ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ସ୍ୱଳ୍ପ ରହଣୀ କେନ୍ଦ୍ର ‘ଆସିଆନା’ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଥିବା ଦୁଇ ମହିଳାଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି ।
ଆସିଆନାରେ ରହୁଥିବା ଦୁଇ ଜଣ ମହିଳା ଏକ ସମ୍ବାଦିକ ସମ୍ମିଳନୀରେ ମାନବାଧିକାର ସଂଘ ଭଦ୍ରକ
ଶାଖା ସମ୍ପାଦିକା ସ୍ନେହଲତା ପୃଷ୍ଟିଙ୍କ ଉପସ୍ଥିତିରେ ସୋଫିଆ ସେମାନଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ଧର୍ମ ପରିବର୍ତନ ଓ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ।
ଏପରିକି ଏହି ଘଟଣାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଥାନା ଅଧିକାରୀ ସେମାନଙ୍କୁ ମାଡ଼ ମାରିଥିବା ଭଳି ଗୁରୁତର ଅଭିଯୋଗ ଆଣିଥିଲେ ।
ଫଳରେ ଆସିଆନାରେ ରହି ଆସୁଥିବା ବିଭିନ୍ନ ବର୍ଗର ଅସହାୟ ମହିଳାଙ୍କ ଥଇଥାନ ଜୀବନ ପ୍ରତି ବିପଦ ଦେଖାଦେଇଥିବାରୁ ଗଭୀର ଉ୍ବେଗ ପ୍ରକାଶ ପାଇଥିଲା ।
ପରେ ଏହି ଘଟଣାକୁ ସଂପୂର୍ଣ୍ଣ ମିଥ୍ୟା ବୋଲି ଦର୍ଶାଇ ସୋଫିଆ ସେକ୍ ଥାନାରେ ସଂପୃକ୍ତ ମହିଳାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହ ଭଦ୍ରକ ଅଦାଲତଙ୍କ ନିକଟରେ ଏକ ମୋକୋଦ୍ଧମା ରୁଜୁ କରି ଉଚ୍ଚନ୍ୟାୟାଳୟରେ ସଂପୃକ୍ତ ତିନି ମହିଳାଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ ଆବେଦନ କରିଥିଲେ ।
ଅଭିଯୋଗ ପରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଧଶ ଅନୁସାରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ତଦନ୍ତ କରି ସମସ୍ତ ଅଭିଯୋଗ ମିଥ୍ୟା ବୋଲି ରିପୋର୍ଟ ଦେଇଥିଲେ ।
ପରେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟର ବହୁ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ କ୍ଷେତ୍ରୀୟ
ତଦନ୍ତ ପାଇଁ ଭଦ୍ରକ ଆସି ଉକ୍ତ ଦୁଇ ମହିଳାଙ୍କୁ ଭେଟି ସମସ୍ତ ତଥ୍ୟ ମିଥ୍ୟା ବୋଲି ଜାଣିବାକୁ ପାଇଥିଲେ ।
ଓଡ଼ିଶା ଡ଼ଟ୍ କମ୍