• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶିକ୍ଷା

ଅଧାରୁ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହ

April 28, 2018 by ଓଡିଶା ଡଟ କମ Leave a Comment


ଘାସିରାମ ପଣ୍ଡା

ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ଏକ ନିପଟ ମଫସଲ ଗାଁ ସିଲିମି । ଗାଁର ଦଳିତ ସାହିରେ ପ୍ରାୟ ୬୫ ପରିବାର । ସାହିରେ ବାଲ୍ୟ ବିବାହକୁ ନେଇ ଅଲୋଚନା ଚାଲିଥିଲା ବେଳେ ଆଖି ଆଗରେ ବସିଥିଲେ ୩୦ଟି ବାଳିକା ବଧୁ ।

ସମସ୍ତଙ୍କ କୋଳରେ ଗୋଟିଏ, ଦୁଇଟି ପିଲା । ତାଙ୍କ ଭିତରୁ କେହି କେହି ବିଲକୁଲ ପଢି ନାହାନ୍ତି, ଆଉ କେହି କେହି ଅଧାରୁ ପାଠ ଛାଡିଛନ୍ତି ।

ନିଜ ସାହି ବସ୍ତି ବା ପାଖ ଗାଁର କେଉଁ ଏକ ପିଲାକୁ ଭଲ ପାଇ ଉଧୁଲିଆ ଯାଇଥିଲେ । ପରେ ସାମାଜିକ ସ୍ୱୀକୃତିରେ ବାହା ହୋଇ ଘରକୁ ଫେରିଛନ୍ତି । ଗତ ଦୁଇ ବର୍ଷ ଭିତରେ ଏମାନଙ୍କ ଭଳି କମ ବୟସରେ ବାହା ହୋଇଥିବା ଏହି ବସ୍ତିର ୬ ଜଣ ମହିଳଙ୍କ ଗର୍ଭାବସ୍ଥା ବା ପ୍ରସବ ସମୟରେ ମୃତ୍ୟୁ ଘଟି ସାରିଛି ।

ଏହି ସବୁ କଥା ସେମାନଙ୍କ ସହ ଆଲୋଚନା କଲାବେଳେ ସେଠି ବସିଥିବା ଜଣେ ମାଁ ଗୋଟେ ଛୋଟ ଝିଅ ଆଡକୁ ଆଙ୍ଗୁଠି ଦେଖେଇ କହିଲେ, ଝିଅ ମୋର ଏଥର ଅଷ୍ଟମ ଶ୍ରେଣୀ ପାସ କଲା, ଏବେ ନବମ ପଢିବାକୁ ଦୂର ଗାଁକୁ ଯିବାକୁ ପଡିବ । ତାର ପଢିବାର ବହୁତ ଇଚ୍ଛା ।

ହେଲେ ବାପା ତାର ମଦୁଆ – ରୋଜଗାର ବୋଲି କିଛି ନାହିଁ । ମୁ ଏକା ପାଇଟି କରି କେତେ ରୋଜଗାର କରି ପାରିବି? ଆମର ତ ଘର ନାହିଁ ଯେ, ଜରି ଘେରା କରି ରହୁଛୁ । ସେଥିରେ ନାଁ ଲେଖେଇବାକୁ ମୋ ପାଖରେ ପଇସା କାହିଁ ଯେ ସେ ପଢି ପାରିବ! ଆଇନଗତ ଆବଶ୍ୟକତା ଓ ଶିଶୁ ଅଧିକାରକୁ ସ୧ାନ ଦେଇ ପିଲାର ପରିଚୟକୁ ଗୋପନ ରଖୁଛି ।

କହିବା ବାହୁଲ୍ୟ ଏହା କେବଳ ଗୋଟିଏ ପିଲାର କଥା ନୁହେଁ । ଏମିତି ଅନେକ ଶିଶୁଙ୍କ ସ୍ୱପ୍ନ ଦଳି ମକଚି ହୋଇ ଯାଉଛି ଦାରିଦ୍ର୍ୟ ଓ ସୁଯୋଗ ଅଭାବ କାରଣରୁ । ପାଠରେ ଡୋରି ବନ୍ଧା ହେଲା ପରେ ବାହା ହେବାର ଏକମାତ୍ର ବାଟ ଯାହା ସେମାନଙ୍କ ପାଇଁ ଉନ୍ମୁକ୍ତ ଥାଏ ।

ଆମ ରାଜ୍ୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା ପ୍ରଭୃତି ଜିଲ୍ଲା ବାଲ୍ୟ ବିବାହ ପ୍ରବଣ ଅଟେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ବାଲ୍ୟ ବିବାହର ଜାତୀୟ ହାର ୨୬.୮ ଶତକଡା ଥିବା ବେଳେ ଏହିସବୁ ଜିଲ୍ଲାରେ ଯଥାକ୍ରମେ ୩୯.୩, ୩୭.୯, ୩୪.୭ ଓ ୩୪.୪ ଶତକଡା ରହିଛି । ଏହା ଜାତୀୟ ହାର ଠାରୁ ଯଥେଷ୍ଟ ଉଦ୍ଧ୍ୱର୍ରେ ।

ଏହି ସର୍ବେକ୍ଷଣ ଅନୁଯାୟୀ ମାଲକାନଗିରିରେ ୧୧.୮, ନବରଙ୍ଗପୁରରେ ୧୦.୭, କୋରାପୁଟରେ ୧୪.୫ ଓ ରାୟଗଡାରେ ୧୨.୭ ପ୍ରତିଶତ ମାତ୍ର ମହିଳା ଦଶମ ବା ତଦୁର୍ଦ୍ଧ ପାଠ ପଢି ପାରିଛନ୍ତି । ଅଧା ବାଟରେ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହର ସମ୍ପର୍କକୁ ଏହି ତଥ୍ୟ ପୁଷ୍ଟ କରୁଛି ।

୨୦୧୧ ଜନଗଣନା ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ୫ମ ଠାରୁ କମ ପାଠ ପଢିଥିବା ଝିଅ ପିଲା ମାନଙ୍କ ଭିତରୁ ୫୨.୧ ଭାଗ ୧୮ ବର୍ଷ ପୁର୍ବରୁ ବିବାହ କରୁଥିବା ବେଳେ ୫ମ ରୁ ୯ମ ଶ୍ରେଣୀ ପଢିଥିବା ଝିଅଙ୍କ କ୍ଷେତ୍ରରେ ଏହା ୨୯.୮ ପ୍ରତିଶତ ଓ ୧୦ମରୁ ତଦ୍ଦୁର୍ଦ୍ଧଙ୍କ କ୍ଷେତ୍ରରେ ଏହା ମାତ୍ର ୯.୩ ପ୍ରତିଶତ ହୋଇଥାଏ ।

ଏଣୁ ଶିକ୍ଷାର ସୁଯୋଗ ସୃଷ୍ଟି କରାଯାଇ ପାରିଲେ ବାଲ୍ୟ ବିବାହକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି ଦୃଢତାର ସହ କୁହାଯାଇ ପାରିବ । ହେଲେ ଏ କ୍ଷେତ୍ରରେ ଦୁଇଟି ପ୍ରତିବନ୍ଧକ ରହିଛି ।

ପ୍ରଥମଟି ହେଲା ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଲକ ଶିକ୍ଷା ବ୍ୟବସ୍ଥା ଥିଲେବି ଇଚ୍ଛା ଓ ଆଗ୍ରହ ଅଭାବରୁ ଏହାର ସଠିକ କାର୍ଯ୍ୟାନ୍ୱୟନ ହୋଇପାରୁ ନାହିଁ ।

ଏପର୍ଯ୍ୟନ୍ତ ବିଦ୍ୟାଳୟ ବାହାରେ ଓ ଭିତରେ କେତେ ପିଲା ତାର ସଠିକ ହିସାବ ଶିକ୍ଷା ବିଭାଗ ଠଉରାଇ ପାରିନାହିଁ । ୨୦୧୪ – ୧୫ ରେ ସମଗ୍ର ରାଜ୍ୟରେ ୬ ରୁ ୧୪ ବର୍ଷର ମାତ୍ର ୫୧୫୨ ପିଲା ବିଦ୍ୟାଳୟ ବାହରେ ଥିବା ଓପେପା ୱେବସାଇଟରେ ଉଲ୍ଲେଖ ଅଛି । ଏବେ ଏହା ୪୧ ହଜାର ବୋଲି କୁହାଯାଇଛି ।

ତେବେ ଉଭୟ ତଥ୍ୟକୁ ବିଶ୍ୱାସକୁ ନେବା କଷ୍ଟ । ନିକଟରେ ମିଳିମିଳା ଓ ରୁବେଲା ଟିକା କରଣ ବେଳେ ନୂଆପଡା ଜିଲ୍ଲାରେ ୯୯୧୪ ପିଲାଙ୍କ ହିସାବ ମିଳି ନାହିଁ । ଜାପାନି ଜ୍ୱର ଟିକା କରଣ ସମୟରେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏପରି ବ୍ୟତିକ୍ରମ ନଜରକୁ ଆସିଥିଲା ।

ୟୁଡାଇସ, ଏସଡିଏମଆଇଏସ, ଆଧାର ପଞୀକରଣରେ ପିଲାଙ୍କ ସଂଖ୍ୟାର ତାଳମେଳ ନାହିଁ । ୧୦ ବା ୧୦ରୁ କମ ଉପସ୍ଥାନ ଥିବା ଅନେକ ବିଦ୍ୟାଳୟ ଇତି ମଧ୍ୟରେ ବନ୍ଧ ହେବା ଯୋଗୁଁ ମଧ୍ୟ କିଛି ପିଲା ବିଦ୍ୟାଳୟ ବାହରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ଏ ପରିସ୍ଥିତିରେ ଆମେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଚିହ୍ନଟ କରି ଶିକ୍ଷାର ପରିଧିକୁ ଆଣିବା କିପରି? ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିଶୁ ବୋଲି ସଜ୍ଞା ନିରୁପିତ ହୋଇଥିଲେ ହେଁ ଶିକ୍ଷା ଅଧିକାର ଆଇନରେ ଶିଶୁ କହିଲେ ୧୪ ବର୍ଷ ଧରି ନିଆଯାଇଛି । ଫଳରେ ୧୪ ବର୍ଷ ପରେ ଶିଶୁର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରତି ସରକାରଙ୍କ ଅଇନଗତ ଉତ୍ତରଦାୟୀତ୍ୱ ନାହିଁ ।

ଏଣୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପଢୁଥିବା ଝିଅମାନେ ଅଷ୍ଟମ ଶ୍ରେଣୀ ପରେ ସୁଯୋଗ ଅଭାବରୁ ପ୍ରାୟ ଆଉ ପଢୁ ନାହାନ୍ତି । ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ଉଚ୍ଚ ବିଦ୍ୟାଳୟକୁ ଯିବାକୁ ହେଲେ ୫ -୭ କିମି ଦୂର ବଣ, ପାହାଡ, ଝରଣା ଡେଇଁ ଯିବାକୁ ପଡୁଛି ।

ଆଶ୍ରମ ବିଦ୍ୟାଳୟ ମାନଙ୍କରେ ସ୍ଥାନ ଓ ଆବଶ୍ୟକୀୟ ଭିତ୍ତିଭୂମୀର ଅଭାବ ତଥା ଶିଶୁ ମାନଙ୍କ ପ୍ରତି ଶୋଷଣର ଖବର ଅଭିଭାବକମାନଙ୍କୁ ନିରୁତ୍ସାହିତ କରୁଛି । ଅତିକମରେ ୧୮ ବର୍ଷ ପର୍ଯ୍ୟନ୍ତ ଶିକ୍ଷାକୁ ସୁନିଶ୍ଚିତ କରାଯାଇ ପାରିଲେ ପ୍ରତ୍ୟେକ ଶିଶୁ ମନରେ ଥିବା ସ୍ୱପ୍ନ ସବୁ ଅଙ୍କୁରିତ ହେବା ପାଇଁ ସୁଯୋଗ ପାଇବେ । ମନର ଅଭିବ୍ୟକ୍ତିକୁ ପ୍ରକାଶ କରିବାରେ ଶିକ୍ଷା ସହାୟକ ହୁଏ ।

ଉପଯୁକ୍ତ ଶିକ୍ଷା ପାଇଥିଲେ ସ୍ୱାଧିନ ମତବ୍ୟକ୍ତ କରିବାର ସାହସ ଆସେ । ଏଣୁ ପିଲାଙ୍କ ଶିକ୍ଷା ସୁନି୧⁄୨ିତ କରାଯାଇ ପାରିଲେ ବାଲ୍ୟ ବିବାହ ବିରୁଦ୍ଧରେ ନିଜେ ନିଜ ପାଇଁ ସ୍ୱର ଉେ ।ଳନ କରି ପାରିବେ । ଏହା ସମାଜିକ ପରିବର୍ତ୍ତନର ଏକ ବଡ ମାଇଲଖୁ ସାବ୍ୟସ୍ତ ହେବ ।

ଛବି: ପ୍ରତୀକାତ୍ମକ

ଘାସିରାମ ପଣ୍ଡା
ସୁବର୍ଣ୍ଣପୁର
୯୪୩୮୩୪୧୭୯୪
ghasirampanda@gmail.com

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ବାଲ୍ୟ ବିବାହ, ରୋଜଗାର, ଶିକ୍ଷା, ଶୈଶବ, ସ୍ୱାସ୍ଥ୍ୟ

ଅଭିଶପ୍ତ ଗନ୍ଧର୍ବର କଥାଶିଳ୍ପୀ ମହାପାତ୍ର ନିଳମଣି ସାହୁ; କେତୋଟି କଥା

June 26, 2016 by ନିଉଜ ଡେସ୍କ 1 Comment

DCF 1.0
DCF 1.0


କେଦାର ମିଶ୍ର

“ରେ ମୂର୍ଖ କଳା କାଉ, ବେଶୀ ଗୁଡାଏ ରାଊ ରାଊ ହୁଅନାହିଁ “

ମନେ ପଡୁଛି କି କେଉଁଠି ଏ ଧାଡି ଟି ପଢିଛନ୍ତି? ପିଲାଦିନର ସାହିତ୍ୟ ବହିରେ ଗୋଟେ ଚମତ୍କାର ଗପଥିଲା, “ବିହଂଗ ବିପ୍ଲବ” ।

ଗୋଟେ କୋଇଲି ଓ ମାଂକଡ ଭିତରେ ବିବାଦର କାହାଣୀ। ଗୋଟେ ଲାଂଚୁଆ ଭାଲୁ ରାଜା ଓ ତାର ଲୋଭୀ ପାରିଷଦମାନନ୍କର କାହାଣୀ ।

ସେ ଗପରେ କୁନି କୁନି ଚଢେଇ ମାନେ ଗୋଟେ ବଡ ବିପ୍ଳବର ସୂତ୍ରଧର। ଆଉ ଏଇ ବିପ୍ଲବୀ ଗପର ଲେଖକ ଜଣକ ଜୀବନ ସାରା ନିଜକୁ କେବେ ବିପ୍ଲବୀ ବୋଲି କହିନାହାନ୍ତି, ହେଲେ ତାଂକ ଜୀବନ ଗୋଟେ ରସସିକ୍ତ କବିତାର ବିପ୍ଲବ। ସେ ରସିକ ଓ ବିପ୍ଲବୀ ଲେଖକ ଜଣକ ଆଜି ଚିରଦିନ ଲାଗି ଆମଠୁ ବିଦାୟ ନେଇ ଯାଇଛନ୍ତି ।

୯୦ ବର୍ଷ ବୟସରେ ଆଜି (୨୫, ଜୁନ୍,୨୦୧୬) ଓଡିଶାର ପ୍ରଖ୍ୟାତ କଥାକାର, ବ୍ୟଂଗଶିଳ୍ପୀ, ସମ୍ପାଦକ, ସଂଗଠକ ଓ ଚିନ୍ତାନାୟକ ମହାପାତ୍ର ନିଳମଣି ସାହୁ ପରଲୋକ ଗମନ କରିଛନ୍ତି। ମହାପାତ୍ର ନୀଳମଣି ସାହୁ, ଓଡିଆ ସାହିତ୍ୟରେ ଗୋଟେ ଯୁଗର ନାୟକ।

ଲେଖକ ଭାବରେ ସେ ଯେତିକି ବିଖ୍ୟାତ, ମଣିଷ ଭାବରେ ସେତିକି ପ୍ରେମାପ୍ଲୁତ।ତାଂକ ଜୀବନ ରସ ଓ ରାସ ର ଏକ ଅପୂର୍ବ ସମନ୍ବୟ ।

DCF 1.0
DCF 1.0

ପ୍ରେମ, ବନ୍ଧୁତା,ଭକ୍ତି ଓ ସହୃଦୟତାର ସେ ଥିଲେ ମୂର୍ତିମନ୍ତ ପ୍ରତୀକ। ପଚାଶରୁ ଅଧିକ ବହି ଲେଖିଥିବା ଓ ଓଡିଶାର ଜନଜୀବନକୁ ବହୁ ଭାବରେ ପ୍ରଭାବିତ କରିଥିବା ଏହି ମହାନ ଲେଖକଂକ ସମ୍ପର୍କରେ କେତୋଟି ବିଶେଷ କଥା-

୧. କଟକ ଜିଲ୍ଲାର ନିଆଳି ଗାଁ ରେ ୨୨, ଡିସେମ୍ବର ୧୯୨୬ ରେ ମହାପାତ୍ର ନିଳମଣି ସାହୁ ଜନ୍ମଗ୍ରହଣ କରିଥିଲେ। ବାପା ମହେଶ୍ବର ମହାପାତ୍ର ଓ ମାଁ ରଂଗଲତା ଦେବୀ ।

ଗାଁ, ପିଲାଦିନ ଓ ପରିବାରକୁ ନେଇ ମହାପାତ୍ର ନିଳମଣି ସାହୁ ଅନେକ କଥା କହିଛନ୍ତି ଓ ଲେଖିଛନ୍ତି। ସମୟ ଓ ସ୍ମୃତି ସହ ତାଂକ ସୃଜନଶୀଳତା ର ସମ୍ପର୍କ ବେଶ୍ ଗହନ ।

୨. ରେଭେନଶା କଲେଜରୁ ଓଡିଆ ଭାଷା ସାହିତ୍ୟରେ ଏମଏ କଲାପରେ ସେ ଭାଷା ସାହିତ୍ୟର ଅଧ୍ୟାପକ ଭାବରେ ଜୀବନ ସାରା କାମ କରିଛନ୍ତି।

ସେ ଥିଲେ ଅଧ୍ୟାପକ ଭାବରେ ସବୁ ଛାତ୍ରଂକର ବନ୍ଧୁ ଓ ଦିଗଦର୍ଶକ ।

କୁହାଯାଏ, ନିଳମଣି ସାର୍ ସବୁ ଛାତ୍ର ଓ ପ୍ରେମିକଂକର ବିଶ୍ବାସଯୋଗ୍ୟ ବାନ୍ଧବ। ରାଜ୍ୟର ବହୁ କଲେଜରେ ସେ ପାଠ ପଢେଇଛନ୍ତି, ଆଉ ସବୁଠି ତାଂକର ଅନୁଗାମୀ ଛାତ୍ର ଛାତ୍ରୀ ତାଂକୁ ଘେରି ରହିଥାନ୍ତି ।

ଲେଖକ ଭାବରେ ତାଂକର ସାର୍ଥକତା ହେଉଛି ତାଂକର ମଣିଷପଣିଆଁ । ସେ ଯେତେ ବଡ ଲେଖକ ଥିଲେ, ତାଠୁ ଢେର୍ ବିଶାଳ ହୃଦୟର ମଣିଷ ମଧ୍ୟ ଥିଲେ ।

DCF 1.0
DCF 1.0

୩. ଓଡିଆ କଥା ସାହିତ୍ୟରେ ଫକୀରମୋହନ ଓ ଗୋପୀନାଥ ମହାନ୍ତି ପରବର୍ତୀ ପିଢିର ସେ ଥିଲେ ନାୟକ ।

ସେ ତାଂକ ପ୍ରଜନ୍ମର ବଡଭାଇ। ଶାନ୍ତନୁ ଆଚାର୍ୟ, ମନୋଜ ଦାସ,ଚନ୍ଦ୍ରଶେଖର ରଥ, ଅଖିଳ ମୋହନ ପ୍ରମୁଖଂକ ପାଇଁ ସେ ଥିଲେ ଅଗ୍ରଣୀ ।

ସେ କେବଳ ନିଜେ ଲେଖି ନାହାନ୍ତି, ତାଂକ ସମସାମୟିକ ଅନେକଂକୁ ଲେଖା ର ପାଠ ପଢେଇଛନ୍ତି।

୪. ତାଂକର ଦୁଇଟି ଉପନ୍ୟାସ- “ଧରା ଓ ଧାରା” (୧୯୬୧)ତଥା “ତାମସୀ ରାଧା”(୧୯୬୪) । ଓଡିଆ ଉପନ୍ୟାସ କ୍ଷେତ୍ରରେ ତାମସୀ ରାଧା ଏକ କ୍ଲାସିକ୍ ।

ଗୋଟେ ଅସୁନ୍ଦରୀ ଗାଉଁଲି ବୋହୁର ଜୀବନ କାହାଣୀ ତାମସୀ ରାଧା।ନାରୀ ମନର ଗହନ ଓ ଗୋପନ ଭାବାବେଗକୁ ଅତି ଚମତ୍କାର ଭାବରେ ସେ ଫୁଟେଇ ପାରିଛନ୍ତି ।


୫. ଗାଳ୍ପିକ ଭାବରେ ତାଂକର ଅବଦାନ ଅତୁଳନୀୟ ।ତାଂକର “ଅଭିଶପ୍ତ ଗନ୍ଧର୍ବ” ଓଡିଆ ଗପର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି। ୧୯୫୨ ରେ ପ୍ରକାଶିତ ହୁଏ ତାଂକର ପ୍ରଥମ ଗଳ୍ପ ସଂକଳନ “ପ୍ରେମ ଓ ତ୍ରିଭୁଜ” ।

ତାପରେ ମିଛବାଘ, ଶ୍ରୁନ୍ବନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ, ଗଂଜେଇ ଓ ଗବେଷଣା,ସୁମିତ୍ରାର ହସ, ବିଷ୍ଣୁମାୟା, କପୋତ ପକ୍ଷୀ ଗୁରୁ ମୋର,ଅନ୍ଧ ରାତିର ସୂର୍ୟ,ଆକାଶ ପାତାଳ, ଅଭିଶପ୍ତ ଗନ୍ଧର୍ବ, ରାନୁ ଅପା ଠାରୁ ପୁଷି ପର୍ଯନ୍ତ ଓ ଆହୁରି ଅନେକ।

ରସିକତା ଓ ବ୍ୟଂଗ ତାଂକ ଗପର ମର୍ମ ହୋଇଥିବାବେଳେ କରୁଣ ରସ ତାଂକ କଥାଶିଳ୍ପ ର ଆତ୍ମା ।

ସବୁଠୁ କରୁଣ କାହାଣୀକୁ ସବୁଠୁ ସରସ କରି କହିବାର କଳା ରେ ସେ ଥିଲେ ଧୁରନ୍ଧର ।


୬. ସୃଜନଶୀଳ ପ୍ରବନ୍ଧ,ରମ୍ୟ ରଚନା ଓ ଲଳିତ କଥନ କ୍ଷେତ୍ରରେ ତାଂକର ଭୂମିକା ଏକପ୍ରକାର ସାରଥି ର।

ଧ୍ବନି ପ୍ରତିଧ୍ବନୀ,ସ୍ବପ୍ନ ସ୍ବପ୍ନ ଅନେକ ସ୍ବପ୍ନ, ଦେବଦାସର୍ ଦୃଷ୍ଟିପାତ, ପ୍ରେମ ଭକ୍ତିର ମର୍ମ କଥା, ଉଦ୍ଧବ କେତେ ତୁ ପଚାରୁ,ଡହରାନନ୍ଦଂକ ପ୍ରବଚନମାଳା ଓ ଆହୁରି ଅନେକ ଲଘୁ ରଚନା ତଥା ମନନଶୀଳ ପ୍ରବନ୍ଧ ପୁସ୍ତକର ସେ ସ୍ରଷ୍ଟା ।

ଡହରାନନ୍ଦ ନାଁ ଟି ସହ ଏକ ଶକ୍ତିଶାଳୀ ରସ ରଚନା ର ପରମ୍ପରା ସେ ଆରମ୍ଭ କରିଥିଲେ।


୭. ଏହା ଛଡା ଅନୁବାଦ, ଶିଶୁ ସାହିତ୍ୟ ଓ କବିତା କ୍ଷେତ୍ରରେ ମଧ୍ୟ ତାଂକର ବହୁ ମୂଲ୍ୟ ଅବଦାନ ରହିଛି। ଶ୍ରୀ ଅରବିନ୍ଦ, ଶ୍ରୀ ମା ଓ ସ୍ବାମୀ ବିବେକାନନ୍ଦଂକ ଅନେକ ପୁସ୍ତକକୁ ସେ ଓଡିଆ ରେ ଅନୁବାଦ କରିଛନ୍ତି।

ଶ୍ରୀ ଅରବିନ୍ଦଂକ ମହାକାବ୍ୟ “ସାବିତ୍ରୀ” ର ଗଦ୍ୟାନୁବାଦ ସେ ଓଡିଆରେ କରିଥିଲେ।


୮. ସ୍ରଷ୍ଟା ଭାବରେ ତାଂକର ସୃଷ୍ଟି ର ପ୍ରାଚୁର୍ୟ ପ୍ରବଳ।ହେଲେ ତା’ ଛଡା ସମ୍ପାଦକ ଭାବରେ ସେ ଓଡିଶାର ପତ୍ରିକା ଜଗତରେ ଭୀଷ୍ମ ପିତାମହ ।

“ଝଂକାର” ପତ୍ରିକାର ସମ୍ପାଦକ ଭାବରେ ସେ ୧୯୬୫ ୧୯୬୯ ଯାଏଁ ଦାୟିତ୍ବ ନିର୍ବାହ କରିଥିଲେ ।କୁହାଯାଏ, ବହୁ ପ୍ରତିଷ୍ଠିତ ଲେଖକ ତାଂକରି ହାତ ଧରି ଉପରକୁ ଉଠିଛନ୍ତି।

ଏହା ଛଡା “ଉତ୍କଳ ପ୍ରସଂଗ” ଓ “Odisha Review” ର ସମ୍ପାଦକ ଭାବେ ତାଂକର ପ୍ରତିଷ୍ଠା ରହିଥିଲା। ଏକ ସରକାରୀ ପତ୍ରିକାକୁ ପୂର୍ନାଂଗ ସାଂସ୍କୃତିକ ପତ୍ରିକା କରିବାର ସାହସ ତାଂକ ପାଖରେ ଥିଲା ।


୯ . ୧୯୮୧ ରେ ମହାପାତ୍ର ନିଳମଣି ସାହୁନ୍କୁ ଓଡିଶା ସାହିତ୍ୟ ଏକାଡେମୀ , ୧୯୮୪ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ, ୧୯୮୩ ରେ ଶାରଳା ପୁରଷ୍କାର, ୨୦୦୦ ରେ କୋଣାର୍କ ସମ୍ମାନ, ୨୦୦୬ ରେ ସାହିତ୍ୟ ଭାରତୀ ସମ୍ମାନ ତାଂକୁ ମିଳିଥିଲା।ତାଂକ ହାତରେ ଗଢା ହେଇଥିବା ବହୁ ଲେଖକ ଲେଖିକା ଜାତୀୟ ସ୍ବୀକୃତି ପାଇଛନ୍ତି, ହେଲେତାଂକ କଥା ସେମିତି ରାଜ୍ୟରେ ସୀମିତ ହୋଇ ରହିଗଲା ।


୧୦ ବହୁ ଅନୁଷ୍ଠାନ ଓ ପତ୍ରିକା କୁ ସେ ନିଜ ହାତରେ ତିଆରି କରିଛନ୍ତି। ସବୁଠି ଥାଇ କେଉଁଠି ନଥିବା ତାଂକର ପ୍ରବୃତ୍ତି । ଓଡିଶା ସାହିତ୍ୟ ଏକାଡେମୀର ସେ ଥିଲେ ସଭାପତି ।

ଗୋଏ ସମୟରେ ସେ ଇସ୍ତଫା ଦେଇ ଏକାଡେମୀରୁ ଚାଲି ଆସିଥିଲେ ।ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ ମହାପାତ୍ର ନିଳମଣି ସାହୁ । ସେ ବିନ୍ଦୁ ଆଜି ମହାସିଂଧୁରେ ତିରୋହିତ । କଥା ସାହିତ୍ୟର ଏଇ ରସିକ ପୁରୁଷ ଆମର ଚିର ନମସ୍ୟ ।

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: ଓଡିଶା, ଗଣମାଧ୍ୟମ, ଭୁବନେଶ୍ୱର, ରାଜ୍ୟ ସରକାର, ଶିକ୍ଷା

୨୨ରୁ ଯୁକ୍ତ ତିନି ନାମ ଲେଖା

June 17, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସଂବାଦ ଦାତା

ଭୁବନେଶ୍ଵର,୧୭ ଜୁନ (ଓଡିଶା ଡଟ୍ କମ୍): ଜୁନ ୨୨ରୁ ଯୁକ୍ତ ତିନି ନାମ ଲେଖା ଆରମ୍ଭ ହେବ ଓ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ରାଜ୍ୟରେ ଥିବା ୭୦୬ ଟି ଯୁକ୍ତ ତିନ କଲେଜରେ ନାମ ଲେଖିବା ପାଇଁ ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ । ଅନଲାଇନରେ ଆବେଦନ କରିବାପାଇଁ ଇଛୁକ ଥିବା ଛାତ୍ରଛାତ୍ରୀମାନେ www.dheodisha.gov.in ୱେବ ସାଇଟ କୁ ଯାଇ କମନ ଆପ୍ଲିକେସନ ଫର୍ମ ପୂରଣ କରିବେ, ପରେ ଏହି ଫର୍ମର ପ୍ରିଣ୍ଟ-ଆଉଟ ବାହାର କରି ନିକଟସ୍ଥ ସାମ୍ ରିସୋର୍ସ ସେଣ୍ଟରରେ ଜମା କରିବେ।

ଏଥିପାଇଁ ସେମାନଙ୍କୁ ଦେୟ ମଧ୍ୟ ଦେବାକୁ ପଡିବ।

ସେହିପରି ଅଫଲାଇନରେ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ନିକଟସ୍ଥ ସାମ୍ ରିସୋର୍ସ ସେଣ୍ଟରକୁ ଯାଇ ଆବେଦନ କରିପାରିବେ। ତେବେ ଅନଲାଇନ ଆବେଦନର ଶେଷ ତାରିଖ ଜୁଲାଇ ୬ ଏବଂ ଅଫଲାଇନ ଆବେଦନର ଶେଷ ତାରିଖ ଜୁଲାଇ ୭ ଧାର୍ଯ୍ୟ କରାଯାଇଛି।

ସେହିପରି ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ଜୁଲାଇ ୧୫ରେ ପ୍ରକାଶ କରାଯିବ ଓ ଜୁଲାଇ ୧୬ ରୁ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ କରାଯାଇ ଜୁଲାଇ ୨୦ ଶେଷ କରାଯିବ। ଜୁଲାଇ ୨୨ରେ ଇ-ସ୍ପେଶ୍ ରେ ପ୍ରଥମ ପର୍ଯ୍ୟାୟ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ ।

ଦ୍ଵିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଜୁଲାଇ ୨୫ରେ ପ୍ରକଶ ପାଇ ଜୁଲାଇ ୨୭ ରୁ ୨୯ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ଶେଷ ହେବ। ଅଗଷ୍ଟ ୩ରେ ସ୍ପଟ ଆଡମିସନ ପାଇଁ ତାଲିକା ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ସେମାନଙ୍କ ନାମ ପଞ୍ଜିକୃତ କରିବେ ।

ଅଗଷ୍ଟ ୫ ରେ କଲେଜ ନୋଟିସ ବୋର୍ଡରେ ଛାତ୍ରଛାତ୍ରୀଙ୍କ ନାମର ତାଲିକା ପ୍ରକାଶ ପାଇବା ଓ ଅଗଷ୍ଟ ୬ ରେ ନାମ ଲେଖାଯାଇ ପାଠ ପଢା ଆରମ୍ଭ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଶିକ୍ଷା Tagged With: ଯୁକ୍ତ ତିନି, ଶିକ୍ଷା

ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଦେଲେ ୪୪୫00 ଛାତ୍ର ଛାତ୍ରୀ

May 10, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୦ (ଓଡିଶା ଡଟ କମ) ରାଜ୍ୟର ବିଭିନ୍ନ କଲେଜରେ ଥିବା ଆୟୁର୍ବେଦିକ, ହୋମିଓପାଥିକ, ବୈଷୟିକ ବିଦ୍ୟା, ମ୍ୟାନେଜମେଣ୍ଟ ଆଦି ସିଟରେ ନାମ ଲେଖାଇବା ପାଇଁ ୪୪୫00 ଛାତ୍ର ଛାତ୍ରୀ ରବିବାର ଅନୁଷ୍ଠିତ ହୋଇଥିବା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ରେ ଭାଗ ନେଇଛନ୍ତି ।

ରାଜ୍ୟର ୧୯ ଟି ସହରରେ ୭୮ ପରୀକ୍ଷା କେନ୍ଦ୍ର ରେ ହୋଇଥିବା ଏହି ପରୀକ୍ଷା ସୂଚାରୁ ରୂପେ ସମ୍ପନ୍ନ ହୋଇଛି । ପରୀକ୍ଷା ସକାଳ ନଅଟା ରୁ ଅପରାହ୍ନ ଚାରିଟା ତିରିଶ ପର୍ଯ୍ୟନ୍ତ ତିନୋଟି ସିଟିଙ୍ଗରେ ଅନୁଷ୍ଠିତ ହୋଇଥିଲା।

ପରୀକ୍ଷାଫଳ ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ ପାଇବାର ସମ୍ଭାବନା ରହିଥିବା ବେଳେ କାଉନସେଲିଂ ପ୍ରକ୍ରିୟା ଜୁଲାଇ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି କତ୍ତୃପକ୍ଷ କହିଛନ୍ତି ।

ବୈଷୟିକ କଲେଜରେ ଯେଉଁ ଅନ୍ୟ ସିଟ ପାଇଁ ଏହି ପ୍ରବେଶିକ ପରୀକ୍ଷା ହୋଇଥିଲା ସେ ଗୁଡିକ ହେଲା ଲ୍ୟାଟେରାଲ ଏଣ୍ଟ୍ରି ବିଟେକ, ଏମ ବିଏ, ଏମସିଏ, ଏମସିଏ ଲ୍ୟାଟେରାଲ ଏଣ୍ଟ୍ରି, ଏମ.ପ୍ଲାନ, ଏମ ଆର୍କ, ଓ ଏମଟେକ ।

ଓଡିଶା ଡଟ କମ

 

News Bureau
News Bureau

Filed Under: ଶିକ୍ଷା Tagged With: ୨୦୧୫, ଯୁଗ୍ମ ପ୍ରବେଶିକା ପରୀକ୍ଷା, ଶିକ୍ଷା

ରମାଦେବୀ, ଖଲ୍ଲିକୋଟ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା

April 24, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର,୨୪ ଏପ୍ରିଲ (ଓଡିଶା ଡଟ କମ),  ଭୁବନେଶ୍ଵର ରେ ଥିବା ରମାଦେବୀ ସ୍ଵୟଂ ଶାସିତ ମହିଳା ମହାବିଦ୍ୟାଳୟ ଓ ଗଞ୍ଜାମ ଜିଲ୍ଲାରେ ଥିବା ଖଲ୍ଲିକୋଟ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟରେ ପରିଣତ କରିବା ପାଇଁ ସରକାର ନେଇଥିବା ନିଷ୍ପତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ଲଗାଇଛନ୍ତି।
ଖୁବଶୀଘ୍ର ସରକାର ଏ ସମ୍ପର୍କୀୟ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଥିବା ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି । ଏହି ବିଜ୍ଞପ୍ତି ପ୍ରକାଶ ପାଇଲେ ରମାଦେବୀ ମହିଳା ମହାବିଦ୍ୟାଳୟ  ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ନାମରେ ନାମିତ ହେବ । ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହିଳା ମହାବିଦ୍ୟାଳୟ ଏହି ବିଶ୍ଵବିଦ୍ୟାଳୟ ଅଧୀନରେ ରହିବେ ।
ସେହିପରି ବ୍ରହ୍ମପୁରୁ ସ୍ଥିତ ଖଲ୍ଲିକୋଟ ମହାବିଦ୍ୟାଳୟ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ’ ନାମରେ ନାମିତ ହେବ । ଏହା ଅଧୀନରେ ବ୍ରହ୍ମପୁର ଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟ, ବ୍ରହ୍ମପୁର ଏସବିଆରଜି ମହାବିଦ୍ୟାଳୟ, ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଗୋପାଳପୁର ମହାବିଦ୍ୟାଳୟ ଓ ଛତ୍ରପୁରର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରହିବ ।
ସେହିପରି ସମ୍ବଲପୁର ଗଙ୍ଗାଧର ମେହର ସ୍ଵୟଂଶାସିତ ମହାବିଦ୍ୟାଳୟ କୁ ମଧ୍ୟ ବିଶ୍ଵବିଦ୍ୟାଳୟ ର ମାନ୍ୟତା ଦେବାପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଇଛନ୍ତି।
ଓଡିଶା ଡଟ କମ
ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଶିକ୍ଷା Tagged With: ଗଙ୍ଗାଧର ମେହେର କଲେଜ, ଶିକ୍ଷା, ସମ୍ବଲପୁର

୨୮ରେ ମ୍ୟାଟ୍ରିକ ପରୀକ୍ଷା ଫଳ

June 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୬(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷ ଦ୍ୱାରାପରିଚାଳିତ ମ୍ୟାଟ୍ରିକ ପରୀକ୍ଷା ଫଳ ଆସନ୍ତା ୨୮ ତାରିଖ ଗୁରୁବାର ପ୍ରକାଶ ପାଇବ ବୋଲି ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ସକାଳ ୯ଟାରେ ଫଳ ପ୍ରକାଶ ପାଇବାକୁ ଥିବା ବେଳେ ଚଳିତ ବର୍ଷ ଫଳ ପୁସ୍ତିକା ପ୍ରକାଶିତ ହେବ ନାହିଁ ଏବଂ ଏସ୍ଏମ୍ଏସ୍ ଓ ବିଭିନ୍ନ ୱେବସାଇଟରୁ ଛାତ୍ରଛାତ୍ରୀ ଫଳ ଜାଣି ପରିବେ ବୋଲି କୁହାଯାଇଛି ।

ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୯ରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ପ୍ରଶ୍ନପତ୍ର ଚୋରି ଯୋଗୁଁ ଏହାକୁ ବନ୍ଦ କରାଯାଇ ପୁଣି ଅପ୍ରେଲ ୧୭ରେ ପରୀକ୍ଷା ହୋଇଥିଲା । ୪ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ବିଭିନ୍ନ କେନ୍ଦ୍ରରେ ପରୀକ୍ଷା େଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଶିକ୍ଷା

ମାନୁଆଲ ପଦ୍ଧତିରେ ଆଡ୍ମିଶନ ଦାବିରେ ବିକ୍ଷୋଭ

June 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୫(ଓଡ଼ିଶା ଡ଼ଟ୍ କମ୍) ଇ-ଆଡମିଶନକୁ ବାଧ୍ୟତାମୂଳକ କରିବା ପରିବର୍ତେ ପୂର୍ବଭଳି ମାନୁଆଲ ପଦ୍ଧତି କାର୍ଯ୍ୟକାରୀ କରାଯାଇ କଲେଜ ସ୍ତରରେ ଛାତ୍ରଛାତ୍ରୀଙ୍କ ଚୟନ ପ୍ରକ୍ରିୟାକୁ ଲାଗୁ କରିବା ।ବିରେ ସୋମବାର ଅଲ୍ ଇଣ୍ଡିଆ ଡିଏସ୍ଓ ପକ୍ଷରୁ ସଚିବାଳୟ ସମ୍ମୁଖରେ ବିକ୍ଷୋଭ ପ୍ରର୍ଶନ କରାଯାଇଛି ।

ଛାତ୍ରଛାତ୍ରୀମାନଙ୍କୁ ଡାକ ଯୋଗେ ଇନ୍ଟିମେସନ ଲେଟର ପଠାଇବା, ପ୍ରତି ଛାତ୍ର/ଛାତ୍ରୀଙ୍କଠାରୁ ନାମଲେଖା ପାଇଁ ଆବେନ କରିବାର ସର୍ବୋଚ୍ଚ ଫିସ୍ ୫୦ ଟଙ୍କା ମଧ୍ୟରେ ସୀମିତ ରଖିବା ଏବଂ ଇ-ଆଡମିଶନରେ ହୋଇଥିବା ୁର୍ନୀତିର ଉଚ୍ଚସ୍ତରୀୟ ତନ୍ତ କରାଯାଇ ୋଷୀଙ୍କୁ ୃଷ୍ଟାନ୍ତମୂଳକ ଶାସ୍ତି ପ୍ରାନ କରିବାକ ସଂଘ ।ବି କରିଛି ।

ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ରେଳଷ୍ଟେସନରୁ ଏକ ଶୋଭାଯାତ୍ରାରେ ବାହାରି ପିଏମ୍ଜିଠାରେ ପହଂଚିଥିଲେ ଓ ସେଠାରେ ବିକ୍ଷୋଭ ପ୍ରର୍ଶନ କରିଥିଲେ । ବିକ୍ଷୋଭ ସ୍ଥଳରେ ଏକ ପ୍ରତିବା ସଭା ଅନୁଷ୍ଠିତ ହୋଇଥିଲା ଏବଂ ଏକ ପ୍ରତିନିଧି ମଣ୍ଡଳୀ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରାନ କରିଥିଲେ ।

ପୂର୍ବ ବର୍ଷଗୁଡିକରେ ଇ-ଆଡ୍ମିଶନ ବ୍ୟବସ୍ଥା ପ୍ରଚଳନ ଫଳରେ ପାଠପଢା କାର୍ଯ୍ୟକ୍ରମ ଅଯଥା ବିଳମ୍ବ ହେବା ସହ ପ୍ରକ୍ରିୟାର ଜଟିଳତା ପାଇଁ ବିଭିନ୍ନ କଲେଜମାନଙ୍କରେ ଶହ ଶହ ସିଟ୍ ଫାଙ୍କା ପଡିଛି ।

ପ୍ରାୟ ସମସ୍ତ କଲେଜ ମାନଙ୍କରେ ଇ-ଆଡମିସନ ପ୍ରକ୍ରିୟା ଶେଷ ହେବା ପରେ ପୁନଃ ମାନୁଆଲ ଆଡମିସନ ଜରିଆରେ ମଧ୍ୟ ଛାତ୍ରଛାତ୍ରୀ ଗ୍ରହଣ କରାଯାଇ ସେମାନଙ୍କୁ ଶୋଷଣ କରାଯାଇଛି ବୋଲି ଛାତ୍ର ସଂଗଠନ ପକ୍ଷରୁ କୁହାଯାଇଛି ।

କଲେଜରେ ଇ-ଆଡମିଶନ ବ୍ୟବସ୍ଥା ବାଧ୍ୟତାମୂଳକ ଭାବରେ ଛାତ୍ରଛାତ୍ରୀ ମାନଙ୍କ ଉପରେ ଲି ିଆଯାଇ ଗୋଟିଏ ସପ୍ଟୱେୟାର କମ୍ପାନୀକୁ କୋଟି କୋଟି ଟଙ୍କା ଲାଭ ଯୋଗାଇ ବୋର ଅବାଧ ସୁଯୋଗ ସରକାର ସୃଷ୍ଟି କରିଛନ୍ତି । ସି.ଏ.ଜି ରିପୋର୍ଟରେ ଇ-ଆଡମିଶନରେ ବ୍ୟାପକ ଅନିୟମିତତା, ପ୍ରିୟାପ୍ରୀତି ତୋଷଣ ଓ ୁର୍ନୀତି ହୋଇଥିବାର ବିଷୟ ମଧ୍ୟ ଉଲ୍ଲେଖ କରାଯାଇଛି ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଶିକ୍ଷା

ପରୀକ୍ଷାର୍ଥୀଙ୍କୁ କପି ଯୋଗାଉଥିବା ଅଧ୍ୟାପକ, କର୍ମଚାରୀ ଦଣ୍ଡିତ

March 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଯୁକ୍ତଦୁଇ ପରୀକ୍ଷାରେ କେତେକ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ କପିରେ ସହାୟତା କରୁଥିବା ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଦଣ୍ଡିତ କରାଯାଇଛି ।

କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ପରୀକ୍ଷା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଖବର ପାଇ ପରିଷଦ ଦ୍ୱାରାସ୍କ୍ୱାଡ଼ ସୋମବାର ସେଠାରେ ଚଢ଼ାଉ କରିଥିଲେ ଏବଂ କପି ଯୋଗାଇବା ସମୟରେ ଜଣେ କର୍ମଚାରୀଙ୍କୁ ଧରିଥିଲେ ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ମହିଳା ମହାବ୍ୟିାଳୟର ଅଧ୍ୟାପକ ଅନୁପ୍ରଭା ରାୟ, ଦିଲ୍ଲୀପ କୁମାର ସାହୁ, ବିଜୟଲକ୍ଷ୍ମୀ ସାହୁ, ବବିତା ନାୟକ ଓ ଚିତ୍ରୋତ୍ପଳା ମହିଳା ମହାବ୍ୟିାଳୟର ଅଧ୍ୟାପକ ଅକ୍ଷୟ କୁମାର ଜେନା କପି ଯୋଗାଉଥିବା ବେଳେ ଧରାପଡ଼ିଛନ୍ତି ।

ଏହି ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀଙ୍କୁ ଅବଶିଷ୍ଟ ପରୀକ୍ଷା କାର୍ଯ୍ୟରୁ ଅନ୍ତର କରାଯିବା ସହିତ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗକୁ ସୁପାରିସ କରାଯାଇଥିବା ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସେହିପରି ଯୁକ୍ତ ଦୁଇ କଳା ଏବଂ ବାଣିଜ୍ୟ ପରୀକ୍ଷା ଚାଲିଥିବା ବେଳେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କପି କରୁଥିବା ୪୨୫ ଜଣ ଛାତ୍ରଛାତ୍ରୀ ଧରାପଡ଼ିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଉଚ୍ଚମାଧ୍ୟମିକ, ଶିକ୍ଷା

ସମସ୍ୟା ଯୋଗୁଁ ଶିକ୍ଷା ସହାୟକ ସଂଘର ଆନ୍ଦୋଳନ ଧମକ

January 29, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ଦୀର୍ଘଦିନ ଧରି ଦରମା ପାଉନଥିବାରୁ ଭଦ୍ରକ ଜିଲ୍ଲାରେ ଶିକ୍ଷା ସହାୟକମାନେ ଆନ୍ଦୋଳନ ଧମକ ଦେଇଛନ୍ତି ।

ଶିକ୍ଷା ସଚିବଙ୍କ ପତ୍ର ଅନୁସାରେ ସମସ୍ତ ଶିକ୍ଷା ସହାୟକଙ୍କୁ ପ୍ରତ୍ୟେକ ମାସ ୫ତାରିଖ ପୂର୍ବରୁ ଦରମା
ଦେବାପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଚାନ୍ଦବାଲି ବ୍ଲକର ଶିକ୍ଷା ସହାୟକ ମାନେ ଗତ ୯ମାସ ଧରି ଦରମା
ପାଇନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପ୍ରତ୍ୟେକ ବ୍ଲକରେ ଥିବା ଶିକ୍ଷା ସହାୟକ ଏହିପରି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ସ୍କୁଲ ଛାଡ଼ୁଥିବା ପିଲା ମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପରି ଦାୟୀତ୍ୱ,୧୦ଟାରୁ ୪ଟା ପର୍ଯ୍ୟନ୍ତ ବ୍ୟିାଳୟରେ ଗୁଣାତ୍ମକ ମାନର ଶିକ୍ଷ।ଦାନ ତଥା ବହୁ ସାମାଜିକ କାର୍ଯ୍ୟରେ ସେମାନେ ନିୟୋଜିତ ଥିବାବେଳେ ଶିକ୍ଷାସହାୟକ ମାନଙ୍କ ପ୍ରତି ବିଭାଗୀୟ କର୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବାରୁ ସଂଘ ପକ୍ଷରୁ ନିନ୍ଦା କରାଯାଇଛି ।

ଆସନ୍ତା ୧୫ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ସଂଘ ଆନ୍ଦୋଳନାତ୍ମକ ପନ୍ଥାର ଆଶ୍ରୟ
ନେବାକୁ ବାଧ୍ୟ ହେବ ବୋଲି ରବିବାର ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଦରମା, ଶିକ୍ଷା

୧୭୫୪୩ ଶିକ୍ଷାସହାୟକ ନିୟୋଜିତ ପାଇଁ ନିଷ୍ପତି

December 5, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୧୭୫୪୩ ଜଣ ଶିକ୍ଷା ସହାୟକଙ୍କୁ ନିୟୋଜିତ କରିବା ପାଇଁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ଏ ବିଷୟରେ ଜିଲ୍ଲା ସ୍ତରରେ ଖୁବ୍ଶୀଘ୍ର ବିଜ୍ଞାପନ ପ୍ରକାଶ କରିବା ପାଇଁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି ।

ଏ ସଂକ୍ରାନ୍ତୀୟ ବିଜ୍ଞାପନ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ପ୍ରକାଶ କରିବେ ଏବଂ ସେମାନଙ୍କ ଅଧିନରେ ଥିବା ଶିକ୍ଷା ଜିଲ୍ଲା ଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଶିକ୍ଷାସହାୟକ ନିଯୁକ୍ତ କରାଯିବ ।

ଛୋଟଛୋଟ ପିଲା ମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷ।ଦ।ନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ତଦାନୁଯାୟୀ ଉର୍ଦ୍ଦୁ, ତେଲୁଗୁ ଓ ବଙ୍ଗାଲୀ ଭାଷାଭାଷୀ ପିଲାଙ୍କ ପାଠପଢାରେ ସୁବିଧା ପାଇଁ ସଂପୃକ୍ତ ଶିକ୍ଷାସହାୟକ ମଧ୍ୟରୁ ସେହି ଭାଷା ଜାଣିଥିବା ଶିକ୍ଷାସହାୟକଙ୍କୁ ଆବଶ୍ୟକ ଅନୁଯାୟୀ ନିୟୋଜିତ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଶିକ୍ଷା

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ