Site icon Odisha.com

ଜୈବ ବିଦ୍ୟୁତ ପ୍ରକଳ୍ପ ସହିତ ଗ୍ରୀଡ଼କୋ ର ଶକ୍ତିକ୍ରୟ ରାଜିନାମା

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଶକ୍ତି ସାମର୍ଥ୍ୟ ବୃଦ୍ଧି ତଥା ଜୈବ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରୀଡ଼କୋ ପକ୍ଷରୁ ଶୁକ୍ରବାର ସାତଟି ନୂତନ ଭାବେ ସ୍ଥାପିତ ବାୟୋ ଏନର୍ଜି ପ୍ରକଳ୍ପ ସହିତ ଶକ୍ତିକ୍ରୟ ରାଜିନାମା ସ୍ୱାକ୍ଷରିତ ହୋଇଛି ।

ଏହା୍ୱାରା ଗ୍ରୀଡ଼କୋ ଉକ୍ତ ସାତଟି ପ୍ରକଳ୍ପରୁ ମୋଟ୍ରେ ୯୩ ମେଗାୱାଟ ବିଦ୍ୟୁତ୍ ଶକ୍ତି ପାଇବ । ଉଲ୍ଲେଖ ଯୋଗ୍ୟ ଯେ ବିଜ୍ଞାନ ଓ କାରିଗରୀ ବିଭାଗ ଅଧିନରେ ଥିବା ଓରେଡ଼ା ପ୍ରୋତ୍ସାହନରେ ରାଜ୍ୟରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଉଛି ।

ଏହି ଚୁକ୍ତିମାନାରେ ସ୍ୱାକ୍ଷର କରିଥିବା ଜୈବ ବିଦ୍ୟୁତ୍ ପ୍ରକଳ୍ପ ଗୁଡ଼ିକ ହେଲା ଢେଙ୍କାନାଳରେ ସ୍ଥାପନ ହେବାକୁ ଥିବା ୨୦ ମେଗାୱାଟ କ୍ଷମତା ବିଶିଷ୍ଟ ମେସର୍ସ ବିଶାଳିବାହାନ ଗ୍ରୀନ ଏନର୍ଜି ପ୍ରାଇଭେଟ ଲିମିଟେଡ଼, ରାୟଗଡ଼ାରେ ହେବାକୁ ଥିବା ୧୦ ମେଗାୱାଟ କ୍ଷମତା ବିଶିଷ୍ଟ ସତ୍ୟ ବାୟୋ ଏନର୍ଜି ।

କଳାହାଣ୍ଡିରେ ହେବାକୁ ଥିବା ୧୦ ମେଗାୱାଟ କ୍ଷମତା ବିଶିଷ୍ଟ ମେସର୍ସ ଏଭିଏନ୍ ପାୱାର ଲିମିଟେଡ଼, ଗଞ୍ଜାମ ଜିଲ୍ଲାରେହେବାକୁ ଥିବା ୧୦ ମେଗାୱାଟ କ୍ଷମତା ବିଶିଷ୍ଟ ମେସର୍ସ ସତ୍ୟ ବାୟୋ ପାୱାର ପ୍ରାଇଭେଟ ଲିମିଟେଡ଼ ।

ବୌଦ୍ଧ ଜିଲ୍ଲାରେ ହେବାକୁ ଥିବା ମେସର୍ସ ରଶ୍ମୀ ପାୱାର ଲିମିଟେଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ହେବାକୁ ଥିବା ୨୩ ମେଗାୱାଟ କ୍ଷମତା ବିଶିଷ୍ଟ  ପାୱାର ଲିମିଟେଡ଼ ।

ଓଡିଶା ଡଟ୍ କମ୍

Exit mobile version