ଓଡିଶା ଡଟ୍ କମ୍ ସମ୍ବାଦଦାତା
ରାଜଗାଙ୍ଗପୁର,ଡିସେମ୍ବର ୨୪(ଓଡିଶା ଡଟ୍ କମ୍)-ରାଜଗାଙ୍ଗପୁରସ୍ଥ କାଂଶବାହଲ ଫାଣ୍ଡି ଅନ୍ତର୍ଗତ କାଂଶବାହାଲ ଷ୍ଟେସନ ନିକଟରେ ଜଣେ ମହିଳା ତା ପୁଅ ସହ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
ଖବର ପାଇ ରାଜଗାଙ୍ଗପୁର ଡିଆରପି ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ବର୍ଗକୁ ହସ୍ତାନ୍ତର କରିଛି ।
ଆତ୍ମହତ୍ୟାର କାରଣ ଜଣାପଡି ନଥିଲେ ମଧ୍ୟ ଏନେଇ ଏକ ମାମଲା ରୁଜୁ କରାଯାଇ ଡିଆରପି ଏସ୍କେ ମହାନ୍ତି ଘଟଣାର ତଦନ୍ତ କରୁଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଦଦୁଇ ଜଣ ହେଲେ ମନ୍ଦିରା ଗ୍ରାମର ରାମବାହାଲାଙ୍କ ସ୍ତ୍ରୀ କୁର୍ମୀ ବାର୍ଲା ଓ ତାଙ୍କ ଦେଢ ବର୍ଷର ପୁଅ ।
ଓଡିଶା ଡଟ୍ କମ୍