Site icon Odisha.com

ପ୍ରଫୁଲ୍ଲ କରଙ୍କୁ ଫିଟଫାଟ ବାଇସ୍କୋପ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଡ଼ିସେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ହୋମ୍ ଭିଡ଼ିଓ ଏନ୍ଟରଟେନ୍ମେଂଟ ପକ୍ଷରୁ ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କୁ ଅଷ୍ଟମ ଫିଟ୍ଫାଟ୍ ବାଇସ୍କୋପ ପୁରସ୍କାର ପ୍ରଦାନ କରାଯାଇଛି ।

ଶୁକ୍ରବାର ଶହୀଦଭବନରେ ଆୟୋଜିତ ଏକ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ବର୍ଷ ଧରି ସାଧନା କରିଆସିଥିବା କରଙ୍କୁ ପୁରସ୍କାର ସ୍ୱରୂପ ରୂପାରେ ତିଆରି ବାଇସ୍କୋପ ଏବଂ ନଗ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଏହି ଅବସରରେ ମ୍ୟାଜିକ ଶୋ ଏବଂ ଯୋଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ କରଙ୍କ ଜୀବନୀ ଉପରେ ଏକ ସ୍କ୍ରିନ୍ ଓ ଲାଇଭ ସୋ ମଧ୍ୟ ପରିବେଷଣ କରାଯାଇଥିଲା ।

ଏଥିରେ ଚଳଚ୍ଚିତ୍ର ଚଗତର ବହୁ ଅଭିନେତା, ଅଭିନେତ୍ରୀ ତଥା କଳାକାରମାନେ ଯୋଗ ଦେଇଥିଲେ ।

ଏହି ପୁରସ୍କାର ୨୦୦୪ରୁ ପ୍ରଚଳନ କରାଯାଇଥିବା ବେଳେ ପ୍ରଥମେ ଅଭିନେତ୍ରୀ ପାର୍ବତୀ ଘୋଷଙ୍କୁ
ଏହା ପ୍ରଦାନ କରାଯାଇଥିଲା ।

୨୦୦୫ରେ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ପ୍ରଶାନ୍ତ ନନ୍ଦ, ୨୦୦୬ରେ ସଙ୍ଗୀତ ନିର୍ଦ୍ଦେଶକ
ସ୍ୱରୂପନାୟକ, ୨୦୦୭ରେ ହାସ୍ୟ ଅଭିନେତା ଜୟୀରାମ ସାମଲ, ୨୦୦୮ରେ ଅଭିନେତା ଉତମ ମହାନ୍ତି,  ୨୦୦୯ରେ ବିଶିଷ୍ଟ ପ୍ରଯୋଜକ ସ୍ୱର୍ଗତ ବସନ୍ତ ନାୟକ ଓ ୨୦୧୦ରେ ନାୟିକା  ମହାଶ୍ୱେତା ରାୟଙ୍କୁ ପ୍ରଦାନ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version