ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନବରଙ୍ଗପୁର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍)- ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀଙ୍କୁ ହତ୍ୟା ଧମକ ଦିଆଯାଇଥିବା ସଂପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ନବରଙ୍ଗପୁରର ଯୁବ ଠିକାଦାର ଏ. ଶିବରାମ ରାଜୁ ହତ୍ୟା ଧମକ ଦେବା ସହ ଗାଳିଗୁଳଜ କରିଥିବା ଏହି ଏତଲାରେ ଉଲ୍ଲେଖ ରହିଛି ।
ନବରଙ୍ଗପୁର ଏସ୍ପି ବ୍ରଜେଶ ରାୟ କହିଛନ୍ତି ଯେ, ଏ ଘଟଣାର ତଦନ୍ତ ଚାଲିଛି । ସତ୍ୟାସତ୍ୟ ଜଣାପଡିବାପରେ କାର୍ଯ୍ୟାନୁଷ୍ଠାନ ହେବ । ଗତ ୬ ମାସଧରି ସେହି ଠିକାଦାର ଜଣକ ଧମକ ଦେଇ ଆସୁଥିଲା । ସେ ସାଂସଦଙ୍କ ଠାରୁ ଅର୍ଥ ଚାହୁଁଥିବାରୁ ଏପରି କରିଛି ବୋଲି ସାଂସଦ ଅଭିଯୋଗ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍