Site icon Odisha.com

ଚନ୍ଦ୍ରମା କମ୍ପେ୍ଲକ୍ସ ଗୁଳିମାଡ଼ ଘଟଣାରେ ବିଧାୟକ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଫେବୃୟାରୀ ୮(ଓଡ଼ିଶା ଡ଼ଟ୍ କମ୍)  ଭୁବନେଶ୍ୱର ସ୍ଥିତ ଚନ୍ଦ୍ରମା କମ୍ପେ୍ଲକ୍ସ ଗୁଳିମାଡ଼ ଘଟଣାରେ ବିଧାୟକ ରମେଶ ଜେନାଙ୍କୁ ଗିରଫ କରିଥିବା ପୋଲିସ ମଙ୍ଗଳବାର କହିଛି ।

“”ନିକଟରେ ଭୁବନେଶ୍ୱର ସ୍ଥିତ ଆପାର୍ଟମେଣ୍ଟରେ ପୋଲିସ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବରେ ତାଙ୍କୁ ଗିରଫ କରାଯାଇଛି” ପୋଲିସ କମିଶନର ବିଜୟ ଶର୍ମା ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଗଡ଼ରୋଡ଼ଙ୍ଗ ଗ୍ରାମରୁ ସୋମବାର ରାତିରେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ଗତ ୧ ତାରିଖରେ କେତେକ ଅପରାଧି ଲୁଚିଥିବା ଖବର ପାଇ ପୋଲିସ କଂଗ୍ରେସ ବିଧାୟକ ଜେନା ରହୁଥିବା ଚନ୍ଦ୍ରମା ଆପାର୍ଟମେଣ୍ଟରେ ଚଢାଉ କରିଥିଲା ।

ଏହି ସମୟରେ ଅପରାଧିମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଓ ପରେ ପୋଲିସ ସେଠାରୁ ଆଠ ଜଣଙ୍କୁ ଗିରଫ କରିଥିଲା ।

ଜେନାଙ୍କ ଗିରଫ ପ୍ରତିବଦାରେ ତାଙ୍କ ସମର୍ଥକମାନେ ବ୍ରହ୍ମପୁରରେ ଟାୟାର ଜାଳି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version