Site icon Odisha.com

ବିଧାୟକଙ୍କ ହତ୍ୟାକାରୀଙ୍କ ନାଁରେ ଗିରଫ ପରୱାନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ଉମରକୋଟ୍ ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାରୀଙ୍କ ନାଁରେ ଗୁରୁବାର ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ।

ସିପିଆଇ ମାଓବାଦୀ ସଂଗଠନର ମୈନପୁର ଡ଼ିଭିଜନର ଦୁଇ ସଦସ୍ୟ ଜନେ ସାଲେମ ଓ ସତ୍ୟମ୍ ଗାଓବଙ୍କ ନାମରେ ଏହି ପରୱାନା ଜାରି ହୋଇଛି ।

ଯେ କୌଣସି ବ୍ୟକ୍ତି ଉଭୟଙ୍କ ସଂପର୍କରେ ସୂଚନାପାଇଲେ ୦୬୭୧-୨୩୦୪୩୧୪ ଫୋନ୍ ନମ୍ବରରେ ଜଣାଇବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି ।

ଗତ ସେପ୍ଟେମ୍ବର ୨୪ରେ ମାଝୀ ପଟ୍ଟା ବାଣ୍ଟିବାକୁ ଯାଇଥିବା ବେଳେ ଦୁର୍ବୃତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ବର୍ତମାନ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version