ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ସମ୍ବଲପୁର, ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାରେ ଏକ ଜିପ୍ ଓ ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ନଅ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ମଙ୍ଗଳବାର କହିଛି ।
ସୋମବାର ବିଳମ୍ବିତ ରାତିରେ ସମ୍ବଲପୁର ରାଉରକେଲା ରାଜ୍ୟ ରାଜପଥର ଗୁରୁପାଲିଠାରେ ଏହି
ମର୍ମନ୍ତୁନ୍ତ ଦୁର୍ଘଟଣା ଘଟିଛି ।
ବେଲପାହାଡ଼ ବାବାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ହେମଗିରି କନିକାର ୧୮ ଜଣ ଏକ ବୋଲୋରୋ
ଗାଡ଼ିରେ ହୀରାକୁ ବୁଲିବାକୁ ଆସି ଫେରୁଥିବା ବେଳେ ଗାଡ଼ିଟି ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଶିଶୁ ଏବଂ ଡ଼ାକ୍ତରଖାନା ନେବା ରାସ୍ତାରେ ଦୁଇ ମହିଳାଙ୍କ ସମେତ
ଅନ୍ୟ ସାତ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଅନ୍ୟ ଆହତ ମାନଙ୍କୁ ରେଙ୍ଗାଲି ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ଛଅ ଶିଶୁ, ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି ।
ଓଡ଼ିଶା ଡ଼ଟ୍ କମ୍