ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ହୀରା କ୍ରୟକୁ ଅଧିକ ଉପଭୋଗ୍ୟ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ବିଗେଷ୍ଟ ଡାଇମଣ୍ଡ ରସ୍ ବା ବୃହତ ହୀରା କ୍ରୟର ଶୁଭାରମ୍ଭ କରାଯାଇଛି ।
ଗ୍ରାହକ ମାନଙ୍କ ପାଇଁ କ୍ରୟକୁ ଅଧିକ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ରିଲାଏନ୍ସ ପକ୍ଷରୁ ଏହି ପକ୍ଷେପ
ଗ୍ରହଣ କରାଯାଇଛି । ଏହି ଅବସରରେ ଏହାର ବରିଷ୍ଠ ଉପସଭାପତି ତଥା ବ୍ୟବସାୟ ମୁଖ୍ୟ ଅଶୋକ
କାଉଲ ହୀରା ଗହଣା ତିଆରି ମୂଲ୍ୟ ଉପରେ ଅବିଶ୍ୱସନୀୟ ଭାବେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଘୋଷଣା କରିଛନ୍ତି ।
ଏଥିସହ ପ୍ରତ୍ୟେକ କ୍ରୟ ଉପରେ କ୍ଲବ ମହିନ୍ଦ୍ରା ପକ୍ଷରୁ ୨ ରାତି ୩ଦିନ ମାଗଣା ଭ୍ରମଣ ପ୍ୟାକ ମଧ୍ୟ ଘୋଷଣା କରିଛନ୍ତି । ଏହାଦ୍ୱାରାଗ୍ରାହକମାନେ ୧୫ ହଜାର ଟଙ୍କାର ଲାଭ ପାଇପାରିବେ ।
ସେହିପରି କେବଳ ପ୍ରତିଯୋଗିତା ଫର୍ମ ପୂରଣ କରି ୮ ଜଣ ପ୍ରତିଯୋଗୀ ମାଗଣାରେ କ୍ଲବ ମହିନ୍ଦ୍ରାର ମୂଲ୍ୟବାନ ଆଜୀବନ ସଦସ୍ୟତା ଲାଭ କରିପାରିବେ ଓ ଏହାର ମୂଲ୍ୟ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ।
ଡିସେମ୍ବର ୧ରୁ ୨୦୧୨ ଜାନୁୟାରୀ ୨୨ ତାରିଖ ପର୍ଯ୍ୟନ୍ତ ଏହି ବୃହତ ହୀରା ରସ୍ ଜରିଆରେ ଗ୍ରାହକମାନେ ଦେଶର ସମସ୍ତ ରିଲାଏନ୍ସ ଷ୍ଟୋରରେ ୨ମାସ ବ୍ୟାପୀ ଅବିଶ୍ୱସନୀୟ କ୍ରୟ ଅନୁଭୂତି ଲାଭକରିପାରିବେ ।
ସପିଙ୍ଗର ଦ୍ୱିଗୁଣା ମଜା ନେବା ପାଇଁ ରିଲିୟାଏନ୍ସ ଜୁଏଲସ୍ ପକ୍ଷରୁ ଏଭଳି ଆକର୍ଷଣୀୟ ଅଫର
ଘୋଷଣା କରାଯାଇଛି ।
ଯେଉଁମାନେ ନିଜ ପ୍ରିୟଜନଙ୍କୁ ହୀରା ଗହଣା ଉପହାରଦେବାକୁ ଚାହାନ୍ତି ସେମାନଙ୍କ ସୁବିଧା ପାଇଁ
ଗଢ଼ା ମଜୁରୀ ଉପରେ ଶତ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ।
କେବଳ ଆକର୍ଷଣୀୟ ଓ ନୂତନ ଡିଜାଇନର ଗୁଣାତ୍ମକ ହୀରା ଗହଣା ପ୍ରତି ରିଲାଏନ୍ସ ଜୁଏଲ୍ସ ଦୃଷ୍ଟି ଦେଉଛି ତାହା ନୁହେଁ ବରଂ ଗ୍ରାହକ ମାନଙ୍କ ସମସ୍ତ ମୁହୂର୍ତରେ ଖୁସି ଆଣିଦେବା ପାଇଁ ଏହା ପ୍ରୟାସ ଜାରି ରଖିଛି ବୋଲି କାଉଲ କହିଛନ୍ତି ।
ସେହିପରି ଏହି ଅଫର ଓ ପ୍ରତିଯୋଗିତା ମାଧ୍ୟମରେ ଗ୍ରାହକମାନେ ସପିଙ୍ଗର ବଢ଼ିଆ ମଜା
ନେଇପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ରିଲିୟାଏନ୍ସ ଜୁଏଲ୍ସ ୨୨ ଓ ୧୮ କ୍ୟାରେଟ ସୁନା ଓ ହୀରା ଅଳଙ୍କାର ବିକ୍ରୟ କରୁଛି । ଏହି ଷ୍ଟୋର
ଗୁଡ଼ିକରେ ପାରମ୍ପରିକ, ପାଶ୍ଚାତ୍ୟ ଡିଜାଇନର ଅଳଙ୍କାର ଉପଲବ୍ଧ ।
ବର୍ତମାନ ରିଲିୟାଏନ୍ସ ଜୁଏଲ୍ସର ରିଟେଲ ଚେନ୍ର ୨୩ଟି ସହରରେ ୩୨ଟି ଏକ୍ସକ୍ଲୁସିଭ ସୋରୁମ୍
ଥିବାବେଳେ ଏହା ଶେର ଅଗ୍ରଣୀ ଜୁଏଲାରୀ ରିଟେଲ ଷ୍ଟୋର ଭାବେ ଖ୍ୟାତି ଅର୍ଜନ କରିଛି ।
ଓଡ଼ିଶା ଡ଼ଟ୍ କମ୍