ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାରିପା ,ଅଗଷ୍ଟ ୨୮ (ଓଡ଼ିଶା ଡ଼ଟ୍ କମ୍),ମୟୂରଭଞ୍ଜ ଜିଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ନିର୍ଦ୍ଦେଶରେ ପ୍ରଥମଥର ପାଇଁ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସ୍କୁଲରେ ବିଳମ୍ବରେ ପହଞ୍ଚୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଠାବକରା ଯାଇଛି ।
ଜିଲାର ଚାରିଟି ଉପଖଣ୍ଡ ସଦର ମହକୁମାରେ ୧୮୭ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଧରାପଡିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୭୩ଜଣ ଶିକ୍ଷକ ଓ ୧୧୪ଜଣ ଶିକ୍ଷୟିତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରେ ୧୭୪ ଜଣ ପ୍ରାଇମେରୀ ଓ ୧୩ଜଣ ହାଇସ୍କୁଲର ଅଛନ୍ତି ।
ଏହିମାନଙ୍କୁ ଧରିବା ପାଇଁ ୨୪ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରା ଯାଇଥିଲା । ଧରାପଡିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟର ଠିକଣା ତାଲିକାଭୁକ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କଠାରେ ଉପସ୍ଥାପନ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍