ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ମଇ ୧୫(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାର କୁନି ଦୌଡ଼ରାଣୀ ରାଜେଶ୍ୱରୀ ଦାସ ପୂର୍ବତନ ଉପ ରାଷ୍ଟ୍ରପତି ସ୍ୱର୍ଗତ ଭୈରୋଁ ସିଂ ଶେଖାୱତଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ମଙ୍ଗଳବାର ତାଙ୍କ ଆତ୍ମାର ସ୍ଗତି ନିମନ୍ତେ ପାଞ୍ଚ କିମି ରାସ୍ତା ଦୌଡ଼ି ମା’ ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।
ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟରତ ବୈକୁଣ୍ଠ ନାଥ ଦାସଙ୍କ କନ୍ୟା ରାଜେଶ୍ୱରୀ ୨୦୦୭ରେ ବିରଳ ମାରାଥନ ୌଡ଼ ଭଦ୍ରକରୁ ବିରଜା ମନ୍ଦିର ପର୍ଯ୍ୟନ୍ତ ୬୦ କିଲୋମିଟର ଦୌଡ଼ି ରେକର୍ଡ଼ ସୃଷ୍ଟି କରିଥିଲେ ।
ଏଥିପାଇଁ ସେତେବେଳର ଉପରାଷ୍ଟ୍ରପତି ଶେଖାୱତ ତାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କର ଉନ୍ନତି କାମନାକରିଥିଲେ ।
ତେଣୁ ଶ୍ରାଦ୍ଧବାର୍ଷିକୀରେ ଭଦ୍ରକର ଚରମ୍ପାରୁ କଚେରୀ ବଜାର ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଦୌଡ଼ି ପୂଜାର୍ଚ୍ଚନା କରିବାକୁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଥିଲେ ।
ଫଳରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଟାଉନ ଥାନାର ସହଯୋଗରେ ଏହି ଦୌଡ଼ ଅନୁଷ୍ଠିତ ହୋଇଥିଲା ।
ଆଜିର ଏହି ଦୌଡ଼କୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍ଦଘାଟନ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍