• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶିକ୍ଷା

ବିଷ୍ଣୁଚରଣ ବାରିକ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି

October 27, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୭(ଓଡ଼ିଶା ଡ଼ଟ୍ କମ୍) ପ୍ରଫେସର ବିଷ୍ଣୁ ଚରଣ ବାରିକଙ୍କୁ ରାଜ୍ୟ ସରକାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ କରିଛନ୍ତି ।

ଏହି ନିଯୁକ୍ତିକୁ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଗୁରୁବାର ଅନୁମୋଦନ କରିଛନ୍ତି ।

ବାରିକ ବର୍ତ୍ତମାନ ମହାରାଷ୍ଟ୍ର ନାନେ୍ଦ ସ୍ଥିତ ସ୍ୱାମୀ ରାମାନନ୍ଦ ତୀର୍ଥ ମାର୍ଥୱାଡ଼ା ବିଶ୍ୱବିଦ୍ୟାଳୟସ୍ଥ ସ୍କୁଲ ଅଫ୍ ସୋସିଆଲ ସାଇନ୍ସର ସମାଜ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି ।

ସେ ତିନି ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: i´f_êe, ଶିକ୍ଷା

ଶିଶୁ ଅଧିକାର ଉପରେ ଅଧିକ ସଚେତନତା ଆବଶ୍ୟକ

October 23, 2011 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୩(ଓଡ଼ିଶା ଡ଼ଟ୍ କମ୍) ଶିଶୁଙ୍କ ଅଧିକାର ପାଇଁ ବିଭିନ୍ନ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ପ୍ରଶାସନିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ବର୍ତ୍ତମାନ ମଧ୍ୟ ଅଧିକାଂଶ ଶିଶୁ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି ଏବଂ ଏଥିରେ ଅଧିକ ସଚେତନତା ଆବଶ୍ୟକ ବୋଲି ଏକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି ।

ରାଜ୍ୟ ସ୍ତରୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସାମାଜିକ ବିକାଶ ପ୍ରକ୍ରିୟାରୁ ବଞ୍ଚିତ ଓ ଅବହେଳିତ ଶିଶୁଙ୍କ ଉପରେ ଶନିବାର ଭୁବନେଶ୍ୱରରେ ଶିଶୁଙ୍କ ଉପରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ମତବ୍ୟକ୍ତ କରିଛନ୍ତି ।

ସର୍ବେକ୍ଷଣ ଅନୁଯାୟୀ ଦେଶରେ ଥିବା ଲୋକଙ୍କ ସଂଖ୍ୟା ଠାରୁ ୪୦ ପ୍ରତିଶତ ଶିଶୁ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ସାମାଜିକ କ୍ଷେତ୍ରରେ ଅବହେଳିତ ହୋଇ ବିକାଶ ପ୍ରକ୍ରିୟାରୁ ବଞ୍ଚିତ ହେଉଛନ୍ତି ।

ରାଜ୍ୟରେ ଶିଶୁ ମାନଙ୍କର ଶିକ୍ଷାର ବିକାଶ ତଥା ଗୁଣାତ୍ମକ ଶିକ୍ଷାର ପ୍ରଚଳନ ପାଇଁ ସରକାର ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରିଥିଲେ ମଧ୍ୟ ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରବେଶିକା ଫି ଆଦାୟ କରାଯାଉଛି, ସେମାନେ କହିଛନ୍ତି ।

ଏହାଦ୍ୱାରାଅଧିକାଂଶ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି ଏବଂ ଏନେଇ ସରକାରଙ୍କ ପକ୍ଷରୁ ଉଚିତ୍ ପକ୍ଷେପ ଗ୍ରହଣ କରାଯାଉନାହିଁ । ଶିଶୁ ମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟରେ ସୁରକ୍ଷା ମିଳିବା ସହିତ ସେମାନଙ୍କ ମୌଳିକଅଧିକାରର ସଦୁପଯୋଗ କରାଗଲେ ଜଣେ ଶିଶୁ ସୁରକ୍ଷିତ ବୋଲି ଜାଣିବା, ସେମାନେ କହିଛନ୍ତି ।

ସାମ୍ବାଦିକ ସୁରେନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଦି ହିନ୍ଦୁର ପ୍ରଫୁଲ୍ଲ ଦାସ, ଆଇଏଏନ୍ଏସ୍ ର ଯତୀନ୍ଦ୍ର ଦାଶ, ଦି ହିନ୍ଦୁସ୍ତାନ ଟାଇମ୍ସର ପ୍ରିୟ ରଂଜନ ସାହୁ, ଷ୍ଟେଟସ୍ମ୍ୟାନର କେ.ରବି, ଉକ୍ତଳ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ନବନୀତା ରଥ, ପିକକ୍ର ସଂପାଦକ ରଂଜନ ମହାନ୍ତି ଏବଂ ସିସିଡ଼ବ୍ଲୁଡ଼ିର ସଂପାଦକ ସାଶିବ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ଶିକ୍ଷା

ବିନା ପ୍ରଶ୍ନପତ୍ରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

December 6, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ସମସ୍ତ ଶିଶୁଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷାନୁଷ୍ଠାନ ପାଇଁ ସର୍ବ ଶିକ୍ଷା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ବିନା ପ୍ରଶ୍ନପତ୍ରରେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବାରୁ ଏ ନେଇ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ପରୀକ୍ଷା ଫି ଆଦାୟ ନକରିବାକୁ ସରକାର ନେଇଥିବା ନିଷ୍ପତ୍ତି ଯୋଗୁଁ ସ୍କୁଲ ଗୁଡ଼ିକରେ ପରୀକ୍ଷା କରିବା ନେଇ ଅସୁବିଧା ଦେଖାଦେଇଛି |

ତେବେ ପଇସା ଅଭାବରୁ କେତେକ ସ୍କୁଲରେ ଏହି ପରୀକ୍ଷା କରାଯାଉନାହିଁ ଓ ଅନ୍ୟ କେତେକ ସ୍କୁଲରେ ବ୍ଲାକବୋର୍ଡ଼ରେ ପ୍ରଶ୍ନ ଲେଖାଯାଇ ପରୀକ୍ଷା ପରିଚାଳନା କରାଯାଉଛି । ବଜାରରୁ ଉତ୍ତରଖାତା କିଣି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଉଛି ।

ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ପରୀକ୍ଷା ଫି ଅ।ଦାୟ ନକରିବାକୁ ଶିକ୍ଷା ବିଭାଗ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପରୀକ୍ଷା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇନଥିବାରୁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରୁ ପାଞ୍ଚରୁ ଦଶ ଟଙ୍କା ଲେଖାଏଁ ପରୀକ୍ଷା ଫି ଅ।ଦାୟ କରାଯାଉଥିଲା । ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯୋଗାଇବା ପାଇଁ ଏହି ଟଙ୍କା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ନିକଟରେ ଜମା ରହୁଥିଲା ।

ଉଲ୍ଲେଖଯୋଗ୍ୟ ଯେ ସ୍କୁଲ ଗୁଡ଼ିକରେ ପ୍ରତ୍ୟେକ ବର୍ଷ ୟୁନିଟ୍ ପରୀକ୍ଷା ସହ ଛଅ ମାସିକିଆ ପରୀକ୍ଷା ଓ ବାର୍ଷିକ ପରୀକ୍ଷା କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ୟୁନିଟ୍ ପରୀକ୍ଷା ଓ ଛଅ ମାସିକିଆ ପରୀକ୍ଷା ପାଇଁ ହେଉଥିବା ଖର୍ଚ୍ଚ ଛାତ୍ରଛାତ୍ରୀ ବହନ କରିବାକୁ ଥିବା ବେଳେ ବାର୍ଷିକ ପରୀକ୍ଷା ଖର୍ଚ୍ଚ ସର୍ବଶିକ୍ଷା ଅଭିଯାନ ବହନ କରିବ ।

ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ସେମାନଙ୍କ ଶିଶୁଙ୍କୁ ଅନ୍ୟତ୍ର ଘରୋଇ ସ୍କୁଲରେ ପାଠ ପଢାଇବାକୁଅବିଭାବକମାନେ ଇଚ୍ଛା ପ୍ରକାଶ କରିଛନ୍ତି ।

ପରୀକ୍ଷା ପାଇଁ ଆବଶ୍ୟକ ପ୍ରଶ୍ନପତ୍ର ଛପାଇବା ଓ ଉତ୍ତର ପତ୍ର ପାଇଁ ସ୍କୁଲ ଉନ୍ନୟନ ପାଣ୍ଠିରୁ ଖର୍ଚ୍ଚ କରିବା ନିମନ୍ତେ କୌଣସି ନିୟମ ନାହିଁ । ତେବେ ଅଧିକାଂଶ ସ୍କୁଲ ଶିକ୍ଷକ ପରୀକ୍ଷା ପାଇଁ ବ୍ଲାକବୋର୍ଡ଼ରେ ପ୍ରଶ୍ନ ଲେଖୁଛନ୍ତି ବୋଲି ସର୍ବଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକ ନିର୍ମଳ ଚନ୍ଦ୍ର ଦ।ସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ଶିକ୍ଷା, ସର୍ବ ଶିକ୍ଷା ଅଭିଯାନ, ସ୍କୁଲ

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାାତା

ଭୁବନେଶ୍ୱର,ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ଏଣିକି ସବୁ ବର୍ଗର ପିଲାଙ୍କୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ସୁବିଧା କେବଳ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିଲା । ଆସନ୍ତା ଶିକ୍ଷାବର୍ଷ ଠାରୁ ଏହା ସବୁବର୍ଗର ପିଲାମାନେ ଅର୍ଥାତ୍ ଉଚ୍ଚ ବର୍ଗର ପିଲାମାନେ ମଧ୍ୟ ଏହି ସୁବିଧା ପାଇ ପାରିବେ ।

ଏଣିକି ପ୍ରତ୍ୟେକ ଶିକ୍ଷାବର୍ଷ ଆରମ୍ଭରୁ ପିଲା ମାନଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ ଏବଂ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ବହି ଗୁଡ଼ିକର ମୁଦ୍ରଣ କାର୍ଯ୍ୟ ସମାପ୍ତ ହୋଇଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ପାଠ୍ୟ ପୁସ୍ତକ ଗୁଡ଼ିକ କେବଳ ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରେ ଥିବା ଓଡ଼ିଆ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ । ଏଣିକି ହାତ ଧୋଇବା ପାଇଁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ତରଳ ସାବୁନ ଯୋଗାଇ ଦିଆଯିବ । ପ୍ରତ୍ୟେକ ସ୍କୁଲ ଗୁଡ଼ିକୁ ସାବୁନ ଯୋଗାଇବା ନିମନ୍ତେ ମହିଳା ସ୍ୱୟଂ ସହାୟକଙ୍କୁ ଦାୟୀତ୍ୱ ଦିଆଯିବା ସହ ସେମାନଙ୍କୁ ଏହାର ପ୍ରସ୍ତୁତି ସଂପର୍କରେ ପ୍ରଶିକ୍ଷଣ ଦିଆଯିବ ।

ଏଥିପାଇଁ ୟୁନିସେଫ, ରେଡ଼କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ପରିମଳ ସେଲ ଆର୍ଥିକ ସହାୟତା ଯୋଗଇ ଦେବେ ବୋଲି ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମାଗଣା ବହି, ମୁଖ୍ୟ ଖବର, ୟୁନିସେଫ, ରେଡ଼କ୍ରସ, ଶିକ୍ଷା

ଭାରତୀୟ ଅର୍ଥସେବା ପରୀକ୍ଷା ଷଷ୍ଟ ସ୍ଥାନରେ ପ୍ରଜ୍ଞାସ୍ମିତା

September 3, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ସେପ୍ଟେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁଁ ଭାରତୀୟ ଅର୍ଥ ସେବା ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଜ୍ଞାସ୍ମିତା ସାହୁ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି ।ଜିଲ୍ଲା ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳରେ କିରାଣୀ ଭାବେ କାର୍ଯ୍ୟ କରୁଥିବା କପଳେଶ୍ୱରପୁରର ନାରାୟଣ ସାହୁଙ୍କ ଝିଅ ପ୍ରଜ୍ଞାସ୍ମିତା ।

ସେ ପ୍ରଥମେ କେନ୍ଦ୍ରାପଡ଼ା ସହରରେ ଥିବା ଫ୍ରେଜର ବାଳିକା ବିଦ୍ୟାଳୟ ଓ ପରେ ସେଠାରେ ଥିବା କଲେଜରେ ପାଠ ପଢିଥିଲେ । ଉକ୍ତ କଲେଜରୁ ବିଏ ପାସ୍ କରିବା ପରେ ସେ ୨୦୦୪ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଏମ୍ଏ ପାସ୍ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ୨୦୦୯ରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚାକିରୀ ପାଇଥିଲେ ।

“ମୁଁ ଜଣେ କିରାଣୀ ଭାବେ କାର୍ଯ୍ୟ କରେ କିନ୍ତୁ ପ୍ରଜ୍ଞାସ୍ମିତା ସମେତ ଚାରି ଜଣ ପିଲାଙ୍କ ପାଠ ପଢାରେ କେବେ ମଧ୍ୟ ଅବହେଳା କରିନାହିଁ” ।

ମାତ୍ର ୨୬ ବର୍ଷ ବୟସରେ ସେ ଏହି ସଫଳତା ପାଇଛି । ବୁଦ୍ଧି ବଳରେ ସେ ଏହି ସଫଳତା ହାସଲ କରିଥିବା ବେଳେ ଇଂରାଜି ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଦେଇଛି, ଫ୍ରେଜର ସ୍କୁଲ ଶିକ୍ଷୟତ୍ରୀ ସବିତା ପତି କହିଛନ୍ତି ।

ସେ ତା’ର କଠିନ ପରିଶ୍ରମର ଫଳ ପାଇଛି । ଆଜିକାଲି ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ କୋଚିଙ୍ଗ କ୍ଲାସର ସହାୟତା ନେଉଥିବା ବେଳେ ସେ କୌଣସି କୋଚିଙ୍ଗ କ୍ଲାସରେ ଯୋଗ ଦେଇନାହିଁ, ନାରାୟଣ କହିଛନ୍ତି ।

ସେ ପ୍ରତ୍ୟେକ ଦିନ ଛଅରୁ ସାତ ଘଣ୍ଟା ପରିଶ୍ରମ କରୁଥିଲା । ଗତକାଲି ରାତିରେ ଫୋନ କରି ଏବିଷୟରେ ମୋତେ ଜଣାଇଥିଲା, ପ୍ରଜ୍ଞାସ୍ମିତାଙ୍କ ମା ଶାନ୍ତିଲତା କହିଛନ୍ତି । ପ୍ରଜ୍ଞାସ୍ମିତାଙ୍କ ସଫଳତା ଖବର ପହଞ୍ଚିବା ପରେ ସମଗ୍ର ଗାଁ ତଥା ଆଖପାଖ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି ।

ତାଙ୍କ ସଫଳତାରେ ଶୁକ୍ରବାର ଗ୍ରାମବାସୀମାନେ ଖୁସି ମନାଇଛନ୍ତି । କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ମୁଖ୍ୟ ପରୀକ୍ଷା ପାଇଁ ବର୍ତ୍ତମାନ ମୁଁ ବ୍ୟସ୍ତ ଅଛି । ପରବର୍ତ୍ତୀ ସମୟରେ ଆଇଏଏସ୍ ପାଇଁ ଲକ୍ଷ୍ୟ ରଖିଛି ବୋଲି ଭୁବନେଶ୍ୱରରେ ପିଏଚଡ଼ି କରୁଥିବା ପ୍ରଜ୍ଞାସ୍ମିତା କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ନାରୀ, ଭାରତୀୟ ଅର୍ଥ ସେବା ପରୀକ୍ଷା, ମୁଖ୍ୟ ଖବର, ଶିକ୍ଷା

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ