ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ଭୁବନେଶ୍ୱର, ଫେବୃୟାରୀ ୮(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ ଚନ୍ଦ୍ରମା କମ୍ପେ୍ଲକ୍ସ ଗୁଳିମାଡ଼ ଘଟଣାରେ ବିଧାୟକ ରମେଶ ଜେନାଙ୍କୁ ଗିରଫ କରିଥିବା ପୋଲିସ ମଙ୍ଗଳବାର କହିଛି ।
“”ନିକଟରେ ଭୁବନେଶ୍ୱର ସ୍ଥିତ ଆପାର୍ଟମେଣ୍ଟରେ ପୋଲିସ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବରେ ତାଙ୍କୁ ଗିରଫ କରାଯାଇଛି” ପୋଲିସ କମିଶନର ବିଜୟ ଶର୍ମା ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।
ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଗଡ଼ରୋଡ଼ଙ୍ଗ ଗ୍ରାମରୁ ସୋମବାର ରାତିରେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।
ଗତ ୧ ତାରିଖରେ କେତେକ ଅପରାଧି ଲୁଚିଥିବା ଖବର ପାଇ ପୋଲିସ କଂଗ୍ରେସ ବିଧାୟକ ଜେନା ରହୁଥିବା ଚନ୍ଦ୍ରମା ଆପାର୍ଟମେଣ୍ଟରେ ଚଢାଉ କରିଥିଲା ।
ଏହି ସମୟରେ ଅପରାଧିମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଓ ପରେ ପୋଲିସ ସେଠାରୁ ଆଠ ଜଣଙ୍କୁ ଗିରଫ କରିଥିଲା ।
ଜେନାଙ୍କ ଗିରଫ ପ୍ରତିବଦାରେ ତାଙ୍କ ସମର୍ଥକମାନେ ବ୍ରହ୍ମପୁରରେ ଟାୟାର ଜାଳି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଓଡିଶା ଡଟ୍ କମ୍