Site icon Odisha.com

କନ୍ଧମାଳ ଦଙ୍ଗା ତଦନ୍ତ ସରିବ କେବେ ?

ଓଡ଼ିଶା ଡ଼ଟ୍ କମ୍:ଗୋଲଖ ଚନ୍ଦ୍ର ଦାସ

ଫୁଲବାଣୀ, ଅଗଷ୍ଟ ୨୮ (ଓଡ଼ିଶା ଡ଼ଟ୍ କମ୍)-୨୦୦୭ କନ୍ଧମାଳ ଦଙ୍ଗା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆକ୍ରମଣ ଘଟଣାର ତଦନ୍ତ କରୁଥିବା ତଦନ୍ତ କିମିଶନ ଜଷ୍ଟିସ ବାସୁଦେବ ପାଣିଗ୍ରାହୀ କମିଶନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୩୧ରେ ସରିବ । ଏବେ ତଦନ୍ତ କାର୍ଯ୍ୟ ଅଧାରେ ରହିଛି ।

କେବେ ସରିବ ଜଣା ପଡୁନାହିଁ । ଅପର ପକ୍ଷରେ କମିଶନଙ୍କ କାର୍ଯ୍ୟକାଳ ପୁର୍ନବାର ବୃଦ୍ଧି କରିବା ପାଇଁ ସରକାରଙ୍କୁ ସୁପାରିଶ କରାଯାଇଛି । ଆହୁରି ୫୦ରୁ ଉର୍ଦ୍ଧ୍ୱ ସରକାରୀ ଓ ବେସରକାରୀ ସାକ୍ଷାଙ୍କ ଶୁଣାଣି ବାକି ରହିଛି ।

ବର୍ତମାନ ୪ ବର୍ଷ ବିତିଗଲାଣି । ୨୦୦୮ ଜାନୁୟାରାରେ ନିଯୁକ୍ତି ପାଇଥିଲେ ଏହି କମିଶନର । ବର୍ତ୍ତମାନ ୪୧୪ ଜଣ ବ୍ୟକ୍ତି କମିଶନଙ୍କ ନିକଟରେ ହାଜର ହୋଇ ସାକ୍ଷ୍ୟ ଦେଇ ସାରିଲେଣି ।

ଫୁଲବାଣି, ଜି ଉଦୟଗିରି, ବାଲିଗୁଡା ଓ କଟକରେ ୫୭ ଥର ଶୁଣାଣି କରିଛନ୍ତି । ସରକାରୀ ପଦସ୍ଥ ଅଫିସର, ସାଂସଦ, ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷ୍ୟ ଗ୍ରହଣ ସରିଲାଣି ।

ଏହି ମାମଲାରେ ୪୩ ଜଣ ସରକାରୀ ଅଫିସର ଓ ୪୮୧ ଜଣ ସାଧାରଣ ଲୋକ ସତ୍ୟପାଠ ଦାଖଲ କରିଛନ୍ତି । ତେବେ ଆଗେର ନିର୍ବାଚନ ଥିବାରୁ ସରକାର ନିଶ୍ଚିତ ଭାବେ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିବେ ।

ନଚେତ ନିର୍ବାଚନ ପୂବରୁ ରିପୋର୍ଟ ପ୍ରକାଶ ପାଇଲେ ତଦନ୍ତ ରିପୋର୍ଟକୁ ନେଇ ବିରୋଧୀ ସରକାରଙ୍କୁ ଘେରି ପାରନ୍ତି ଓ ସରକାର କାଳେ ଅଡୁଆରେ ପଡି ଯିବେ ସେଥିପାଇଁ ସରକାର ଥରେ ନୁହେଁ ଆଉ କେତେଥର ମଧ୍ୟ ସମୟ ସୀମା ବୃଦ୍ଧି କରି ପାରନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version