ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଆସିକା, ଅଗଷ୍ଟ ୨୧ (ଓଡ଼ିଶା ଡ଼ଟ୍ କମ୍) ଗଂଜାମ ପୋଲିସ ଜିଲ୍ଲା ଗାଙ୍ଗପୁର ଥାନା ଅର୍ନ୍ତଗତ କେସପୁର ଶାସନ ଗ୍ରାମରେ ସୋମବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ହତ୍ୟା ପରେ ଉତେଜନା ପ୍ରକାଶ ପାଇଛି ।
ସୋମବାର ଅପରାହ୍ନରେ ଏକ ଲୁନା ଗାଡିରେ ନିଜ ଗ୍ରାମରୁ ଧରାକୋଟ ବ୍ଲକର ଝରପାରି ପଞ୍ଚାୟତ ଅନ୍ତର୍ଗତ କେଶପୁରଶାସନ ଗ୍ରାମର ରାମହରି ପଣ୍ଡା (୫୦) ଓ ଗୌରହରି ନାୟକ ବାଲିସିରାକୁ କୌଣସି କାର୍ଯ୍ୟରେ ଆସି ପୁଣି ନିଜ ଗ୍ରାମକୁ ଫେରୁଥିଲେ ।
ନଣ୍ଡାଜୁଆଳି ଗ୍ରାମ ନିକଟରେ ଥିବା ଏକ କେନାଲ ପାଖରେ ପାଞ୍ଚରୁ ଉର୍ଦ୍ଦ୍ୱ ବ୍ୟକ୍ତି ଉଭୟଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ଗାଡି ଛାଡି ଦୌଡିଥିଲେ ରାମହରି ଓ ଗୌରହରି ।
ଦୁର୍ବୃତ ମାନେ ଗୋଡାଇ ଗୋଡାଇ ଅତି ବୀଭତ୍ସ ଭାବେ ଉଭୟଙ୍କୁ ହତ୍ୟା କରିଥିଲେ । ଏ ସମ୍ପର୍କରେ ଖବର ପାଇ ଗୌରହରି ନାୟକଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଆସିକା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ସୁଚନା ଯୋଗ୍ୟ ଯେ, ନିହତ ରାମହରି ଓ ଗୋର କଂଗ୍ରେସର ସମର୍ଥକ । ୩ ମାସତଳେ ଗାଁରେ ଏକ ଅଙ୍ଗନବାଡି କେନ୍ଦ୍ର ଗୃହ ନିମାଣକୁ ଗୌରଙ୍କର ପିତା ବିଦ୍ୟାଧର ନାୟକ ବିରୋଧ କରିବାରୁ ବିଜୟ ପାଢୀ, ପୁଅ କୈଳାସ ତାଙ୍କୁ ଆକ୍ରମଣ କରିଥିଲେ ।
ଏ ଘଟଣାକୁ ନେଇ ବିଦ୍ୟାଧର ଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ । ଏହାପରେ ମଧ୍ୟ ବିଦ୍ୟାଧରକୁ ବାରମ୍ବାର ଧମକ ଦିଆ ଯାଉଥିଲା । ବିଦ୍ୟାଧର ଆସିକା ଅଦାଲତରେ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ବୋକୁ ନିବେଦନ ମଧ୍ୟ କରିଥିଲେ । ଏହି ଅଭାବନୀୟ ଘଟଣା ସମଗ୍ର ଜିଲାରେ ଆଲୋଡନ ଖେଳାଇ ଦେଇଛି ।ଏହି ଘଟଣା ପରେ କେଶପୁର ଶାସନ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ସେଠାରେ ପୋଲିସ ଡେରା ପକାଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply