ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୨୦(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ଜଣ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଭୁବନେଶ୍ୱର ସ୍ଥିତ କିସ୍ ସ୍କୁଲର ୧୫ହଜାର ଆଦିବାସୀ ଛାତ୍ରଛାତ୍ରୀ ମାଓବାଦୀ ସଂଗଠନ ନିକଟରେ ମଙ୍ଗଳବାର ନିବେଦନ ଜଣାଇଛନ୍ତି ।
କିସ୍ ପରିସରରେ ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ହାତରେ ବିଭିନ୍ନ ପ୍ଲାକାର୍ଡ଼ ଧରି ସେମାନଙ୍କ ମୁକ୍ତି ପାଇଁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ।
ଏହି ଦୁଇ ବି ନାଗରିକ ଆମ ରାଜ୍ୟକୁ ଆସିଥିବାରୁ ସେମାନେ ଆମର ଅତିଥି ବୋଲି
ଛାତ୍ରଛାତ୍ରୀମାନେ କହିଛନ୍ତି । ଏହାକୁ ଆଦିବାସୀ ସମାଜ, ରାଜ୍ୟ ତଥା ଜାତୀୟ ସମ୍ମାନ ଭାବି ସେମାନଙ୍କୁ ମୁକ୍ତ କଲେ ବିଦେଶ ରେ ଆମ ସମ୍ମାନ ବଜାୟ ରହିବ, ସେମାନେ କହିଛନ୍ତି ।
ନିକଟରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାରୁ ଦ।ରିଙ୍ଗିବାଡ଼ି ପରିଦର୍ଶନରେ ଯାଇଥିବା ଦୁଇ ଇଟାଲୀୟ ନାଗରିକ ଦେବା ସୁକୋ ପାଲାଓ ଓ କ୍ଲାଉଡିଓ କୋଲେଞ୍ଜେଲୋଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍