Site icon Odisha.com

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ‘ ବିଗେଷ୍ଟ ଡାଇମଣ୍ଡ ରସ’

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ହୀରା କ୍ରୟକୁ ଅଧିକ ଉପଭୋଗ୍ୟ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ବିଗେଷ୍ଟ ଡାଇମଣ୍ଡ ରସ୍ ବା ବୃହତ ହୀରା କ୍ରୟର ଶୁଭାରମ୍ଭ କରାଯାଇଛି ।

ଗ୍ରାହକ ମାନଙ୍କ ପାଇଁ କ୍ରୟକୁ ଅଧିକ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ରିଲାଏନ୍ସ ପକ୍ଷରୁ ଏହି ପକ୍ଷେପ
ଗ୍ରହଣ କରାଯାଇଛି । ଏହି ଅବସରରେ ଏହାର ବରିଷ୍ଠ ଉପସଭାପତି ତଥା ବ୍ୟବସାୟ ମୁଖ୍ୟ ଅଶୋକ
କାଉଲ ହୀରା ଗହଣା ତିଆରି ମୂଲ୍ୟ ଉପରେ ଅବିଶ୍ୱସନୀୟ ଭାବେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଘୋଷଣା କରିଛନ୍ତି ।

ଏଥିସହ ପ୍ରତ୍ୟେକ କ୍ରୟ ଉପରେ କ୍ଲବ ମହିନ୍ଦ୍ରା ପକ୍ଷରୁ ୨ ରାତି ୩ଦିନ ମାଗଣା ଭ୍ରମଣ ପ୍ୟାକ ମଧ୍ୟ ଘୋଷଣା କରିଛନ୍ତି । ଏହାଦ୍ୱାରାଗ୍ରାହକମାନେ ୧୫ ହଜାର ଟଙ୍କାର ଲାଭ ପାଇପାରିବେ ।

ସେହିପରି କେବଳ ପ୍ରତିଯୋଗିତା ଫର୍ମ ପୂରଣ କରି ୮ ଜଣ ପ୍ରତିଯୋଗୀ ମାଗଣାରେ କ୍ଲବ ମହିନ୍ଦ୍ରାର ମୂଲ୍ୟବାନ ଆଜୀବନ ସଦସ୍ୟତା ଲାଭ କରିପାରିବେ ଓ ଏହାର ମୂଲ୍ୟ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ।

ଡିସେମ୍ବର ୧ରୁ ୨୦୧୨ ଜାନୁୟାରୀ ୨୨ ତାରିଖ ପର୍ଯ୍ୟନ୍ତ ଏହି ବୃହତ ହୀରା ରସ୍ ଜରିଆରେ ଗ୍ରାହକମାନେ ଦେଶର ସମସ୍ତ ରିଲାଏନ୍ସ ଷ୍ଟୋରରେ ୨ମାସ ବ୍ୟାପୀ ଅବିଶ୍ୱସନୀୟ କ୍ରୟ ଅନୁଭୂତି ଲାଭକରିପାରିବେ ।

ସପିଙ୍ଗର ଦ୍ୱିଗୁଣା ମଜା ନେବା ପାଇଁ ରିଲିୟାଏନ୍ସ ଜୁଏଲସ୍ ପକ୍ଷରୁ ଏଭଳି ଆକର୍ଷଣୀୟ ଅଫର
ଘୋଷଣା କରାଯାଇଛି ।

ଯେଉଁମାନେ ନିଜ ପ୍ରିୟଜନଙ୍କୁ ହୀରା ଗହଣା ଉପହାରଦେବାକୁ ଚାହାନ୍ତି ସେମାନଙ୍କ ସୁବିଧା ପାଇଁ
ଗଢ଼ା ମଜୁରୀ ଉପରେ ଶତ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ।

କେବଳ ଆକର୍ଷଣୀୟ ଓ ନୂତନ ଡିଜାଇନର ଗୁଣାତ୍ମକ ହୀରା ଗହଣା ପ୍ରତି ରିଲାଏନ୍ସ ଜୁଏଲ୍ସ ଦୃଷ୍ଟି ଦେଉଛି ତାହା ନୁହେଁ ବରଂ ଗ୍ରାହକ ମାନଙ୍କ ସମସ୍ତ ମୁହୂର୍ତରେ ଖୁସି ଆଣିଦେବା ପାଇଁ ଏହା ପ୍ରୟାସ ଜାରି ରଖିଛି ବୋଲି କାଉଲ କହିଛନ୍ତି ।

ସେହିପରି ଏହି ଅଫର ଓ ପ୍ରତିଯୋଗିତା ମାଧ୍ୟମରେ ଗ୍ରାହକମାନେ ସପିଙ୍ଗର ବଢ଼ିଆ ମଜା
ନେଇପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ରିଲିୟାଏନ୍ସ ଜୁଏଲ୍ସ ୨୨ ଓ ୧୮ କ୍ୟାରେଟ ସୁନା ଓ ହୀରା ଅଳଙ୍କାର ବିକ୍ରୟ କରୁଛି । ଏହି ଷ୍ଟୋର
ଗୁଡ଼ିକରେ ପାରମ୍ପରିକ, ପାଶ୍ଚାତ୍ୟ ଡିଜାଇନର ଅଳଙ୍କାର ଉପଲବ୍ଧ ।

ବର୍ତମାନ ରିଲିୟାଏନ୍ସ ଜୁଏଲ୍ସର ରିଟେଲ ଚେନ୍ର ୨୩ଟି ସହରରେ ୩୨ଟି ଏକ୍ସକ୍ଲୁସିଭ ସୋରୁମ୍
ଥିବାବେଳେ ଏହା ଶେର ଅଗ୍ରଣୀ ଜୁଏଲାରୀ ରିଟେଲ ଷ୍ଟୋର ଭାବେ ଖ୍ୟାତି ଅର୍ଜନ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version