Site icon Odisha.com

ଆସିକା: ହତ୍ୟାକୁ କେନ୍ଦ୍ରକରି ଉତେଜନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଆସିକା, ଅଗଷ୍ଟ ୨୧ (ଓଡ଼ିଶା ଡ଼ଟ୍ କମ୍) ଗଂଜାମ ପୋଲିସ ଜିଲ୍ଲା ଗାଙ୍ଗପୁର ଥାନା ଅର୍ନ୍ତଗତ କେସପୁର ଶାସନ ଗ୍ରାମରେ ସୋମବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ହତ୍ୟା ପରେ ଉତେଜନା ପ୍ରକାଶ ପାଇଛି ।

ସୋମବାର ଅପରାହ୍ନରେ ଏକ ଲୁନା ଗାଡିରେ ନିଜ ଗ୍ରାମରୁ ଧରାକୋଟ ବ୍ଲକର ଝରପାରି ପଞ୍ଚାୟତ ଅନ୍ତର୍ଗତ କେଶପୁରଶାସନ ଗ୍ରାମର ରାମହରି ପଣ୍ଡା (୫୦) ଓ ଗୌରହରି ନାୟକ ବାଲିସିରାକୁ କୌଣସି କାର୍ଯ୍ୟରେ ଆସି ପୁଣି ନିଜ ଗ୍ରାମକୁ ଫେରୁଥିଲେ ।

ନଣ୍ଡାଜୁଆଳି ଗ୍ରାମ ନିକଟରେ ଥିବା ଏକ କେନାଲ ପାଖରେ ପାଞ୍ଚରୁ ଉର୍ଦ୍ଦ୍ୱ ବ୍ୟକ୍ତି ଉଭୟଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ଗାଡି ଛାଡି ଦୌଡିଥିଲେ ରାମହରି ଓ ଗୌରହରି ।

ଦୁର୍ବୃତ ମାନେ ଗୋଡାଇ ଗୋଡାଇ ଅତି ବୀଭତ୍ସ ଭାବେ ଉଭୟଙ୍କୁ ହତ୍ୟା କରିଥିଲେ । ଏ ସମ୍ପର୍କରେ ଖବର ପାଇ ଗୌରହରି ନାୟକଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଆସିକା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ସୁଚନା ଯୋଗ୍ୟ ଯେ, ନିହତ ରାମହରି ଓ ଗୋର କଂଗ୍ରେସର ସମର୍ଥକ । ୩ ମାସତଳେ ଗାଁରେ ଏକ ଅଙ୍ଗନବାଡି କେନ୍ଦ୍ର ଗୃହ ନିମାଣକୁ ଗୌରଙ୍କର ପିତା ବିଦ୍ୟାଧର ନାୟକ ବିରୋଧ କରିବାରୁ ବିଜୟ ପାଢୀ, ପୁଅ କୈଳାସ ତାଙ୍କୁ ଆକ୍ରମଣ କରିଥିଲେ ।

ଏ ଘଟଣାକୁ ନେଇ ବିଦ୍ୟାଧର ଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ । ଏହାପରେ ମଧ୍ୟ ବିଦ୍ୟାଧରକୁ ବାରମ୍ବାର ଧମକ ଦିଆ ଯାଉଥିଲା । ବିଦ୍ୟାଧର ଆସିକା ଅଦାଲତରେ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ବୋକୁ ନିବେଦନ ମଧ୍ୟ କରିଥିଲେ । ଏହି ଅଭାବନୀୟ ଘଟଣା ସମଗ୍ର ଜିଲାରେ ଆଲୋଡନ ଖେଳାଇ ଦେଇଛି ।ଏହି ଘଟଣା ପରେ କେଶପୁର ଶାସନ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ସେଠାରେ ପୋଲିସ ଡେରା ପକାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version