୍ଟିଙ୍ଗ ଡେ ଉପଲକ୍ଷେ ମୁମ୍ବାଇ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ତାଙ୍କ ସଂସ୍ଥାକୁ ପ୍ରଦାନ କରାଯାଇଥିବା ସାହୁ କହିଛନ୍ତି।

ଗୋଡାଡିର ହୋଷ୍ଟିଙ୍ଗ ବିଭାଗ ଉପାଧ୍ୟକ୍ଷ ଜେଫ କିଂ ଓ ଗୋଡାଡି ଇଣ୍ଡିଆ ଓ ଅଷ୍ଟ୍ରେଲିଆ ର ପରିଚାଳନା ନିର୍ଦ୍ଦେଶକ ରାଜୀବ ସୋଧିଙ୍କ ଠାରୁ ଦେଶ ଓ ଦେଶ ବାହାରୁ ଆସିଥିବା ପାଞ୍ଚ ଶହ ରୁ ଉର୍ଦ୍ଧ୍ଵ ହୋଷ୍ଟିଙ୍ଗ ସେବା ପ୍ରଦାନକାରୀ ସଂସ୍ଥାର ପ୍ରତିନିଧିଙ୍କ ସମ୍ମୁଖରେ ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଗତ ୧୬ ବର୍ଷ ହୋଷ୍ଟିଙ୍ଗ ସେବା ପ୍ରଦାନ କରିଆସିଥିବା ଆମ ସଂସ୍ଥା ପାଇଁ ଏହା ଏକ ମାଇଲ ଖୁଣ୍ଟ ବୋଲି ସାହୁ କହିବା ସହ ନିଜର ଗ୍ରାହକ, ଏବଂ ଗୋଡାଡି କର୍ତ୍ତୁପକ୍ଷଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।

ସୁର୍ଯ୍ୟନନ୍ଦନ ଡଟ ନେଟ ଓଡିଶା ଓ ଓଡିଶା ବାହାରେ ପ୍ରାୟ ୮,୫୦୦ ଗ୍ରାହକଙ୍କୁ ଡୋମେନ୍ ରେଜଷ୍ଟ୍ରେସନ୍, ୱେବ ହୋଷ୍ଟିଂ ଓ ୱେବସାଇଟ ଡିଜାଇନିଂ ସେବା ଯୋଗାଇଆସୁଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସୂଚନା ପ୍ରଯୁକ୍ତି Tagged With: ଡୋମେନ ବୁକିଂ, ୱେବ ହୋଷ୍ଟିଂ, ସୁର୍ଯ୍ୟନନ୍ଦନ, ସୁର୍ଯ୍ୟନନ୍ଦନ ଡଟ ନେଟ, ସୂଚନା ପ୍ରଯୁକ୍ତି

ଓଡିଶା ସଂସ୍ଥାକୁ ଗୋଡାଡିର ଅଗ୍ରଣୀ ହୋଷ୍ଟିଂ ଚ୍ୟାନେଲ୍ ପାର୍ଟନର ମାନ୍ୟତା

May 5, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୫ (ଓଡିଶା ଡଟ କମ) କ୍ଷୁଦ୍ର ବ୍ୟବସାୟୀଙ୍କୁ ଡୋମେନ ବୁକିଂ, ୱେବ ହୋଷ୍ଟିଙ୍ଗ ଆଦି  ସୂଚନା ପ୍ରଯୁକ୍ତି ସେବା ପ୍ରଦାନ କରୁଥିବା ବିଶ୍ୱର ଅଗ୍ରଣୀ କମ୍ପାନୀ ଗୋଡାଡି ଭୁବନେଶ୍ବର ସ୍ଥିତ ସୁର୍ଯ୍ୟନନ୍ଦନ ଡଟ ନେଟକୁ ଦେଶର ଅଗ୍ରଣୀ ୱେବ୍ ହୋଷ୍ଟିଂ ଚ୍ୟାନେଲ ପାର୍ଟନର ମାନ୍ୟତା ଦେଇଥିବା, ସୁର୍ଯ୍ୟନନ୍ଦନ ଡଟ ନେଟର ପ୍ରତିଷ୍ଠତା ପ୍ରଶାନ୍ତ ସାହୁ ମଙ୍ଗଳବାର କହିଛନ୍ତି ।

SNlogoଗୋ ଡାଡି ସହଭାଗିତାରେ ପ୍ରଥମକରି ୨୦୧୩ ମସିହାରେ କାର୍ଯ୍ୟାରମ୍ଭ କରିଥିବା ସୁର୍ଯ୍ୟନନ୍ଦନ ରାଜ୍ୟରେ ଓ ରାଜ୍ୟ ବାହାରେ ପ୍ରାୟ ୮,୫୦୦ ଗ୍ରାହକଙ୍କୁ ଡୋମେନ୍ ରେଜଷ୍ଟ୍ରେସନ୍, ୱେବ ହୋଷ୍ଟିଂ ଓ ୱେବସାଇଟ ଡିଜାଇନିଂ ସେବା ଯୋଗାଇଆସୁଥିବା ସେ କହିଛନ୍ତି ।

ଗୋଡାଡି ସୁର୍ଯ୍ୟନନ୍ଦନକୁ ଅଗ୍ରଣୀ ଚ୍ୟାନେଲ ପାର୍ଟନରର ମାନ୍ୟତା ଦେଇଥିବାରୁ ଏଥର ଗ୍ରାହକ ମାନେ ସୁର୍ଯ୍ୟନନ୍ଦନ ଜରିଆରେ ଗୋ ଡାଡିର ସମସ୍ତ ସେବା ସିଧାସଳଖ ପାଇପାରିବେ ବୋଲି ସେ କହିଛନ୍ତି ।

ଏହି ଅବସରରେ ଗୋଡାଡି ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ତଥା ଉପସଭାପତି ରାଜୀବ୍ ସୋଧୀ କହିଛନ୍ତି, ଭାରତ ବଜାର ଆମ ପାଇଁ ଡୁ-ଇଟ-ଫର-ମି ବଜାର ଅଟେ ।

“ଆମର ଚ୍ୟାନେଲ୍ ପାର୍ଟନର ମାନେ ଆମର ଉତ୍ପାଦକୁ ସାଧାରଣ ବ୍ୟବସାୟୀଙ୍କୁ ପହଞ୍ଚାଇବାରେ ସହାୟକ ହେଉଛନ୍ତି । ଆମେ ଛୋଟ ବ୍ୟବସାୟକୁ ସଫଳ କରିବା ପାଇଁ ସେମାନଙ୍କ ସହିତ ମିଳିତ ହୋଇ କାର୍ଯ୍ୟ କରିବା ସହିତ ବିଭିନ୍ନ ଟୁଲ୍ ପ୍ରଦାନ କରୁଛୁ”, ସେ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ସୂଚନା ପ୍ରଯୁକ୍ତି Tagged With: ଡୋମେନ ବୁକିଂ, ୱେବ ହୋଷ୍ଟିଂ, ସୁର୍ଯ୍ୟନନ୍ଦନ, ସୂଚନା ପ୍ରଯୁକ୍ତି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ