ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- ଇଣ୍ଡିଆ ଏଗ୍ନେଷ୍ଟ କରପ୍ସନ ଓଡିଶା ଶାଖା ତରଫରୁ ନବୀନ ନିବାସ ଘେରାଉ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇ ୨୦୦ ଉର୍ଦ୍ଧ୍ୱ ଆନ୍ନା ସମର୍ଥକଙ୍କୁ ଗିରଫ କରାଯାଇଛି ।
କୋଇଲା ଦୁର୍ନୀତି ଏଥିରେ ଓଡିଶା ସରକାରଙ୍କ ସଂପୃକ୍ତି ଓ କଂପାନୀ ସହ ହୋଇଥିବା ଲିଜ ବାତିଲ ଦାବିରେ ଇଣ୍ଡିଆ ଏଗନେଷ୍ଟ କରପ୍ସନ ଓଡିଶା ଶାଖା ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଥିଲା ।
ସଂସ୍ଥା ସଂପାଦକ ସମାଜସେବୀ ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଆନ୍ନା ସମର୍ଥକ ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ସାଧାରଣ ସଭାର ଆୟୋଜନ କରିଥିଲେ । ସଭାରେ ସରକାରଙ୍କ କୋଇଲା ଦୁର୍ନୀତିରେ ସଂପୃକ୍ତି ଥିବା ନେଇ ଏହାର ତଦନ୍ତ ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଉବୋଧନ ଜରିଆରେ ଚାପ ସୃଷ୍ଟି କରିଥିଲେ ।
ଆନ୍ଦୋଳନକାରୀମାନେ ନବୀନ ନିବାସ ଘେରାଉ ପାଇଁ ପିଏମ୍ଜି ରୁ ବାହାରିଥିଲେ । ପୋଲିସ ସେମାନଙ୍କୁ ଶିଶୁ ଭବନ ଛକରୁ ଗିରଫ କରିବା ପାଇଁ ତୟାର ହୋଇ ରହିଥିବା ବେଳେ କିଛି ଆନ୍ଦୋଳନକାରୀମାନେ ପୋଲିସ ଅଗୋଚରରେ ଏକ ଗାଡିରେ ଏବଂ ଆଉ କିଛି ଚାଲିଚାଲି ଯାଇ ନବୀନ ନିବାସ ଆଗରେ ବିକ୍ଷୋଭକରି ଧସେଇ ପଶିବାକୁ ଉଦ୍ୟମ କରୁଥିଲେ ।
ନବୀନ ନିବାସ ଦାୟିତ୍ୱରେ ଥିବା ପୋଲିସଙ୍କ ସହିତ ଆନ୍ଦୋଳନକାରୀଙ୍କର ଧସ୍ତାଧସ୍ତି ହୋଇଥିଲା । ପରେ ପୋଲିସ ଫୋର୍ସ ପହଂଚି ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍