ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅଗଷ୍ଟ ୧୦(ଓଡ଼ିଶା ଡ଼ଟ୍ କମ୍) ଯୋଗାଣ ବ୍ୟବସ୍ଥାରେ ଥିବା ଘରୋଇ ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ ସଂପର୍କରେ ଅନୁଧ୍ୟାନ ପାଇଁ ସରକାର ଏକ ସବ୍ କମିଟି ଗଠନ କରିଛନ୍ତି ।
ମଙ୍ଗଳବାର କଠିତ ଏହି ଛଅ ଜଣିଆ କମିଟିରେ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କୁ ଅଧ୍ୟକ୍ଷ ଭାବେନିଯୁକ୍ତ କରାଯାଇଥିବା ବେଳେ ଯୋଗାଣ ବିଭାଗ ଅତିରିକ୍ତ ସଚିବ, ଅର୍ଥ ପରାମର୍ଶଦାତା ତଥା ଯୁଗ୍ମ ସଚିବ,ନିଗମର ମହାପ୍ରବନ୍ଧକ, ମହାପ୍ରବନ୍ଧକ(ଅର୍ଥ) ଏବଂ କଟକ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସଦସ୍ୟ ରଖାଯାଇଛି ।
ଏ ସଂପର୍କରେ ଅନୁଧ୍ୟାନ କରି କମିଟି ଆସନ୍ତା ୨୨ ତାରିଖ ସୁଦ୍ଧା ରିପୋର୍ଟ ବୋକୁ କୁହାଯାଇଛି । ଆଠଟି ବିଷୟ ଉପରେ ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଛି ।
ପରିବହନ ଠିକ।ଦାର ମାନଙ୍କ ଜରିଆରେ ଡ଼ିଲରଙ୍କୁ ସାମଗ୍ରୀ ଯୋଗାଣରେ କଣ ଅସୁବିଧା ରହିଛି , କେଉଁ ରାସ୍ତାରେ ପରିବହନ କରାଯିବ, ଏଥିପାଇଁ କାହାକୁ ଉତ୍ତରାୟରୀ କରାଯିବ, ପରିବହନ ବାବଦରେ କେତେ ଖର୍ଚ୍ଚ ହେବ, ପରିବହନ ଠିକ।ଦାର ମାନଙ୍କ ଠାରୁ କେତେ ଟଙ୍କା ଅଗ୍ରୀମ ଭାବେ ଜମା ରଖାଯିବ ଇତ୍ୟାଦି ସଂପର୍କରେ କମିଟି ଅନୁଧ୍ୟାନ କରି ରିପୋର୍ଟ କୁହାଯାଇଛି ।
ଜଷ୍ଟିସ ୱାଧା କମିଶନଙ୍କ ସୁପାରିଶ ଅନୁସାରେ ପ୍ରତ୍ୟେକ ରାଜ୍ୟ ଘରୋଇ ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ।
ଓଡ଼ିଶା ଡ଼ଟ୍ କମ୍