ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ମାର୍ଚ୍ଚ ୧୬(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱ ଖାଉଟି ଦିବସ ପାଳନ ଅବସରରେ ବରଗଡ଼ ଠାରେ ଓକିଲମାନେ ଖାଉଟି ମଞ୍ଚ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ।
ଖାଉଟି ସୁରକ୍ଷା ପାଇଁ ସରକାରୀ ଯୋଜନା କିଭଳି ବାଟବଣା ହେଉଛି ତା’ର ଜ୍ୱଳନ୍ତ ଉଦାହରଣ ଏଠାରେ ଦେଖିବାକୁ ମିଳିଛି ବୋଲି ସେମାନେ କହିଛନ୍ତି ।
ବରଗଡ଼ ଖାଉଟି ଅଦାଲତ ଅଧ୍ୟକ୍ଷ ପ୍ରମଥନାଗ ଦାଶଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ସହ ଅନ୍ୟ ତିନି ଜଣ ସଦସ୍ୟଙ୍କ ସ୍ଥାନରେ ମାତ୍ର ଦୁଇ ଜଣଙ୍କୁ ନିଯୁକ୍ତି ମାମଲାରେ ଖାଉଟି ଅଦାଲତ ରାୟ ଦେବା ଯୁକ୍ତି ଯୁକ୍ତ ନୁହେଁ ବୋଲି ଓକିଲ ସଂଘ ସଭାପତି ଶିଶିର ବଲ୍ଲଭ ମିଶ୍ର କହିଛନ୍ତି ।
ଖାଉଟି ଅଦାଲତ ଅଚଳ ଅବସ୍ଥାରେ ଚାଲୁଥିବାରୁ ଖାଉଟି ସୁରକ୍ଷା ଏକ ପ୍ରହସନରେ ପରିଣତ ହୋଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଖାଉଟି ମଞ୍ଚ ଖୋଲିବାକୁ ଦିଆଯିବ ନାହିଁ ବୋଲି ସଂଘର ସଦସ୍ୟମାନେ କହିଛନ୍ତି ।
ସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନନେଲେ ଖାଉଟିମାନେ କରିଥିବା ମାମଲା ଗୁଡ଼ିକରେ ନ୍ୟାୟ ମିଳିବା ନେଇ ବିଳମ୍ବ ହେବ ବୋଲି ଖାଉଟି ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଗୁଡ଼ିକ ଦାବି କରିଛନ୍ତି ।
ତେବେ ଏଦିଗରେ ଉଚ୍ଚ କର୍ତୃପକ୍ଷ ଖୁବଶୀଘ୍ର ନିଷ୍ପତି ନେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍