ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ଉମରକୋଟ୍ ପୂର୍ବତନ ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାରୀଙ୍କ ନାଁରେ ଗୁରୁବାର ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ।
ସିପିଆଇ ମାଓବାଦୀ ସଂଗଠନର ମୈନପୁର ଡ଼ିଭିଜନର ଦୁଇ ସଦସ୍ୟ ଜନେ ସାଲେମ ଓ ସତ୍ୟମ୍ ଗାଓବଙ୍କ ନାମରେ ଏହି ପରୱାନା ଜାରି ହୋଇଛି ।
ଯେ କୌଣସି ବ୍ୟକ୍ତି ଉଭୟଙ୍କ ସଂପର୍କରେ ସୂଚନାପାଇଲେ ୦୬୭୧-୨୩୦୪୩୧୪ ଫୋନ୍ ନମ୍ବରରେ ଜଣାଇବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି ।
ଗତ ସେପ୍ଟେମ୍ବର ୨୪ରେ ମାଝୀ ପଟ୍ଟା ବାଣ୍ଟିବାକୁ ଯାଇଥିବା ବେଳେ ଦୁର୍ବୃତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ବର୍ତମାନ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply