ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଡ଼ିସେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ହୋମ୍ ଭିଡ଼ିଓ ଏନ୍ଟରଟେନ୍ମେଂଟ ପକ୍ଷରୁ ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କୁ ଅଷ୍ଟମ ଫିଟ୍ଫାଟ୍ ବାଇସ୍କୋପ ପୁରସ୍କାର ପ୍ରଦାନ କରାଯାଇଛି ।
ଶୁକ୍ରବାର ଶହୀଦଭବନରେ ଆୟୋଜିତ ଏକ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ବର୍ଷ ଧରି ସାଧନା କରିଆସିଥିବା କରଙ୍କୁ ପୁରସ୍କାର ସ୍ୱରୂପ ରୂପାରେ ତିଆରି ବାଇସ୍କୋପ ଏବଂ ନଗ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।
ଏହି ଅବସରରେ ମ୍ୟାଜିକ ଶୋ ଏବଂ ଯୋଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ କରଙ୍କ ଜୀବନୀ ଉପରେ ଏକ ସ୍କ୍ରିନ୍ ଓ ଲାଇଭ ସୋ ମଧ୍ୟ ପରିବେଷଣ କରାଯାଇଥିଲା ।
ଏଥିରେ ଚଳଚ୍ଚିତ୍ର ଚଗତର ବହୁ ଅଭିନେତା, ଅଭିନେତ୍ରୀ ତଥା କଳାକାରମାନେ ଯୋଗ ଦେଇଥିଲେ ।
ଏହି ପୁରସ୍କାର ୨୦୦୪ରୁ ପ୍ରଚଳନ କରାଯାଇଥିବା ବେଳେ ପ୍ରଥମେ ଅଭିନେତ୍ରୀ ପାର୍ବତୀ ଘୋଷଙ୍କୁ
ଏହା ପ୍ରଦାନ କରାଯାଇଥିଲା ।
୨୦୦୫ରେ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ପ୍ରଶାନ୍ତ ନନ୍ଦ, ୨୦୦୬ରେ ସଙ୍ଗୀତ ନିର୍ଦ୍ଦେଶକ
ସ୍ୱରୂପନାୟକ, ୨୦୦୭ରେ ହାସ୍ୟ ଅଭିନେତା ଜୟୀରାମ ସାମଲ, ୨୦୦୮ରେ ଅଭିନେତା ଉତମ ମହାନ୍ତି, ୨୦୦୯ରେ ବିଶିଷ୍ଟ ପ୍ରଯୋଜକ ସ୍ୱର୍ଗତ ବସନ୍ତ ନାୟକ ଓ ୨୦୧୦ରେ ନାୟିକା ମହାଶ୍ୱେତା ରାୟଙ୍କୁ ପ୍ରଦାନ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍