ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କେନ୍ଦୁଝର, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାର ଏକ ସ୍ଥାନରେ ମଙ୍ଗଳବାର ଯାତ୍ରୀବାହୀ ବୋଲେରୋକୁ ଡ଼ମ୍ପର ଧକ୍କା ଦେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।
କେତେଜଣ ଯାତ୍ରୀଙ୍କୁ ନେଇ ବୋଲେରୋଟି ବଡ଼ବିଲରୁ କେନ୍ଦୁଝର ଯାଉଥିବା ବେଳେ ୨୧୫ ନମ୍ବର ଜାତୀୟ ରାଜପଥର ପଳାସପଙ୍ଗା ଠାରେ ବିପରୀତ ଦିଗରୁ ଆସୁଥିବା ଡ଼ମ୍ପରଟି ଏହାକୁ ଧକ୍କା ଦେଇଥିଲା ।
ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନାରେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ଜଣ ମହିଳା ଓ ଛଅଜଣ ପୁରୁଷ ଅଛନ୍ତି ।
ଓଡ଼ିଶା ଡ଼ଟ୍ କମ୍